
ଦୁବାଇର ଶାସକ, ୟୁଏଇ ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
February 14th, 03:49 pm
ଉଭୟ ନେତା ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରଯୁକ୍ତିବିଦ୍ୟା, ମହାକାଶ, ଶିକ୍ଷା ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ସମେତ ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ର ଉପରେ ଆଲୋଚନା କରିଥିଲେ । ଭାରତ ଏବଂ ୟୁଏଇ ମଧ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଅର୍ଥନୈତିକ ଏବଂ ବାଣିଜ୍ୟିକ ସମ୍ପର୍କରେ ସେମାନେ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ବ୍ୟାପକ ଅର୍ଥନୈତିକ ଭାଗିଦାରୀର ପ୍ରମୁଖ ଭୂମିକାକୁ ବିଶେଷ ଭାବରେ ସ୍ୱୀକାର କରିଥିଲେ । ଦ୍ୱିପାକ୍ଷିକ ପୁଞ୍ଜିନିବେଶ ଚୁକ୍ତି ସ୍ୱାକ୍ଷରକୁ ମଧ୍ୟ ସେମାନେ ସ୍ୱାଗତ କରିଥିଲେ ।
ଦୁବାଇର ଜେବେଲ ଅଲିରେ ଭାରତ ମାର୍ଟର ଭର୍ଚୁଆଲ ଶିଳାନ୍ୟାସ
February 14th, 03:48 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଦୁବାଇ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଦୁବାଇ ଶାସକ ଶେଖ ମହମ୍ମଦ ବିନ୍ ରସିଦ ଅଲ୍ ମକ୍ତୌମ୍ ୨୦୨୪ ଫେବ୍ରୁଆରୀ ୧୪ରେ ଭର୍ଚୁଆଲ ଭାବେ ଦୁବାଇର ଜେବେଲ ଅଲି ଫ୍ରି ଟ୍ରେଡ୍ ଜୋନ୍ରେ ଡିପି ୱାର୍ଲ୍ଡ ଦ୍ୱାରା ନିର୍ମାଣ ହେବାକୁ ଥିବା ଭାରତ ମାର୍ଟର ଶିଳାନ୍ୟାସ କରିଛନ୍ତି ।