ହିମାଚଳ ପ୍ରଦେଶର ଲେପଚାରେ ସୁରକ୍ଷା ବାହିନୀ ସହ ଦୀପାବଳି ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 12th, 03:00 pm
ମା' ଭାରତୀଙ୍କର ଜୟଘୋଷର ଏହି ଶବ୍ଦ, ଭାରତୀୟ ସେନା ଓ ସୁରକ୍ଷା ବାହିନୀର ବୀରତ୍ବର ଏହି ସ୍ଲୋଗାନ, ଏହି ଐତିହାସିକ ଭୂମି ଏବଂ ଦୀପାବଳିର ଏହି ପବିତ୍ର ପର୍ବ । ଏହା ଏକ ଚମତ୍କାର ସଂଯୋଗ ଅଟେ, ଏହା ଏକ ଅଦ୍ଭୁତ ମିଳନ ଅଟେ ଏବଂ ଆନନ୍ଦରେ ପରିପୂର୍ଣ୍ଣ ଏହି ମୁହୂର୍ତ୍ତ ମୋ ପାଇଁ ମଧ୍ୟ ଆପଣଙ୍କ ପାଇଁ ଏବଂ ଦେଶବାସୀଙ୍କ ପାଇଁ ମଧ୍ୟ ଦୀପାବଳିରେ ନୂଆ ଆଲୋକ ଆଣିବ ଏହା ମୋର ବିଶ୍ବାସ ଅଛି। ମୁଁ ଆପଣ ସମସ୍ତଙ୍କୁ, ସମସ୍ତ ଦେଶବାସୀଙ୍କୁ ସୀମାର ଶେଷ ଗାଁରୁ, ଯାହାକୁ ମୁଁ ବର୍ତ୍ତମାନ ପ୍ରଥମ ଗାଁ ବୋଲି କହୁଛି, ସେଠାରେ ଆମର ମୁତୟନ ହୋଇଥିବା ସୁରକ୍ଷା ବାହିନୀର ସହଯୋଗୀମାନଙ୍କ ସହିତ ଯେତେବେଳେ ଦୀପାବଳି ପାଳନ କରୁଛି, ସେତେବେଳେ ସମସ୍ତ ଦେଶବାସୀଙ୍କୁ ଦୀପାବଳିର ଏହି ଶୁଭେଚ୍ଛା ବହୁତ ସ୍ବତନ୍ତ୍ର ହୋଇଥାଏ। ଏହି ଅବସରରେ ଦେଶବାସୀଙ୍କୁ ମୋର ବହୁତ ବହୁତ ଶୁଭେଚ୍ଛା, ଦୀପାବଳିର ଶୁଭକାମନା।ହିମାଚଳ ପ୍ରଦେଶର ଲେପ୍ଚାରେ ବୀର ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ
November 12th, 02:31 pm
ଯବାନମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୀପାବଳି ପର୍ବର ମିଶ୍ରଣ ଏବଂ ଯବାନଙ୍କ ସାହସର ପ୍ରତିଫଳନ ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ । ଦେଶର ଶେଷ ଗାଁ ଭାରତର ସୀମାନ୍ତ ଅଞ୍ଚଳର ଯବାନଙ୍କ ସହ ଦୀପାବଳି ଅବସରରେ ସେ ଶୁଭେଚ୍ଛା ଜଣାଇଥିଲେ, ଯାହା ବର୍ତ୍ତମାନ ପ୍ରଥମ ଗାଁ ଭାବେ ପରିଗଣିତ ହୋଇଛି।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ "ମନ୍ କି ବାତ୍”
September 24th, 11:30 am
ମୋର ପ୍ରିୟ ପରିବାରଜନ, ନମସ୍କାର । ‘ମନ୍ କି ବାତ୍’ର ଆଉ ଏକ ଅଧ୍ୟାୟରେ ଦେଶର ସଫଳତା, ଦେଶବାସୀଙ୍କ ସଫଳତା, ସେମାନଙ୍କ ପ୍ରେରଣାଦାୟୀ ଜୀବନଯାତ୍ରା ସମ୍ପର୍କରେ ଆପଣମାନଙ୍କ ସହ ଭାବବିନିମୟ କରିବାର ସୁଯୋଗ ମିଳିଛି । ବିଗତ ଦିନରେ ସବୁଠାରୁ ଅଧିକ ଚିଠି, ବାର୍ତ୍ତା ଆଦି ଯାହା ମୋତେ ମିଳିଛି, ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଦୁଇଟି ପ୍ରସଙ୍ଗ ଉପରେ କେନ୍ଦ୍ରିତ । ପ୍ରଥମ ପ୍ରସଙ୍ଗଟି ହେଲା ଚନ୍ଦ୍ରଯାନ-୩ ର ସଫଳ ଅବତରଣ ଏବଂ ଦ୍ୱିତୀୟ ପ୍ରସଙ୍ଗଟି ହେଲା ଦିଲ୍ଲୀରେ ଜି-୨୦ର ସଫଳ ଆୟୋଜନ । ଦେଶର ପ୍ରତ୍ୟେକ ଭାଗରୁ ସମାଜର ପ୍ରତ୍ୟେକ ବର୍ଗରୁ, ସବୁ ବୟସର ଲୋକଙ୍କର ଅସଂଖ୍ୟ ଚିଠି ମୋତେ ମିଳିଛି । ଯେତେବେଳେ ଚନ୍ଦ୍ରଯାନ-୩ ର ଲ୍ୟାଣ୍ଡର୍ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଥିଲା, ସେତେବେଳେ କୋଟି କୋଟି ଲୋକ ଭିନ୍ନ ଭିନ୍ନ ମାଧ୍ୟମରେ ଏହି ଘଟଣାର ପ୍ରତିଟି ମୁହୁର୍ତ୍ତର ସାକ୍ଷୀ ହେଉଥିଲେ । ଇସ୍ରୋର ୟୁ-ଟ୍ୟୁବ୍ ଲାଇଭ୍ ଚ୍ୟାନେଲ୍ରେ ୮୦ ଲକ୍ଷରୁ ଅଧିକ ଲୋକ ଏହି ଘଟଣାକୁ ଦେଖିଲେ, ଯାହା ଏକ ରେକର୍ଡ଼ । ଏଥିରୁ ଜଣାପଡ଼ୁଛି ଯେ, ଚନ୍ଦ୍ରଯାନ-୩ ସହ କୋଟି କୋଟି ଭାରତୀୟଙ୍କ କେତେ ଗଭୀର ଭାବାବେଗ ଜଡ଼ିତ ହୋଇରହିଛି । ଚନ୍ଦ୍ରଯାନର ଏହି ସଫଳତା ପରେ ଦେଶରେ ଏବେ ଗୋଟିଏ ସୁନ୍ଦର କୁଇଜ୍ ପ୍ରତିଯୋଗିତା ମଧ୍ୟ ଚାଲିଛି, ଯାହାକୁ ଚନ୍ଦ୍ରଯାନ-୩ ମହାକୁଇଜ୍ ନାମରେ ନାମିତ କରାଯାଇଛି । ମାଇ ଗଭ୍ ପୋର୍ଟାଲ୍ରେ ଚାଲିଥିବା ଏହି ପ୍ରତିଯୋଗିତାରେ ଏ ପର୍ଯ୍ୟନ୍ତ ୧୫ ଲକ୍ଷରୁ ଅଧିକ ଲୋକ ଅଂଶଗ୍ରହଣ କରିସାରିଲେଣି । ମାଇ ଗଭ୍ ଆରମ୍ଭ ହେବାପରେ କୌଣସି କୁଇଜ୍ ପ୍ରତିଯୋଗିତାରେ ଏହା ସର୍ବାଧିକ ଅଂଶଗ୍ରହଣ । ଯଦି ଆପଣ ଏ ଯାଏଁ ଏଥିରେ ଅଂଶଗ୍ରହଣ କରିନାହାନ୍ତି, ତାହେଲେ ବିଳମ୍ବ ନ କରି ଏଥିରେ ଅଂଶଗ୍ରହଣ କରିବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି । ଏଥିପାଇଁ ଆଉ ମାତ୍ର ଛଅ ଦିନ ସମୟ ଅଛି । ଏହି କୁଇଜ୍ରେ ନିଶ୍ଚୟ ଭାଗ ନିଅନ୍ତୁ ।