ପ୍ରଧାନମନ୍ତ୍ରୀ ଡିସେମ୍ବର ୩୦ରେ ପଶ୍ଚିମବଙ୍ଗ ଗସ୍ତ କରିବେ
December 29th, 12:35 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ଡିସେମ୍ବର ୩୦ରେ ପଶ୍ଚିମବଙ୍ଗ ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ପ୍ରାୟ ୧୧.୧୫ରେ ହାଓଡ଼ା ରେଳଷ୍ଟେସନରେ ପହଞ୍ଚିବେ, ଯେଉଁଠାରେ ସେ ହାଓଡ଼ାକୁ ନୁ୍ୟ ଜଳପାଇଗୁଡ଼ି ସହ ଯୋଡ଼ୁଥିବା ବନେ୍ଦ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ସେ କୋଲକାତାରେ ମେଟ୍ରୋର ଜୋକା-ତାରାତଲା ପର୍ପଲ ଲାଇନର ଭିତ୍ତିପ୍ରସ୍ତର ରଖିବେ ଏବଂ ବିଭିନ୍ନ ରେଳ ପ୍ରକଳ୍ପର ଲୋକାର୍ପଣ କରିବେ । ମଧ୍ୟାହ୍ନ ୧୨ଟାରେ ପ୍ରଧାନମନ୍ତ୍ରୀ ଆଇଏନଏସ ନେତାଜୀ ସୁଭାଷରେ ପହଞ୍ଚି ନେତାଜୀ ସୁଭାଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ସେ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ - ନ୍ୟାସନାଲ ଇନଷ୍ଟିଚୁ୍ୟଟ୍ ଅଫ ୱାଟର ଆଣ୍ଡ ସାନିଟେସନର ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସ୍ୱଚ୍ଛ ଗଙ୍ଗା ମିଶନ ଅଧୀନରେ ପଶ୍ଚିମବଙ୍ଗ ନିମନ୍ତେ ଅନେକ ସ୍ୱେରେଜ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ । ସେ ଅପରାହ୍ନ ପ୍ରାୟ ୧୨.୨୫ରେ ରାଷ୍ଟ୍ରୀୟ ଗଙ୍ଗା ପରିଷଦର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷତା କରିବେ ।ବିହାରରେ ବହୁମୁଖୀ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 15th, 12:01 pm
ସାଥୀଗଣ, ଆଜି ଯେଉଁ 4ଟି ଯୋଜନାଗୁଡିକର ଉଦଘାଟନ ହେଉଛି, ସେଥିରେ ପାଟନା ସହରର ବେଉରୁ ଏବଂ କରମ-ଲୀଚକମେ ସ୍ୱରେଜ ଟ୍ରିଟମେଣ୍ଟ ପ୍ଳାଣ୍ଟ ବ୍ୟତୀତ ଅମୃତ ଯୋଜନା ଅଧୀନରେ ସୀୱାନ ଏବଂ ଛପରାରେ ଜଳ ସହିତ ଜଡିତ ପ୍ରକଳ୍ପଗୁଡିକ ମଧ୍ୟ ସାମିଲ ହୋଇଛି । ଏହା ସହିତ ମୁଙ୍ଗେର ଏବଂ ଜମାଲପୁରରେ ଜଳ ସଙ୍କଟକୁ ଦୂର କରିବା ଭଳି ଜଳ ଯୋଗାଣ ପରିଯୋଜନାଗୁଡିକ ଓ ମୁଜଫରପୁରରେ ନମାମୀ ଗଙ୍ଗେ ଅଧୀନରେ ରିଭର ଫ୍ରଣ୍ଟ ବିକାଶ ଯୋଜନାର ମଧ୍ୟ ଆଜି ଶିଳାନ୍ୟାସ କରାଯାଇଛି । ସହରୀ ଗରିବ, ସହରରେ ରହୁଥିବା ମଧ୍ୟମ ବର୍ଗର ସାଥୀମାନଙ୍କ ଜୀବନକୁ ସହଜ ଓ ସରଳ କରିବା ପାଇଁ ଏହି ନୂତନ ସୁବିଧାଗୁଡିକ ନିମନ୍ତେ ବହୁତ-ବହୁତ ଅଭିନନ୍ଦନ ।ବିହାରରେ ‘ନମାମି ଗଙ୍ଗେ’ ଓ ‘ଅମୃତ’ ଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
September 15th, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରରେ କାର୍ଯ୍ୟକାରୀ ହେଉଥିବା ନମାମି ଗଙ୍ଗେ ଓ ଅମୃତ ଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମ ଉଦ୍ଘାଟନ କରିଛନ୍ତି । ଆଜି ଉଦ୍ଘାଟିତ 4ଟି ପ୍ରକଳ୍ପରେ ରହିଛି ପାଟନା ସହରର ବେଉର ଓ କରମ-ଲିଛକ୍ର ଦୁଇଟି ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଏବଂ ଅମୃତ ଯୋଜନାରେ ସିୱାନ ଓ ଛାପ୍ରାର ଦୁଇଟି ଜଳପ୍ରକଳ୍ପ । ଏହାଛଡା ପ୍ରଧାନମନ୍ତ୍ରୀ ମୁଙ୍ଗେର ଏବଂ ଜମାଲପୁରରେ ଦୁଇଟି ଜଳଯୋଗାଣ ପ୍ରକଳ୍ପର ଶୁଭ ଦେଇଥିବାବେଳେ ମୁଜାଫରପୁରଠାରେ ନମାମି ଗଙ୍ଗେ କାର୍ଯ୍ୟକ୍ରମରେ ଏକ ରିଭରଫ୍ରଣ୍ଟ ବିକାଶ ଯୋଜନାର ଶିଳାନ୍ୟାସ କରିଛନ୍ତି ।ସୋଲାପୁରଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କର ଉଦ୍ବୋଧନ
January 09th, 11:35 am
ମଞ୍ଚ ଉପରେ ବିରାଜମାନ ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀମାନ ବିଦ୍ୟାସାଗର ରାଓ ମହୋଦୟ, ଏଠାକାର ଉର୍ଜ୍ଜାବାନ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିଶ ମହାଶୟ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶ୍ରୀମାନ ନୀତିନ ଗଡ଼କରୀ ମହାଶୟ, ସଂସଦରେ ମୋର ସମସ୍ତ ସାଥୀ, ମହାରାଷ୍ଟ୍ରର ମନ୍ତ୍ରୀ ଏବଂ ବିଧାୟକଗଣ ଆଉ ଏଠାକୁ ବିଶାଳ ସଂଖ୍ୟାରେ ଆସିଥିବା ଆପଣମାନେ ମୋର ପ୍ରିୟ ଭାଇ ଓ ଭଉଣୀମାନେ ।ସାଧାରଣ ବର୍ଗର ଗରିବଙ୍କ ପାଇଁ 10 ପ୍ରତିଶତ ସଂରକ୍ଷଣ ବିଲ ଐତିହାସିକ ପଦକ୍ଷେପ, ଗରିବଙ୍କ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି : ପ୍ରଧାନମନ୍ତ୍ରୀ
January 09th, 11:31 am
ନାଗରିକତ୍ୱ ସଂଶୋଧନ ବିଲ ବିଷୟରେ ପ୍ରଧାନମନ୍ତ୍ରୀ ଆସାମ ଏବଂ ଉତ୍ତର ପୂର୍ବର ଲୋକମାନଙ୍କୁ ଆଶ୍ୱସ୍ତ ଦେଇଥିଲେ ଯେ ସେମାନଙ୍କ ଅଧିକାର ଏବଂ ସୁଯୋଗକୁ ସୁରକ୍ଷିତ ରଖାଯିବ । ସେ କହିଥିଲେ ଯେ ଏହି ବିଲ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ରହୁଥିବା ଭାରତ ମାତାର ପୁତ୍ର ଏବଂ କନ୍ୟାମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବାର ମାର୍ଗକୁ ପ୍ରଶସ୍ତ କରୁଛି । ଇତିହାସର ଉତ୍ଥାନ ଏବଂ ପତନକୁ ଦେଖିବା ଆମର ଏହି ଭାଇ ଓ ଭଉଣୀମାନେ ଭାରତର ଏକ ଅଙ୍ଗ ହେବା ଲାଗି ଚାହୁଁଛନ୍ତି ।ବିହାରର ମୋତିହାରୀରେ ଚମ୍ପାରଣ ସତ୍ୟାଗ୍ରହ ଶତବାର୍ଷିକୀ ସମାରୋହର ଉଦ୍ଯାପନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
April 10th, 01:32 pm
ଚମ୍ପାରଣର ଏହି ପରମ-ପବିତ୍ର ମାଟିରେ ଦେଶର କୋଣଅନୁକୋଣରୁ ଆସିଥିବା ସ୍ୱଚ୍ଛାଗ୍ରହୀ ଭାଇ-ଭଉଣୀ, ସମସ୍ତ ସ୍ନେହୀ, ଉପସ୍ଥିତ ସମ୍ମାନିତ ଲୋକମାନଙ୍କୁ ମୁଁ ପ୍ରଣାମ କରୁଛି । ଆପଣମାନେ ସମସ୍ତେ ଜାଣିଥିବେ ଯେ ଏହି ପବିତ୍ର ମାଟିରୁ ବାପୁ ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ କରିଥିଲେ । ଇଂରେଜମାନଙ୍କ ଗୋଲାମୀରୁ ମୁକ୍ତି ପାଇଁ ଏକ ମଜବୁତ ଅହିଂସା ଅସ୍ତ୍ର ସତ୍ୟାଗ୍ରହ ରୂପରେ ଆମକୁ ମିଳିଥିଲା । ସତ୍ୟାଗ୍ରହକୁ 100 ବର୍ଷ ପୂରଣ ହୋଇଛି । ତାହା କେତେ ପ୍ରଭାବଶାଳୀ ଥିଲା, ତାହା ସବୁ ସମୟରେ ପ୍ରଭାବଶାଳୀ ରହିଛି । ସତ୍ୟାଗ୍ରହରୁ ସ୍ୱଚ୍ଛାଗ୍ରହ ଆଜିର ସମୟର ଆବଶ୍ୟକତା ।ଜାତୀୟ ସ୍ୱଚ୍ଛାଗ୍ରହୀ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ;
April 10th, 01:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୋତିହାରୀରେ ଅନୁଷ୍ଠିତ ସ୍ୱଚ୍ଛାଗ୍ରହୀମାନଙ୍କ ଜାତୀୟ ସମ୍ମେଳନରେ ଉଦ୍ବୋଧନ ଦେଇଛନ୍ତି । ଚମ୍ପାରଣରେ ମହାତ୍ମା ଗାନ୍ଧୀଙ୍କ ସତ୍ୟାଗ୍ରହର ଶତବାର୍ଷିକୀ ସମାରୋହର ଉପଲକ୍ଷେ ଆୟୋଜିତ ହୋଇଥିବା ବର୍ଷବ୍ୟାପୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଆଜି ଏହି ଉତ୍ସବ ଆୟୋଜନ କରାଯାଇଛି ।ବିହାରର ମୋକାମାଠାରେ ନମାମି ଗଙ୍ଗେ ଓ ଜାତୀୟ ରାଜପଥ ପ୍ରକଳ୍ପସମୂହର ଶିଳାନ୍ୟାସ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
October 14th, 02:17 pm
ସାରା ଦେଶ ଦିପାବଳୀ ପାଳନ ପାଇଁ ପ୍ରସ୍ତୁତି କରୁଛି । ଛଠ୍ ପୂଜା ପାଇଁ ମଧ୍ୟ ପ୍ରସ୍ତୁତି ଚାଲୁ ରହିଛି । ଆପଣ ସମସ୍ତଙ୍କୁ ଦିପାବଳୀ ଆଉ ଛଠ୍ ପୂଜା ପାଇଁ ମୋ ତରଫରୁ ଆଗୁଆ ଶୁଭକାମନା ଦେଉଛି ଆଉ ଏହି ପବିତ୍ର ପର୍ବ ଅବସରରେ ପାଖାପାଖି ତିନି ଲକ୍ଷ ପଚସ୍ତରୀ ହଜାର କୋଟି କୋଟି ଟଙ୍କାର ବିକାଶର ଉପହାର ଆଜି ଏହି ବିହାର ମାଟିକୁ ମିଳୁଛି ।ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ, ମୋକାମାରେ ଆୟୋଜିତ ସାଧାରଣ ସଭାରେ ଉଦ୍ବୋଧନ
October 14th, 02:14 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ମୋକାମାଠାରେ ନମାମି ଗଙ୍ଗେ କାର୍ଯ୍ୟକ୍ରମ ଅଧୀନରେ 4ଟି ସ୍ୱେରେଜ ପ୍ରକଳ୍ପ ଏବଂ 4ଟି ରାଜପଥ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ପାଇଁ ମୋଟ 3700 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।ଆସନ୍ତାକାଲି ବିହାର ଗସ୍ତ କରିବେ ପ୍ରଧାନମନ୍ତ୍ରୀ
October 13th, 04:29 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର 14, 2017ରେ ବିହାର ଗସ୍ତରେ ଯିବେ ।