Science for Self-Reliance is our mantra: PM Modi
September 26th, 05:15 pm
PM Modi dedicated to the nation three PARAM Rudra Supercomputers worth around Rs 130 crore. Developed indigenously under the National Supercomputing Mission, these supercomputers have been deployed in Pune, Delhi and Kolkata to facilitate pioneering scientific research. The PM also inaugurated a High-Performance Computing system tailored for weather and climate research.ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ତିନୋଟି ପରମ ରୁଦ୍ର ସୁପର କମ୍ପ୍ୟୁଟରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ କଲେ ସମର୍ପିତ
September 26th, 05:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପ୍ରାୟ ୧୩୦ କୋଟି ଟଙ୍କା ମୂଲ୍ୟର ତିନୋଟି ପରମ ରୁଦ୍ର ସୁପର କମ୍ପ୍ୟୁଟରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଜାତୀୟ ସୁପରକମ୍ପ୍ୟୁଟିଂ ମିଶନ (ଏନଏସଏମ) ଅଧୀନରେ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଏହି ସୁପର କମ୍ପ୍ୟୁଟରକୁ ପୁଣେ, ଦିଲ୍ଲୀ ଏବଂ କୋଲକାତାରେ ସ୍ଥାପିତ କରାଯାଇ ବୈଜ୍ଞାନିକ ଗବେଷଣାର ସୁବିଧା ପାଇଁ ନିୟୋଜିତ କରାଯାଇଛି । ପ୍ରଧାନମନ୍ତ୍ରୀ ପାଣିପାଗ ଏବଂ ଜଳବାୟୁ ଗବେଷଣା ପାଇଁ ପ୍ରସ୍ତୁତ ଏକ ହାଇ ପରଫର୍ମାନ୍ସ କମ୍ପ୍ୟୁଟିଂ (ଏଚପିସି) ପ୍ରଣାଳୀର ଉଦଘାଟନ କରିଛନ୍ତି ।ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାଠାରେ ସେମିକନ୍ ଇଣ୍ଡିଆ ୨୦୨୪ରେ ଶୀର୍ଷ ସେମିକଣ୍ଡକ୍ଟର ସିଇଓମାନେ ଭାରତ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି
September 11th, 04:28 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଗ୍ରେଟର ନୋଏଡାଠାରେ ଇଣ୍ଡିଆ ଏକ୍ସପୋ ମାର୍ଟରେ ସେମିକନ୍ ଇଣ୍ଡିଆ ୨୦୨୪କୁ ଉଦଘାଟନ କରିଛନ୍ତି । ସେମିକନ୍ ଇଣ୍ଡିଆ ୨୦୨୪ ସେପ୍ଟେମ୍ବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ 'ସେପିଂ ଦ ସେମିକଣ୍ଡକ୍ଟର ଫ୍ୟୁଚର' ଶୀର୍ଷକରେ ଆୟୋଜନ କରାଯାଉଛି। ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଭାରତର ସେମିକଣ୍ଡକ୍ଟର କୌଶଳ ଏବଂ ନୀତିକୁ ପ୍ରଦର୍ଶିତ କରାଯାଇଛି ଯାହା ଭାରତକୁ ସେମିକଣ୍ଡକ୍ଟର ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି। ଗ୍ଲୋବାଲ ସେମିକଣ୍ଡକ୍ଟର ଜାଏଣ୍ଟର ଶୀର୍ଷ ନେତୃତ୍ୱମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି ଯାହା ବିଶ୍ୱସ୍ତରୀୟ ନେତା, କମ୍ପାନୀ ଏବଂ ସେମିକଣ୍ଡକ୍ଟର ଶିଳ୍ପର ବିଶେଷଜ୍ଞମାନଙ୍କୁ ଏକାଠି କରିବ । ଏହି ସମ୍ମିଳନୀରେ ୨୫୦ ରୁ ଅଧିକ ପ୍ରଦର୍ଶକ ଓ ୧୫୦ ବକ୍ତା ଅଂଶଗ୍ରହଣ କରୁଛନ୍ତି।ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ସେମିକନ୍ ଇଣ୍ଡିଆ ୨୦୨୪ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 11th, 12:00 pm
ସେମିର ସମସ୍ତ ସହଯୋଗୀଙ୍କୁ ମୁଁ ବିଶେଷ ଭାବରେ ସ୍ୱାଗତ ଜଣାଉଛି । ଗ୍ଲୋବାଲ ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରି ସହ ଜଡିତ ଏହି ଭବ୍ୟ କାର୍ଯ୍ୟକ୍ରମଆୟୋଜନ କରିବାରେ ଭାରତ ବିଶ୍ୱର ଅଷ୍ଟମ ଦେଶ । ଏବଂ ମୁଁ କହିପାରିବି ଯେ ଭାରତରେ ରହିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ଆପଣ ସଠିକ୍ ସମୟରେ, ସଠିକ୍ ସ୍ଥାନରେ ଅଛନ୍ତି । ଏକବିଂଶ ଶତାବ୍ଦୀର ଭାରତରେ ଚିପ୍ସ କେବେ ବି କମିନଥାଏ! ଖାଲି ସେତିକି ନୁହେଁ, ଆଜିର ଭାରତ ବିଶ୍ୱକୁ ଆଶ୍ୱାସନା ଦେଉଛି- ଚିପ୍ସ ଖସିଗଲେ ଆପଣ ଭାରତ ଉପରେ ବାଜି ଲଗାଇପାରିବେ!ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାଠାରେ ସେମିକନ୍ ଇଣ୍ଡିଆ ୨୦୨୪କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 11th, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଗ୍ରେଟର ନୋଏଡାସ୍ଥିତ ଇଣ୍ଡିଆ ଏକ୍ସପୋ ମାର୍ଟରେ ସେମିକନ୍ ଇଣ୍ଡିଆ ୨୦୨୪କୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ଶ୍ରୀ ମୋଦୀ ବୁଲି ଦେଖିଥିଲେ। ସେପ୍ଟେମ୍ବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତିନି ଦିନିଆ ସମ୍ମିଳନୀରେ ଭାରତର ସେମିକଣ୍ଡକ୍ଟର ରଣନୀତି ଏବଂ ନୀତି ପ୍ରଦର୍ଶିତ ହୋଇଛି, ଯେଉଁଥିରେ ଭାରତକୁ ସେମିକଣ୍ଡକ୍ଟର ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି।