ଭାରତ-ଅଷ୍ଟ୍ରେଲିଆ ଅର୍ଥନୀତିକ ସହଯୋଗ ଓ ବାଣିଜ୍ୟ ଚୁକ୍ତି (ଇଣ୍ଡଅସ୍‌-ଏକ୍‌ଟା) ସ୍ୱାକ୍ଷର ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରଦତ୍ତ ବାର୍ତ୍ତା

April 02nd, 10:01 am

ଆଜି ମାସକରୁ କମ୍ ସମୟ ମଧ୍ୟରେ ଏହା ମୋର ବନ୍ଧୁ ସ୍କଟ୍‌ଙ୍କ ସହିତ ତୃତୀୟ ପ୍ରତ୍ୟକ୍ଷ ଆଲୋଚନା । ଗତ ସପ୍ତାହରେ ଆୟୋଜିତ ଆଭାସୀ ଶିଖର ବୈଠକରେ ଆମ ଦୁଇଜଣଙ୍କ ମଧ୍ୟରେ ବେଶ୍ ଫଳପ୍ରଦ ଆଲୋଚନା ହୋଇଥିଲା । ସେହି ସମୟରେ ଆମେ ଉଭୟ ଆମର ଟିମ୍‌କୁ ଅର୍ଥନୀତିକ ସହଯୋଗ ଓ ବାଣିଜ୍ୟ ଚୁକ୍ତି ଘେନି ଚାଲିଥିବା କଥାବାର୍ତ୍ତାକୁ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲୁ । ଆଜି ସେହି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହେଉଥିବାରୁ ମୁଁ ବିଶେଷ ଆନନ୍ଦିତ । ଏହି ଅସାଧାରଣ ଉପଲବ୍ଧି ପାଇଁ ମୁଁ ଉଭୟ ଦେଶର ବାଣିଜ୍ୟମନ୍ତ୍ରୀ ଏବଂ ସେମାନଙ୍କ ଅଧିକାରୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।

ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଭାରତ - ଅଷ୍ଟ୍ରେଲିଆ ଅର୍ଥନୀତିକ ସହଯୋଗ ଏବଂ ବାଣିଜ୍ୟ ରାଜିନାମା “ଇଣ୍ଡସ୍ ଏକ୍‌ଟା” ସ୍ୱାକ୍ଷରିତ

April 02nd, 10:00 am

ଭାରତ - ଅଷ୍ଟ୍ରେଲିଆ ଅର୍ଥନୀତିକ ସହଯୋଗ ଏବଂ ବାଣିଜ୍ୟ ରାଜିନାମା (ଇଣ୍ଡସ୍ ଏକ୍‌ଟା) ଭାରତ ସରକାରଙ୍କ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ, ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ଏବଂ ବୟନ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲ ଏବଂ ଅଷ୍ଟ୍ରେଲିଆ ସରକାରଙ୍କ ବାଣିଜ୍ୟ, ପର୍ଯ୍ୟଟନ ଏବଂ ନିବେଶ ମନ୍ତ୍ରୀ ଶ୍ରୀ ଡାନ୍ ତେହାନ୍‌ଙ୍କ ଦ୍ୱାରା ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ସ୍କର୍ଟ ମୋରିସନ୍‌ଙ୍କ ଉପସ୍ଥିତିରେ ଆଜି ଏକ ଆଭାସୀ ଉତ୍ସବରେ ସମ୍ପନ୍ନ ହୋଇଯାଇଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମାନନୀୟ ସ୍କଟ୍‌ ମୋରିସନଙ୍କ ଉପସ୍ଥିତିରେ ଭାରତ-ଅଷ୍ଟ୍ରେଲିଆ ଦ୍ଵିତୀୟ ଭର୍ଚୁଆଲ ଶିଖର ସମ୍ମିଳନୀ ଆୟୋଜିତ

March 21st, 06:08 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମାନନୀୟ ସ୍କଟ୍‌ ମୋରିସନଙ୍କ ଉପସ୍ଥିତିରେ ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ଵିତୀୟ ଭର୍ଚୁଆଲ ଶିଖର ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ଶିଖର ସମ୍ମିଳନୀ ସମୟରେ ସେମାନେ ଦୁଇ ଦେଶ ମଧ୍ୟରେ ରହିଥିବା ବହୁପକ୍ଷୀୟ ସମ୍ପର୍କର ସମୀକ୍ଷା କରିଥିଲେ ଏବଂ କ୍ଷେତ୍ରୀୟ ତଥା ବିଶ୍ୱସ୍ତରୀୟ ଘଟଣାବଳୀ ସମ୍ପର୍କରେ ବିଚାର ଆଦାନପ୍ରଦାନ କରିଥିଲେ ।

ଭାରତ - ଅଷ୍ଟ୍ରେଲିଆ ଆଭାସୀ ସମ୍ମିଳନୀ

March 17th, 08:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ମହାମହିମ ସ୍କଟ୍ ମୋରିସନ୍ ୨୧ ମାର୍ଚ୍ଚ, ୨୦୨୨ରେ ଦ୍ୱିତୀୟ ଭାରତ - ଅଷ୍ଟ୍ରେଲିଆ ଆଭାସୀ ଶିଖର ସମ୍ମିଳନୀରେ ଯୋଗଦେବେ । ଏହି ଶିଖର ସମ୍ମିଳନୀ ୪ ଜୁନ୍ ୨୦୨୦ରେ ଅନୁଷ୍ଠିତ ପ୍ରଥମ ଐତିହାସିକ ଆଭାସୀ ଶିଖର ସମ୍ମିଳନୀର ଅନୁକ୍ରମଣିକା ଭାବରେ ଅନୁଷ୍ଠିତ ହେବାକୁ ଯାଉଛି, ଯେତେବେଳେ କି ସମ୍ବନ୍ଧକୁ ଏକ ବ୍ୟାପକ ରଣନୀତିପୂର୍ଣ୍ଣ ଭାଗିଦାରୀତା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।

କ୍ଵାଡ୍‌ ନେତାମାନଙ୍କର ଭର୍ଚୁଆଲ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ

March 03rd, 10:23 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କ୍ଵାଡ୍‌ ନେତାମାନଙ୍କର ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି । ଏହି ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ଯୋଗ ଦେଇଥିଲେ।

ଭାରତର କୋଭାକ୍ସିନକୁ ଅଷ୍ଟ୍ରେଲିଆର ସ୍ୱୀକୃତି ପାଇଁ ମହାମହୀମ ସ୍କଟ ମୋରିସନଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

November 01st, 10:40 pm

ଭାରତର କୋଭାକ୍ସିନକୁ ଅଷ୍ଟ୍ରେଲିଆର ସ୍ୱୀକୃତି ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ମହାମହୀମ ସ୍କଟ ମୋରିସନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ତଥ୍ୟ ସୂଚୀ: କ୍ୱାଦ୍‌ ନେତୃ ସମ୍ମିଳନୀ

September 25th, 11:53 am

ସେପ୍ଟେମ୍ବର ୨୪ ତାରିଖ ଦିନ ରାଷ୍ଟ୍ରପତି ବାଇଡେନ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କର୍ଟ ମୋରିସନ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଏବଂ ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଡ଼େ ସୁଗାଙ୍କ ସହ ହ୍ୱାଇଟ୍‌ ହାଉସଠାରେ କ୍ୱାଦ୍‌ ସଦସ୍ୟଭୁକ୍ତ ରାଷ୍ଟ୍ରର ନେତୃବର୍ଗଙ୍କ ସହିତ ପ୍ରଥମ ବ୍ୟକ୍ତିଗତ ଶିଖର ସମ୍ମିଳନୀର ଆୟୋଜନ କରିଥିଲେ । ଏହି ସମ୍ମିଳନୀ ଅବସରରେ କ୍ୱାଦ୍‌ ନେତୃବର୍ଗ ସେମାନଙ୍କର ମହାତ୍ତ୍ୱାକାଂକ୍ଷୀ ପ୍ରୟାସମାନ ଉପସ୍ଥାପନ କରିଥିଲେ ଯାହାକି ଏକବିଂଶ ଶତାବ୍ଦୀରେ ଆମର ପାରସ୍ପରିକ ସମ୍ପର୍କକୁ ଅଧିକ ନିବିଡ଼ କରିବା ତଥା ବାସ୍ତବ ସହଯୋଗକୁ ଆଗକୁ ଆଗେଇ ନେବା ଦିଗରେ ସହାୟକ ହୋଇପାରିବ । ସେଥି ମଧ୍ୟରେ କୋଭିଡ଼ – ୧୯ ବୈଶ୍ୱିକ ମହାମାରୀର ମୂଳୋତ୍ପାଟନ, ଏଥି ସହିତ ଏହାକୁ ନିଃଶେଷ କରିବା ସକାଶେ ଅଧିକରୁ ଅଧିକ ନିରାପଦ ତଥା ଫଳପ୍ରସୂ ପ୍ରତିଷେଧକ ଟିକା ଉତ୍ପାଦନ କରିବା; ଉଚ୍ଚ ମାନଯୁକ୍ତ ଭିତ୍ତିଭୂମିର ବିକାଶକୁ ପ୍ରୋତ୍ସାହନ ଯୋଗାଇବା, ଜଳବାୟୁ ପରିବର୍ତ୍ତନ ଜନିତ ସଂକଟ ବିରୋଧରେ ଲଢ଼େଇ କରିବା; ମୁଣ୍ଡ ଟେକୁଥିବା ନୂଆ ନୂଆ ପ୍ରଯୁକ୍ତି, ମହାକାଶ ଓ ସାଇବର ନିରାପତ୍ତା କ୍ଷେତ୍ରରେ ସହଭାଗୀ ହେବା; ଏବଂ ନିଜ ନିଜ ଦେଶରେ ପରବର୍ତ୍ତୀ ପିଢ଼ିର ମେଧା ସୃଷ୍ଟି କରିବା ଆଦି ଅନ୍ୟତମ ।

କ୍ଵାଡ୍ ନେତାମାନଙ୍କର ମିଳିତ ବିବୃତି

September 25th, 11:41 am

ଆମେ ଭାରତ, ଅଷ୍ଟ୍ରେଲିଆ, ଜାପାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ନେତାମାନେ ପ୍ରଥମ ଥର ପାଇଁ “କ୍ଵାଡ଼”ରେ ବ୍ୟକ୍ତିଗତ ଭାବେ ସମ୍ମିଳିତ ହୋଇଛୁ। ଏହି ଐତିହାସିକ ଅବସରରେ, ଏକ ସ୍ୱାଧୀନ ଓ ମୁକ୍ତ ତଥା ସମାବେଶୀ ଓ ଦୀର୍ଘସ୍ଥାୟୀ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସୁରକ୍ଷା ପ୍ରତି ଆମେ ଆମ ପ୍ରତିବଦ୍ଧତାକୁ ଦୋହରାଉଛୁ। ଏହି କ୍ଷେତ୍ର ଆମ ଆପୋସ ସୁରକ୍ଷା ଏବଂ ସମୃଦ୍ଧିର ଆଧାର। ଏହାର ସୁରକ୍ଷା ପାଇଁ ଆମ ସହଭାଗିତା ପ୍ରତି ଆମେ ପୁନଃପ୍ରତିବଦ୍ଧତା ବ୍ୟକ୍ତ କରୁଛୁ। ଆମର ବିଗତ ବୈଠକକୁ ମାତ୍ର ଛଅ ମାସ ବିତିଛି। ମାର୍ଚ୍ଚ ପରଠାରୁ, କୋଭିଡ-୧୯ ମହାମାରୀ ବିଶ୍ୱବ୍ୟାପୀ ଯନ୍ତ୍ରଣା ବୃଦ୍ଧି କରିଛି; ଜଳବାୟୁ ପରିବର୍ତ୍ତନ ସଙ୍କଟ ଘନେଇଛି; ଏବଂ କ୍ଷେତ୍ରୀୟ ସୁରକ୍ଷା ପରିସ୍ଥିତି ଆହୁରି ଜଟିଳ ହୋଇଛି। ଆମର ପ୍ରତ୍ୟେକ ରାଷ୍ଟ୍ର ଏବଂ ମିଳିତ ଭାବେ ସବୁ ରାଷ୍ଟ୍ର ପାଇଁ ଏହା ଏକ ପରୀକ୍ଷାର ସମୟ। ତେବେ ଆମର ପାରସ୍ପରିକ ସହଯୋଗ ସୁଦୃଢ଼ ରହିଛି।

ଭାରତ-ଆମେରିକା ଦ୍ୱିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ

September 24th, 11:48 pm

ରାଷ୍ଟ୍ରପତି ମହୋଦୟ, ସର୍ବପ୍ରଥମେ ଆମ ସମସ୍ତଙ୍କୁ, ଭାରତୀୟ ପ୍ରତିନିଧି ଦଳକୁ ବନ୍ଧୁତାପୂର୍ଣ୍ଣ ଏବଂ ସହୃଦୟତା ଭରା ସ୍ବାଗତ ପାଇଁ ମୁଁ ଆପଣଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଉଛି। 2016ରେ ଏବଂ 2014ରେ ମଧ୍ୟ ଆପଣଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିବାର ସୌଭାଗ୍ୟ ମୋତେ ମିଳିଥିଲା। ସେ ସମୟରେ ଆପଣ ଭାରତ-ଆମେରିକା ସମ୍ପର୍କ ଲାଗି ଆପଣଙ୍କର ଦୂରଦୃଷ୍ଟି ସମ୍ପର୍କରେ ଯାହା କହିଥିଲେ ତାହା ବାସ୍ତବରେ ପ୍ରେରଣାଦାୟୀ ଥିଲା। ଆଜି ଆପଣ ରାଷ୍ଟ୍ରପତି ଭାବେ ସେହି ଦୂରଦୃଷ୍ଟିକୁ ଆଗକୁ ବଢ଼ାଇବା ଲାଗି ପ୍ରୟାସ କରୁଛନ୍ତି, ପଦକ୍ଷେପ ଗ୍ରହଣ କରୁଛନ୍ତି, ସେଥିପାଇଁ ମୁଁ ଆପଣଙ୍କୁ ସ୍ବାଗତ କରୁଛି।

କ୍ୱାଡ ରାଜନେତା ଶିଖର ସମ୍ମିଳନୀ ଅବସରରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

September 23rd, 11:31 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୩, ୨୦୨୧ରେ ଓ୍ୱାଶିଂଟନ ଡିସି, ଯୁକ୍ତରାଷ୍ଟ୍ର ଆମେରିକାରେ କ୍ୱାଡ ରାଜନେତା ଶିଖର ସମ୍ମିଳନୀ ଅବସରରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମହାମହିମ ସ୍କଟ ମୋରିସନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି ।

ଆମେରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

September 22nd, 10:37 am

ମୁଁ ଯୁକ୍ତରାଷ୍ଟ୍ର ଆମେରିକାର ମହାମହିମ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆମନ୍ତ୍ରଣରେ ୨୦୨୧ ସେପ୍ଟେମ୍ବର ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଆମେରିକା ଗସ୍ତ କରିବି ।

କ୍ୱାଡ୍ ନେତାମାନଙ୍କର ପ୍ରଥମ ଶିଖର ସମ୍ମିଳନୀ

March 11th, 11:23 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୨ ମାର୍ଚ୍ଚ ୨୦୨୧ରେ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ୍ରିଲାଟେରାଲ ଫ୍ରେମୱର୍କ ନେତାମାନଙ୍କର ପ୍ରଥମ ବୈଠକରେ ଅଂଶଗ୍ରହଣ କରିବେ । ଏଥିରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ, ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଏବଂ ଆମେରିକା ରାଷ୍ଟ୍ରପତି ଜୋଶେଫ ଆର. ବାଇଡେନ ମଧ୍ୟ ସାମିଲ ହେବେ ।

ଆସନ୍ତା 19 ତାରିଖ ଦିନ ବେଙ୍ଗାଲୁର ବୈଷୟିକ ଶିଖର ସମ୍ମିଳନୀକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

November 17th, 04:12 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା 19ରେ ବେଙ୍ଗାଲୁର ବୈଷୟିକ ଶିଖର ସମ୍ମିଳନୀକୁ ଉଦଘାଟନ କରିବେ । ମଧ୍ୟାହ୍ନ 12 ବେଳେ ଭିଡିଓ କନଫରେନ୍ସ ଜରିଆରେ ଏହି ବୈଠକ ଉଦଘାଟିତ ହେବ ।

List of the documents announced/signed during India - Australia Virtual Summit

June 04th, 03:54 pm

List of the documents announced/signed during India - Australia Virtual Summit, June 04, 2020

India is committed to strengthening ties with Australia: PM Modi

June 04th, 10:54 am

At the India-Australia virtual summit, PM Narendra Modi said, India is committed to strengthening its relations with Australia, it is not only important for our two nations but also for the Indo-Pacific region and the whole world. During the summit, both the countries elevated their bilateral ties to a Comprehensive Strategic Partnership.

PM Modi, Australian PM Morrison take part in virtual summit

June 04th, 10:53 am

At the India-Australia virtual summit, PM Narendra Modi said, India is committed to strengthening its relations with Australia, it is not only important for our two nations but also for the Indo-Pacific region and the whole world. During the summit, both the countries elevated their bilateral ties to a Comprehensive Strategic Partnership.

Telephone Conversation between PM and Prime Minister of the Commonwealth of Australia

April 06th, 02:37 pm

Prime Minister Shri Narendra Modi had a telephonic conversation today with H.E. Scott Morrison, Prime Minister of the Commonwealth of Australia.

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

January 03rd, 07:38 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମିଷ୍ଟର ସ୍କଟ ମୋରିସନଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି ।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

November 04th, 07:59 pm

ବ୍ୟାଂକକଠାରେ ଆରସିଇପି ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କୁ ଭେଟିଛନ୍ତି ।

PM’s meetings on the sidelines of East Asia Summit in Singapore

November 14th, 12:35 pm

PM Narendra Modi held talks with several world leaders on the margins of the East Asia Summit in Singapore.