୨୦୨୨ ଏସସିଓ ଶିଖର ସମ୍ମିଳନୀରେ ବାରଣାସୀ ପ୍ରଥମ ଥର ପାଇଁ ଏସସିଓ ପର୍ଯ୍ୟଟନ ଓ ସାଂସ୍କୃତିକ ରାଜଧାନୀ ଭାବେ ନିର୍ବାଚିତ

September 16th, 11:50 pm

୧. ଉଜବେକିସ୍ତାନର ସମରକନ୍ଦ ଠାରେ ସେପ୍ଟେମ୍ବର ୧୬, ୨୦୨୨ରେ ଆୟୋଜିତ ହୋଇଥିବା ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ରାଷ୍ଟ୍ରମୁଖ୍ୟ ପରିଷଦର ୨୨ତମ ବୈଠକରେ ୨୦୨୨-୨୦୨୩ ବର୍ଷ ପାଇଁ ବାରଣାସୀ ସହର ପ୍ରଥମ ଏସସିଓ ପର୍ଯ୍ୟଟନ ଓ ସାଂସ୍କୃତିକ ରାଜଧାନୀ ଭାବେ ନିର୍ବାଚିତ ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଶିଖର ସମ୍ମିଳନୀରେ ଭାଗ ନେଇଥିଲେ ।

ଏସ୍‌ସିଓ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ସମ୍ବୋଧନ

September 16th, 01:30 pm

ଆଜି ଯେତେବେଳେ ସମଗ୍ର ବିଶ୍ୱ ମହାମାରୀ ପରେ ଆର୍ଥିକ ପୁନରୁଦ୍ଧାର ଭଳି ଆହ୍ୱାନ ଗୁଡିକର ସମ୍ମୁଖୀନ ହେବାରେ ଲାଗିଛି, ସେଥିରେ ଏସ୍‌ସିଓର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । ଏସ୍‌ସିଓର ସଦସ୍ୟ ଦେଶ ବିଶ୍ୱ ସ୍ତରୀୟ ସମୁଦାୟ ଘରୋଇ ଉତ୍ପାଦ (ଜିଡିପି)ରେ ପ୍ରାୟ ୩୦ ପ୍ରତିଶତର ଯୋଗଦାନ ଦେଉଛନ୍ତି ଏବଂ ବିଶ୍ୱର ୪୦ ପ୍ରତିଶତ ଜନସଂଖ୍ୟା ମଧ୍ୟ ଏସ୍‌ସିଓ ଦେଶ ଗୁଡିକରେ ଅବସ୍ଥାନ କରୁଛନ୍ତି । ଭାରତ ଏସ୍‌ସିଓ ସଦସ୍ୟ ମାନଙ୍କ ମଧ୍ୟରେ ଅଧିକ ସହଯୋଗ ଏବଂ ପରସ୍ପର ମଧ୍ୟରେ ବିଶ୍ୱାସକୁ ସମର୍ଥନ କରୁଛି । ମହାମାରୀ ଏବଂ ୟୁକ୍ରେନ୍‌ର ସଙ୍କଟ ଯୋଗୁଁ ଅନ୍ତର୍ଜାତୀୟ ଯୋଗାଣ ଶୃଙ୍ଖଳାରେ ଅନେକ ପ୍ରତିବନ୍ଧକ ସୃଷ୍ଟି ହୋଇଛି, ଯେଉଁ କାରଣରୁ ସମଗ୍ର ବିଶ୍ୱ ଅତ୍ୟଧିକ ପରିମାଣରେ ଶକ୍ତି ଏବଂ ଖାଦ୍ୟ ସଙ୍କଟର ସମ୍ମୁଖୀନ ହେଉଛି । ଆମ କ୍ଷେତ୍ରରେ ଏସ୍‌ସିଓକୁ ବିଶ୍ୱସ୍ତ, ନମନୀୟ ଏବଂ ବିବିଧତାପୂର୍ଣ୍ଣ ଯୋଗାଣ ଶୃଙ୍ଖଳା ବିକଶିତ କରିବା ନିମନ୍ତେ ଚେଷ୍ଟା କରିବା ଜରୁରୀ । ଏଥି ପାଇଁ ଉନ୍ନତ ମାନର ସଂଯୋଗର ଆବଶ୍ୟକତା ନିଶ୍ଚିତ ରୂପରେ ଆବଶ୍ୟକ ହେବ, ଏହା ସହିତ ଏହା ମଧ୍ୟ ମହତ୍ୱପୂର୍ଣ୍ଣ ହେବ ଯେ, ଆମେ ସମସ୍ତେ ଯେପରି ପରସ୍ପରର ଗମନାଗମନକୁ ସମ୍ପୂର୍ଣ୍ଣ ଅଧିକାର ଦେବା ।

ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ଶୁଭେଚ୍ଛା ଆଦାନ ପ୍ରଦାନ

January 07th, 06:11 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପରସ୍ପର ମଧ୍ୟରେ ବର୍ଷ 2019 ଲାଗି ଆଜି ଟେଲିଫୋନ ଯୋଗେ ଶୁଭେଚ୍ଛା ବାର୍ତ୍ତା ଆଦାନ ପ୍ରଦାନ କରିଛନ୍ତି । ଖ୍ରୀଷ୍ଟମାସ ଅବସରରେ ରାଷ୍ଟ୍ରପତି ଏବଂ ରୁଷ ଅଧିବାସୀଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି, ଯାହାକି ଆଜି ରୁଷିଆରେ ଏହି ପର୍ବ ପାଳନ କରାଯାଉଛି ।

ଭାରତ ଓ ରୁଷ ଅନୌପଚାରିକ ଶିଖର ବୈଠକ

May 21st, 10:10 pm

ମେ 21, 2018ରେ ରୁଷୀୟ ସଂଘର ସୋଚି ସହରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସେମାନଙ୍କ ପ୍ରଥମ ଅନୌପଚାରିକ ଶିଖର ବୈଠକରେ ଯୋଗ ଦେଇଥିଲେ । ଭାରତ ଏବଂ ରୁଷ ମଧ୍ୟରେ ଉଚ୍ଚସ୍ତରୀୟ ରାଜନୈତିକ ସମ୍ପର୍କର ପରମ୍ପରାକୁ ଦୃଷ୍ଟିରେ ରଖି ଏହି ଶିଖର ବୈଠକ ଉଭୟ ନେତାଙ୍କୁ ସେମାନଙ୍କ ବନ୍ଧୁତ୍ୱକୁ ନିବିଡ଼ କରିବା ଏବଂ କ୍ଷେତ୍ରୀୟ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ସେମାନଙ୍କ ମତ ବିନିମୟ କରିବା ଲାଗି ସୁଯୋଗ ଦେଇଥିଲା ।

ପ୍ରଧାନମନ୍ତ୍ରୀ ମୋଦୀ ରୁଷ ରାଷ୍ଟ୍ରପତି ପୁତିନଙ୍କ ସହ ଆଲୋଚନା କରିଛନ୍ତି

May 21st, 04:40 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋଚିରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ଆଲୋଚନା କରିଛନ୍ତି ।