ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
November 20th, 08:09 pm
ବ୍ରାଜିଲର ରିଓ ଡି ଜେନେରୋରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୯ ତାରିଖରେ ଆର୍ଜେଣ୍ଟିନାର ରାଷ୍ଟ୍ରପତି ଜାଭିଏର ମିଲେଇଙ୍କୁ ଭେଟିଛନ୍ତି ।ଇଟାଲୀ-ଭାରତ ମିଳିତ ରଣନୀତିକ କାର୍ଯ୍ୟ ଯୋଜନା ୨୦୨୫-୨୦୨୯
November 19th, 09:25 am
ଭାରତ ଏବଂ ଇଟାଲୀ ମଧ୍ୟରେ ରଣନୈତିକ ଭାଗିଦାରୀର ଅନନ୍ୟ ସମ୍ଭାବନାକୁ ଅନୁଭବ କରି ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଟାଲୀର ପ୍ରଧାନମନ୍ତ୍ରୀ ସୁଶ୍ରୀ ଜର୍ଜିଆ ମେଲୋନି ୧୮ ନଭେମ୍ବର ୨୦୨୪ରେ ବ୍ରାଜିଲର ରିଓ ଡି ଜେନେରିକଠାରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ସେମାନଙ୍କର ବୈଠକରେ ନିମ୍ନଲିଖିତ କେନ୍ଦ୍ରୀଭୂତ, ସମୟବଦ୍ଧ ପଦକ୍ଷେପ ଏବଂ ରଣନୈତିକ କାର୍ଯ୍ୟର ମିଳିତ ଯୋଜନା ମାଧ୍ୟମରେ ଏହାକୁ ଅଧିକ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ଉଦ୍ଦେଶ୍ୟରେ ଇଟାଲୀ ଏବଂ ଭାରତ ନିମ୍ନଲିଖିତ ବିଷୟରେ ସହମତ ହୋଇଛନ୍ତି:ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ
November 19th, 06:08 am
ବ୍ରାଜିଲର ରିଓ ଡି ଜେନେରିଓରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଲୁଇସ୍ ମୋଣ୍ଟେନେଗ୍ରୋଙ୍କୁ ଭେଟିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ଥିଲା । ଏପ୍ରିଲ ୨୦୨୪ରେ ପଦଭାର ଗ୍ରହଣ କରିଥିବାରୁ ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ମୋଣ୍ଟେନେଗ୍ରୋଙ୍କୁ ଅଭିନନ୍ଦନ ଜଣାଇଥିଲେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ। ଏଥିସହିତ ଭାରତ ଓ ପର୍ତ୍ତୁଗାଲ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଗଭୀର ତଥା ମଜବୁତ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ଆଗ୍ରହୀ ବୋଲି ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମୋଣ୍ଟେନେଗ୍ରୋ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କର ତୃତୀୟ କାର୍ଯ୍ୟକାଳ ପାଇଁ ଅଭିନନ୍ଦନ ଜଣାଇଥିଲେ ।List of outcomes during visit of German Chancellor to India
October 25th, 07:47 pm
India and Germany are strengthening partnerships across innovation, green energy, security, science, and education. New agreements focus on green hydrogen, urban mobility, and startup incubation to drive sustainable tech. Enhanced security cooperation includes treaties on legal assistance and data protection. Collaborative science initiatives target disaster mitigation, genomics, ocean research, and mobile diagnostics. Upcoming events include the Asia-Pacific Conference and joint Indo-German naaval exercises.ତୃତୀୟ କୌଟିଲ୍ୟ ଅର୍ଥନୀତି ସମ୍ମିଳନୀ ୨୦୨୪ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 04th, 07:45 pm
ଯେତେବେଳେ ବିଶ୍ୱର ଦୁଇଟି ପ୍ରମୁଖ ଅଞ୍ଚଳ ଯୁଦ୍ଧ ସ୍ଥିତିରେ ଅଛି । ଚଳିତ ଥର ଏହି କନ୍କ୍ଲେଭ୍ ଏମିତି ସମୟରେ ଆୟୋଜନ କରାଯାଉଛି, ଏହି ଦୁଇଟି ଅଞ୍ଚଳ ବିଶ୍ୱ ଅର୍ଥନୀତି ପାଇଁ ବିଶେଷ ଶକ୍ତି ନିରାପତ୍ତା ଦୃଷ୍ଟିରୁ ବହୁତ ଗୁରୁତ୍ୱପୂର୍ଣ୍ଣ । ଏଭଳି ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ଅନିଶ୍ଚିତତା ମଧ୍ୟରେ ଆମେ ଏଠାରେ ‘ଭାରତୀୟ ଯୁଗ' ବିଷୟରେ ଆଲୋଚନା କରିବା ପାଇଁ ଏକାଠି ହୋଇଛୁ । ଏହା ଦର୍ଶାଉଛି ଯେ ଆଜି ଭାରତ ଉପରେ ବିଶ୍ୱାସ କିଛି ଅଲଗା ରହିଛି.... ଏହା ଦର୍ଶାଉଛି ଯେ ଆଜି ଭାରତର ଆତ୍ମବିଶ୍ୱାସ କିଛି ବିଶେଷ ଅଛି ।ନୂଆଦିଲ୍ଲୀରେ କୌଟିଲ୍ୟ ଇକୋନୋମିକ୍ କନକ୍ଲେଭର ତୃତୀୟ ସଂସ୍କରଣକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
October 04th, 07:44 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ କୌଟିଲ୍ୟ ଇକୋନୋମିକ୍ କନକ୍ଲେଭକୁ ସମ୍ବୋଧିତ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ସହ ଭାଗିଦାରୀରେ ଇନଷ୍ଟିଚ୍ୟୁଟ୍ ଅଫ୍ ଇକୋନୋମିକ୍ ଗ୍ରୋଥ୍ ପକ୍ଷରୁ ଆୟୋଜିତ ଏହି କୌଟିଲ୍ୟ ଇକୋନୋମିକ୍ କନକ୍ଲେଭ୍ ସବୁଜ ପରିବର୍ତ୍ତନ, ଭୂ-ଅର୍ଥନୈତିକ ବିଭାଜନ ଏବଂ ଅଭିବୃଦ୍ଧି ଉପରେ ପ୍ରଭାବ ଏବଂ ସ୍ଥିରତା ବଜାୟ ରଖିବା ପାଇଁ ନୀତିଗତ କାର୍ଯ୍ୟର ବିଷୟବସ୍ତୁ ଉପରେ ଗୁରୁତ୍ୱ ଦେବ।Science for Self-Reliance is our mantra: PM Modi
September 26th, 05:15 pm
PM Modi dedicated to the nation three PARAM Rudra Supercomputers worth around Rs 130 crore. Developed indigenously under the National Supercomputing Mission, these supercomputers have been deployed in Pune, Delhi and Kolkata to facilitate pioneering scientific research. The PM also inaugurated a High-Performance Computing system tailored for weather and climate research.ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ତିନୋଟି ପରମ ରୁଦ୍ର ସୁପର କମ୍ପ୍ୟୁଟରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ କଲେ ସମର୍ପିତ
September 26th, 05:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପ୍ରାୟ ୧୩୦ କୋଟି ଟଙ୍କା ମୂଲ୍ୟର ତିନୋଟି ପରମ ରୁଦ୍ର ସୁପର କମ୍ପ୍ୟୁଟରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଜାତୀୟ ସୁପରକମ୍ପ୍ୟୁଟିଂ ମିଶନ (ଏନଏସଏମ) ଅଧୀନରେ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଏହି ସୁପର କମ୍ପ୍ୟୁଟରକୁ ପୁଣେ, ଦିଲ୍ଲୀ ଏବଂ କୋଲକାତାରେ ସ୍ଥାପିତ କରାଯାଇ ବୈଜ୍ଞାନିକ ଗବେଷଣାର ସୁବିଧା ପାଇଁ ନିୟୋଜିତ କରାଯାଇଛି । ପ୍ରଧାନମନ୍ତ୍ରୀ ପାଣିପାଗ ଏବଂ ଜଳବାୟୁ ଗବେଷଣା ପାଇଁ ପ୍ରସ୍ତୁତ ଏକ ହାଇ ପରଫର୍ମାନ୍ସ କମ୍ପ୍ୟୁଟିଂ (ଏଚପିସି) ପ୍ରଣାଳୀର ଉଦଘାଟନ କରିଛନ୍ତି ।ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁସନ୍ଧାନ ଜାତୀୟ ଗବେଷଣା ଫାଉଣ୍ଡେସନ ଗଭର୍ଣ୍ଣିଂ ବଡିର ପ୍ରଥମ ବୈଠକ ଅନୁଷ୍ଠିତ
September 10th, 04:43 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଅଧ୍ୟକ୍ଷତାରେ ଆଜି ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ ଅନୁସନ୍ଧାନ ଜାତୀୟ ଗବେଷଣା ଫାଉଣ୍ଡେସନର ଗଭର୍ଣ୍ଣିଂ ବୋର୍ଡର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଭାରତର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ର ଏବଂ ଗବେଷଣା ଓ ବିକାଶ କାର୍ଯ୍ୟକ୍ରମର ପୁନର୍ବିନ୍ୟାସ ଉପରେ ଆଲୋଚନା କରାଯାଇଥିଲା।ଅଷ୍ଟ୍ରିଆର ଭିଏନାରେ ଭାରତୀୟ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 10th, 11:00 pm
ତେବେ ମୁଁ ଆରମ୍ଭ କରିବି କି? ଅଷ୍ଟ୍ରିଆର ମହାମହିମ ଅର୍ଥନୀତି ଓ ଶ୍ରମ ମନ୍ତ୍ରୀ ମୋର ସମସ୍ତ ସାଥିମାନେ ପ୍ରବାସୀ ଭାରତୀୟ ମୋର ସମସ୍ତ ସାଥିମାନେ, ଭାରତର ସମସ୍ତ ବନ୍ଧୁ ଏବଂ ଶୁଭେଚ୍ଛୁ, ନମସ୍କାର ଆପଣ ସମସ୍ତଙ୍କୁ ନମସ୍କାର ।ଅଷ୍ଟ୍ରିଆରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
July 10th, 10:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରବାସୀଙ୍କ ଦ୍ୱାରା ତାଙ୍କ ସମ୍ମାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭିଏନାରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଥିଲେ । ସେଠାରେ ପହଞ୍ଚିବା ପରେ ଗୋଷ୍ଠୀ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ୱତନ୍ତ୍ର ଉତ୍ସାହ ଓ ସ୍ନେହର ସହ ସ୍ୱାଗତ କରାଯାଇଥିଲା। ଅଷ୍ଟ୍ରିଆର ଶ୍ରମ ଓ ଅର୍ଥନୀତି ମନ୍ତ୍ରୀ ମହାମହିମ ଶ୍ରୀ ମାର୍ଟିନ କୋଚର ମଧ୍ୟ ଏହି ସମାବେଶରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ପ୍ରବାସୀ ଭାରତୀୟମାନେ ଅଂଶଗ୍ରହଣ କରିଥିଲେ।୨୦୩୦ ପର୍ଯ୍ୟନ୍ତ ରୁଷ-ଭାରତ ଆର୍ଥିକ ସହଯୋଗର ରଣନୀତିକ କ୍ଷେତ୍ର ବିକାଶ ଉପରେ ନେତାମାନଙ୍କ ମିଳିତ ବିବୃତି
July 09th, 09:49 pm
୮-୯ ଜୁଲାଇ ୨୦୨୪ରେ ରୁଷ ଓ ଭାରତ ମଧ୍ୟରେ ମସ୍କୋରେ ଅନୁଷ୍ଠିତ ୨୨ତମ ବାର୍ଷିକ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀ ପରେ ରୁଷ ରାଷ୍ଟ୍ରପତି ମହାମହିମ ଶ୍ରୀ ଭ୍ଲାଦିମିର ପୁତିନ୍ ଏବଂ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମିଳିତ ବିବୃତି ଜାରି କରିଛନ୍ତି ।ଭିଡିଏନକେଏଚ୍ ଠାରେ ରୋଜାଟମ୍ ପ୍ୟାଭିଲିୟନ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ
July 09th, 04:18 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାମହିମ ରାଷ୍ଟ୍ରପତି ଶ୍ରୀ ଭ୍ଲାଦିମିର ପୁଟିନଙ୍କ ସହ ଆଜି ମସ୍କୋରେ ଥିବା ଅଲ୍ ଋଷୀୟ ପ୍ରଦର୍ଶନୀ କେନ୍ଦ୍ର, ଭିଡିଏନକେଏଚ୍ ପରିଦର୍ଶନ କରିଛନ୍ତି ।ଜାତୀୟ ବିଜ୍ଞାନ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
February 28th, 08:36 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ବିଜ୍ଞାନ ଦିବସ ଅବସରରେ ଶୁଭକାମନା ଜଣାଇଛନ୍ତି । ଶ୍ରୀ ମୋଦୀ ବୈଜ୍ଞାନିକ ସ୍ୱଭାବ, ନବସୃଜନ ଏବଂ ଟେକ୍ନୋଲୋଜି ଉପରେ ନିଜର ବିଚାରର ଏକ ଭିଡିଓ ସେୟାର କରିଛନ୍ତି ।ବିଶ୍ୱ ଗାୟତ୍ରୀ ପରିବାର ଦ୍ୱାରା ଆୟୋଜିତ ଅଶ୍ୱମେଧ ଯଜ୍ଞରେ ପ୍ରାଧନମନ୍ତ୍ରୀଙ୍କ ଭିଡିଓ ବର୍ତାର ମୂଳପାଠ
February 25th, 09:10 am
ଗାୟତ୍ରୀ ପରିବାରର କୌଣସି ବି ଆୟୋଜନ ଏତେ ପବିତ୍ରତା ସହ ଯୋଡି ହୋଇଥାଏ ଯେ, ସେଥିରେ ସାମିଲ ହେବା ନିଜ ପାଇଁ ଏକ ସୌଭାଗ୍ୟର ବିଷୟ ହୋଇଥାଏ । ମତେ ଖୁସି ଲାଗୁଛି ଯେ ମୁଁ ଆଜି ଦେବ ସଂସ୍କୃତି ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଅଶ୍ୱମେଧ ଯଜ୍ଞର ଅଂଶ ହୋଇପାରିଛି । ଯେତେବେଳେ ମୋତେ ଗାୟତ୍ରୀ ପରିବାର ତରଫରୁ ଏହି ଅଶ୍ୱମେଧ ଯଜ୍ଞରେ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରଣ ମିଲିଥିଲା, ସେତେବେଳେ ସମୟ ଅଭାବ ସହ ମୋ ସମ୍ମୁଖରେ ଏକ ଦ୍ୱନ୍ଦ୍ୱ ମଧ୍ୟ ଥିଲା । ଭିଡିଓ ମାଧ୍ୟମରେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଏକ ସମସ୍ୟା ଏହା ଥିଲା ଯେ ସାଧାରଣ ମଣିଷ, ଅଶ୍ୱମେଧ ଯଜ୍ଞକୁ କ୍ଷମତାର ବିସ୍ତାର ସହ ଯୋଡିକି ଦେଖିଥାଏ । ଆଜିକାଲି ନିର୍ବାଚନର ଏହି ସମୟରେ ସ୍ୱଭାବିକ ଭାବରେ ଅଶ୍ୱମେଧ ଯଜ୍ଞର କିଛି ଅନ୍ୟ ଅର୍ଥ ବାହାରି ପଡିଥାନ୍ତା । କିନ୍ତୁ ତାପରେ ମୁଁ ଦେଖିଲେ ଯେ ଅଶ୍ୱମେଧ ଯଜ୍ଞ, ଆଚାର୍ଯ୍ୟ ଶ୍ରୀରାମ ଶର୍ମାଙ୍କ ଭାବନା ଗୁଡିକୁ ଆଗକୁ ବଢାଉଛି, ଅଶ୍ୱମେଧ ଯଜ୍ଞର ଏକ ନୂଆ ଅର୍ଥକୁ ପ୍ରତିପାଦିତ କରୁଛି, ତାପରେ ମୋର ସମସ୍ତ ଦ୍ୱନ୍ଦ୍ୱ ଦୂର ହୋଇଗଲା ।ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଗାୟତ୍ରୀ ପରିବାର ଦ୍ୱାରା ଆୟୋଜିତ ଅଶ୍ୱମେଧ ଯଜ୍ଞକୁ ସମ୍ବୋଧିତ କରିଲେ ପ୍ରଧାନମନ୍ତ୍ରୀ
February 25th, 08:40 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗାୟତ୍ରୀ ପରିବାର ଦ୍ୱାରା ଆୟୋଜିତ ଅଶ୍ୱମେଧ ଯଜ୍ଞକୁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି 'ଅଶ୍ୱମେଧ ଯଜ୍ଞ' ସହିତ ସେ ଜଡିତ ହେବାକୁ ନେଇ ରହିଥିବା ଦ୍ୱନ୍ଦ୍ୱରୁ ଆରମ୍ଭ କରିଥିଲେ, କାରଣ ସେ ଭାବିଥିଲେ ଯେ, ଏହାକୁ ନେଇ ଭୁଲ ବ୍ୟାଖ୍ୟା ମଧ୍ୟ କରାଯାଇପାରେ । ତେବେ ସେ କହିଲେ, ଯେତେବେଳେ ମୁଁ ଆଚାର୍ଯ୍ୟ ଶ୍ରୀ ରାମ ଶର୍ମାଙ୍କ ଭାବନାକୁ ବଜାୟ ରଖିବା ଏବଂ ଏହାକୁ ନୂତନ ଅର୍ଥ ପ୍ରଦାନ କରିବା ପାଇଁ ଅଶ୍ୱମେଧ ଯଜ୍ଞ ଦେଖିଲି , ମୋର ସନ୍ଦେହ ଦୂର ହୋଇଗଲା ।ବୋଇଂ ଇଣ୍ଡିଆ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ସେଣ୍ଟର ଉଦଘାଟନ ଏବଂ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 19th, 03:15 pm
ମୁଁ ବେଙ୍ଗାଲୁରୁକୁ ବିଦେଶରୁ ଆସିଥିବା ସମସ୍ତ ଅତିଥିମାନଙ୍କୁ ବିଶେଷ ଶୁଭେଚ୍ଛା ଜଣାଉଛି । ବେଙ୍ଗାଲୁରୁ ହେଉଛି ଏକ ସହର ଯାହା ଆକାଂକ୍ଷାକୁ ଉଦ୍ଭାବନ ଏବଂ ଉପଲବ୍ଧି ସହିତ ଯୋଡିଥାଏ | ବେଙ୍ଗାଲୁରୁ ଭାରତର ବୈଷୟିକ ସମ୍ଭାବନାକୁ ବିଶ୍ୱ ଚାହିଦା ସହ ଯୋଡ଼ିଛି। ବୋଇଂର ନୂଆ ଗ୍ଲୋବାଲ ଟେକ୍ନୋଲୋଜି କ୍ୟାମ୍ପସ ମଧ୍ୟ ବେଙ୍ଗାଲୁରୁର ଏହି ପରିଚୟକୁ ସୁଦୃଢ଼ କରିବାକୁ ଯାଉଛି। ଆମେରିକା ବାହାରେ ଏହା ବୋଇଂର ସବୁଠାରୁ ବଡ଼ ସୁବିଧା ହେବ। ତେଣୁ ଏହି ସୁବିଧା କେବଳ ଭାରତନୁହେଁ ସମଗ୍ର ବିଶ୍ୱର ବିମାନ ଚଳାଚଳ ବଜାରକୁ ଏକ ନୂତନ ଶକ୍ତି ଦେବାକୁ ଯାଉଛି । କିନ୍ତୁ ସାଥୀମାନେ, ଏହି ସୁବିଧାର ଗୁରୁତ୍ୱ କେବଳ ସେତିକି ନୁହେଁ । ଏହା ବୈଶ୍ୱିକ ଜ୍ଞାନକୌଶଳ, ଗବେଷଣା ଏବଂ ଉଦ୍ଭାବନ, ଡିଜାଇନ୍ ଏବଂ ଚାହିଦା ବୃଦ୍ଧି ପାଇଁ ଭାରତର ପ୍ରତିବଦ୍ଧତାକୁ ମଧ୍ୟ ଦର୍ଶାଉଛି । ଏହି ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ୱାର୍ଲ୍ଡ ଏହି ସଂକଳ୍ପକୁ ଦୃଢ଼ କରିଥାଏ। ଏହି କ୍ୟାମ୍ପସ ଭାରତର ପ୍ରତିଭା ଉପରେ ବିଶ୍ୱର ବିଶ୍ୱାସକୁ ଆହୁରି ମଜବୁତ କରିଥାଏ । ଏହି ଦିବସରେ ଏହା ମଧ୍ୟ ପାଳନ କରାଯାଏ ଯେ ଦିନେ ଭାରତ ମଧ୍ୟ ଏହି କେନ୍ଦ୍ରରେ ଭବିଷ୍ୟତର ବିମାନ ଡିଜାଇନ୍ କରିବ ଏବଂ ତେଣୁ ମୁଁ ବୋଇଂର ସମଗ୍ର ପରିଚାଳନା, ସମସ୍ତ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି ।କର୍ଣ୍ଣାଟକର ବେଙ୍ଗାଲୁରୁରେ ନୂତନ ଅତ୍ୟାଧୁନିକ ବୋଇଂ ଇଣ୍ଡିଆ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ସେଣ୍ଟର କ୍ୟାମ୍ପସକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
January 19th, 02:52 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ନୂତନ ଅତ୍ୟାଧୁନିକ ବୋଇଂ ଇଣ୍ଡିଆ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ସେଣ୍ଟର (ବିଆଇଇଟିସି) କ୍ୟାମ୍ପସକୁ ଉଦଘାଟନ କରିଛନ୍ତି । ୧୬୦୦ କୋଟି ଟଙ୍କା ନିବେଶରେ ନିର୍ମିତ ଏହି ୪୩ ଏକର ପରିମିତ କ୍ୟାମ୍ପସ ଆମେରିକା ବାହାରେ ବୋଇଂର ସବୁଠାରୁ ବଡ଼ ପୁଞ୍ଜିନିବେଶ। ପ୍ରଧାନମନ୍ତ୍ରୀ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଥିଲେ ଯାହାର ଉଦ୍ଦେଶ୍ୟ ହେଉଛି ଦେଶର ବଢୁଥିବା ବିମାନ ଚଳାଚଳ କ୍ଷେତ୍ରରେ ସମଗ୍ର ଭାରତରୁ ଅଧିକ ଝିଅଙ୍କ ପ୍ରବେଶକୁ ପ୍ରୋତ୍ସାହିତ କରିବା ।ତାମିଲନାଡୁର ତିରୁଚିରାପଲ୍ଲୀରେ ଶିଳାନ୍ୟାସ ଏବଂ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 02nd, 12:30 pm
ତାମିଲନାଡୁ ର ରାଜ୍ୟପାଳ ଶ୍ରୀ ଆରଏନ ରବି ଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ଏମକେ ଷ୍ଟାଲିନ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ ଜ୍ୟୋତିରାଦିତ୍ୟ ସିନ୍ଧିୟା ଜୀ ଏବଂ ଏହି ମାଟିର ସନ୍ତାନ ମୋର ସହଯୋଗୀ ଏଲ ମୁରୁଗନ ଜୀ, ତାମିଲନାଡୁ ସରକାରଙ୍କ ମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକଗଣ ଏବଂ ତାମିଲନାଡୁର ମୋ ପରିବାର ସଦସ୍ୟ!ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ତାମିଲନାଡୁର ତିରୁଚିରାପଲ୍ଲୀରେ ୨୦୦କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ଓ ଶିଳାନ୍ୟାସ
January 02nd, 12:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ତିରୁଚିରାପଲ୍ଲୀଠାରେ ୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ତାମିଲନାଡୁରେ ରେଳ, ସଡକ, ତୈଳ, ଓଗ୍ୟାସ ଏବଂ ଜାହାଜ ଚଳାଚଳ୍ ଆଦି କ୍ଷେତ୍ରକୁ ଏହି ବିକାଶ ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରାଯାଇଛି ।