ପିକ୍ସେଲସ୍ପେସ ଦ୍ୱାରା ଭାରତର ପ୍ରଥମ ନିଜସ୍ୱ ଉପଗ୍ରହ ସମୂହ ଭାରତୀୟ ଯୁବଶକ୍ତିର ଅସାଧାରଣ ପ୍ରତିଭାକୁ ଦର୍ଶାଉଛି: ପ୍ରଧାନମନ୍ତ୍ରୀ

January 17th, 05:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି,ପିକ୍ସେଲସ୍ପେସ ଦ୍ୱାରା ଭାରତର ପ୍ରଥମ ନିଜସ୍ୱ ଉପଗ୍ରହ ସମୂହ ଭାରତୀୟ ଯୁବଶକ୍ତିର ଅସାଧାରଣ ପ୍ରତିଭାକୁ ଦର୍ଶାଉଛି । ଶ୍ରୀ ମୋଦୀ କହିଛନ୍ତି, ଏହା ଅନ୍ତରୀକ୍ଷ ଉଦ୍ୟୋଗରେ ଆମର ଘରୋଇ କ୍ଷେତ୍ର ପରିବ୍ୟାପ୍ତର ଦକ୍ଷତାକୁ ଦର୍ଶାଉଛି ।

ଉପଗ୍ରହର ସଫଳ ଅନ୍ତରୀକ୍ଷ ଡକିଙ୍ଗ ପାଇଁ ଇସ୍ରୋକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

January 16th, 01:36 pm

ଉପଗ୍ରହର ସଫଳ ଅନ୍ତରୀକ୍ଷ ଡକିଙ୍ଗ ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋ ଏବଂ ସମଗ୍ର ଅନ୍ତରୀକ୍ଷ ସମୁଦାୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି କି ଆଗାମୀ ବର୍ଷ ମାନଙ୍କରେ ଭାରତର ମହତ୍ୱାକାଂକ୍ଷୀ ଅନ୍ତରୀକ୍ଷ ମିଶନ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ଏସଏସଏଲଭି-ଡି୩ ର ସଫଳ ଉତକ୍ଷେପଣ ପାଇଁ ଇସ୍ରୋକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

August 16th, 01:48 pm

ନୂତନ ସାଟେଲାଇଟ ଲଞ୍ଚ୍ ଭେଇକିଲ୍ (ଏସଏସଏଲଭି)-ଡି୩ ର ଆଜି ସଫଳ ଉତକ୍ଷେପଣ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Congress has not yet arrived in the 21st century: PM Modi in Mandi, HP

May 24th, 10:15 am

Addressing his second public meeting in Mandi, Himachal Pradesh, PM Modi spoke about the aspirations of the youth and the importance of women's empowerment. He stressed the need for inclusive development and equal opportunities for all citizens.

ଦୁର୍ବଳ କଂଗ୍ରେସ ସରକାର ସାରା ବିଶ୍ୱରେ ଅନୁରୋଧ କରୁଥିଲା: ହିମାଚଳ ପ୍ରଦେଶର ଶିମଲାରେ ପ୍ରଧାନମନ୍ତ୍ରୀ ମୋଦୀ

May 24th, 10:00 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶର ଶିମଲାଠାରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ହିମାଚଳ ପ୍ରଦେଶ ପାଇଁ ଏକ ଅଭିନବ ଦୃଷ୍ଟିକୋଣ ଏବଂ ଏକ ଆଗଧାଡ଼ିର ଦୃଷ୍ଟିକୋଣ ବିଷୟରେ କହିଥିଲେ। ପ୍ରଧାନମନ୍ତ୍ରୀ ରାଜ୍ୟ ଏବଂ ରାଜ୍ୟବାସୀଙ୍କ ସହ ତାଙ୍କର ଦୀର୍ଘଦିନର ସମ୍ପର୍କ ଉପରେ ଗୁରୁତ୍ୱାରୋପ କରି ସେମାନଙ୍କ ବିକାଶ ଏବଂ କଲ୍ୟାଣ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ ।

ହିମାଚଳ ପ୍ରଦେଶର ଶିମଲା ଓ ମଣ୍ଡିରେ ଜନସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ

May 24th, 09:30 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶର ଶିମଲା ଏବଂ ମଣ୍ଡିରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବା ସହ ହିମାଚଳ ପ୍ରଦେଶ ପାଇଁ ଏକ ଆଗଧାଡ଼ିର ଦୃଷ୍ଟିକୋଣ ବିଷୟରେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ରାଜ୍ୟ ଏବଂ ରାଜ୍ୟବାସୀଙ୍କ ସହ ତାଙ୍କର ଦୀର୍ଘଦିନର ସମ୍ପର୍କ ଉପରେ ଗୁରୁତ୍ୱାରୋପ କରି ସେମାନଙ୍କ ବିକାଶ ଏବଂ କଲ୍ୟାଣ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ ।

Congress, with its Emergency-era mentality, has lost faith in democracy: PM Modi in Rudrapur

April 02nd, 12:30 pm

Ahead of the Lok Sabha election 2024, Prime Minister Narendra Modi spoke to a large audience in Rudrapur, Uttarakhand today. Beginning his speech, PM Modi remarked, This marks my inaugural electoral rally in the 'Devbhumi,' Uttarakhand. Moreover, this rally unfolds in an area frequently labeled as Mini India. You all have come here to bless us in such large numbers. We are deeply grateful to all of you.

PM Modi delivers a powerful speech at a public meeting in Rudrapur, Uttarakhand

April 02nd, 12:00 pm

Ahead of the Lok Sabha election 2024, Prime Minister Narendra Modi spoke to a large audience in Rudrapur, Uttarakhand today. Beginning his speech, PM Modi remarked, This marks my inaugural electoral rally in the 'Devbhumi,' Uttarakhand. Moreover, this rally unfolds in an area frequently labeled as Mini India. You all have come here to bless us in such large numbers. We are deeply grateful to all of you.

Cabinet approves amendment in the Foreign Direct Investment (FDI) policy on Space Sector

February 21st, 11:06 pm

The Union Cabinet chaired by Prime Minister Shri Narendra Modi approved the amendment in Foreign Direct Investment (FDI) policy on space sector. Now, the satellites sub-sector has been pided into three different activities with defined limits for foreign investment in each such sector.

ଆବୁ ଧାବି, ସଂଯୁକ୍ତ ଆରବ ଏମିରେଟସ୍‌ରେ ଅହଲାନ ମୋଦୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

February 13th, 11:19 pm

ଆଜି ଆବୁ ଧାବିରେ ଆପଣମାନେ ଏକ ନୂତନ ଇତିହାସ ସୃଷ୍ଟି କରି ଦେଇଛନ୍ତି । ଆପଣମାନେ ସମସ୍ତେ ୟୁଏଇର କୋଣ ଅନୁକୋଣରୁ ଆସିଛନ୍ତି ଏବଂ ଭାରତର ଭିନ୍ନ ଭିନ୍ନ ରାଜ୍ୟରୁ ଆସିଛନ୍ତି, କିନ୍ତୁ ଆପଣ ସମସ୍ତଙ୍କ ହୃଦୟ ଯୋଡି ହୋଇଛି । ଏହି ଐତିହାସିକ ଷ୍ଟାଡିୟମ୍‌ରେ ପ୍ରତିଟି ସ୍ପନ୍ଦନ କହୁଛି – ଭାରତ- ୟୁଏଇ ବନ୍ଧୁତ୍ୱ ଜିନ୍ଦାବାଦ! ପ୍ରତିଟି ନିଶ୍ୱାସ କହୁଛି – ଭାରତ- ୟୁଏଇ ବନ୍ଧୁତ୍ୱ ଜିନ୍ଦାବାଦ । ପ୍ରତିଟି ଧ୍ୱନୀ କହୁଛି ଭାରତ-ୟୁଏଇ ବନ୍ଧୁତ୍ୱ ଜିନ୍ଦାବାଦ ! ହଁ... ଏହି କ୍ଷଣକୁ ବଂଚିଯିବାର ଅଛି... ମନ ଭରି ଅନୁଭବ କରିନେବାର ଅଛି । ଆଜି ସେହି ସ୍ମୃତିଗୁଡିକୁ ସାଉଁଟି ନେବାର ଅଛି, ଯାହା ସାରା ଜୀବନ ଆପଣଙ୍କ ସହ ରହିବାକୁ ଯାଉଛି । ଯେଉଁ ସ୍ମୃତି ସାରା ଜୀବନ ମୋ ସହିତ ମଧ୍ୟ ରହିବ ।

ୟୁଏଇରେ ଭାରତୀୟମାନଙ୍କ କାର୍ଯ୍ୟକ୍ରମ -"ଅହଲାନ ମୋଦୀ"ରେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

February 13th, 08:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୟୁଏଇରେ ଥିବା ଭାରତୀୟ ସମ୍ପ୍ରଦାୟ ଦ୍ୱାରା ତାଙ୍କ ସମ୍ମାନରେ ଆୟୋଜିତ ଏକ କାର୍ଯ୍ୟକ୍ରମ 'ଅହଲନ ମୋଦୀ'ରେ ୟୁଏଇରେ ଥିବା ଭାରତୀୟମାନଙ୍କୁ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ୭ଟି ଏମିରେଟ୍ସରୁ ପ୍ରବାସୀ ଭାରତୀୟମାନେ ଅଂଶଗ୍ରହଣ କରିଥିଲେ ଏବଂ ଏଥିରେ ସମସ୍ତ ସମ୍ପ୍ରଦାୟର ଭାରତୀୟମାନେ ସାମିଲ ହୋଇଥିଲେ। ଦର୍ଶକଙ୍କ ମଧ୍ୟରେ ଏମିରାଟିସ୍ ମଧ୍ୟ ସାମିଲ ଥିଲେ।

୪୩ତମ ପ୍ରଗତି ଆଲୋଚନାରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ

October 25th, 09:12 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନେଇ ସକ୍ରିୟ ଶାସନ ଏବଂ ସମୟୋପଯୋଗୀ କାର୍ଯ୍ୟକାରିତା ପାଇଁ ଆଇସିଟି ଆଧାରିତ ମଲ୍ଟି-ମୋଡାଲ୍ ପ୍ଲାଟଫର୍ମ ପ୍ରଗତିର ୪୩ତମ ସଂସ୍କରଣର ବୈଠକରେ ଅଧ୍ୟକ୍ଷତା କରିଥିଲେ ।

ମଧ୍ୟପ୍ରଦେଶର ଗ୍ୱାଲିୟରଠାରେ ସ୍କିଣ୍ଡିଆ ସ୍କୁଲର ୧୨୫ତମ ସ୍ଥାପନା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 21st, 11:04 pm

ମଧ୍ୟପ୍ରଦେଶର ରାଜ୍ୟପାଳ ଶ୍ରୀମାନ ମଙ୍ଗୁଭାଇ ପଟେଲ, ଏଠାକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ, ସିନ୍ଧିୟା ସ୍କୁଲର ନିର୍ଦ୍ଦେଶକ ମଣ୍ଡଳର ଅଧ୍ୟକ୍ଷ ଏବଂ କ୍ୟାବିନେଟରେ ମୋର ସହଯୋଗୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜୀ, ଶ୍ରୀ ନରେନ୍ଦ୍ର ସିଂହ ତୋମର, ଡକ୍ଟର ଜିତେନ୍ଦ୍ର ସିଂହ, ସ୍କୁଲ ମ୍ୟାଜେନମେଣ୍ଟର ସାଥି ଏବଂ ସମସ୍ତ କର୍ମଚାରୀ, ଅଧ୍ୟାପକ ଏବଂ ଅଭିଭାବକଗଣ ଏବଂ ମୋର ପ୍ରିୟ ଯୁବ ସାଥିମାନେ !

ମଧ୍ୟପ୍ରଦେଶର ଗ୍ୱାଲିୟର ଠାରେ ଥିବା ସିନ୍ଧିଆ ସ୍କୁଲର ୧୨୫ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

October 21st, 05:40 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଗ୍ୱାଲିୟର ଠାରେ 'ଦି ସିନ୍ଧିଆ ସ୍କୁଲ୍‌' ର ୧୨୫ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିଦ୍ୟାଳୟରେ 'ବହୁମୁଖୀ କ୍ରୀଡ଼ା କପ୍ଳେକ୍ସ' ର ଶିଳାନ୍ୟାସ କରିବା ସହ ବିଶିଷ୍ଟ ପୂର୍ବତନ ଛାତ୍ରଛାତ୍ରୀ ଏବଂ ଶ୍ରେଷ୍ଠ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟର ବାର୍ଷିକ ପୁରସ୍କାର ପ୍ରଦାନ କରିଥିଲେ । ସିନ୍ଧିଆ ସ୍କୁଲ ୧୮୯୭ ମସିହାରେ ସ୍ଥାପିତ ହୋଇଥିଲା ଏବଂ ଏହା ଐତିହାସିକ ଗ୍ୱାଲିୟର ଦୁର୍ଗ ଉପରେ ରହିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ସ୍ମାରକୀ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିଥିଲେ ।

ବେଙ୍ଗାଲୁରୁର ଇସ୍ରୋ କେନ୍ଦ୍ରରୁ ଫେରିବା ପରେ ଦିଲ୍ଲୀରେ ସମବେତ ଜନତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

August 26th, 01:18 pm

ଆଜି ପ୍ରାତଃରେ ମୁଁ ବେଙ୍ଗାଲୁରୁରେ ଥିଲି, ସକାଳେ ବହୁତ ଶୀଘ୍ର ପହଞ୍ଚିଥିଲି ଆଉ ସ୍ଥିର କରିଥିଲି ଯେ ଭାରତକୁ ଯାଇ ଦେଶକୁ ଏତେ ବିରାଟ ସିଦ୍ଧି ପ୍ରଦାନ କରାଇଥିବା ବୈଜ୍ଞାନିକମାନଙ୍କର ଦର୍ଶନ କରିବି ଆଉ ଏଥିପାଇଁ ମୁଁ ସକାଳୁ- ସକାଳୁ ସେଠାକୁ ଚାଲିଗଲି । କିନ୍ତୁ ସେଠାରେ ଜନତା ଜନାର୍ଦ୍ଦନ ସକାଳୁ ହିଁ ସୂର୍ଯ୍ୟୋଦୟର ମଧ୍ୟ ପୂର୍ବରୁ ହାତରେ ତିରଙ୍ଗା ଧରି ଚନ୍ଦ୍ରଯାନର ସଫଳତା ପାଇଁ ଯେଉଁ ପ୍ରକାରର ଉତ୍ସବ ପାଳନ କଲେ, ତାହା ହେଉଛି ଖୁବ ପ୍ରେରିତ କରିବା ଭଳି ଆଉ ଏବେ ଟାଣ ଖରାରେ ସୂର୍ଯ୍ୟ ବରାବର ଉତପ୍ତ ହେଉଅଛି ଆଉ ଏହି ମାସରେ ଖରା ତ ଚମଡ଼ାକୁ ମଧ୍ୟ ଚିରି ଦେଇଥାଏ । ଏଭଳି ଟାଣ ଖରାରେ ଆପଣ ସମସ୍ତଙ୍କର ଏଠାକୁ ଆସିବା ଆଉ ଚନ୍ଦ୍ରଯାନର ସଫଳତାକୁ ଉତ୍ସବ ଭଳି ପାଳନ କରିବା ଏବଂ ମୋତେ ମଧ୍ୟ ଏହି ପାଳନର ଅଂଶୀଦାର ହେବାର ସୌଭାଗ୍ୟ ମିଳିଲା, ଏହା ମଧ୍ୟ ହେଉଛି ମୋର ସୌଭାଗ୍ୟ । ଆଉ ମୁଁ ଏଥିପାଇଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ।

ଦିଲ୍ଲୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ପ୍ରଦାନ କରାଯାଇଛି

August 26th, 12:33 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଲ୍ଲୀରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଚନ୍ଦ୍ରଯାନ- 3 ମୁନ ଲ୍ୟାଣ୍ଡର ସଫଳ ଅବତରଣ ପରେ ଇସ୍ରୋ ଟିମ୍ କୁ ସାକ୍ଷାତ କରିବା ପରେ ପ୍ରଧାନମନ୍ତ୍ରୀ ଆଜି ବେଙ୍ଗାଲୁରୁରୁ ଦିଲ୍ଲୀ ଠାରେ ପହଞ୍ଚିଛନ୍ତି। ଦକ୍ଷିଣ ଆଫ୍ରିକା ଏବଂ ଗ୍ରୀସ ଗସ୍ତ ପରେ ପ୍ରଧାନମନ୍ତ୍ରୀ ସିଧାସଳଖ ବେଙ୍ଗାଲୁରୁ ଯାଇଥିଲେ। ଶ୍ରୀ ଜେପି ନଡ୍ଡ଼ା ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ତାଙ୍କର ସଫଳ ଗସ୍ତ ତଥା ଭାରତୀୟ ବୈଜ୍ଞାନିକମାନଙ୍କ ମହତ୍ତ୍ବପୂର୍ଣ୍ଣ ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଚନ୍ଦ୍ରଯାନ ୩ ଅଭିଯାନର ସଫଳତା ଉପରେ ଟିମ ଇସ୍ରୋକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

August 26th, 08:15 am

ଆପଣ ସମସ୍ତଙ୍କ ଗହଣରେ ଆସି ଆଜି ଏକ ଭିନ୍ନ ପ୍ରକାରର ଆନନ୍ଦ ଅନୁଭବ କରୁଛି । ବୋଧହୁଏ, ଏଭଳି ଖୁସି ବହୁତ ବିରଳ ଘଟଣାରେ ହିଁ ମିଳିଥାଏ, ଯେତେବେଳେ ଦେହ ମନ ଖ୍‌ୁସିରେ ଭରିଯାଇଥାଏ ଏବଂ ବ୍ୟକ୍ତିର ଜୀବନରେ ଅନେକଥର ଏଭଳି ଘଟଣା ଘଟିଥାଏ କି ତାହା ଉପରେ ଉତ୍କଣ୍ଠାର ମାତ୍ରା ଅଧିକ ହୋଇଯାଏ । ଏଥର ମୋ ସାଥିରେ ମଧ୍ୟ ଏହିଭଳି ହିଁ ହୋଇଛି, ଏତେ ଉତ୍କଣ୍ଠା । ମୁଁ ଦକ୍ଷିଣ ଆଫ୍ରିକାରେ ଥିଲି । ପୁଣି ଗ୍ରୀସ୍‌ର କାର୍ଯ୍ୟକ୍ରମ ଥିଲା । ତେଣୁ ସେଠାକୁ ଚାଲିଗଲି । କିନ୍ତୁ ମୋ ମନ ସମ୍ପୁର୍ଣ୍ଣ ରୂପେ ଆପଣଙ୍କ ସହ ଯୋଡି ହୋଇ ରହିଥିଲା । କିନ୍ତୁ ବେଳେ ବେଳେ ମତେ ଅନୁଭବ ହୁଏ ଯେ ମୁଁ ଆପଣମାନଙ୍କ ସହିତ ଅନ୍ୟାୟ କରି ଦେଉଛି । ଉତ୍କଣ୍ଠା ମୋର କିନ୍ତୁ କଷ୍ଟ ଆପଣଙ୍କର । ଏତେ ସକାଳୁ ସକାଳୁ ଆପଣ ସମସ୍ତଙ୍କୁ ଏବଂ ଏହି ସମୟରେ ବାସ୍ ମନ ଚାହୁଁଥିଲା ଯିବାକୁ ଏବଂ ଆପଣମାନଙ୍କୁ ପ୍ରଣାମ କରିବାକୁ । ଆପଣମାନଙ୍କୁ କଷ୍ଟ ହୋଇଥିବ, କିନ୍ତୁ ମୁଁ ଭାରତରେ ପହଂଚିବା ମାତ୍ରେ ହିଁ ଶୀଘ୍ର ଶୀଘ୍ର ଆପଣମାନଙ୍କ ଦର୍ଶନ କରିବାକୁ ଚାହୁଁଥିଲି । ଆପଣ ସମସ୍ତଙ୍କୁ ସଲାମ କରିବାକୁ ଚାହୁଁଥିଲି । ସଲାମ ଆପଣଙ୍କ ପରିଶ୍ରମକୁ, ସଲାମ ଆପଣଙ୍କ ଧୈର୍ଯ୍ୟକୁ, ସଲାମ ଆପଣଙ୍କ ନିଷ୍ଠାକୁ, ସଲାମ ଆପଣମାନଙ୍କ ଜୀବନ୍ତତାକୁ, ସଲାମ ଆପଣମାନଙ୍କ ଆବେଗକୁ । ଆପଣମାନେ ଦେଶକୁ ଯେଉଁ ଶିଖର ପର୍ଯ୍ୟନ୍ତ ନେଇଯାଇଛନ୍ତି, ଏହା କୌଣସିି ସାଧାରଣ ସଫଳତା ନୁହେଁ । ଏହା ଅନନ୍ତ ଅନ୍ତରୀକ୍ଷରେ ଭାରତର ବୈଜ୍ଞାନିକ ସାମର୍ଥ୍ୟର ଶଙ୍ଖନାଦ ଅଟେ ।

ଚନ୍ଦ୍ରଯାନ-୩ ର ସଫଳତା ନେଇ ପ୍ରଧାନମନ୍ତ୍ରୀଙ୍କ ଟିମ୍ ଇସ୍ରୋକୁ ସମ୍ବୋଧନ

August 26th, 07:49 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୬-୦୮-୨୦୨୩) ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱର୍କ (ଆଇଏସଟିଆରଏସି) ବେଙ୍ଗାଲୁରୁ ଗସ୍ତ କରିଛନ୍ତି । ଗ୍ରୀସରୁ ଭାରତ ଫେରିବା ପରେ ସେ ସେଠାରେ ପହଞ୍ଚି ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ଟିମ୍ ଇସ୍ରୋକୁ ସମ୍ବୋଧନ କରିଛନ୍ତି । ଚନ୍ଦ୍ରଯାନ-୩ ଅଭିଯାନରେ ସଂଶ୍ଳିଷ୍ଟ ଇସ୍ରୋର ବୈଜ୍ଞାନିକମାନଙ୍କୁ ପ୍ରଧାନମନ୍ତ୍ରୀ ଭେଟି ସେମାନଙ୍କ ସହ ବାର୍ତ୍ତା ବିନିମୟ କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଚନ୍ଦ୍ରଯାନ-୩ ଅଭିଯାନର ଖୋଜ୍ ଓ ଅଗ୍ରଗତି ନେଇ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା ।

ପଞ୍ଚଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

August 23rd, 03:30 pm

ଜୋହାନ୍ସବର୍ଗ ଭଳି ଏକ ସୁନ୍ଦର ସହରକୁ ପୁଣି ଥରେ ଆସିବା ମୋ ପାଇଁ ଏବଂ ମୋର ପ୍ରତିନିଧି ଦଳ ନିମନ୍ତେ ଅତ୍ୟନ୍ତ ଆନନ୍ଦର ବିଷୟ ।

ଫ୍ରାନ୍ସର ରାଷ୍ଟ୍ରପତିଙ୍କ ସହିତ ମିଳିତ ପ୍ରେସ୍ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ୍ ବକ୍ତବ୍ୟ

July 15th, 01:47 am

ପ୍ୟାରିସର ସୁନ୍ଦର ସହରରେ ଏହି ସ୍ୱାଗତ ପାଇଁ ମୁଁ ରାଷ୍ଟ୍ରପତି ମାକ୍ରୋନଙ୍କୁ କୃତଜ୍ଞତା ଜଣାଉଛି। ମୁଁ ମଧ୍ୟ ସେମାନଙ୍କର ଜାତୀୟ ଦିବସରେ ଫ୍ରାନ୍ସର ଲୋକମାନଙ୍କୁ ମୋର ହୃଦୟରୁ ଶୁଭେଚ୍ଛା ଜଣାଉଛି। ଏହି ଦିନ ବିଶ୍ବରେ ସ୍ୱାଧୀନତା, ସମାନତା ଏବଂ ଭ୍ରାତୃଭାବ ଭଳି ମୂଲ୍ୟବୋଧର ପ୍ରତୀକ ଭାବରେ ବିବେଚନା କରାଯାଏ । ଏହି ମୂଲ୍ୟବୋଧଗୁଡିକ ଆମର ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ସମ୍ପର୍କର ମୂଳଦୁଆ ଅଟେ । ଆଜି ମୁଁ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଗୌରବାନ୍ୱିତ ଅନୁଭବ କରୁଛି। ମୁଁ ଖୁସି ଯେ ଭାରତୀୟ ସଶସ୍ତ୍ର ବାହିନୀର ତିନୋଟି ସେବାର କଣ୍ଟିଜେଣ୍ଟମାନେ ଏହି ଅବସରରେ ଶୋଭା ଓ ଗରିମା ବଢ଼ାଇା ପାଇଁ ଅଂଶଗ୍ରହଣ କରିଛନ୍ତି। ଆମେ ଭାରତୀୟ ରାଫାଲ ବିମାନର ଫ୍ଲାଇପ୍ୟାଷ୍ଟର ସାକ୍ଷୀ ରହିଥିଲୁ ଏବଂ ଆମର ନୌସେନାର ଜାହାଜ ମଧ୍ୟ ଫ୍ରାନ୍ସ ବନ୍ଦରରେ ଉପସ୍ଥିତ ଥିଲା। ସମୁଦ୍ର, ସ୍ଥଳ ଏବଂ ବାୟୁ କ୍ଷେତ୍ରରେ ଆମର ବଢ଼ୁଥିବା ସହଯୋଗର ସାକ୍ଷୀ ହେବା ଏହା ଏକ ଚମତ୍କାର ଦୃଶ୍ୟ। ଗତକାଲି ରାଷ୍ଟ୍ରପତି ମାକ୍ରନ୍ ମୋତେ ଫ୍ରାନ୍ସର ସର୍ବୋଚ୍ଚ ଜାତୀୟ ପୁରସ୍କାରରେ ସମ୍ମାନିତ କରିଥିଲେ। ଏହି ସମ୍ମାନ ହେଉଛି 140 କୋଟି ଭାରତୀୟଙ୍କ ସମ୍ମାନ।