ସଶକ୍ତ ନାରୀ-ବିକଶିତ ଭାରତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 11th, 10:30 am
କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଶ୍ରୀ ଗିରିରାଜ ସିଂହ ଜୀ, ଶ୍ରୀ ଅର୍ଜୁନ ମୁଣ୍ଡାଜୀ, ଶ୍ରୀ ମନସୁଖ ମାଣ୍ଡଭିୟ ଜୀ ଏବଂ ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ଏଠାକୁ ଆସିଥିବା ଲକ୍ଷ ଲକ୍ଷ ଦିଦି ଯେଉଁମାନେ ଆଜି ଆମ ସହିତ ଯୋଡ଼ି ହୋଇଛନ୍ତି ଏବଂ ଆପଣମାନଙ୍କ ସହିତ ଭିଡିଓ ମାଧ୍ୟମରେ ମଧ୍ୟ ଦେଶର ଲକ୍ଷ ଲକ୍ଷ ଦିଦି ଆମ ସହିତ ଯୋଡ଼ି ହୋଇଛନ୍ତି । ମୁଁ ଆପଣସମସ୍ତଙ୍କୁ ସ୍ୱାଗତ କରୁଛି, ଶୁଭେଚ୍ଛା ଜଣାଉଛି । ଏବଂ ମୁଁ ଏହି ହଲରେ ଦେଖିପାରୁଛି ଯେ ବୋଧହୁଏ ଏହା ଏକ ମିନି ଇଣ୍ଡିଆ । ଏଠାରେ ଭାରତର ପ୍ରତ୍ୟେକ ଭାଷା ଓ କୋଣ ଅନୁକୋଣରୁ ଲୋକ ଦେଖିବାକୁ ମିଳିଥାନ୍ତି । ତେଣୁ ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ।ସଶକ୍ତ ନାରୀ – ବିକଶିତ ଭାରତ କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
March 11th, 10:10 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଶକ୍ତ ନାରୀ - ବିକଶିତ ଭାରତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ନୂଆଦିଲ୍ଲୀର ପୁସାସ୍ଥିତ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନରେ ନମୋ ଡ୍ରୋନ୍ ଦିଦିମାନଙ୍କ ଦ୍ୱାରା କରାଯାଇଥିବା କୃଷି ଡ୍ରୋନ୍ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ । ଦେଶର ୧୦ଟି ଭିନ୍ନ ଭିନ୍ନ ସ୍ଥାନରୁ ନମୋ ଡ୍ରୋନ୍ ଦିଦିମାନେ ମଧ୍ୟ ଏକାସାଙ୍ଗରେ ଡ୍ରୋନ୍ ପ୍ରଦର୍ଶନରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୧୦୦୦ ନମୋ ଡ୍ରୋନ ଦିଦିଙ୍କୁ ଡ୍ରୋନ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଜିଲ୍ଲାରେ ବ୍ୟାଙ୍କମାନଙ୍କ ଦ୍ୱାରା ସ୍ଥାପିତ ବ୍ୟାଙ୍କ ଲିଙ୍କେଜ୍ କ୍ୟାମ୍ପ ମାଧ୍ୟମରେ ସ୍ୱୟଂ ସହାୟିକା ଗୋଷ୍ଠୀ (ଏସ୍ଏଚ୍ଜି)ମାନଙ୍କୁ ରିହାତି ସୁଧ ହାରରେ ପ୍ରାୟ ୮,୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ପାଖାପାଖି ୨,୦୦୦ କୋଟି ଟଙ୍କାର ପୁଞ୍ଜି ସହାୟତା ପାଣ୍ଠି ମଧ୍ୟ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ହିତାଧିକାରୀ ମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।ଦିଲ୍ଲୀଠାରେ ସଶକ୍ତ ନାରୀ- ବିକଶିତ ଭାରତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ
March 10th, 11:14 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୧୧ ତାରିଖ ଦିନ ୧୦ଟା ସମୟରେ ନୂଆଦିଲ୍ଲୀର ପୁସାସ୍ଥିତ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ ପରିସରରେ ସଶକ୍ତ ନାରୀ- ବିକଶିତ ଭାରତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହିତ ନମୋ ଡ୍ରୋନ୍ ଦିଦିମାନଙ୍କ କୃଷି ଡ୍ରୋନ୍ ଉଡ଼ାଣ ପ୍ରଦର୍ଶନ ଦେଖିବେ । ଦେଶର ୧୧ଟି ବିଭିନ୍ନ ସ୍ଥାନରେ ଏହି ନମୋ ଡ୍ରୋନ୍ ଦିଦିମାନେ ସମାନ୍ତରାଳ ଭାବେ କୃଷି ଡ୍ରୋନ୍ ଉଡାଣ ପ୍ରଦର୍ଶନ କରିବେ । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ନମୋ ଡ୍ରୋନ୍ ଦିଦିମାନଙ୍କୁ ୧,୦୦୦ ଡ୍ରୋନ୍ ପ୍ରଦାନ କରିବେ ।