ମହାକାଶ କ୍ଷେତ୍ରରେ ସଂସ୍କାର ଦ୍ୱାରା ଦେଶର ଯୁବବର୍ଗ ଉପକୃତ ହୋଇଛନ୍ତି: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
August 25th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣିଥରେ ମୋର ସମସ୍ତ ପରିଜନଙ୍କୁ ସ୍ୱାଗତ କରୁଛି । ଆଜି ପୁଣି ଥରେ ଆଲୋଚନା ହେବ – ଦେଶର ଉପଲବ୍ଧି ସମ୍ପର୍କରେ, ଦେଶର ସାମୂହିକ ପ୍ରଚେଷ୍ଟା ସମ୍ପର୍କରେ । ଏକବିଂଶ ଶତାବ୍ଦୀର ଭାରତରେ ଏଭଳି ବହୁତ କିଛି ଘଟୁଛି, ଯାହା ବିକଶିତ ଭାରତର ମୂଳଦୁଆକୁ ସୁଦୃଢ଼ କରୁଛି । ଯେମିତିକି, ଏଇ ଅଗଷ୍ଟ ୨୩ ତାରିଖ ଦିନ ଆମେ ସମସ୍ତ ଦେଶବାସୀ ପ୍ରଥମ ଜାତୀୟ ମହାକାଶ ଦିବସ ପାଳନ କଲୁ । ଆପଣମାନେ ସମସ୍ତେ ଏହି ଦିନଟି ସହ ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ପୁଣିଥରେ ଉତ୍ସବ ପାଳନ କରିଥିବେ ବୋଲି ମୋର ବିଶ୍ୱାସ । ଗତବର୍ଷ ଠିକ୍ ଏହି ଦିନ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ଭାଗରେ ଶିବ-ଶକ୍ତି ପଏଣ୍ଟ ଠାରେ ସଫଳତାର ସହ ଅବତରଣ କରିଥିଲା । ଏହି ଉପଲବ୍ଧି ହାସଲ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇପାରିଲା ।India- Poland Joint Statement “Establishment of Strategic Partnership”
August 22nd, 08:21 pm
At the invitation of PM Donald Tusk of Poland, PM Narendra Modi paid an official visit to Poland from August 21-22, 2024. The historic visit, came as both nations celebrate the 70th anniversary of their diplomatic relations. Recognizing their long-standing ties, reaffirming the deep-rooted bonds of friendship between their countries and peoples, and commitment to realizing the full potential of their ties, the two leaders decided to elevate India-Poland bilateral relations to the level of a Strategic Partnership.”ପୋଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ୍ ବିବୃତି
August 22nd, 03:00 pm
ୱାର୍ସା ଭଳି ଏକ ସୁନ୍ଦର ସହରରେ ଭବ୍ୟ ସ୍ୱାଗତ, ସୁନ୍ଦର ଆତିଥ୍ୟ ଏବଂ ବନ୍ଧୁତ୍ୱପୂର୍ଣ୍ଣ ଶବ୍ଦ ପାଇଁ ମୁଁ ପ୍ରଧାନମନ୍ତ୍ରୀ ଟସ୍କଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି । ଆପଣ ଦୀର୍ଘ ଦିନ ଧରି ଭାରତର ଜଣେ ଭଲ ବନ୍ଧୁ ଅଟନ୍ତି । ଭାରତ ଏବଂ ପୋଲାଣ୍ଡ ମଧ୍ୟରେ ବନ୍ଧୁତାକୁ ସୁଦୃଢ କରିବାରେ ଆପଣଙ୍କର ଅବଦାନ ଅତୁଳନୀୟ ।ଅଷ୍ଟ୍ରିଆର ଭିଏନାରେ ଭାରତୀୟ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 10th, 11:00 pm
ତେବେ ମୁଁ ଆରମ୍ଭ କରିବି କି? ଅଷ୍ଟ୍ରିଆର ମହାମହିମ ଅର୍ଥନୀତି ଓ ଶ୍ରମ ମନ୍ତ୍ରୀ ମୋର ସମସ୍ତ ସାଥିମାନେ ପ୍ରବାସୀ ଭାରତୀୟ ମୋର ସମସ୍ତ ସାଥିମାନେ, ଭାରତର ସମସ୍ତ ବନ୍ଧୁ ଏବଂ ଶୁଭେଚ୍ଛୁ, ନମସ୍କାର ଆପଣ ସମସ୍ତଙ୍କୁ ନମସ୍କାର ।ଅଷ୍ଟ୍ରିଆରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
July 10th, 10:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରବାସୀଙ୍କ ଦ୍ୱାରା ତାଙ୍କ ସମ୍ମାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭିଏନାରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଥିଲେ । ସେଠାରେ ପହଞ୍ଚିବା ପରେ ଗୋଷ୍ଠୀ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ୱତନ୍ତ୍ର ଉତ୍ସାହ ଓ ସ୍ନେହର ସହ ସ୍ୱାଗତ କରାଯାଇଥିଲା। ଅଷ୍ଟ୍ରିଆର ଶ୍ରମ ଓ ଅର୍ଥନୀତି ମନ୍ତ୍ରୀ ମହାମହିମ ଶ୍ରୀ ମାର୍ଟିନ କୋଚର ମଧ୍ୟ ଏହି ସମାବେଶରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ପ୍ରବାସୀ ଭାରତୀୟମାନେ ଅଂଶଗ୍ରହଣ କରିଥିଲେ।ବାରାଣସୀ ହିନ୍ଦୁ ବିଶ୍ୱବିଦ୍ୟାଳୟଠାରେ ସାଂସଦ ସଂସ୍କୃତ ପ୍ରତିଯୋଗିତା ପୁରସ୍କାର ବିତରଣ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 23rd, 11:00 am
ବାରାଣସୀ ହିନ୍ଦୁ ବିଶ୍ୱବିଦ୍ୟାଳୟଠାରେ ସାଂସଦ ସଂସ୍କୃତ ପ୍ରତିଯୋଗିତା ପୁରସ୍କାର ବିତରଣ ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇଛନ୍ତି । ସେ ପାର୍ବତୀ ପତିମହାଦେବଙ୍କୁ ପ୍ରଣାମ ଜଣାଇ ଅଭିଭାଷଣ ଆରମ୍ଭ କରି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଜୀ, କାଶୀ ବିଦ୍ୱତ୍ ପରିଷଦର ଅଧ୍ୟକ୍ଷ ପ୍ରଫେସର ବଶିଷ୍ଠ ତ୍ରିପାଠୀଜୀ, କାଶୀ ବିଶ୍ୱନାଥ ନ୍ୟାସ ପରିଷଦର ଅଧ୍ୟକ୍ଷ ପ୍ରଫେସର ନଗେନ୍ଦ୍ର ଜୀ, ରାଜ୍ୟ ସରକାରଙ୍କର ଉପସ୍ଥିତ ମନ୍ତ୍ରୀଗଣ ଏବଂ ଅନ୍ୟ ଜନ ପ୍ରତିନିଧିଗଣ, ସମ୍ମାନିତ ବିଦ୍ୱାନ ଜନ, ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସାଥୀ, ଉପସ୍ଥିତ ମହିଳା ଏବଂ ସଜ୍ଜନମାନଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ‘ଆପଣ ସମସ୍ତେ ମୋ ପରିବାରର ଲୋକ ମୋର ପ୍ରଣାମ ଗ୍ରହଣ କରନ୍ତୁ । ମହାମନାଗଣ, ଉପସ୍ଥିତ ଥିବା ଏହି ପ୍ରାଙ୍ଗଣରେ ଆପଣମାନଙ୍କ ଗହଣରେ, ସମସ୍ତ ବିଦ୍ୱାନମାନଙ୍କ ଗହଣରେ ବିଶେଷକରି ଯୁବ ବିଦ୍ୱାନମାନଙ୍କ ଗହଣରେ ଉପସ୍ଥିତ ହୋଇ ଜ୍ଞାନର ଗଙ୍ଗାରେ ବୁଡ ପକାଇବା ଭଳି ମୁଁ ଅନୁଭବ କରୁଛି । ଯେଉଁ କାଶୀକୁ ସମୟ ଠାରୁ ମଧ୍ୟ ପ୍ରାଚୀନ କୁହାଯାଏ, ଯାହାର ପରିଚୟ ହେଉଛି ଆମର ଆଧୁନିକ ଯୁବାପିଢି, ଏହି ମାନେ ଆଜି ଦାୟିତ୍ୱ ସମ୍ପନ୍ନ ହେବା ସହ ଏମାନଙ୍କୁ ନେଇ କାଶୀ ସଶକ୍ତ ହେଉଛି । ଏହି ଦୃଶ୍ୟ ଦେଖି ମୋ ହୃଦୟରେ ସନ୍ତୋଷ ଭରି ଯାଉଛି । ଏହି ଦୃଶ୍ୟ ମନରେ ଗୌରବର ଅନୁଭୂତି ଭରି ଦେଉଛି । ଆଉ ମଧ୍ୟ ଏ ଦୃଶ୍ୟ ମନରେ ଏକ ବିଶ୍ୱାସ ଭରି ଦେଉଛି ଯେ ଅମୃତ କାଳରେ ଦେଶକୁ ଏକ ନୂଆ ଉଚ୍ଚସ୍ତରକୁ ସମଗ୍ର ଯୁବ ସମାଜ ନେଇଯାଇ ପାରିବେ । ଆହୁରି ମଧ୍ୟ କାଶୀ ଏମିତି ବି ସର୍ବ ବିଦ୍ୟାର ରାଜଧାନୀ ଅଟେ । ଆଜି କାଶୀର ସେହି ସାମର୍ଥ୍ୟ, ସେହି ସ୍ୱରୂପ ପୁଣି ଥରେ ମନ ଭିତରକୁ ଆସିଯାଉଛି । ଏହା ସମଗ୍ର ଭାରତ ପାଇଁ ଏକ ଗୌରବର ବିଷୟ । ବର୍ତ୍ତମାନ ମୋତେ କାଶୀ ସାଂସଦ ସଂସ୍କୃତ ପ୍ରତିଯୋଗିତା, କାଶୀ ଜ୍ଞାନ ପ୍ରତିଯୋଗିତା ଏବଂ କାଶୀ ସାଂସଦ ଫଟୋଗ୍ରାଫି ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରିବାର ସୁଯୋଗ ମିଳିଛି । ଏହି ସମସ୍ତ ବିଜେତାମାନଙ୍କର ପରିଶ୍ରମ ଏବଂ ପ୍ରତିଭା ପାଇଁ ମୁଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି । ସେମାନଙ୍କ ପରିବାରବର୍ଗକୁ ଶୁଭେଚ୍ଛା ଜଣାଉଛି, ସେମାନଙ୍କ ଗୁରୁଜନମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଛି । ଯେଉଁ ଯୁବ ଗୋଷ୍ଠୀ ସଫଳତାର କେତେ ପାଦ ପଛରେ ରହିଗଲେ ଆଉ କିଛି ଅଟକି ରହିଗଲେ ମୁଁ ସେମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି । ଆପଣମାନେ ସମସ୍ତେ କାଶୀର ଜ୍ଞାନ ପରମ୍ପରାର ଏକ ଅଂଶଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ଏବଂ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ଏହା ସ୍ୱଂୟ ଏକ ବହୁତ ବଡ ଗୌରବ । ଆପଣମାନଙ୍କ ମଧ୍ୟରେ କୌଣସି ବି ସାଥି ହାରିଯାଇନାହାନ୍ତି କିମ୍ବା ପଛେଇ ଯାଇନାହାନ୍ତି । ଆପଣମାନେ ଏହି ଅଂଶଗ୍ରହଣ ମାଧ୍ୟମରେ ଅନେକ ନୂଆ କଥା ଶିଖିଛନ୍ତି, ଆଉ ଅନେକ ପାଦ ଆଗକୁ ମଧ୍ୟ ଆସିଛନ୍ତି । ସେଥିପାଇଁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତେ ଧନ୍ୟବାଦର ପାତ୍ର ଅଟନ୍ତି । ଏ ପ୍ରକାର ଏକ ଆୟୋଜନ ପାଇଁ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ନ୍ୟାସ, କାଶୀ ବିଦ୍ୱତ୍ ପରିଷଦ ଏବଂ ସମସ୍ତ ବିଦ୍ୱାନମାନଙ୍କୁ ମୁଁ ଆଦର ପୂର୍ବକ ଧନ୍ୟବାଦ ଜଣାଉଛି । ଆପଣଙ୍କ କାଶୀର ସାଂସଦଭାବରେ ଜ୍ଞାନକୁ ସାକାର କରିବାରେ ମୁଁ ବହୁତ ବଡ ଭୂମିକା ଗ୍ରହଣ କରିଛି । ଅଭୂତପୂର୍ବ ସହଯୋଗ ମଧ୍ୟ କରିଛି । ଗତ ୧୦ବର୍ଷରେ କାଶୀର ଯେଉଁ ସମସ୍ତ ବିକାଶ କାର୍ଯ୍ୟ ହୋଇଛି ସେ ସବୁ ସମ୍ପର୍କରେ ବିସ୍ତୃତ ସୂଚନା ଥିବା ଦୁଇଟି ପୁସ୍ତକ ଆଜି ଉନ୍ମୋଚନ କରାଯାଇଛି । ଏହା ବ୍ୟତୀତ ଯେତେ ବି ସବୁ ସାଂସଦ ପ୍ରତିଯୋଗିତା କାଶୀରେ ଆୟୋଜନ କରାଯାଇଛି ସେସବୁ ସମ୍ପର୍କରେ ଛୋଟ ଛୋଟ ପୁସ୍ତକ ପ୍ରକାଶ ପାଇଛି । ଏଥି ପାଇଁ ମୁଁ ସମସ୍ତ କାଶୀବାସୀଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି ।’ପ୍ରଧାନମନ୍ତ୍ରୀଙ୍କ ବାରାଣାସୀ ଗସ୍ତ
February 23rd, 10:20 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୩.୦୨.୨୦୨୪) ବାରାଣାସୀର ବି.ଏଚ.ୟୁ ସ୍ଥିତ ସ୍ୱତନ୍ତ୍ର ସଭାଘରଠାରେ ଆୟୋଜିତ ସାଂସଦ ସଂସ୍କୃତ ପ୍ରତିଯୋଗିତାର ପୁରସ୍କାର ବିତରଣ ସମାରୋହରେ ଅଂଶଗ୍ରହଣ କରିଛନ୍ତି । ସେ ମଧ୍ୟ ଏକ କାଶୀ ସଂସଦ ପ୍ରତିଯୋଗିତାରେ ଏକ ପୁସ୍ତିକା ଏକ କଫି ଟେବୁଲ ପୁସ୍ତକ ଉନ୍ମୋଚନ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ କାଶୀ ଜ୍ଞାନ ପ୍ରତିଯୋଗିତା, କାଶୀ ସାଂସଦ ଫଟୋ ଉତ୍ତୋଳନ ପ୍ରତିଯୋଗିତା ଓ କାଶୀ ସାଂସଦ ସଂସ୍କୃତ ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କାର ବିତରଣ କରିଥିଲେ । ସେ ମଧ୍ୟ ବହି, ପୋଷାକ, ବାଦ୍ୟଯନ୍ତ୍ର ଓ ମେଧାବୃତ୍ତି ବାରାଣାସୀର ସଂସ୍କୃତ ବିଦ୍ୟାର୍ଥୀମାନଙ୍କୁ ପ୍ରଦାନ କରିଥିଲେ । ସେ ମଧ୍ୟ କାଶୀ ସାଂସଦ ଚିତ୍ରୋତ୍ତଳନ ପ୍ରତିଯୋଗିତା ଗ୍ୟାଲେରୀ ବୁଲି ଦେଖିଥିଲେ ଓ ‘ସନୱେର କାଶୀ ବିଷୟବସ୍ତୁ ଉପରେ ହୋଇଥିବା ଚିତ୍ରକଳାର ଅଂଶଗ୍ରହଣକାରୀଙ୍କ ସହ କଥାବାର୍ତ୍ତା ହୋଇଥିଲେ ।ଶ୍ରୀଲ ପ୍ରଭୁପାଦଙ୍କ ୧୫୦ତମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 08th, 01:00 pm
ଏହି ପବିତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ପୂଜା ସନ୍ଥଗଣ, ସାଧୁ, ଆଚାର୍ଯ୍ୟ ଗୌଡିୟ ମିଶନର ଶ୍ରଦ୍ଧେୟ ଭକ୍ତି ସୁନ୍ଦର ସନ୍ୟାସୀ ଜୀ, କ୍ୟାବିନେଟରେ ମୋର ସହଯୋଗୀ ଅର୍ଜୁନ ରାମ ମେଘୱାଲ ଜୀ, ମୀନାକ୍ଷୀ ଲେଖୀ ଜୀ, ଦେଶ ଓ ବିଶ୍ୱ ସହ ଜଡିତ ସମସ୍ତ କୃଷ୍ଣ ଭକ୍ତ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଓ ଭଦ୍ରବ୍ୟକ୍ତି ଗଣ,ଶ୍ରୀଲ ପ୍ରଭୁପାଦଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
February 08th, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍ ଠାରେ ଶ୍ରୀଲ ପ୍ରଭୁପାଦଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀ ଆଚାର୍ଯ୍ୟ ଶ୍ରୀଲ ପ୍ରଭୁପାଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ତାଙ୍କ ସମ୍ମାନରେ ଏକ ସ୍ମାରକୀ ଟିକଟ ଓ ମୁଦ୍ରା ଉନ୍ମୋଚନ କରିଥିଲେ । ଗୌଡୀୟ ମିଶନର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀଲ ପ୍ରଭୁପାଦ ବୈଷ୍ଣବ ଧର୍ମର ମୌଳିକ ସିଦ୍ଧାନ୍ତ ଗୁଡିକୁ ସଂରକ୍ଷିତ କରିବା ଓ ପ୍ରସାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।ଆଈ ଶ୍ରୀ ସୋନାଲ ମାତାଙ୍କ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା
January 13th, 12:00 pm
ଜନ୍ମଶତବାର୍ଷିକୀର ଏହି ତିନି ଦିନିଆ ଉତ୍ସବ ମଧ୍ୟରେ ଶ୍ରୀ ସୋନାଲ ମା'ଙ୍କ ସ୍ମୃତି ଆମ ସହିତ ରହିଛି। ଭଗବତୀ ସ୍ୱରୂପ ସୋନାଲ ମା' ଏହି କଥାର ଏକ ଜୀବନ୍ତ ଉଦାହରଣ ଥିଲେ ଯେ ଭାରତ ମାଟି କୌଣସି ଯୁଗରେ ଅବତାର ଆତ୍ମାମାନଙ୍କ ଠାରୁ ଖାଲି ରହୁନାହିଁ। ଗୁଜରାଟ ଏବଂ ସୌରାଷ୍ଟ୍ରର ଏହି ଭୂମି ମହାନ ସନ୍ଥ ଏବଂ ବ୍ୟକ୍ତିତ୍ୱଙ୍କ ଭୂମି, ବିଶେଷ କରି । ଅନେକ ସାଧୁ ସନ୍ଥ ଓ ମହାନ ଆତ୍ମା ଏହି ଅଞ୍ଚଳର ସମଗ୍ର ମାନବଜାତିକୁ ନିଜର ଆଲୋକ ବିସ୍ତାର କରିଛନ୍ତି। ପବିତ୍ର ଗିର୍ନାର ଭଗବାନ ଦତ୍ତାତ୍ରେୟ ଏବଂ ଅଗଣିତ ସନ୍ଥଙ୍କ ବାସସ୍ଥଳୀ ଅଟେ । ସୌରାଷ୍ଟ୍ରର ଏହି ଅନନ୍ତ ସନ୍ଥ ପରମ୍ପରାରେ ଶ୍ରୀ ସୋନାଲ ମା ଆଧୁନିକ ଯୁଗ ପାଇଁ ଆଲୋକ ପରି ଥିଲେ । ତାଙ୍କର ଆଧ୍ୟାତ୍ମିକ ଶକ୍ତି, ମାନବିକ ଶିକ୍ଷା, ତପସ୍ୟା, ଏହା ତାଙ୍କ ବ୍ୟକ୍ତିତ୍ୱରେ ଏକ ଚମତ୍କାର ଦିବ୍ୟ ଆକର୍ଷଣ ସୃଷ୍ଟି କରିଥିଲା । ଏହା ଆଜି ମଧ୍ୟ ଜୁନାଗଡ଼ ଏବଂ ମଢ଼ଡ଼ାର ସୋନାଲ ଧାମରେ କରାଯାଇ ପାରିବ।ଭିଡିଓ ବାର୍ତ୍ତା ଜରିଆରେ ଆଈ ଶ୍ରୀ ସୋନାଲ ମାତାଙ୍କ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
January 13th, 11:30 am
ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପବିତ୍ର ପୌଷ ମାସରେ ଆଈ ଶ୍ରୀ ସୋନାଲ ମା'ଙ୍କ ଜନ୍ମ ଶତବାର୍ଷିକୀ ପାଳନ କରାଯାଉଛି ଏବଂ ସେ ସୋନାଲ ମାତାଙ୍କ ଆଶୀର୍ବାଦ ପାଇଁ କୃତଜ୍ଞତା ଜ୍ଞାପନ କରିବା ସହିତ ଏହି ପବିତ୍ର କାର୍ଯ୍ୟକ୍ରମ ସହିତ ଜଡିତ ହେବା ଏକ ସୌଭାଗ୍ୟର ବିଷୟ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ସମଗ୍ର ଚରଣ ସମାଜ ଏବଂ ସମସ୍ତ ପ୍ରଶାସକଙ୍କୁ ଅଭିନନ୍ଦନ ଜଣାଇବା ସହ କହିଥିଲେ, ମାଧବ ଧାମ ଚରଣ ସମ୍ପ୍ରଦାୟ ପାଇଁ ଶ୍ରଦ୍ଧା, ଶକ୍ତି, ରୀତିନୀତି ଏବଂ ପରମ୍ପରାର କେନ୍ଦ୍ର। ମୁଁ ଶ୍ରୀ ଆଇଙ୍କ ପାଦ ଆଗରେ ପ୍ରଣାମ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।140 କୋଟି ଲୋକ ଅନେକ ପରିବର୍ତ୍ତନ କରୁଛନ୍ତି : ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
November 26th, 11:30 am
ମୋର ପରିବାରଜନ, ନଭେମ୍ବର ୨୬ ତାରିଖର ଆଜିର ଦିନଟି ଅନ୍ୟ ଏକ କାରଣରୁ ମଧ୍ୟ ଅତି ଗୁରୁତ୍ୱପୂର୍ଣ୍ଣ । ୧୯୪୯ ମସିହାରେ ଆଜିର ଦିନରେ ହିଁ ସମ୍ବିଧାନ ସଭା ଭାରତର ସମ୍ବିଧାନ ପ୍ରଣୟନ କରିଥିଲେ । ମୋର ମନେଅଛି, ୨୦୧୫ରେ ଯେତେବେଳେ ଆମେ ବାବା ସାହେବ ଆମ୍ବେଦକରଙ୍କ ୧୨୫ତମ ଜୟନ୍ତୀ ପାଳନ କରୁଥିଲୁ, ସେତେବେଳେ ମନକୁ ଗୋଟିଏ କଥା ଆସିଥିଲା ଯେ, ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ରୂପେ ପାଳନ କରାଯିବା ଉଚିତ । ସେହିଦିନ ଠାରୁ ଆଜିର ଦିନଟିକୁ ପ୍ରତିବର୍ଷ ସମ୍ବିଧାନ ଦିବସ ରୂପେ ଆମେ ପାଳନ କରିଆସୁଛୁ । ମୁଁ ସମସ୍ତ ଦେଶବାସୀଙ୍କୁ ସମ୍ବିଧାନ ଦିବସ ଉପଲକ୍ଷେ ଶୁଭକାମନା ଜଣାଉଛି । ଆଉ ଆମେ ସବୁ ମିଶି ନାଗରିକର କର୍ତ୍ତବ୍ୟକୁ ଅଗ୍ରାଧିକାର ଦେଇ, ବିକଶିତ ଭାରତର ସଂକଳ୍ପକୁ ନିଶ୍ଚିତ ଭାବେ ପୂରଣ କରିବା ।ମଧ୍ୟ ପ୍ରଦେଶର ଚିତ୍ରକୁଟ ତୁଲସୀ ପୀଠ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
October 27th, 03:55 pm
ଆମ ସମସ୍ତଙ୍କୁ ଆଶୀର୍ବାଦ ଦେବା ପାଇଁ ଉପସ୍ଥିତ ପୂଜନୀୟ ଜଗତଗୁରୁ ଶ୍ରୀ ରାମଭଦ୍ରାଚାର୍ଯ୍ୟ ଜୀ, ଏଠାକୁ ଆସିଥିବା ସମସ୍ତ ତପସ୍ୱୀ, ବରିଷ୍ଠ ସନ୍ଥଗଣ, ଋଷିଗଣ, ମଧ୍ୟ ପ୍ରଦେଶର ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଭାଇ ଶିବରାଜ ମହାଶୟ, ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବ, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ !PM addresses programme at Tulsi Peeth in Chitrakoot, Madhya Pradesh
October 27th, 03:53 pm
PM Modi visited Tulsi Peeth in Chitrakoot and performed pooja and darshan at Kanch Mandir. Addressing the gathering, the Prime Minister expressed gratitude for performing puja and darshan of Shri Ram in multiple shrines and being blessed by saints, especially Jagadguru Rambhadracharya. He also mentioned releasing the three books namely ‘Ashtadhyayi Bhashya’, ‘Rambhadracharya Charitam’ and ‘Bhagwan Shri Krishna ki Rashtraleela’ and said that it will further strengthen the knowledge traditions of India. “I consider these books as a form of Jagadguru’s blessings”, he emphasized.ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍'
August 27th, 11:30 am
ମୋର ପ୍ରିୟ ପରିବାରଜନ, ନମସ୍କାର । ‘ମନ୍ କି ବାତ୍’ର ଅଗଷ୍ଟ ମାସର ଅଧ୍ୟାୟରେ ଆପଣମାନଙ୍କୁ ପୁଣି ଥରେ ବହୁତ ବହୁତ ସ୍ୱାଗତ । ଅତୀତରେ କେବେ ଶ୍ରାବଣ ମାସରେ ଦୁଇ ଦୁଇ ଥର ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ହୋଇଥିବା ମୋର ମନେ ପଡ଼ୁନି, କିନ୍ତୁ ଏଥର ତାହା ହେଉଛି । ଶ୍ରାବଣ ଅର୍ଥାତ୍ ମହାଦେବଙ୍କ ମାସ, ଉତ୍ସବ ଏବଂ ଉଲ୍ଲାସର ମାସ । ଚନ୍ଦ୍ରଯାନର ସଫଳତା ଏହି ଉତ୍ସବର ଖୁସିକୁ ବହୁ ଗୁଣ ବୃଦ୍ଧି କରିଦେଇଛି । ଚନ୍ଦ୍ରଯାନ ଚନ୍ଦ୍ରପୃଷ୍ଠକୁ ପହଂଚିବାର ତିନି ଦିନରୁ ଅଧିକ ସମୟ ହେଲାଣି । ଏହା ଏତେ ବଡ଼ ସଫଳତା ଯେ, ଏହା ବିଷୟରେ ଯେତେ ଆଲୋଚନା କଲେ ମଧ୍ୟ ତାହା କମ୍ ହେବ । ଆଜି ଆପଣଙ୍କ ସହିତ କଥା ହେଉଥିବାବେଳେ ମୋର ଗୋଟିଏ ପୁରୁଣା କବିତାର କିଛି ପଂକ୍ତି ମନେ ପଡ଼ୁଛି . . .ଜି-୨୦ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା
August 18th, 02:15 pm
ଭାରତର ୧୪୦ କୋଟି ଲୋକଙ୍କ ତରଫରୁ, ମୁଁ ଆପଣମାନଙ୍କୁ ଭାରତ ଏବଂ ମୋର ନିଜ ରାଜ୍ୟ ଗୁଜରାଟକୁ ସ୍ୱାଗତ କରୁଛି । ଆପଣଙ୍କୁ ସ୍ୱାଗତ କରିବା ରେ ମୋ ସହିତ ଭାରତରେ ୨.୪ ନିୟୁତ ଡାକ୍ତର, ୩.୫ ନିୟୁତ ନର୍ସ, ୧.୩ ନିୟୁତ ପାରାମେଡିକ୍ସ, ୧.୬ ନିୟୁତ ଫାର୍ମାସିଷ୍ଟ ଏବଂ ଅନ୍ୟ ଲକ୍ଷ ଲକ୍ଷ ଲୋକ ଅଛନ୍ତି ।ଜି-୨୦ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
August 18th, 01:52 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଗାନ୍ଧୀନଗର ଠାରେ ଆୟୋଜିତ ଜି-୨୦ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକକୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରିଛନ୍ତି ।ବିଶ୍ୱ ସଂସ୍କୃତ ଦିବସରେ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 12th, 08:54 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ସଂସ୍କୃତ ଦିବସରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସଂସ୍କୃତକୁ ଲୋକପ୍ରିୟ କରିବା ପାଇଁ କାର୍ଯ୍ୟ କରୁଥିବା ଲୋକଙ୍କ ଉଦ୍ୟମକୁ ସେ ସ୍ୱୀକାର କରିଛନ୍ତି । ସେ ମନ କି ବାତରୁ ଦୁଇଟି ଉଦାହରଣ ସେୟାର କରିଥିଲେ ଯେଉଁଠାରେ ସେ ସଂସ୍କୃତର ମହତ୍ୱ ଏବଂ ସୌନ୍ଦର୍ଯ୍ୟ ଉପରେ ବର୍ଣ୍ଣନା କରିଥିଲେ । ଯୁବକମାନଙ୍କ ମଧ୍ୟରେ ସଂସ୍କୃତର ବଢୁଥିବା ଲୋକପ୍ରିୟତା ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ ।ଜରୁରୀକାଳୀନ ପରିସ୍ଥିତି ଲାଗୁ କରି ଗଣତନ୍ତ୍ରକୁ ଦମନ କରିବା ପାଇଁ ଉଦ୍ୟମ କରାଯାଇଥିଲା : ମନ୍ କୀ ବାତ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ
June 26th, 11:30 am
ମନ୍ କୀ ବାତ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଜରୁରୀକାଳୀନ ପରିସ୍ଥିତିର ଅନ୍ଧକାର ଦିନକୁ ମନେ ପକାଇଥିଲେ । ସେ କହିଥିଲେ ଯେ ଅତ୍ୟାଚାର ସତ୍ତ୍ୱେ ଗଣତନ୍ତ୍ର ଉପରେ ଲୋକଙ୍କ ବିଶ୍ୱାସ ଆଦୌ ଦୋହଲି ପାରିଲା ନାହିଁ । ପ୍ରଧାନମନ୍ତ୍ରୀ ମୋଦୀ ମହାକାଶ କ୍ଷେତ୍ରରେ ଷ୍ଟାର୍ଟଅପ୍ ବୃଦ୍ଧି, କ୍ରୀଡା, ଭାରତର ପରମ୍ପରା ଏବଂ ସଂସ୍କୃତି ଭଳି ଅନ୍ୟାନ୍ୟ ବିଷୟ ଉପରେ କହିଥିଲେ । ସ୍ୱଚ୍ଛତା ଏବଂ ଜଳ ସଂରକ୍ଷଣ ଦିଗରେ ନାଗରିକଙ୍କ ପ୍ରୟାସକୁ ସେ ପ୍ରଶଂସା କରିଥିଲେ ।Indian freedom struggle blessed with energy of equality, humanity & spiritualism received from the Saints: PM
February 05th, 05:54 pm
Prime Minister Narendra Modi dedicated to the nation the ‘Statue of Equality’ in Hyderabad. The 216-feet tall Statue of Equality commemorates the 11th century Bhakti Saint Sri Ramanujacharya, who promoted the idea of equality in all aspects of living including faith, caste and creed.