ସଂସଦ ଟିଭିର ମିଳିତ ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

September 15th, 06:32 pm

କାର୍ଯ୍ୟକ୍ରମରେ ଆମ ସହିତ ଉପସ୍ଥିତ ରାଜ୍ୟସଭାର ମାନନୀୟ ସଭାପତି ଏବଂ ଦେଶର ଉପରାଷ୍ଟ୍ରପତି ଶ୍ରୀ ଭେଙ୍କେୟା ନାୟଡ଼ୁ ମହାଶୟ, ଲୋକସଭାର ମାନନୀୟ ଅଧ୍ୟକ୍ଷ ଶ୍ରୀମାନ ଓମ୍ ବିରଲା ମହାଶୟ, ରାଜ୍ୟସଭାର ମାନନୀୟ ଉପସଭାପତି ଶ୍ରୀ ହରିବଂଶ ମହାଶୟ, ଲୋକସଭା ଏବଂ ରାଜ୍ୟସଭାରେ ବିରୋଧି ଦଳର ନେତାଗଣ, ଏଠାରେ ଉପସ୍ଥିତ ଥିବା ଅନ୍ୟ ମହାନୁଭବ, ଭଦ୍ର ମହିଳା ଏବଂ ଭଦ୍ରବ୍ୟକ୍ତିଗଣ!

ଉପ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଲୋକସଭା ବାଚସ୍ପତି ମିଳିତ ଭାବେ ସଂସଦ ଟିଭିର କଲେ ଶୁଭାରମ୍ଭ

September 15th, 06:24 pm

ଉପ ରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ଏମ ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଲୋକସଭା ବାଚସ୍ପତି ଶ୍ରୀ ଓମ୍‍ ବିରଳା ଆଜି ଆନ୍ତର୍ଜାତିକ ଗଣତନ୍ତ୍ର ଦିବସ ଅବସରରେ ମିଳିତ ଭାବେ ସଂସଦ ଟିଭିର ଶୁଭାରମ୍ଭ କରିଛନ୍ତି ।

ସେପ୍ଟେମ୍ବର ୧୫ତାରିଖରେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ବାଚସ୍ପତି ମିଳିତଭାବେ ‘ସଂସଦ ଟିଭି’ର ଶୁଭାରମ୍ଭ କରିବେ

September 14th, 03:18 pm

ଭାରତର ଉପରାଷ୍ଟ୍ରପତି ଏବଂ ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ଏମ. ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଚସ୍ପତି ଶ୍ରୀ ଓମ୍ ବିର୍ଲା ମିଳିତ ଭାବେ ୧୫ସେପ୍ଟେମ୍ବର, ୨୦୨୧ ତାରିଖ ସନ୍ଧ୍ୟା ୬ଟାରେ ସଂସଦ ଭବନର ଏନେକ୍ସି ଠାରେ ‘ସଂସଦ ଟିଭି’ର ଶୁଭାରମ୍ଭ କରିବେ । ଉଲ୍ଲେଖନୀୟ ଯେ ସଂସଦ ଟିଭିର ଶୁଭାରମ୍ଭ “ଆନ୍ତରାଷ୍ଟ୍ରୀୟ ଲୋକତନ୍ତ୍ର ଦିବସ” ଅବସରରେ ଅନୁଷ୍ଠିତ ହେଉଛି । ଭାରତର ଉପରାଷ୍ଟ୍ରପତି ଏବଂ ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ଏମ. ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଚସ୍ପତି ଶ୍ରୀ ଓମ୍ ବିର୍ଲା ମିଳିତ ଭାବେ ୧୫ସେପ୍ଟେମ୍ବର, ୨୦୨୧ ତାରିଖ ସନ୍ଧ୍ୟା ୬ଟାରେ ସଂସଦ ଭବନର ଏନେକ୍ସି ଠାରେ ‘ସଂସଦ ଟିଭି’ର ଶୁଭାରମ୍ଭ କରିବେ । ଉଲ୍ଲେଖନୀୟ ଯେ ସଂସଦ ଟିଭିର ଶୁଭାରମ୍ଭ “ଆନ୍ତରାଷ୍ଟ୍ରୀୟ ଲୋକତନ୍ତ୍ର ଦିବସ” ଅବସରରେ ଅନୁଷ୍ଠିତ ହେଉଛି । ସଂସଦ ଟିଭି ସମ୍ପର୍କରେ ଫେବୃୟାରୀ, ୨୦୨୧ରେ ଲୋକସଭା ଟିଭି ଏବଂ ରାଜ୍ୟସଭା ଟିଭିକୁ ମିଶାଇ ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଏବଂ ମାର୍ଚ୍ଚ, ୨୦୨୧ ସଂସଦ ଟିଭି ପାଇଁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତି କରାଗଲା। ସଂସଦର ଟିଭିର କାର୍ଯ୍ୟକ୍ରମ ମୁଖ୍ୟତଃ ଚାରୋଟି ଶ୍ରେଣୀରେ ହେବ - ସଂସଦ ଏବଂ ଲୋକତନ୍ତ୍ର ସମ୍ବନ୍ଧୀୟ ସଂସ୍ଥା ମାନଙ୍କରେ କାର୍ଯ୍ୟ, ପ୍ରଶାସନ ଏବଂ ଯୋଜନା / ନୀତି କାର୍ଯ୍ୟାନ୍ୱୟନ, ଭାରତର ଇତିହାସ ଏବଂ ସଂସ୍କୃତି ଏବଂ ସମସାମୟିକ ବିଷୟବସ୍ତୁ / ହିତ/ ବିଚାରଧାରା ।