‘କୋଭିଡ଼-୧୯ ସମ୍ମୁଖ ଯୋଦ୍ଧାଙ୍କ ପାଇଁ ଅନୁକୂଳ କ୍ରାଶ କୋର୍ସ କାର୍ଯ୍ୟକ୍ରମ’ର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
June 18th, 09:45 am
କରୋନା ବିରୋଧରେ ମହାଯୁଦ୍ଧରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନର ଆଉ ଏକ ପର୍ଯ୍ୟାୟ ପ୍ରାରମ୍ଭ ହେଉଛି। କରୋନାର ପ୍ରଥମ ଲହର ସମୟରେ ଦେଶରେ ହଜାର ହଜାର ପେଶାଦାରମାନେ, କୌଶଳ ବିକାଶ ଅଭିଯାନ ସହିତ ସାମିଲ ହୋଇଥିଲେ। ଏହି ପ୍ରୟାସ ଦେଶକୁ କରୋନା ମୁକାବିଲା କରିବା ପାଇଁ ବଡ଼ ଶକ୍ତି ଦେଇଥିଲା। ଏବେ କରୋନାର ଦ୍ୱିତୀୟ ଲହର ପରେ ଯେଉଁ ଅନୁଭବ ମିଳିଛି, ସେହି ଅନୁଭବ ଆଜିର ଏହି କାର୍ଯ୍ୟକ୍ରମର ପ୍ରମୁଖ ଆଧାର ପାଲଟିଛି। କରୋନାର ଦ୍ୱିତୀୟ ଲହରରେ ଆମେମାନେ ଦେଖିଲେ ଯେ, କରୋନା ଭୁତାଣୁର ପରିବର୍ତିତ ଏବଂ ବାରମ୍ବାର ପରିବର୍ତନ ହେଉଥିବା ସ୍ୱରୂପ କେଉଁ ପ୍ରକାରର ଆହ୍ୱାନ ସବୁକୁ ଆମ ସମ୍ମୁଖକୁ ଆଣିପାରେ। ଏହି ଭୂତାଣୁ ଏବେ ମଧ୍ୟ ଆମ ମାନଙ୍କ ଗହଣରେ ଅଛି ଆଉ ଯେ ପର୍ଯ୍ୟନ୍ତ ଏହା ରହିଛି, ଏହାର ମ୍ୟୁଟେଂଟ ହେବାର ସମ୍ଭାବନା ମଧ୍ୟ ରହିଛି। ତେଣୁ, ପ୍ରତ୍ୟେକ ପ୍ରକାରର ଚିକିତ୍ସା, ସମସ୍ତ ସାବଧାନତା ଅବଲମ୍ବନ କରି ଆଗାମୀ ଆହ୍ୱାନ ଗୁଡ଼ିକର ମୁକାବିଲା କରିବା ପାଇଁ ଆମ୍ଭମାନଙ୍କୁ ଦେଶର ପ୍ରସ୍ତୁତିକୁ ଆହୁରି ଅଧିକ ବଢ଼଼ାଇବାକୁ ହେବ। ଏହି ଲକ୍ଷ୍ୟକୁ ନେଇ ଆଜି ଦେଶରେ 1 ଲକ୍ଷ ଆଗଧାଡ଼ିର କରୋନା ଯୋଦ୍ଧା ପ୍ରସ୍ତୁତ କରିବାର ମହାଅଭିଯାନ ଆରମ୍ଭ କରାଯାଉଛି।‘ସମ୍ମୁଖ କୋଭିଡ-19 କର୍ମୀଙ୍କ ପାଇଁ ଅନୁକୂଳ କ୍ରାଶ କୋର୍ସ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
June 18th, 09:43 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ‘କୋଭିଡ-19 ସମ୍ମୁଖ ଯୋଦ୍ଧାଙ୍କ ପାଇଁ ଅନୁକୂଳ କ୍ରାଶ କୋର୍ସ’ର ଶୁଭାରମ୍ଭ କରିଛନ୍ତି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ 26ଟି ରାଜ୍ୟର 111ଟି କେନ୍ଦ୍ରରେ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ ଅଧୀନରେ ପାଖାପାଖି 1 ଲକ୍ଷ ସମ୍ମୁଖ ଯୋଦ୍ଧାମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଡ. ମହେନ୍ଦ୍ର ନାଥ ପାଣ୍ଡେ, ଆହୁରି ବହୁ କେନ୍ଦ୍ର ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀ, ବିଶେଷଜ୍ଞ ଓ ଅନ୍ୟ ଅଂଶୀଦାରମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।ଜୁନ୍ 18ରେ କୋଭିଡ-19 ସମ୍ମୁଖ ଯୋଦ୍ଧାଙ୍କ ପାଇଁ ‘ଅନୁକୂଳ କ୍ରାଶ କୋର୍ସ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
June 16th, 02:33 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ୍ 18, 2021 ପୂର୍ବାହ୍ନ 11ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ କୋଭିଡ-19 ସମ୍ମୁଖ ଯୋଦ୍ଧାଙ୍କ ପାଇଁ ‘ଅନୁକୂଳ କ୍ରାଶ କୋର୍ସ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କରିବେ । 26ଟି ରାଜ୍ୟରେ ଥିବା 111ଟି ପ୍ରଶିକ୍ଷଣ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଆୟୋଜନ କରାଯିବ । କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେବେ । ଏହି ଅବସରରେ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଅଂଶଗ୍ରହଣ କରିବେ ।