ଡିସେମ୍ବର ୨୬ ରେ 'ବୀର ବାଲ ଦିବସ' ପାଳନ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
December 25th, 04:17 pm
ଏହି ଦିବସ ଉପଲକ୍ଷେ ସରକାର ସାହିବଜାଦାଙ୍କ ଦୃଷ୍ଟାନ୍ତମୂଳକ ସାହସର କାହାଣୀ ବିଷୟରେ ନାଗରିକମାନଙ୍କୁ, ବିଶେଷ କରି ଛୋଟ ପିଲାମାନଙ୍କୁ ସଚେତନ କରିବା ପାଇଁ ସମଗ୍ର ଦେଶରେ ଅଂଶଗ୍ରହଣକାରୀ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ସାହିବଜାଦାଙ୍କ ଜୀବନ କାହାଣୀ ଏବଂ ବଳିଦାନକୁ ନେଇ ଏକ ଡିଜିଟାଲ ପ୍ରଦର୍ଶନୀ ସାରା ଦେଶର ବିଦ୍ୟାଳୟ ଏବଂ ଶିଶୁ ଯତ୍ନ ଅନୁଷ୍ଠାନରେ ପ୍ରଦର୍ଶିତ ହେବ । 'ବୀର ବାଲ ଦିବସ'ରେ ଏକ ଚଳଚ୍ଚିତ୍ର ମଧ୍ୟ ଦେଶବ୍ୟାପୀ ପ୍ରଦର୍ଶିତ ହେବ। ଏଥିସହିତ ମାଇଁ ଭାରତ ଓ ମାଇଗଭ ପୋର୍ଟାଲ ଜରିଆରେ ଇଣ୍ଟରଆକ୍ଟିଭ୍ କ୍ୱିଜ୍ ଭଳି ବିଭିନ୍ନ ଅନଲାଇନ୍ ପ୍ରତିଯୋଗିତା ଆୟୋଜନ କରାଯିବ।ପ୍ରଧାନମନ୍ତ୍ରୀ ସାହିବଜାଦା ଜୋରାୱର ସିଂହ ଜୀ ଏବଂ ସାହିବଜାଦା ଫତେ ସିଂହ ଜୀଙ୍କର ବଳିଦାନକୁ ପାଳନ ପାଇଁ ଡିସେମ୍ବର ୨୬ ତାରିଖକୁ ‘ବୀର୍ ବାଲ୍ ଦିବସ’ଭାବରେ ଘୋଷଣା କରିଛନ୍ତି
January 09th, 01:43 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଗୁରୁ ଗୋବିନ୍ଦ ସିଂ ଜୀଙ୍କର ପ୍ରକାଶ ପର୍ବର ଶୁଭ ଅବସରରେ ଘୋଷଣା କରିଛନ୍ତି ଯେ ସାହିବଜାଦା ଜୋରୱାର ସିଂହ ଜୀ ଏବଂ ସାହିବଜାଦା ଫତେ ସିଂହ ଜୀଙ୍କର ବଳିଦାନ ଦିବସକୁ ଚଳିତ ବର୍ଷ ୨୬ ଡିସେମ୍ବର ଦିନକୁ ‘ବୀର୍ ବାଲ୍ ଦିବସ ଭାବରେ ପାଳନ କରାଯିବ ।