କୋଚରବ ଆଶ୍ରମର ଉଦଘାଟନ ଏବଂ ଗୁଜରାଟରେ ସାବରମତୀ ଆଶ୍ରମ ପ୍ରକଳ୍ପର ମାଷ୍ଟର ପ୍ଲାନ୍ ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 12th, 10:45 am
ପୂଜ୍ୟ ବାପୁଙ୍କ ଏହି ସାବରମତୀ ଆଶ୍ରମ ସର୍ବଦା ଅତୁଳନୀୟ ଶକ୍ତିର ଏକ ଜୀବନ୍ତ କେନ୍ଦ୍ର ହୋଇ ଆସିଛି । ମୋ ଭଳି ଯଦି କାହାକୁ ଏଠାକୁ ସମୟ ମିଳିଲେ ଏବଂ ଯେତେବେଳେ ବି ମୋ ଭଳି ସମସ୍ତଙ୍କୁ ଏଠାକୁ ଆସିବାର ସୁଯୋଗ ମିଳିବ ସେତେବେଳେ, ବାପୁଙ୍କ ପ୍ରେରଣାକୁ ଆମ ଭିତରେ ସ୍ପଷ୍ଟ ଭାବରେ ଅନୁଭବ କରିପାରିବା, ସତ୍ୟ ଓ ଅହିଂସାର ଆଦର୍ଶ ହେଉ, ଦେଶ ଉପାସନା କରିବାର ସଂକଳ୍ପ ହେଉ, ଗରିବ ଓ ବଞ୍ଚିତଙ୍କ ସେବାରେ ନାରାୟଣ ସେବା କରି ଭାବନା ହେଉ ସାବରମତୀ ଆଶ୍ରମ ବାପୁଙ୍କ ଏହି ମୂଲ୍ୟବୋଧକୁ ଆଜି ବି ବଞ୍ଚାଇ ରଖିଛି। ମୁଁ ଭାଗ୍ୟବାନ ଯେ ଆଜି ମୁଁ ଏଠାରେ ସାବରମତୀ ଆଶ୍ରମର ପୁନଃନିର୍ମାଣ ଏବଂ ସମ୍ପ୍ରସାରଣ ପାଇଁ ଶିଳାନ୍ୟାସ କରିଛି । ବାପୁଙ୍କ ପୂର୍ବରୁ ଥିବା ପ୍ରଥମ ଆଶ୍ରମ, ଯେତେବେଳେ ଏହା ପ୍ରାଥମିକ ସ୍ତରରେ ପ୍ରତିଷ୍ଠା ହୋଇଥିଲା, ସେହି କୋଚରବ ଆଶ୍ରମ ମଧ୍ୟ ବିକଶିତ ହୋଇଛି ଏବଂ ମୁଁ ଖୁସି ଯେ ଆଜି ଏହା ମଧ୍ୟ ଉଦଘାଟିତ ହୋଇଛି । ଦକ୍ଷିଣ ଆଫ୍ରିକାରୁ ଫେରିବା ପରେ ଗାନ୍ଧିଜୀ କୋଚରବ ଆଶ୍ରମରେ ନିଜର ପ୍ରଥମ ଆଶ୍ରମ ନିର୍ମାଣ କରିଥିଲେ । ଗାନ୍ଧିଜୀ ଏଠାରେ ଚରଖା ଚଳାଉଥିଲେ, ସେ ବଢେଇ କାମ ଶିଖୁଥିଲେ। ଦୁଇ ବର୍ଷ ପର୍ଯ୍ୟନ୍ତ କୋଚରବ ଆଶ୍ରମରେ ରହିବା ପରେ ଗାନ୍ଧିଜୀ ସାବରମତୀ ଆଶ୍ରମକୁ ଚାଲି ଆସିଥିଲେ। ପୁନଃନିର୍ମାଣ ପରେ ଗାନ୍ଧିଜୀଙ୍କ ସେହି ଦିନର ସ୍ମୃତି ଏବେ କୋଚରବ ଆଶ୍ରମରେ ଉନ୍ନତ ଭାବରେ ସଂରକ୍ଷିତ ରହିବ। ଶ୍ରଦ୍ଧାଳୁ ବାପୁଙ୍କ ଚରଣରେ ପ୍ରଣାମ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରେରଣାଦାୟୀ ସ୍ଥାନର ବିକାଶ ପାଇଁ ମୁଁ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି ।ଗୁଜରାଟର ସାବରମତୀ ଠାରେ କୋଚରବ ଆଶ୍ରମର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
March 12th, 10:17 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସାବରମତୀ ଆଶ୍ରମ ଗସ୍ତ କରି କୋଚରବ ଆଶ୍ରମର ଉଦଘାଟନ କରିବା ସହ ଗାନ୍ଧୀ ଆଶ୍ରମ ସ୍ମାରକୀର ମାଷ୍ଟର ପ୍ଲାନର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ହୃଦୟ କୁଞ୍ଜ ଯାଇଥିଲେ । ସେ ପ୍ରଦର୍ଶନୀକୁ ଚାଲି ଚାଲି ଦେଖିବା ସହିତ ଏକ ଚାରା ରୋପଣ କରିଥିଲେ ।ମହାରାଷ୍ଟ୍ରର ପୁଣେରେ ଲୋକମାନ୍ୟ ତିଲକ ପୁରସ୍କାର ସମାରୋହ ୨୦୨୩ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
August 01st, 12:00 pm
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଆଦରଣୀୟ ଶ୍ରୀ ଶରଦ ପାୱାର ଜୀ, ରାଜ୍ୟପାଳ ଶ୍ରୀମାନ ରମେଶ ବୈସ ଜୀ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶ୍ରୀମାନ ଏକନାଥ ସିନେ୍ଦ ଜୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀମାନ ଦେବେନ୍ଦ୍ର ଫଡ଼ନବୀସ ଜୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀମାନ ଅଜିତ୍ ପାୱାର ଜୀ, ଟ୍ରଷ୍ଟର ସଭାପତି ଶ୍ରୀମାନେ ତିଲକ ଜୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ମୋର ମିତ୍ର ଶ୍ରୀମାନ ସୁଶୀଲ କୁମର ସିନେ୍ଦ ଜୀ, ତିଲକ ପରିବାରର ସମସ୍ତ ସମ୍ମାନିତ ସଦସ୍ୟଗଣ ଏବଂ ଉପସ୍ଥିତ ଭାଇ ଏବଂ ଭଉଣୀମାନେ ।ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ପୁଣେ ଠାରେ ଲୋକମାନ୍ୟ ତିଳକ ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି
August 01st, 11:45 am
ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବା ପରେ ଲୋକମାନ୍ୟ ତିଳକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଲୋକମାନ୍ୟ ତିଳକଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଏହା ତାଙ୍କ ପାଇଁ ଏକ ବିଶେଷ ଦିନ ବୋଲି କହିଥିଲେ । ଏହି ଅବସରରେ ନିଜର ଭାବନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଲୋକମାନ୍ୟ ତିଳକଙ୍କ ପୁଣ୍ୟ ତିଥି ଏବଂ ଆନ୍ନା ଭାଉ ଶେଠଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଲୋକମାନ୍ୟ ତିଳକ ଜୀ ହେଉଛନ୍ତି ଭାରତର ସ୍ୱାଧୀନତା ସଂଗ୍ରାମର ‘ତିଳକ’ । ସେ ସମାଜର ଉନ୍ନତି ଦିଗରେ ଆନ୍ନା ଭାଉ ଶେଠଙ୍କ ଅସାଧାରଣ ତଥା ଅଦ୍ୱିତୀୟ ଅବଦାନ ଉପରେ ମଧ୍ୟ ଆଲୋକପାତ କରିଥିଲେ । ଛତ୍ରପତି ଶିବାଜୀ, ଛାପକର ବ୍ରଦର, ଜ୍ୟୋତିବା ଫୁଲେ ଏବଂ ସାବିତ୍ରୀବାଇ ଫୁଲେଙ୍କ ଭୂମିକୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଦଗଡୁସେଠ ମନ୍ଦିରରେ ଆଶୀର୍ବାଦ ଭିକ୍ଷା କରିଥିଲେ ।ଜଳ ସଞ୍ଚୟ ପାଇଁ ଆମକୁ ସମସ୍ତ ପ୍ରୟାସ କରିବାକୁ ପଡିବ: ମନ୍ କୀ ବାତ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ
March 27th, 11:00 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଗତ ସପ୍ତାହରେ ଆମେ ଏଭଳି ଗୋଟିଏ ଉପଲବ୍ଧି ହାସଲ କଲୁ, ଯାହା ଆମ ସମସ୍ତଙ୍କୁ ଗର୍ବରେ ପରିପୂର୍ଣ୍ଣ କରିଦେଲା । ଆପଣ ଶୁଣିଥିବେ ଯେ, ଭାରତ ଗତ ସପ୍ତାହରେ ୪୦୦ ବିଲିୟନ୍, ଅର୍ଥାତ, ୩୦ ଲକ୍ଷ କୋଟି ଟଙ୍କାର ରପ୍ତାନୀ ଲକ୍ଷ୍ୟ ହାସଲ କରିଛି । ପ୍ରଥମ ଦୃଷ୍ଟିରେ ଏହା ଅର୍ଥନୀତି ସହ ଜଡ଼ିତ ଖବର ପରି ମନେହୁଏ, କିନ୍ତୁ ଏହା ଅର୍ଥନୀତିଠାରୁ ବଳି ଭାରତର ସାମର୍ଥ୍ୟ, ଭାରତର ଦକ୍ଷତା ସହ ଜଡ଼ିତ । ଏକଦା ଭାରତରୁ ରପ୍ତାନୀ କାରବାର ୧୦୦ ବିଲିୟନ, ଦେଢ଼ ଶହ ବିଲିୟନ ଆଉ ବେଳେବେଳେ ୨୦୦ ବିଲିୟନ ପର୍ଯ୍ୟନ୍ତ ହେଉଥିଲା । ଆଜି ଭାରତ ୪୦୦ ବିଲିୟନ ଡଲାର ଯାଏଁ ପହଂଚିଯାଇଛି । ଏହାର ଗୋଟିଏ ଅର୍ଥ ହେଲା ଯେ, ସାରା ବିଶ୍ୱରେ ଭାରତରେ ନିର୍ମିତ ଦ୍ରବ୍ୟଗୁଡ଼ିକର ଚାହିଦା ବଢ଼ିଚାଲିଛି । ଅନ୍ୟ ଅର୍ଥଟି ହେଲା, ଭାରତର ସପ୍ଲାଏ ଚେନ୍ ଦିନକୁ ଦିନ ଆହୁରି ସୁଦୃଢ଼ ହୋଇଚାଲିଛି ଏବଂ ଏହାର ଆଉ ଗୋଟିଏ ବହୁତ ବଡ଼ ବାର୍ତ୍ତା ମଧ୍ୟ ରହିଛି । ଦେଶ ସେତିକିବେଳ ବିରାଟ ପଦକ୍ଷେପ ଗ୍ରହଣ କରେ, ଯେତେବେଳେ ସଂକଳ୍ପ ସ୍ୱପ୍ନଠାରୁ ବିଶାଳ ହୋଇଥାଏ । ସେହି ସଂକଳ୍ପକୁ ନେଇ ଯେତେବେଳେ ରାତିଦିନ ନିଷ୍ଠାର ସହିତ ଉଦ୍ୟମ କରାଯାଇଥାଏ, ସେତେବେଳେ ସେହି ସଂକଳ୍ପ ସାକାର ମଧ୍ୟ ହୋଇଥାଏ । ଆପଣ ଲକ୍ଷ୍ୟ କରିଥିବେ ଯେ ବ୍ୟକ୍ତିର ଜୀବନରେ ମଧ୍ୟ ଏହାହିଁ ଘଟିଥାଏ । ଯଦି ଜଣକର ସଂକଳ୍ପ, ତା’ର ପ୍ରଚେଷ୍ଟା, ତା’ର ସ୍ୱପ୍ନ ଠାରୁ ବି ବଡ଼ ହୋଇଯାଏ, ତାହେଲେ ସଫଳତା ସ୍ୱୟଂ ତା’ ପାଖକୁ ଚାଲିଆସେ ।'ମନ୍ କି ବାତ୍' ରେ ରହିଛି ସକାରାତ୍ମକତା, ସମ୍ବେଦନଶୀଳତା । ଏହାର ଏକ ସମଷ୍ଟିଗତ ଚରିତ୍ର ଅଛି: ପ୍ରଧାନମନ୍ତ୍ରୀ ମୋଦୀ
July 25th, 09:44 am
ମନ୍ କି ବାତ୍ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳ ସହ ତାଙ୍କର କଥାବାର୍ତ୍ତାକୁ ସ୍ମରଣ କରି ଦେଶବାସୀଙ୍କୁ ସେମାନଙ୍କୁ ଉତ୍ସାହିତ କରିବାକୁ ଅନୁରୋଧ କରିଥିଲେ । ଅମୃତ ମହୋତ୍ସବ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ସ୍ୱତନ୍ତ୍ର ୱେବସାଇଟ୍ ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁଠାରେ ଦେଶର ନାଗରିକମାନେ ନିଜ ସ୍ୱରରେ ଜାତୀୟ ସଂଗୀତ ରେକର୍ଡ କରିପାରିବେ । ସେ ଦେଶର ବିଭିନ୍ନ ସ୍ଥାନରୁ ଅନେକ ପ୍ରେରଣାଦାୟକ କାହାଣୀ ବାଣ୍ଟିଥିଲେ, ଜଳ ସଂରକ୍ଷଣର ଗୁରୁତ୍ୱ ଏବଂ ଅନ୍ୟାନ୍ୟ ବିଷୟ ଉପରେ ଆଲୋକପାତ କରିଥିଲେ ।ଭାରତର ମୁକ୍ତି ସଂଗ୍ରାମରେ ଅଂଶ ଗ୍ରହଣ କରିଥିବା ମହାନ୍ ବ୍ୟକ୍ତିବିଶେଷଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
March 12th, 03:21 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ମୁକ୍ତି ସଂଗ୍ରାମରେ ସାମିଲ ହୋଇଥିବା ମହାନ୍ ବ୍ୟକ୍ତିବିଶେଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ମୁକ୍ତି ସଂଗ୍ରାମ କାଳରେ ଯେଉଁ ଅକୀର୍ତ୍ତିତ ଓ ଅଜ୍ଞାତ ନାୟକମାନେ ପ୍ରାଣପାତ କରିଥିଲେ ସେମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ରଭାବେ ଶ୍ରଦ୍ଧାସୁମନ ଅର୍ପଣ କରି ସେମାନଙ୍କ ମହାନ ଅବଦାନକୁ ମନେ ପକାଇଛନ୍ତି । ଅହମ୍ମଦାବାଦର ସାବରମତୀ ଆଶ୍ରମରେ ଆଜି ଆଜାଦୀକା ଅମୃତ ମହୋତ୍ସବ (ଇଣ୍ଡିଆ @ 75)ର ଶୁଭାରମ୍ଭ ଅବସରରେ ସେ ଉଦବୋଧନ ଦେଇ କହିଛନ୍ତି ଯେ ସ୍ୱଳ୍ପଜ୍ଞାତ ଆନ୍ଦୋଳନ ଓ ଲଢେଇମାନ ଦେଶର ସାମଗ୍ରିକ ମୁକ୍ତି ସଂଗ୍ରାମକୁ ଦୃଢୀଭୂତ କରିଥିଲା । ପ୍ରତ୍ୟେକଟି ଲଢେଇ ମିଥ୍ୟାଶକ୍ତି ବିରୋଧରେ ଭାରତର ଏକ ଦୃଢ ସତ୍ୟ ଘୋଷଣାନାମା ଥିଲା । ଏହାକୁ ସେ ସ୍ୱାଧୀନ ମନୋଭାବର ପରିଚାୟକ ବୋଲି ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାମ, ମହାଭାରତର କୁରୁକ୍ଷେତ୍ର, ହଳଦୀଘାଟ ଲଢେଇ ଏବଂ ବୀର ଶିବାଜୀଙ୍କ ଗର୍ଜନ ଆଦି ପ୍ରତ୍ୟେକ ଲଢେଇରେ ସ୍ୱାଧୀନତାର ସେହି ସମାନ ସଚେତନତା ପ୍ରତିନିଧିତ୍ୱ ହୁଏ ।‘ସ୍ୱାଧୀନତାର ଅମୃତ ମହୋତ୍ସବ’ ପୂର୍ବାବଲୋକନ କାର୍ଯ୍ୟକ୍ରମର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
March 12th, 10:31 am
ମଞ୍ଚ ଉପରେ ବିରାଜମାନ ଗୁଜରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ ମହାଶୟ, ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାଣୀ ମହାଶୟ, କେନ୍ଦ୍ର ମନ୍ତ୍ରୀପରିଷଦରେ ମୋର ସହଯୋଗୀ ଶ୍ରୀ ପ୍ରହଲ୍ଲାଦ ପଟେଲ ମହାଶୟ, ଲୋକସଭାର ମୋର ସାଥୀ ସାଂସଦ ଶ୍ରୀ ସି.ଆର ପାଟିଲ ମହାଶୟ, ଅହମ୍ମଦାବାଦର ନବନିର୍ବାଚିତ ମେୟର ଶ୍ରୀମାନ କିରୀଟ ସିଂହ ଭାଇ, ସାବରମତୀ ଟ୍ରଷ୍ଟର ଟ୍ରଷ୍ଟି ଶ୍ରୀ କାର୍ତିକେୟ ସାରାଭାଇ ମହାଶୟ ଏବଂ ସାବରମତୀ ଆଶ୍ରମ ପାଇଁ ଯେଉଁମାନଙ୍କର ଜୀବନ ସମର୍ପିତ ଆଦରଣୀୟ ଅମୃତ ମୋଦୀ ମହାଶୟ, ସାରା ଦେଶରୁ ଆମ ସହିତ ଯୋଡି ହୋଇଥିବା ସମସ୍ତ ମହାନୁଭବ, ଭଦ୍ରମହିଳା ଓ ଭଦ୍ରବ୍ୟକ୍ତିଗଣ, ଏବଂ ମୋର ଯୁବ ସାଥୀଗଣ!‘ଆଜାଦୀ କା ଅମୃତ ମହୋତ୍ସବ’ India@75 କାର୍ଯ୍ୟକ୍ରମର ପୂର୍ବ-ଭୂମିକା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ
March 12th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ଆଜାଦୀକା ଅମୃତ ମହୋତ୍ସବ’ (ଇଣ୍ଡିଆ ଅ ୭୫) କାର୍ଯ୍ୟକ୍ରମର ପ୍ରାକ୍ କାର୍ଯ୍ୟସୂଚୀ ବା ପୂର୍ବ-ଭୂମିକାକୁ ଗୁଜରାଟର ଅହମ୍ମଦାବାଦସ୍ଥିତ ସାବରମତୀ ଆଶ୍ରମରେ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଆୟୋଜିତ ପଦଯାତ୍ରା (ମୁକ୍ତି ଯାତ୍ରା)କୁ ପ୍ରଧାନମନ୍ତ୍ରୀ ପତାକା ଦେଖାଇ ଆରମ୍ଭ କରିଥିଲେ । ସେ ମଧ୍ୟ ଏହି ଉତ୍ସବ ପାଳନ ସହିତ ସଂପୃକ୍ତ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗୁଜରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ, କେନ୍ଦ୍ର ସ୍ୱାଧୀନ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ସିଂହ ପଟେଲ, ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ପ୍ରମୁଖ ଉପସ୍ଥିତ ଥିଲେ ।ସାବରମତୀ ଆଶ୍ରମରୁ ଆରମ୍ଭ ହେବ ଅମୃତ ମହୋତ୍ସବ କାର୍ଯ୍ୟକ୍ରମ : ପ୍ରଧାନମନ୍ତ୍ରୀ
March 12th, 10:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦର ସାବରବତୀ ଆଶ୍ରମରୁ 'ପଦଯାତ୍ରା’(ସ୍ୱାଧୀନତା ପଦଯାତ୍ରା) କୁ ପତାକା ଦେଖାଇ ଆରମ୍ଭ କରିବେ ।୧୨ ମାର୍ଚ୍ଚରେ ‘ଆଜାଦୀ କା ଅମୃତ ମହୋତ୍ସବ’ ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
March 11th, 03:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୨ ମାର୍ଚ୍ଚ, ୨୦୨୧ରେ ଅହମ୍ମଦାବାଦର ସାବରମତୀ ଆଶ୍ରମରୁ ପଦଯାତ୍ରା (ସ୍ୱାଧୀନତା ମାର୍ଚ୍ଚ)କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ ଏବଂ ଆଜାଦୀ କା ଅମୃତ ମହୋତ୍ସବ (India@75)ର ପ୍ରାରମ୍ଭିକ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀ India@75 ସହ ଜଡ଼ିତ ଅନେକଗୁଡ଼ିଏ ସାଂସ୍କୃତିକ ତଥା ଡିଜିଟାଲ କାର୍ଯ୍ୟକ୍ରମର ଉଦଘାଟନ ମଧ୍ୟ କରିବେ ଏବଂ ସାବରମତୀ ଆଶ୍ରମରେ ଉପସ୍ଥିତ ଜନସଭାକୁ ସମ୍ବୋଧିତ କରିବେ। ଏହି ଅବସରରେ ଗୁଜରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ପ୍ରହ୍ଲାଦ ସିଂ ପଟେଲ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମ ପୂର୍ବାହ୍ନ 10:30ରେ ଆରମ୍ଭ ହେବ।ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପ ସାବରମତି ଆଶ୍ରମ ଗସ୍ତ କରିଛନ୍ତି
February 24th, 12:46 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ଅହମ୍ମଦାବାଦରେ ସାବରମତି ଆଶ୍ରମ ପରିଦର୍ଶନ କରିଛନ୍ତି । ସେମାନେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।Honouring the legacy of Mahatma Gandhi
February 21st, 02:53 pm
Ever since he took over as the Prime Minister of India, Narendra Modi has been on a mission to ensure that Mahatma Gandhi’s ideals, principles and teachings are held aloft, both in India and abroad, through his speeches and actions.ଅହମ୍ମଦାବାଦର ଦେଓ ଢୋଲେରା ଗ୍ରାମରେ ଆଇ-କ୍ରିଏଟ କେନ୍ଦ୍ରର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
January 17th, 03:15 pm
ଆଇ-କ୍ରିଏଟ ସହିତ ଯୋଡ଼ି ହୋଇଥିବା ସମସ୍ତ ବୁଦ୍ଧିଜୀବୀ, ନବସୃଜନକାରୀ, ଗବେଷକ ଛାତ୍ର, ଅଧିକାରୀବୃନ୍ଦ ଏବଂ ଏଠାରେ ଉପସ୍ଥିତ ଭାଇ ଓ ଭଉଣୀମାନେ ଏବଂ ମୋର ଯୁବକ ବନ୍ଧୁଗଣ ।‘ଆଇକ୍ରିଏଟ୍’ ରାଷ୍ଟ୍ରକୁ ସମର୍ପିତ କଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ
January 17th, 03:14 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆଜି ଅହମ୍ମଦାବାଦ ଉପକଣ୍ଠ ଅଚଂଳରେ ‘ଆଇକ୍ରିଏଟ’ ସୁବିଧା ରାଷ୍ଟ୍ରକୁ ସମର୍ପିତ କରିଛନ୍ତି ।ଗୁଜରାଟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ହେଲା ଭବ୍ୟ ସ୍ୱାଗତ
January 17th, 01:22 pm
ଗୁଜରାଟବାସୀ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ତାଙ୍କ ପତ୍ନୀଙ୍କ ଭବ୍ୟ ସ୍ୱାଗତ କରିଛନ୍ତି । ଯେମିତି ହିଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସାବରମତୀ ଆଶ୍ରମ ପାଇଁ ବାହାରିଛନ୍ତି ,ନେତାଙ୍କ ଝଲକ ପାଇବା ପାଇଁ ସଡ଼କର ଉଭୟ ପାର୍ଶ୍ୱରେ ଗୁଜରାଟବାସୀଙ୍କ ଭିଡ଼ ଜମିଥିଲା । ସହରରେ ଏପରି ମାହୋଲ ଥିଲା ଯେ ଯେପରିକି କୌଣସି ଉତ୍ସବ ଚାଲିଛି ଏବଂ ସେଠାରେ ବିବିଧତାରେ ପୂର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହୋଇଥିଲା ।ଆଜି ଆମେ ‘ଏକ ଭାରତ-ଶ୍ରେଷ୍ଠ ଭାରତ’ର ସ୍ୱପ୍ନ ନେଇ ଆଗକୁ ବଢ଼ୁଛୁ ଏବଂ ତାହା ସର୍ଦ୍ଦାର ପଟେଲଙ୍କ ଦ୍ଵାରା ହିଁ ସମ୍ଭବ ହୋଇପାରିଛି :ପ୍ରଧାନମନ୍ତ୍ରୀ ମୋଦୀ
September 17th, 12:26 pm
ପ୍ରଧାନମନ୍ତ୍ରୀ ମୋଦୀ ଆଜି ଗୁଜରାଟର ଧାବୋଇଠାରେ 'ଜାତୀୟ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ' ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ପୂର୍ବକ ଏକ ଫଳକ ଅନାବରଣ କରିଛନ୍ତି । ଏକ ବିଶାଳ ଜନସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ,'' ଆମେ ଆଦିବାସୀ ସମୁଦାୟ ସହିତ ଜଡିତ ଆମର ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରୁଛୁ ଯେଉଁମାନେ ଉପନିବେଶବାଦ ବିରୋଧରେ ନିଜର ସ୍ୱର ଉତ୍ତୋଳନ କରିଥିଲେ ।ସର୍ଦ୍ଦାର ସରୋବର ନଦୀବନ୍ଧକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ; ଦାଭୋଇ ନର୍ମଦା ମହୋତ୍ସବର ଉଦ୍ଯାପନୀ ଉତ୍ସବରେ ଯୋଗଦାନ
September 17th, 12:25 pm
ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସର୍ଦ୍ଦାର ସରୋବର ନଦୀବନ୍ଧ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । କେଭାଡିଆ ଠାରେ ମନ୍ତ୍ର ଉଚ୍ଚାରଣ କରାଯାଇ ଏହି ସମାରୋହ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଏହି ଅବସରକୁ ସ୍ମରଣୀୟ କରିବା ଲାଗି ଏକ ଫଳକ ଅନାବରଣ କରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ‘ଷ୍ଟେଚ୍ୟୁ ଅଫ୍ ୟୁନିଟି’ ନିର୍ମାଣସ୍ଥଳୀ ପରିଦର୍ଶନରେ ଯାଇଥିଲେ । ସାଧୁ ବେଟ୍ ଠାରେ ଥିବା ଏହି ସ୍ଥାନରେ ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରାଯାଉଛି, ଯାହା ସର୍ଦ୍ଦାର ସରୋବର ନଦୀବନ୍ଧ ଠାରୁ କିଛି ଦୂରରେ ଅବସ୍ଥିତ । ପ୍ରଧାନମନ୍ତ୍ରୀ ସେଠାରେ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟର ଅଗ୍ରଗତି ନିରୀକ୍ଷଣ କରିଥିଲେ ।ଆମର ଯୋଗାଯୋଗରୁ ଆଗକୁ ଯାଇ , ହାଇ-ସ୍ପିଡ଼୍ ଯୋଗାଯୋଗ ଉପରେ ହେଉଛି ଆମର ପ୍ରାଥମିକତା, ଆମର ଗରୁତ୍ୱ:ପ୍ରଧାନମନ୍ତ୍ରୀ
September 14th, 04:55 pm
କୌଣସି ମଧ୍ୟ ଦେଶ ଅଧା-ଅଧୁରା ସଙ୍କଳ୍ପ ଆଉ ବାନ୍ଧି ହୋଇଥିବା ସ୍ୱପ୍ନକୁ ସାଙ୍ଗରେ ନେଇ କେବେ ହେଲେ ଆଗକୁ ବଢ଼ି ପାରିବ ନାହିଁ । ସ୍ୱପ୍ନଗୁଡ଼ିକର ବିସ୍ତାର ହିଁ କୌଣସି ମଧ୍ୟ ଦେଶକୁ, କୌଣସି ମଧ୍ୟ ସମାଜକୁ, କୌଣସି ମଧ୍ୟ ବ୍ୟକ୍ତିକୁ ଉଡ଼ିବାର ସୀମା ନିର୍ଦ୍ଧାରଣ କରିବାର ସାମର୍ଥ୍ୟ ରଖିଥାଏ । ଏହା ହେଉଛି ‘ନିଉ ଇଣ୍ଡିଆ’ ଆଉ ଏହାର ସ୍ୱପ୍ନର ବିସ୍ତାର, ଏହାର ଉଡ଼ାଣ ହେଉଛି ଅସୀମ, ଏହାର ଇଚ୍ଛାଶକ୍ତି ହେଉଛି ଅସୀମିତ ।ଜାପାନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍ ବକ୍ତବ୍ୟ (14 ସେପ୍ଟେମ୍ବର, 2017)
September 14th, 02:17 pm
ଆପୋଷ ବିଶ୍ୱାସ ଏବଂ ଭରସା, ପରସ୍ପରର ସ୍ୱାର୍ଥ ଏବଂ ଚିନ୍ତାକୁ ବୁଝିବା, ଏବଂ ଉଚ୍ଚସ୍ତରୀୟ ନିରନ୍ତର ସମ୍ପର୍କ ଭାରତ-ଜାପାନ ସମ୍ବନ୍ଧର ବିଶେଷତ୍ୱ ଅଟେ । ଆମର ସ୍ୱତନ୍ତ୍ର ରଣନୈତିକ ଏବଂ ବୈଶ୍ୱିକ ଭାଗିଦାରୀ କେବଳ ଦ୍ୱିପାକ୍ଷିକ କିମ୍ବା କ୍ଷେତ୍ରୀୟ ସ୍ତର ପର୍ଯ୍ୟନ୍ତ ସୀମିତ ନୁହେଁ, ବିଶ୍ୱ ପ୍ରସଙ୍ଗରେ ମଧ୍ୟ ଆମର ସହଯୋଗ ଘନିଷ୍ଠ ଅଟେ ।