"ଏକ ବର୍ଷ - ଫଳାଫଳ ଉତ୍କର୍ଷ" ଏବଂ ରାଜସ୍ଥାନର ଜୟପୁରରେ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 17th, 12:05 pm
ରାଜସ୍ଥାନର ରାଜ୍ୟପାଳ ଶ୍ରୀ ହରିଭାଉ ବାଗଡେ ଜୀ, ରାଜସ୍ଥାନର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନ ଲାଲ ଶର୍ମା ଜୀ, ମଧ୍ୟପ୍ରଦେଶରୁ ବିଶେଷ ଭାବେ ଏଠାକୁ ଆସିଥିବା ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଜୀ, ଯିଏ କେନ୍ଦ୍ରର ମନ୍ତ୍ରିମଣ୍ଡଳରେ ମୋର ସହକର୍ମୀ ଶ୍ରୀମାନ ସିଂ। ଆର ପାଟିଲ ଜୀ, ଭାଗୀରଥ ଚୌଧୁରୀ ଜୀ, ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ ଜୀ, ପ୍ରେମ ଚାନ୍ଦ ଭୈରବଜୀ, ଅନ୍ୟ ମନ୍ତ୍ରୀଗଣ, ସାଂସଦଗଣ, ରାଜସ୍ଥାନର ବିଧାୟକ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ରାଜସ୍ଥାନର ମୋର ପ୍ରିୟ ଭାଇ ଭଉଣୀମାନେ। ଏବଂ ଭର୍ଚୁଆଲ ମାଧ୍ୟମରେ ଆମ ସହିତ ଯୋଡି ହୋଇଥିବା ଆମର ରାଜସ୍ଥାନର ହଜାର ହଜାର ପଞ୍ଚାୟତରେ ଏକାଠି ହୋଇଥିବା ମୋର ସମସ୍ତ ଭାଇ ଭଉଣୀ ମାନେ ଆମ ସହିତ ଭର୍ଚୁଆଲ ଭାବରେ ଯୋଡ଼ି ହୋଇଛନ୍ତି।ରାଜସ୍ଥାନର ଜୟପୁରଠାରେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ 'ଏକ ବର୍ଷ - ପରିଣାମ ଉତ୍କର୍ଷ'ରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
December 17th, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ 'ଏକ ବର୍ଷ-ପରିଣାମ ଉତ୍କର୍ଷ'ରେ ଅଂଶଗ୍ରହଣ କରିଥିଲେ । ସଭାକୁ ସମ୍ବୋଧିତ କରି ସେ ରାଜସ୍ଥାନ ସରକାର ଏକ ବର୍ଷ ସଫଳତାର ସହ ପୂରଣ କରିଥିବାରୁ ରାଜସ୍ଥାନ ସରକାର ଏବଂ ରାଜସ୍ଥାନବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଏକାଠି ହୋଇଥିବା ଲକ୍ଷ ଲକ୍ଷ ଲୋକଙ୍କ ଆଶୀର୍ବାଦ ଲାଭ କରିଥିବାରୁ ସେ ଭାଗ୍ୟବାନ ବୋଲି କହିଛନ୍ତି। ରାଜସ୍ଥାନର ବିକାଶମୂଳକ କାର୍ଯ୍ୟକୁ ଏକ ନୂତନ ଦିଗ ଓ ଗତି ଦେବା ପାଇଁ ନିଆଯାଇଥିବା ପ୍ରୟାସ ନିମନ୍ତେ ଶ୍ରୀ ମୋଦୀ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଟିମକୁ ପ୍ରଶଂସା କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଥମ ବର୍ଷ ଆଗାମୀ ଅନେକ ବର୍ଷର ବିକାଶ ପାଇଁ ଏକ ମଜଭୁତ ଭିତ୍ତିଭୂମି ଭାବରେ କାର୍ଯ୍ୟ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜିର କାର୍ଯ୍ୟକ୍ରମ କେବଳ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ହେବାର ପ୍ରତୀକ ନୁହେଁ, ବରଂ ରାଜସ୍ଥାନର ଉଜ୍ଜ୍ୱଳତା ଏବଂ ରାଜସ୍ଥାନର ବିକାଶର ପର୍ବର ପ୍ରତୀକ । ନିକଟରେ ରାଇଜିଂ ରାଜସ୍ଥାନ ଶିଖର ସମ୍ମିଳନୀ ୨୦୨୪ ଗସ୍ତକୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ ସେଠାରେ ସମଗ୍ର ବିଶ୍ୱର ଅନେକ ନିବେଶକ ଉପସ୍ଥିତ ଥିଲେ ଏବଂ ଆଜି ୪୫,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପ୍ରକଳ୍ପଗୁଡ଼ିକ ରାଜସ୍ଥାନରେ ଜଳକୁ ନେଇ ସାମନା କରୁଥିବା ପ୍ରତିବନ୍ଧକ ଗୁଡ଼ିକର ଉପଯୁକ୍ତ ସମାଧାନ ପ୍ରଦାନ କରିବ ଏବଂ ରାଜସ୍ଥାନକୁ ଭାରତର ସବୁଠାରୁ ଭଲ ଭାବରେ ସଂଯୋଜିତ ରାଜ୍ୟରେ ପରିଣତ କରିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଉନ୍ନୟନମୂଳକ କାର୍ଯ୍ୟ ଗୁଡ଼ିକ ଅଧିକ ନିବେଶକଙ୍କୁ ଆମନ୍ତ୍ରଣ କରିବ, ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ପର୍ଯ୍ୟଟନ କ୍ଷେତ୍ରକୁ ସୁଦୃଢ଼ କରିବ ଏବଂ ରାଜସ୍ଥାନର କୃଷକ, ମହିଳା ଏବଂ ଯୁବକମାନଙ୍କୁ ଉପକୃତ କରିବ ।Institutional service has the ability to solve big problems of the society and the country: PM at the Karyakar Suvarna Mahotsav
December 07th, 05:52 pm
PM Modi addressed the Karyakar Suvarna Mahotsav in Ahmedabad via video conferencing. He highlighted the Karyakar Suvarna Mahotsav as a key milestone in 50 years of service by BAPS. He praised the initiative of connecting volunteers to service work, which began five decades ago and applauded the dedication of lakhs of BAPS workers.ଅହମ୍ମଦାବାଦରେ କାର୍ଯ୍ୟକାର ସୁବର୍ଣ୍ଣ ମହୋତ୍ସବକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
December 07th, 05:40 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦରେ ଭିଡିଓ କନଫରେନ୍ସିଂ ଜରିଆରେ କାର୍ଯ୍ୟକାର ସୁବର୍ଣ୍ଣ ମହୋତ୍ସବକୁ ସମ୍ବୋଧିତ କରିଛନ୍ତି । ଉପସ୍ଥିତ ସମାବେଶକୁ ଉଦବୋଧନ ଦେଇ ସେ ପରମ ପୂଜ୍ୟ ଗୁରୁ ହରି ମହନ୍ତ ସ୍ୱାମୀ ମହାରାଜ,ସତସଙ୍ଗୀ ପରିବାରର ଶ୍ରଦ୍ଧେୟ ସନ୍ଥ ଓ ସଦସ୍ୟମାନେ, ଗଣ୍ୟମାନ୍ୟ ବ୍ୟକ୍ତି ଓ ପ୍ରତିନିଧିମାନଙ୍କୁ ସ୍ୱାଗତ କରିଥିଲେ । କାର୍ଯ୍ୟକାର ସୁବର୍ଣ୍ଣ ମହୋତ୍ସବ ଅବସରରେ ଶ୍ରୀ ମୋଦୀ ଭଗବାନ ସ୍ୱାମୀ ନାରାୟଣଙ୍କୁ ପ୍ରଣିପାତ କରିବା ସହ କହିଥିଲେ, ଆଜି ମଧ୍ୟ ପ୍ରମୁଖ ସ୍ୱାମୀ ମହାରାଜଙ୍କ ୧୦୩ ତମ ଜୟନ୍ତୀ । ସେ କହିଥିଲେ, ଭଗବାନ ସ୍ୱାମୀ ନାରାୟଣଙ୍କ ଶିକ୍ଷା, ପ୍ରମୁଖ ସ୍ୱାମୀ ମହାରାଜଙ୍କ ସଂକଳ୍ପ ଆଜି ପରମ ପୂଜ୍ୟ ଗୁରୁ ହରି ମହନ୍ତ ସ୍ୱାମୀ ମହାରାଜଙ୍କ ପ୍ରଗାଢ଼ ଉଦ୍ୟମ ଯୋଗୁ ଫଳ ଆଣିପାରିଛି । ପ୍ରାୟ ଏକ ଲକ୍ଷ କର୍ମୀଙ୍କ ସମାବେଶରେ ଏପରି ଏକ ବିଶାଳ କାର୍ଯ୍ୟକ୍ରମର ସାକ୍ଷୀ ହୋଇପାରିଥିବାରୁ ଶ୍ରୀ ମୋଦୀ ସନ୍ତୋଷ ପ୍ରକାଶ କରିଥିଲେ । ବ୍ୟକ୍ତିଗତ ଭାବେ ସେ କାର୍ଯ୍ୟକ୍ରମରେ ଉପସ୍ଥିତ ନଥିଲେ ମଧ୍ୟ ଯୁବକ ଓ ପିଲାମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମରୁ ଉତ୍ସବର ଉତ୍ସାହକୁ ଭଲ ଭ।।ବେ ଅନୁଭବ କରିପାରିଥିଲେ । ଏଭଳି ଭବ୍ୟ ଦିବ୍ୟ ସମାରୋହ ପାଇଁ ସେ ପରମ ପୂଜ୍ୟ ଗୁରୁ ହରି ମହନ୍ତ ସ୍ୱାମୀ ମହାରାଜ ଓ ସମସ୍ତ ସନ୍ଥଙ୍କୁ ଅଭିନନ୍ଦନ ଜଣାଇଥିଲେ ।ମାର୍ଚ୍ଚ ୧୨ରେ ଗୁଜରାଟ ଓ ରାଜସ୍ଥାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
March 10th, 05:24 pm
ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୧୨ ରେ ଗୁଜରାଟ ଏବଂ ରାଜସ୍ଥାନ ଗସ୍ତ କରିବେ । ସକାଳ ପ୍ରାୟ ୯ଟା ୧୫ ସମୟରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ଠାରେ ୧,୦୬,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଏବଂ ଭିତ୍ତିପ୍ରସ୍ଥର ସ୍ଥାପନ କରିବେ । ଏହା ପରେ , ପୂର୍ବାହ୍ନ ପ୍ରାୟ ୧୦ଟାରେ ପ୍ରଧାନମନ୍ତ୍ରୀ ସାବରମତୀ ଆଶ୍ରମ ପରିଦର୍ଶନ କରିବେ , ଯେଉଁଠାରେ ସେ କୋଚରବ ଆଶ୍ରମର ଉଦଘାଟନ କରିବେ ଏବଂ ଗାନ୍ଧୀ ଆଶ୍ରମ ସ୍ମାରକୀର ମାଷ୍ଟର ପ୍ଲାନର ଶୁଭାରମ୍ଭ କରିବେ । ଏହାପରେ ରାତି ପ୍ରାୟ ୧ଟା ୪୫ମିନିଟରେ ପ୍ରଧାନମନ୍ତ୍ରୀ ରାଜସ୍ଥାନର ପୋଖରାନ ଠାରେ ତ୍ରିସେବା ଲାଇଭ୍ ଫାୟାର ଏବଂ କୌଶଳ ଅଭ୍ୟାସ ଆକାରରେ ସ୍ୱଦେଶୀ ପ୍ରତିରକ୍ଷା ସାମର୍ଥ୍ୟର ସମନ୍ୱିତ ପ୍ରଦର୍ଶନ 'ଭାରତ ଶକ୍ତି'କୁ ଦେଖିବେ ।ଗୁଜରାଟର ମେହେସାଣାରେ ବିଭିନ୍ନ ବିକାଶମୂଳକ ପଦକ୍ଷେପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
October 30th, 09:11 pm
କିପରି ଅଛି ମୋର ଖାଖରିଆ ଟପ୍ପା, ପ୍ରଥମେ ତ’ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ମହାଶୟ ଏବଂ ସରକାରଙ୍କ ନିକଟରେ କୃତଜ୍ଞତା ଜଣାଉଛି ଯେ, ମୋତେ ଆପଣମାନଙ୍କ ଗହଣକୁ ଆସି ଦର୍ଶନ କରିବା ପାଇଁ ଏଠାରେ ସୁଯୋଗ ମିଳିଛି । ସ୍କୁଲ ସମୟର କେତେ ହିଁ ସାଙ୍ଗମାନଙ୍କର ଚେହେରା ମୋତେ ଦିଶୁଥିଲା, ମୋ ପାଇଁ ଏହା ସୌଭାଗ୍ୟର ମୁହୂର୍ତ ଥିଲା । ଆପଣ ସମସ୍ତଙ୍କ ନିକଟକୁ ଆସି ଆପଣ ସମସ୍ତଙ୍କ ଦର୍ଶନ କରିବା, ଘର ଅଗଣାକୁ ଆସିଥିବାରୁ ମୋର ସବୁକିଛି ପୁରୁଣା କଥା ସ୍ମରଣ ଆସୁଛି ଏବଂ ପୁରୁଣା ଅନୁଭୂତି ସତେଜ ହୋଇ ଉଠୁଛି, ଯେଉଁ ମାଟି ଏବଂ ଯେଉଁ ଲୋକମାନେ ମୋତେ ସୃଷ୍ଟି କରିଛନ୍ତି, ସେମାନଙ୍କ ଋଣ ସ୍ୱୀକାର କରିବା ପାଇଁ ଯେତେବେଳେ ମଧ୍ୟ ମୋତେ ସୁଯୋଗ ମିଳିଥାଏ, ମନକୁ ସନ୍ତୋଷ ମିଳିଥାଏ । ଏଥିପାଇଁ ଏକ ପ୍ରକାରରେ ଆଜି ଏହା ମୋର ସାକ୍ଷାତ ଋଣ ସ୍ୱୀକାର କରିବା ପାଇଁ ମୋ ପାଇଁ ହେଉଛି ଏକ ସୁଯୋଗ । ଆଜି ୩୦ ଅକ୍ଟୋବର ଏବଂ ଆସନ୍ତା କାଲି ୩୧ ଅକ୍ଟୋବର, ଏହି ଦୁଇଟି ଦିନ ଆମ ସମସ୍ତଙ୍କ ପାଇଁ ହେଉଛି ବହୁତ ପ୍ରେରଣାର ଦିନ, ଆଜି ସ୍ୱାଧୀନତା ସଂଗ୍ରାମରେ ଆଦିବାସୀମାନଙ୍କୁ ଯିଏ ନେତୃତ୍ୱ ଦେଇଥିଲେ ଏବଂ ଯିଏ ଇଂରେଜ ସରକାରଙ୍କୁ ଉଚିତ ଜବାବ ଦେଇଥିଲେ, ହେଉଛି ଏଭଳି ସଂଗ୍ରାମୀ ଗୋବିନ୍ଦ ଗୁରୁଜୀଙ୍କର ପୁଣ୍ୟ ତିଥି । ଆଉ ଆସନ୍ତା କାଲି ହେଉଛି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ । ଆମର ପିଢ଼ୀ ବିଶ୍ୱର ସବୁଠାରୁ ବଡ଼ ପ୍ରତିମା ଷ୍ଟାଚ୍ୟୁ ଅଫ୍ ୟୁନିଟି ସର୍ଦ୍ଦାର ସାହେବଙ୍କୁ ଉଚିତ ଅର୍ଥରେ ହିଁ ଆମ୍ଭେମାନେ ବହୁତ ଉଚ୍ଚ ଶ୍ରଦ୍ଧା ବ୍ୟକ୍ତ କରିଛୁ । ଆଉ ଆଗାମୀ ପିଢ଼ୀ ମଧ୍ୟ ଯେତେବେଳେ ସର୍ଦ୍ଦାର ସାହେବଙ୍କ ମୂର୍ତି ଦେଖିବେ ତେବେ ଆପେ ଆପେ ସେମାନଙ୍କର ମୁଣ୍ଡ ନଇଁବ ନାହିଁ ବରଂ ସେମାନଙ୍କ ମୁଣ୍ଡ ଉପରକୁ ହୋଇଯିବ । ସର୍ଦ୍ଦାର ସାହେବଙ୍କ ପାଦ ତଳେ ଠିଆ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ମୁଣ୍ଡ ଉପରକୁ କରି ଠିଆ ହେବେ, ସେମାନେ ମୁଣ୍ଡ ନୁଆଁଇବେ ନାହିଁ, ଏପରି କାର୍ଯ୍ୟ ହୋଇଛି । ଗୁରୁ ଗୋବିନ୍ଦ ଜୀଙ୍କ ସମ୍ପୂର୍ଣ୍ଣ ଜୀବନ ମାଆ ଭାରତୀଙ୍କ ସ୍ୱାଧୀନତା ପାଇଁ ସଙ୍ଘର୍ଷରେ ଏବଂ ଆଦିବାସୀ ସମାଜର ସେବାରେ, ସେବା ଏବଂ ରାଷ୍ଟ୍ରଭକ୍ତି ଏତେ ତୀବ୍ର ଥିଲା ଯେ ବଳିଦାନୀମାନଙ୍କ ପାଇଁ ପରମ୍ପରା ସୃଷ୍ଟି କରିଦେଲା । ଆଉ ସେ ସ୍ୱୟଂ ନିଜେ ବଳିଦାନୀମାନଙ୍କର ପ୍ରତୀକ ପାଲଟିଗଲେ, ମୁଁ ଆନନ୍ଦିତ ଯେ ମୋ ସରକାର ବିଗତ ବର୍ଷମାନଙ୍କରେ ଗୁରୁ ଗୋବିନ୍ଦ ଜୀଙ୍କ ସ୍ମୃତିରେ ମାନଘର ଧାମ ଯାହା ମଧ୍ୟପ୍ରଦେଶ- ଗୁଜରାଟର ଆଦିବାସୀ ବହୁଳ କ୍ଷେତ୍ରରେ ଅଛି, ତାକୁ ରାଷ୍ଟ୍ରୀୟ ସ୍ତରରେ ସ୍ଥାପିତ କରି ତାହାକୁ ବହୁତ ବଡ଼ ସୁଯୋଗ ଭାବେ ପାଳନ କରୁଛନ୍ତି ।PM inaugurates, dedicates to the nation and lays foundation stone for projects worth around Rs 5800 crores in Mehsana, Gujarat
October 30th, 04:06 pm
PM Modi inaugurated, dedicated to the nation and laid the foundation stone for projects worth around Rs 5800 crores in Mehsana, Gujarat. Addressing the gathering, the PM remarked that the two dates of 30th and 31st October are a source of great inspiration for everyone, as the former is the death anniversary of Govind Guru ji and the latter is the birth anniversary of Sardar Patel ji. “Our generation has expressed its reverence for Sardar Saheb by building the world's largest statue, the Statue of Unity”, PM Modi said.ପ୍ରଧାନମନ୍ତ୍ରୀଙ୍କ ଅକ୍ଟୋବର ୩୦-୩୧ରେ ଗୁଜରାଟ ଗସ୍ତ
October 29th, 02:20 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୩୦-୩୧ରେ ଗୁଜରାଟ ଗସ୍ତ କରିବେ । ୩୦ ତାରିଖ ପୂର୍ବାହ୍ନ ପ୍ରାୟ ସାଢ଼େ ଦଶଟା ବେଳେ ସେ ଅମ୍ବାଜୀ ମନ୍ଦିରରେ ଦର୍ଶନ ସହ ପୂଜାର୍ଚ୍ଚନା କରିବେ । ପରେ ପରେ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ସେ ମେହେଶାନାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ୩୧ ତାରିଖ ସକାଳ ଆଠଟାରେ ଶ୍ରୀ ମୋଦୀ କେଭାଡିଆ ଯାଇ ଏକତା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସେଠାରେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଯୋଗଦେବେ । ସେ ମଧ୍ୟ ସେଠାରେ କେତେକ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଉଦଘାଟନ ମଧ୍ୟ କରିବେ । ପରେ ପରେ ସେ ୯୮ତମ ଅଧିକାରୀମାନଙ୍କ ୯୮ତମ ସାଧାରଣ ମୂଳଦୁଆ ପାଠ୍ୟକ୍ରମ ଆରମ୍ଭ ୫.୦ରେ ଉଦବୋଧନ ଦେବେ ।ଗୁଜରାଟର ଅହମ୍ମଦାବାଦରୁ ରେଳ ପ୍ରକଳ୍ପଗୁଡ଼ିକୁ ଦେଶ ଉଦେଶ୍ୟରେ ଉତ୍ସର୍ଗ କରିବା ପାଇଁ ଆୟୋଜିତ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
October 31st, 07:00 pm
ଗୁଜରାଟର ବିକାଶ ପାଇଁ, ଗୁଜରାଟର ସଂଯୋଗୀକରଣ ପାଇଁ ଆଜି ବହୁତ ବଡ଼ ଦିନ ଅଟେ । ଗୁଜରାଟର ଲକ୍ଷ ଲକ୍ଷ ଲୋକ ଯେଉଁମାନେ ଗୋଟିଏ ବଡ଼ କ୍ଷେତ୍ରରୁ ବ୍ରଡଗେଜ ରେଳ ଲାଇନ ନ ଥିବା ସତ୍ତ୍ୱେ ବହୁ କଷ୍ଟରେ ଥିଲେ, ସେମାନଙ୍କୁ ଆଜିଠାରୁ ବହୁତ ସୁବିଧା ମିଳିବାକୁ ଯାଉଛି । ଏବେ କିଛି ସମୟ ପୂର୍ବରୁ ମୋତେ ଅସାରବା ରେଲୱେ ଷ୍ଟେସନରେ, ଅସାରବା ଠାରୁ ଉଦୟପୁର ଯିବାକୁ ଥିବା ଟ୍ରେନକୁ ସବୁଜ ପତାକା ଦେଖାଇବାର ସୁଯୋଗ ମିଳିଲା । ଲୁଣୀଧରରୁ ଜେତଲସର ମଧ୍ୟରେ ବଡ଼ ଲାଇନ ଉପରେ ଚାଲିବାକୁ ଥିବା ଟ୍ରେନଗୁଡ଼ିକୁ ମଧ୍ୟ ଆଜି ସବୁଜ ପତାକା ଦେଖାଯାଇଛି ।PM Modi dedicates various railway projects to the nation from Ahmedabad, Gujarat
October 31st, 06:53 pm
PM Modi dedicated to the nation, two railway projects worth over Rs. 2900 crores at Asarva, Ahmedabad. PM Modi emphasized, “When the government of double engine works, its effect is not only double, but it is manifold. Here one and one together are not 2 but assume the power of 11.”Prahladji Patel's work will contribute to inspire future generations: PM Modi
April 04th, 08:13 pm
PM Modi addressed the 115th Janmjayanti of Shri Prahladji Patel at Becharaji, Gujarat via a video message. He paid homage to the glorious land of Becharaji and bowed to the memory of the freedom fighter, social worker Shri Prahladji Patel. The PM noted Shri Prahladji Patel’s generosity in social service and his sacrifice.ଗୁଜୁରାଟର ବେଚାର୍ଜି ଠାରେ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ପ୍ରହଲାଦଜୀ ପଟେଲଙ୍କ ୧୧୫ ତମ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମରେ ତାଙ୍କ ଜୀବନୀ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
April 04th, 08:01 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ବେଚାର୍ଜି ଠାରେ ସ୍ୱାଧୀନନତା ସଂଗ୍ରାମୀ ପ୍ରହଲାଦଜୀ ପଟେଲଙ୍କ ୧୧୫ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାଙ୍କ ଜୀବନୀ ଉନ୍ମୋଚନ କରିବା ସହିତ ସମ୍ବୋଧିତ କରିଛନ୍ତି । ଗୁଜୁରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ରଭାଇ ପଟେଲ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।ଛୋଟ ପ୍ରୟାସ ବଡ଼ ପରିବର୍ତ୍ତନ ଆଣିଥାଏ: ପ୍ରଧାନମନ୍ତ୍ରୀ ମୋଦୀ
September 26th, 11:30 am
ଆପଣମାନେ ଜାଣନ୍ତି ଯେ, ମାଘ ମାସ ଆସିଲେ ଆମ ଦେଶରେ ବହୁତ ଲୋକ ଗଙ୍ଗାମାତା କିମ୍ବା କୌଣସି ଅନ୍ୟ ନଦୀତଟରେ କଳ୍ପବାସ କରିଥାନ୍ତି । ଏବେ ତ ଆଉ ଏହି ପରମ୍ପରା ନାହିଁ, କିନ୍ତୁ ପୂର୍ବ ସମୟରେ ତ ଏଭଳି ପରମ୍ପରା ରହିଥିଲା ଯେ, ଘରେ ସ୍ନାନ କରିବା ସମୟରେ ମଧ୍ୟ ନଦୀମାନଙ୍କୁ ସ୍ମରଣ କରାଯାଉଥିଲା । ଆଜି ହୁଏତ ଏହା ବିଲୁପ୍ତ ହୋଇଯାଇଥାଇ ପାରେ କିମ୍ବା ନାମମାତ୍ର ଜୀବିତ ଥାଇପାରେ । କିନ୍ତୁ ଏହା ଏକ ବହୁତ ବଡ଼ ପରମ୍ପରା ଥିଲା ଯାହା ପ୍ରାତଃକାଳରେ ସ୍ନାନ ସମୟରେ ହିଁ ବିଶାଳ ଭାରତର ଯାତ୍ରା କରାଇ ଦେଉଥିଲା । ମାନସିକ ଯାତ୍ରା! ଦେଶର କୋଣ ଅନୁକୋଣରୁ ଯୋଡ଼ି ହେବାପାଇଁ ପ୍ରେରଣା ପ୍ରଦାନ କରୁଥିଲା । ଭାରତରେ ସ୍ନାନ କରିବା ସମୟରେ ଗୋଟିଏ ଶ୍ଳୋକ ଆବୃତ୍ତି କରିବାର ପରମ୍ପରା ରହିଆସିଛି ।ଗୁଜରାଟରେ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
July 16th, 04:05 pm
ମନ୍ତ୍ରୀ ପରିଷଦରେ ମୋର ସାଥୀ ଏବଂ ଗାନ୍ଧୀନଗରର ସାଂସଦ ଶ୍ରୀମାନ ଅମିତ ଶାହ ମହାଶୟ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମହାଶୟ, ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ମହାଶୟ, ଉପ ମୁଖ୍ୟମନ୍ତ୍ରୀ ନିତୀନ ଭାଇ, କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଦର୍ଶନା ଜରଦୋଶ ମହାଶୟା, ଗୁଜରାଟ ସରକାରଙ୍କର ଅନ୍ୟ ମନ୍ତ୍ରୀଗଣ, ସଂସଦରେ ମୋର ସାଥୀ ଏବଂ ଗୁଜରାଟ ପ୍ରଦେଶ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଶ୍ରୀମାନ ସିଆର ପାଟିଲ ମହାଶୟ, ଅନ୍ୟ ସାଂସଦଗଣ, ବିଧାୟକ ଗଣ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆପଣ ସମସ୍ତଙ୍କୁ ନମସ୍କାର।ଗୁଜରାଟରେ ଏକାଧିକ ପ୍ରକଳ୍ପ ଉଦଘାଟନ କରିବା ସହିତ ସେଗୁଡ଼ିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ
July 16th, 04:04 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଗୁଜରାଟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ରେଳ ପ୍ରକଳ୍ପକୁ ଉଦଘାଟନ କରିବା ସହିତ ସେଗୁଡ଼ିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ଗୁଜରାଟ ସାଇନ୍ସ ସିଟି ଠାରେ ଆକ୍ବାଟିକ୍ସ ଓ ରୋବୋଟିକ୍ସ ଗ୍ୟାଲେରୀ ଏବଂ ଏକ ପ୍ରାକୃତିକ ଉଦ୍ୟାନକୁ ମଧ୍ୟ ସେ ଉଦଘାଟନ କରିଥିଲେ। ସେ ମଧ୍ୟ ଦୁଇଟି ଟ୍ରେନ ଯଥା:- ଗାନ୍ଧୀନଗର କ୍ୟାପିଟାଲ-ବାରାଣସୀ ସୁପରଫାଷ୍ଟ ଏକ୍ସପ୍ରେସ ଓ ଗାନ୍ଧୀନଗର କ୍ୟାପିଟାଲ ଓ ଭେରେଠା ମଧ୍ୟରେ ମେମୁ ସେବାର ଉଦଘାଟନ କରିଥିଲେ।କେୱଡ଼ିଆ ଓ ଅହମ୍ମଦାବାଦର ସାବରମତୀ ରିଭରଫ୍ରଣ୍ଟ ମଧ୍ୟରେ ସି-ପ୍ଲେନ ସେବା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ
October 31st, 02:52 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର କେୱଡିଆଠାରେ ଏକ ୱାଟର ଏରୋଡ୍ରମ ଉଦ୍ଘାଟନ କରିଛନ୍ତି । ଏହା ସହିତ କେୱାଡିଆର ଷ୍ଟାଚ୍ୟୁ ଅଫ୍ ୟୁନିଟଠାରୁ ଅହମ୍ମଦାବାଦର ସାବରମତୀ ରିଭରଫ୍ରଣ୍ଟ ମଧ୍ୟରେ ସି-ପ୍ଲେନ ଚଳାଚଳର ଶୁଭାରମ୍ଭ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯାଇଛି ।ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପ ସାବରମତି ଆଶ୍ରମ ଗସ୍ତ କରିଛନ୍ତି
February 24th, 12:46 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ଅହମ୍ମଦାବାଦରେ ସାବରମତି ଆଶ୍ରମ ପରିଦର୍ଶନ କରିଛନ୍ତି । ସେମାନେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।ମନର କଥା 2.0(ଦ୍ଵିତୀୟ ଅଧ୍ୟାୟ) ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’ର ଓଡ଼ିଆ ଭାଷାନ୍ତର
August 25th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆମ ଦେଶ ଆଜିକାଲି ଗୋଟିଏ ପଟେ ବର୍ଷାର ଆନନ୍ଦ ଉପଭୋଗ କରୁଛି, ତ ଅନ୍ୟପଟେ ଭାରତର କୋଣ ଅନୁକୋଣରେ କୌଣସି ନା କୌଣସି ପ୍ରକାର ଉତ୍ସବ, ମେଳା ଆଦି ଚାଲିଛି ଯାହା ପ୍ରାୟ ଦୀପାବଳୀ ପର୍ଯ୍ୟନ୍ତ ଚାଲିବ । ହୁଏତ ଆମ ପୂର୍ବପୁରୁଷମାନେ ଋତୁ ଚକ୍ର, ଅର୍ଥ ଚକ୍ର ଏବଂ ସାମାଜିକ ଜୀବନର ବ୍ୟବସ୍ଥାକୁ ଏତେ ସୁନ୍ଦର ଭାବେ ଗଢ଼ିଛନ୍ତି ଯେମିତି, କୌଣସି ପରିସ୍ଥିତିରେ ସମାଜରେ ମାନ୍ଦାପଣ ସୃଷ୍ଟି ନ ହୁଏ ।PM Modi travels by sea plane
December 12th, 11:30 am
PM Narendra Modi travelled from Sabarmati Riverfront in Ahmedabad to Dharoi dam via the sea plane.ସୋସିଆଲ ମିଡିଆ କର୍ଣ୍ଣର ଜୁନ 29 2017
June 29th, 09:34 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।