ପ୍ରଧାନମନ୍ତ୍ରୀ ସ୍ଵିଡେନର ସିଇଓମାନଙ୍କ ସହ ମତ ବିନିମୟ କରିଛନ୍ତି ,ଭାରତରେ ନିବେଶର ସୁଯୋଗ ଉପରେ ଉଲ୍ଲେଖ କରିଛନ୍ତି
April 17th, 05:52 pm
ପ୍ରଧାନମନ୍ତ୍ରୀ ମୋଦୀ ଆଜି ସ୍ଵିଡେନ ସିଇଓମାନଙ୍କ ସହ ମତ ବିନିମୟ କରିଥିଲେ । ସେ ଦୁଇ ଦେଶ ମଧ୍ୟରେ ବ୍ୟାପାର ଏବଂ ବ୍ୟବସାୟିକ ସମ୍ପର୍କ ଉପରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ସ୍ଵିଡେନ 'ମେକ ଇନ ଇଣ୍ଡିଆ' ପଦକ୍ଷେପରେ ଏକ ବଡ଼ ଯୋଗଦାନକାରୀ ରାଷ୍ଟ୍ର ବୋଲି କହି ଭାରତରେ ନିବେଶ ଲାଗି ଉପଲବ୍ଧ ଭିଭିନ୍ନ ସୁଯୋଗ ଉପରେ ମଧ୍ୟ ଉଲ୍ଲେଖ କରିଥିଲେ ।ସ୍ୱିଡେନ ଗସ୍ତ (ଏପ୍ରିଲ 17, 2018) ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି
April 17th, 04:50 pm
ଏହା ମୋର ପ୍ରଥମ ସ୍ୱିଡେନ ଗସ୍ତ ଅଟେ । ଭାରତର ପ୍ରଧାନମନ୍ତ୍ରୀଙ୍କ ସ୍ୱିଡେନ ଯାତ୍ରା ପାଖାପାଖି ତିନି ଦଶକ ପରେ ହେଉଛି । ସ୍ୱିଡେନରେ ଆମକୁ ଉଦାରତାପୂର୍ଣ୍ଣ ସ୍ୱାଗତ ଏବଂ ସମ୍ମାନ ଲାଗି ମୁଁ ପ୍ରଧାନମନ୍ତ୍ରୀ ଲୱେନ ଏବଂ ସ୍ୱିଡେନ ସରକାରଙ୍କୁ ହୃଦୟପୂର୍ବକ କୃତଜ୍ଞତା ପ୍ରକଟ କରୁଛି । ମୋର ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ଲୱେନ ଅନ୍ୟ ନୋର୍ଡିକ ଦେଶଗୁଡ଼ିକ ସହିତ ଭାରତର ଶିଖର ସମ୍ମିଳନୀ ମଧ୍ୟ ଆୟୋଜନ କରୁଛନ୍ତି । ସେଥିପାଇଁ ମୁଁ ହୃଦୟପୂର୍ବକ କୃତଜ୍ଞତା ପ୍ରକଟ କରୁଛି ।