ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ବାର୍ଷିକ ସମ୍ମିଳନୀ ୨୦୨୧ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 11th, 06:52 pm
ଭାରତର ପ୍ରଗତିକୁ ତ୍ୱରାନ୍ୱିତ କରୁଥିବା ଶିଳ୍ପଜଗତର ସମସ୍ତ ମହାନ୍ ବ୍ୟକ୍ତିମାନଙ୍କୁ, ସିଆଇଆଇର ସମସ୍ତ ସଦସ୍ୟବୃନ୍ଦଙ୍କୁ ମୋର ନମସ୍କାର । କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ବରିଷ୍ଠ ସହଯୋଗୀଗଣ, ସିଆଇଆଇର ସଭାପତି ଶ୍ରୀ ଟି . ବି. ନରେନ୍ଦ୍ରନ ମହୋଦୟ, ଉଦ୍ୟୋଗ ଜଗତର ସମସ୍ତ ନେତୃବୃନ୍ଦ, ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅନେକ ଦେଶର କୂଟନୀତିଜ୍ଞଗଣ, ବିଭିନ୍ନ ଦେଶରେ ନିଯୁକ୍ତ ଭାରତର ରାଷ୍ଟ୍ରଦୂତମାନେ ଭଦ୍ରବ୍ୟକ୍ତି ଓ ଭଦ୍ରମହିଳାମାନେ!ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ବାର୍ଷିକ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
August 11th, 04:30 pm
ସମାବେଶରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସିଆଇଆଇର ଏହି ବୈଠକ ସ୍ୱାଧୀନତାର 75ତମ ଦିବସ ଅବ୍ୟବହିତ ପୂର୍ବରୁ ଆୟୋଜିତ ହେଉଥିବା ଆଜାଦୀ କା ଅମ୍ରିତ ମହୋତ୍ସବ ସମୟରେ ଅନୁଷ୍ଠିତ ହେଉଛି। ସେ କହିଥିଲେ ଯେ ଭାରତୀୟ ଉଦ୍ୟୋଗ ଜଗତ ପାଇଁ ନୂତନ ସଂକଳ୍ପ ଓ ନୂତନ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ନିମନ୍ତେ ଏହାକ ଏକ ସୁବର୍ଣ୍ଣ ସୁଯୋଗ। ସେ ଆହୁରି କହିଥିଲେ ଯେ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ଭାରତୀୟ ଉଦ୍ୟୋଗ ଜଗତର ଏକ ପ୍ରମୁଖ ଭୂମିକା ରହିଛି। ମହାମାରୀ ସମୟରେ ଉଦ୍ୟୋଗ ଜଗତର ସହନଶୀଳତା ପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଥିଲେ।ଗୁଜରାଟରେ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
July 16th, 04:05 pm
ମନ୍ତ୍ରୀ ପରିଷଦରେ ମୋର ସାଥୀ ଏବଂ ଗାନ୍ଧୀନଗରର ସାଂସଦ ଶ୍ରୀମାନ ଅମିତ ଶାହ ମହାଶୟ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମହାଶୟ, ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ମହାଶୟ, ଉପ ମୁଖ୍ୟମନ୍ତ୍ରୀ ନିତୀନ ଭାଇ, କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଦର୍ଶନା ଜରଦୋଶ ମହାଶୟା, ଗୁଜରାଟ ସରକାରଙ୍କର ଅନ୍ୟ ମନ୍ତ୍ରୀଗଣ, ସଂସଦରେ ମୋର ସାଥୀ ଏବଂ ଗୁଜରାଟ ପ୍ରଦେଶ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଶ୍ରୀମାନ ସିଆର ପାଟିଲ ମହାଶୟ, ଅନ୍ୟ ସାଂସଦଗଣ, ବିଧାୟକ ଗଣ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆପଣ ସମସ୍ତଙ୍କୁ ନମସ୍କାର।ଗୁଜରାଟରେ ଏକାଧିକ ପ୍ରକଳ୍ପ ଉଦଘାଟନ କରିବା ସହିତ ସେଗୁଡ଼ିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ
July 16th, 04:04 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଗୁଜରାଟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ରେଳ ପ୍ରକଳ୍ପକୁ ଉଦଘାଟନ କରିବା ସହିତ ସେଗୁଡ଼ିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ଗୁଜରାଟ ସାଇନ୍ସ ସିଟି ଠାରେ ଆକ୍ବାଟିକ୍ସ ଓ ରୋବୋଟିକ୍ସ ଗ୍ୟାଲେରୀ ଏବଂ ଏକ ପ୍ରାକୃତିକ ଉଦ୍ୟାନକୁ ମଧ୍ୟ ସେ ଉଦଘାଟନ କରିଥିଲେ। ସେ ମଧ୍ୟ ଦୁଇଟି ଟ୍ରେନ ଯଥା:- ଗାନ୍ଧୀନଗର କ୍ୟାପିଟାଲ-ବାରାଣସୀ ସୁପରଫାଷ୍ଟ ଏକ୍ସପ୍ରେସ ଓ ଗାନ୍ଧୀନଗର କ୍ୟାପିଟାଲ ଓ ଭେରେଠା ମଧ୍ୟରେ ମେମୁ ସେବାର ଉଦଘାଟନ କରିଥିଲେ।