ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

April 27th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଯେତେବେଳେ ମୁଁ ଆପଣଙ୍କ ସହିତ ମନର କଥା ହେଉଛି, ସେତେବେଳେ ମନରେ ଗଭୀର ପୀଡ଼ା ରହିଛି । ଏପ୍ରିଲ ୨୨ ତାରିଖ ଦିନ ପହଲଗାମ୍ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଦେଶର ପ୍ରତ୍ୟେକ ନାଗରିକକୁ ବ୍ୟଥିତ କରିଛି । ପୀଡ଼ିତ ପରିବାରଙ୍କ ପ୍ରତି ପ୍ରତ୍ୟେକ ଭାରତୀୟଙ୍କ ମନରେ ଗଭୀର ସମବେଦନା ରହିଛି । ସେ ଯେକୌଣସି ରାଜ୍ୟର ହୋଇଥାଆନ୍ତୁ ନା କାହିଁକି, ଯେକୌଣସି ଭାଷାଭାଷୀ ହୋଇଥାଆନ୍ତୁ ନା କାହିଁକି, ସମସ୍ତେ ସେହିମାନଙ୍କ ଯନ୍ତ୍ରଣାକୁ ଅନୁଭବ କରୁଛନ୍ତି, ଯେଉଁମାନେ ଏହି ଆକ୍ରମଣରେ ନିଜ ପରିବାରର ଲୋକଙ୍କୁ ହରାଇଛନ୍ତି । ଆତଙ୍କବାଦୀ ଆକ୍ରମଣର ଚିତ୍ରଗୁଡ଼ିକୁ ଦେଖି ପ୍ରତ୍ୟେକ ଭାରତୀୟର ରକ୍ତ ତାତି ଉଠୁଛି, ସେ କଥା ମୁଁ ଅନୁଭବ କରିପାରୁଛି । ପହଲଗାମରେ ହୋଇଥିବା ଏହି ଆକ୍ରମଣ, ଆତଙ୍କବାଦର ପୃଷ୍ଠପୋଷକଙ୍କ ହତାଶା ଭାବକୁ ଦର୍ଶାଉଛି, ସେମାନଙ୍କ କାପୁରୁଷପଣିଆକୁ ପ୍ରଦର୍ଶିତ କରୁଛି । କାଶ୍ମୀରରେ ଶାନ୍ତି ଫେରିଆସୁଥିବା ସମୟରେ - ସ୍କୁଲ-କଲେଜମାନଙ୍କରେ ଗୋଟିଏ ଉତ୍ସାହ ଥିଲା, ନିର୍ମାଣ କାର୍ଯ୍ୟରେ ଅଭୂତପୂର୍ବ ଗତିଶୀଳତା ଆସିଥିଲା, ଗଣତନ୍ତ୍ର ଦୃଢ଼ୀଭୂତ ହେଉଥିଲା, ପର୍ଯ୍ୟଟକମାନଙ୍କ ସଂଖ୍ୟାରେ ରେକର୍ଡ଼ ବୃଦ୍ଧି ହୋଇଚାଲିଥିଲା, ଲୋକମାନଙ୍କ ଆୟ ବୃଦ୍ଧି ହେଉଥିଲା, ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଚାଲିଥିଲା – ଏଭଳି ସମୟରେ ଦେଶର ଶତ୍ରୁ, ଜାମ୍ମୁ-କାଶ୍ମୀରର ଶତ୍ରୁମାନଙ୍କ ପକ୍ଷରେ ଏହା ଅସହ୍ୟ ହେଲା । ଆତଙ୍କବାଦୀ ଓ ଆତଙ୍କକୁ ପ୍ରଶ୍ରୟ ଦେଉଥିବା ଶକ୍ତିମାନେ ଚାହାଁନ୍ତି ଯେ, କାଶ୍ମୀର ପୁଣିଥରେ ଧ୍ୱଂସ ହେଇଯାଉ, ତେଣୁ ସେମାନେ ଏତେ ବଡ଼ ଷଡ଼ଯନ୍ତ୍ର ଘଟାଇଲେ । ଆତଙ୍କବାଦ ବିରୁଦ୍ଧରେ ଏହି ଯୁଦ୍ଧରେ ଦେଶର ଏକତା, ୧୪୦ କୋଟି ଭାରତୀୟଙ୍କ ଏକଜୁଟପଣିଆ ଆମର ସବୁଠାରୁ ବଡ଼ ଶକ୍ତି । ଏହି ଏକତା, ଆତଙ୍କବାଦ ବିରୁଦ୍ଧରେ ଆମର ନିର୍ଣ୍ଣାୟକ ସଂଗ୍ରାମର ଆଧାର । ଦେଶ ଆଗରେ ଦେଖାଦେଇଥିବା ଏହି ଆହ୍ୱାନର ମୁକାବିଲା କରିବା ପାଇଁ ଆମକୁ ଆମ ସଂକଳ୍ପକୁ ସୁଦୃଢ଼ କରିବାକୁ ହେବ । ଗୋଟିଏ ରାଷ୍ଟ୍ର ହିସାବରେ ଆମକୁ ଦୃଢ଼ ଇଚ୍ଛାଶକ୍ତି ପ୍ରଦର୍ଶିତ କରିବାକୁ ହେବ । ଏହି ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶର ସ୍ୱର ଏକ ହୋଇଥିବା କଥା ଆଜି ସାରା ବିଶ୍ୱ ଦେଖୁଛି ।

‘ପରୀକ୍ଷା ପେ ଚର୍ଚ୍ଚା 2025

‘ପରୀକ୍ଷା ପେ ଚର୍ଚ୍ଚା 2025 "କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ

February 10th, 11:30 am

ଛାତ୍ର: ଆମେ ପରୀକ୍ଷା ପେ ଚର୍ଚ୍ଚା ପାଇଁ ବହୁତ ଉତ୍ସାହିତ ଅଛୁ।

ପରୀକ୍ଷା ପେ ଚର୍ଚ୍ଚା 2025ରେ ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମତ ବିନିମୟ

ପରୀକ୍ଷା ପେ ଚର୍ଚ୍ଚା 2025ରେ ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମତ ବିନିମୟ

February 10th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ସୁନ୍ଦର ନର୍ସରୀଠାରେ ପରୀକ୍ଷା ପେ ଚର୍ଚ୍ଚା (ପିପିସି) ର ଅଷ୍ଟମ ସଂସ୍କରଣ ଅବସରରେ ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ କରିଛନ୍ତି । ସାରା ଦେଶର ଛାତ୍ରଛାତ୍ରୀମାନଙ୍କ ସହ ଏକ ଅନୌପଚାରିକ ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ ଅନେକ ବିଷୟ ଉପରେ ଆଲୋଚନା କରିଥିଲେ। ସେ ରାଶି ଲଡ଼ୁ ବଣ୍ଟନ କରିଥିଲେ ଯାହା ପାରମ୍ପରିକ ଭାବରେ ଶରୀରକୁ ଉଷ୍ମ ରଖିବା ପାଇଁ ଶୀତଦିନେ ପରିବେଷଣ କରାଯାଏ।

ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ପ୍ରସ୍ତାବ

February 04th, 07:00 pm

ମୁଁ ମାନ୍ୟବର ରାଷ୍ଟ୍ରପତିଜୀଙ୍କ ସମ୍ୱୋଧନ ଉପରେ ଧନ୍ୟବାଦ ଜଣାଇବାକୁ ଆଜି ଏଠାରେ ଉପସ୍ଥିତ ହୋଇଛି। ଗତକାଲି ଏବଂ ଆଜି ବିଳମ୍ୱିତ ରାତି ପର୍ଯ୍ୟନ୍ତ, ସମସ୍ତ ମାନ୍ୟବର ସାଂସଦମାନେ ସେମାନଙ୍କ ଚିନ୍ତାଧାରା ଦ୍ୱାରା କୃତଜ୍ଞତାର ସହ ସମୃଦ୍ଧ କରିଥିଲେ। ଅନେକ ସମ୍ମାନନୀୟ ଅଭିଜ୍ଞ ସାଂସଦ ମଧ୍ୟ ନିଜର ମତ ବ୍ୟକ୍ତ କରିଥିଲେ, ଏବଂ ସ୍ୱାଭାବିକ ଭାବେ ଗଣତନ୍ତ୍ରର ଏକ ପରମ୍ପରା ମଧ୍ୟ ରହିଛି, ଯେଉଁଠି ଆବଶ୍ୟକତା ଥିଲା, ସେଠାରେ ପ୍ରଶଂସା କରାଯାଉଥିଲା, ଯେଉଁଠି କିଛି ଅସୁବିଧା ଥିଲା, କିଛି ନକାରାତ୍ମକ କଥାବାର୍ତ୍ତା ମଧ୍ୟ ହେଉଥିଲା, କିନ୍ତନ୍ତୁ ଏହା ଅତି ସ୍ୱାଭାବିକ! ଅଧ୍ୟକ୍ଷ ମହୋଦୟ, ଏହା ମୋ ପାଇଁ ଏକ ବଡ଼ ସୌଭାଗ୍ୟ ଯେ ଦେଶର ଲୋକମାନେ ମୋତେ ୧୪ ତମ ଥର ଏହି ସ୍ଥାନରେ ବସି ରାଷ୍ଟ୍ରପତିଜୀଙ୍କ ଅଭିଭାଷଣ ପ୍ରତି କୃତଜ୍ଞତା ବ୍ୟକ୍ତ କରିବାର ସୁଯୋଗ ଦେଇଛନ୍ତି ଏବଂ ସେଥିପାଇଁ ମୁଁ ଆଜି ମଧ୍ୟ ଜନସାଧାରଣଙ୍କୁ ବହୁତ ସମ୍ମାନର ସହ କୃତଜ୍ଞତା ଜଣାଇବାକୁ ଚାହୁଁଛି, ଏବଂ ଯେଉଁମାନେ ଗୃହରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଏବଂ ଆଲୋଚନାକୁ ସମୃଦ୍ଧ କରିଥିଲେ ସେମାନଙ୍କୁ ମଧ୍ୟ ମୁଁ କୃତଜ୍ଞତା ଜଣାଉଛି।

ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

February 04th, 06:55 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଉତ୍ତର ଦେଇଛନ୍ତି। ସଦନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଗତକାଲି ଏବଂ ଆଜି ଆଲୋଚନାରେ ଅଂଶଗ୍ରହଣ କରିଥିବା ସମସ୍ତ ମାନ୍ୟବର ସାଂସଦଙ୍କ ଯୋଗଦାନକୁ ପ୍ରଶଂସା କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଗଣତନ୍ତ୍ରର ପରମ୍ପରାରେ ଆବଶ୍ୟକ ସ୍ଥଳେ ପ୍ରଶଂସା ଏବଂ ଆବଶ୍ୟକ ସ୍ଥଳେ କିଛି ନକାରାତ୍ମକ ମନ୍ତବ୍ୟ ସାମିଲ ଥାଏ, ଯାହା ସ୍ୱାଭାବିକ। ଚତୁର୍ଦ୍ଦଶ ଥର ପାଇଁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉତ୍ତର ରଖିବାକୁ ସୁଯୋଗ ଦେଇଥିବାରୁ ସେ ଜନସାଧାରଣଙ୍କୁ କୃତଜ୍ଞତା ବ୍ୟକ୍ତ କରିଥିଲେ। ଏହି ଆଲୋଚନାରେ ଭାଗ ନେଇଥିବା ସମସ୍ତଙ୍କୁ ସେମାନଙ୍କର ବିଚାର ପାଇଁ ସେ ପ୍ରଶଂସା କରିଥିଲେ।

Hackathon solutions are proving to be very useful for the people of the country: PM Modi

December 11th, 05:00 pm

PM Modi interacted with young innovators at the Grand Finale of Smart India Hackathon 2024 today, via video conferencing. He said that many solutions from the last seven hackathons were proving to be very useful for the people of the country.

ସ୍ମାର୍ଟ ଇଣ୍ଡିଆ ହାକାଥନ୍ ୨୦୨୪ର ଅଂଶଗ୍ରହଣକାରୀମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

December 11th, 04:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ ୨୦୨୪ର ଗ୍ରାଣ୍ଡ ଫାଇନାଲରେ ଯୁବ ଉଦ୍ଭାବକମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ତାଙ୍କ ଅଭିଭାଷଣରୁ 'ସବକା ପ୍ରୟାସ'ର ପୁନରାବୃତ୍ତି ବିଷୟରେ ମନେ ପକାଇଥିଲେ। ଆଜିର ଭାରତ 'ସବକା ପ୍ରୟାସ' କିମ୍ବା ସମସ୍ତଙ୍କ ପ୍ରୟାସ ଦ୍ୱାରା ଦ୍ରୁତ ଗତିରେ ଅଗ୍ରଗତି କରିପାରିବ ଏବଂ ଆଜିର ଅବସର ଏକ ଉଦାହରଣ ବୋଲି ସେ କହିଛନ୍ତି। ମୁଁ ସ୍ମାର୍ଟ ଇଣ୍ଡିଆ ହାକାଥନର ଗ୍ରାଣ୍ଡ ଫାଇନାଲକୁ ଉତ୍ସାହର ସହ ଅପେକ୍ଷା କରିଛି, ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ସେ ଯୁବ ଉଦ୍ଭାବକମାନଙ୍କ ମଧ୍ୟରେ ଥାଆନ୍ତି ସେତେବେଳେ ତାଙ୍କୁ କିଛି ନୂଆ ଶିଖିବାର ଏବଂ ବୁଝିବାର ସୁଯୋଗ ମିଳିଥାଏ । ଯୁବ ଉଦ୍ଭାବକମାନଙ୍କ ପ୍ରତି ତାଙ୍କର ଉଚ୍ଚ ଆଶା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକବିଂଶ ଶତାବ୍ଦୀର ଭାରତକୁ ଭିନ୍ନ ଦୃଷ୍ଟିରେ ଦେଖିବା ନିମନ୍ତେ ସେମାନଙ୍କର ଦୃଷ୍ଟିକୋଣ ରହିଛି । ତେଣୁ, ଶ୍ରୀ ମୋଦୀ କହିଥିଲେ, ଆପଣଙ୍କର ସମାଧାନ ମଧ୍ୟ ଭିନ୍ନ ଏବଂ ଯେତେବେଳେ ଏକ ନୂତନ ଚ୍ୟାଲେଞ୍ଜ ଆସେ, ଆପଣ ନୂତନ ଏବଂ ଅନନ୍ୟ ସମାଧାନ ବାହାର କରନ୍ତି। ପ୍ରଧାନମନ୍ତ୍ରୀ ଅତୀତରେ ହୋଇଥିବା ହାକାଥନ କଥା ମନେ ପକାଇ କହିଥିଲେ, ସେଥିରେ ପ୍ରଦାନ କରାଯାଇଥିବା ସମାଧାନଗୁଡ଼ିକୁ ବିଭିନ୍ନ ମନ୍ତ୍ରଣାଳୟରେ ବ୍ୟବହାର କରାଯାଉଛି । ଶ୍ରୀ ମୋଦୀ ଅଂଶଗ୍ରହଣକାରୀଙ୍କ ବିଷୟରେ ଅଧିକ ଜାଣିବାପାଇଁ ଆଗ୍ରହ ପ୍ରକାଶ କରିଥିଲେ ଏବଂ ବାର୍ତ୍ତାଳାପ ଆରମ୍ଭ କରିଥିଲେ ।

ଅକ୍ଟୋବର ୯ରେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରରେ ୭୬୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ

October 08th, 07:31 pm

ଅକ୍ଟୋବର ୯ ତାରିଖ ଦିନ ଦ୍ୱିପ୍ରହର ପ୍ରାୟ ୧ଟା ବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଯୋଗେ ମହାରାଷ୍ଟ୍ରରେ ୭୬୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ ।

World is confident that in India it will find low-cost, quality, sustainable, scalable solutions to global challenges: PM

December 19th, 11:32 pm

PM Modi interacted with the participants of the Grand Finale of Smart India Hackathon 2023 and addressed them via video conferencing. Addressing the young innovators and domain experts, PM Modi reiterated the importance of the current time period that will decide the direction of the next one thousand years. The Prime Minister asked them to understand the uniqueness of the current time as many factors have come together, such as India being one of the youngest countries in the world, its talent pool, stable and strong government, booming economy and unprecedented emphasis on science and technology.

ସ୍ମାର୍ଟ ଇଣ୍ଡିଆ ହକାଥନ ୨୦୨୩ ସମାରୋହ

December 19th, 09:30 pm

ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ମହୀଶୂରୁସ୍ଥିତ ଜାତୀୟ ଯାନ୍ତ୍ରିକ ପ୍ରତିଷ୍ଠାନର ଶ୍ରୀ ସୈକେତ ଦାସ ଓ ପ୍ରତୀକ ଶାହାଙ୍କ ସହ ବାର୍ତ୍ତାଳାପ କରିଥିଲେ । ସେମାନେ ପରିବହନ ରଣନୀତିକ ବ୍ୟବସ୍ଥା ବିଷୟ ଉପରେ କାର୍ଯ୍ୟ କରୁଛନ୍ତି । ସେମାନେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ରେଳବାଇ ପ୍ରଗତି ଉପରେ ଏକ ଆଇଓଟି ପଦ୍ଧତି ତିଆରି କରୁଛନ୍ତି । ପ୍ରଧାନମନ୍ତ୍ରୀ ସେମାନଙ୍କୁ କହିଥିଲେ ଯେ ହକାଥନ ମଧ୍ୟ ତାଙ୍କ ନିମନ୍ତେ ଶିଖିବାର ସୁଯୋଗ ଓ ସେ ଏହାକୁ ଉତ୍ସୁକତାର ସହ ଅନାଇ ବସିବା ସହ ଏହାର ଅଂଶଗ୍ରହଣକାରୀ ମାନଙ୍କ ସହ କଥାବାର୍ତ୍ତା କରିବା ପାଇଁ ବ୍ୟଗ୍ର । ଅଂଶଗ୍ରହଣକାରୀ ମାନଙ୍କ ମୁହଁର ସକାରାତ୍ମକତା ଓ ଦୁର୍ବଳତା ଦେଖି ପ୍ରଧାନମନ୍ତ୍ରୀ ସେମାନଙ୍କ ଉତ୍ସାହ, ଇଚ୍ଛାଶକ୍ତି ଓ ଦେଶ ଗଠନ ପାଇଁ ଆଶା ଆକାଂକ୍ଷା ଭାରତୀୟ ଯୁବାଶକ୍ତିର ପରିଚୟ ପାଲଟିଛି ବୋଲି କହିଥିଲେ । ଦଳରେ ବଂଲାଦେଶର ଅଂଶଗ୍ରହଣକାରୀ ମଧ୍ୟ ଅଛନ୍ତି । ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଯେ ସେମାନେ ରେଳବାଇ ୱାଗନରେ କୋଇଲାର ସ୍ୱଳ୍ପ ଓ ଅଧିକ ବୋଝେଇ ସମସ୍ୟାର ଅନୁଧ୍ୟାନ କରୁଛନ୍ତି । ଯେଉଁଥିପାଇଁ କ୍ଷତି ସହ ଜରିମାନା ମଧ୍ୟ ପଡୁଛି । ସେମାନେ ସେଥିପାଇଁ ଆଇଓଟି ଓ କୃତ୍ରିମ ମେଧାଯୁକ୍ତ ବୈଷୟିକ ଜ୍ଞାନର ଉପଯୋଗ କରୁଛନ୍ତି । ଏହି ଦଳରେ ବାଂଲାଦେଶ ଓ ଭାରତରୁ ତିନିଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ଅବସ୍ଥାନ୍ତର ପର୍ଯ୍ୟାୟ ଦେଇ ଗତି କରୁଥିବା ଭାରତୀୟ ରେଳବାଇ ସେମାନଙ୍କ ଉଦ୍ୟମ ଯୋଗୁ ଉପକୃତ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ରଣନୀତି ହିଁ ମୁଖ୍ୟ ଓ ଅନେକ ବାଂଲାଦେଶୀ ବିଦ୍ୟାର୍ଥୀ ଭବିଷ୍ୟତରେ ଭାରତ ଆସି ଏହି କାର୍ଯ୍ୟରେ ସାମିଲ ହେଲେ ଏଭଳି ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମ ଅନେକ ସୁଯୋଗ ଆଣିଦେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଡିସେମ୍ବର୧୯ରେ ସ୍ମାର୍ଟ ଇଣ୍ଡିଆ ହାକାଥନ ୨୦୨୩ର ଗ୍ରାଣ୍ଡ ଫିନାଲେରେ ଅଂଶଗ୍ରହଣକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

December 18th, 06:52 pm

ପ୍ରଧାନମନ୍ତ୍ରୀଙ୍କ ଯୁବ ନେତୃତ୍ୱାଧୀନ ବିକାଶର ଦୃଷ୍ଟିକୋଣ ଅନୁଯାୟୀ ସ୍ମାର୍ଟ ଇଣ୍ଡିଆ ହାକାଥନ୍ (ଏସ୍‌ଆଇଏଚ୍) ହେଉଛି ସରକାରଙ୍କ ମନ୍ତ୍ରଣାଳୟ ଏବଂ ବିଭାଗ, ଶିଳ୍ପ ଏବଂ ଅନ୍ୟାନ୍ୟ ସଂଗଠନର ଜଟିଳ ସମସ୍ୟାର ସମାଧାନ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଏକ ମଞ୍ଚ ପ୍ରଦାନ କରିବା ପାଇଁ ଏକ ଦେଶବ୍ୟାପୀ ପଦକ୍ଷେପ । ୨୦୧୭ରେ ଶୁଭାରମ୍ଭ ହୋଇଥିବା ସ୍ମାର୍ଟ ଇଣ୍ଡିଆ ହାକାଥନ୍ ଯୁବ ଉଦ୍ଭାବକମାନଙ୍କ ମଧ୍ୟରେ ବ୍ୟାପକ ଲୋକପ୍ରିୟତା ହାସଲ କରିଛି। ଗତ ପାଞ୍ଚଟି ସଂସ୍କରଣରେ, ବିଭିନ୍ନ ଡୋମେନ୍‌ରେ ଅନେକ ଅଭିନବ ସମାଧାନ ଉଭା ହୋଇଛି ଏବଂ ପ୍ରତିଷ୍ଠିତ ଷ୍ଟାର୍ଟଅପ୍ ଭାବରେ ଉଭା ହୋଇଛି।

Rajasthan is a state where the glory of ancient India is visible in the country’s valour, prosperity and culture: PM Modi

October 05th, 11:54 am

PM Modi laid the foundation stone and dedicated to the nation, multiple projects in sectors like road, rail, aviation, health and higher education worth about Rs 5000 crores in Jodhpur, Rajasthan. He underlined that the results of the constant efforts by the government can be witnessed and experienced with the projects of today and congratulated the people of Rajasthan for the same.

ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ରାଜସ୍ଥାନର ଯୋଧପୁର ଠାରେ ପ୍ରାୟ ୫୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ

October 05th, 11:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୫-୧୦-୨୦୨୩) ରାଜସ୍ଥାନର ଯୋଧପୁର ଗସ୍ତରେ ଯାଇ ସଡ଼କ, ରେଳ, ବିମାନ ଚଳାଚଳ, ସ୍ବାସ୍ଥ୍ୟ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ୫୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ଏମ୍ସ ଯୋଧପୁରରେ ୩୫୦ ଶଯ୍ୟାବିଶିଷ୍ଟ ଟ୍ରମା କେନ୍ଦ୍ର ଓ ସ୍ବତନ୍ତ୍ର ଯତ୍ନ ହସ୍ପିଟାଲ ବ୍ଲକର ଶିଳାନ୍ୟାସ, ପିଏମ-ଏନଏଚଆରଏମ ଅଧୀନରେ ସାତଟି ଜଟିଳ ଚିକିତ୍ସା ସେବା, ଏବଂ ଯୋଧପୁର ବିମାନବନ୍ଦରରେ ନୂତନ ରହଣୀ ସ୍ଥଳ ଭବନର ଶିଳାନ୍ୟାସ। ସେ ଆଇଆଇଟି ଯୋଧପୁର ପରିସର ଓ ରାଜସ୍ଥାନ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଉନ୍ନତୀକରଣର ମଧ୍ୟ ଉଦଘାଟନ କରିଥିଲେ। ସେ ମଧ୍ୟ କେତେକ ସଡ଼କ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଦୁଇଟି ଅନ୍ୟ ରେଳ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ସେଥିମଧ୍ୟରେ ଡେଗାନା-ରାଏକାବାଗ ୧୪୫ କିଲୋମିଟର ଦୀର୍ଘ ରେଳପଥ ଓ ୫୮ କିଲୋମିଟର ଦୀର୍ଘ ଡେଗାନା-କଚାମନ ସିଟି ରେଳପଥର ଦୋହରୀକରଣ ଅନ୍ତର୍ଭୁକ୍ତ। ଶ୍ରୀ ମୋଦୀ ମଧ୍ୟ ରାଜସ୍ଥାନର ଦୁଇଟି ଟ୍ରେନର ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରାଇଥିଲେ। ସେ ଦୁଇଟି ହେଲା ଜୈସଲମେରରୁ ଦିଲ୍ଲୀ ରୁନିଚା ଏକ୍ସପ୍ରେସ ଓ ମାରଓ୍ବାରରୁ ଖମ୍ବାଲୀ ଘାଟ ପର୍ଯ୍ୟନ୍ତ ଏକ ନୂତନ ଐତିହ୍ୟ ଟ୍ରେନ୍।

ଗୁଜରାଟର ଅହମ୍ମଦାବାଦର ସାଇନ୍ସ ସିଟି ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

September 27th, 02:10 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଅହମ୍ମଦାବାଦସ୍ଥିତ ସାଇନ୍ସ ସିଟି (ବିଜ୍ଞାନ ସହର) ପରିଦର୍ଶନ କରିଛନ୍ତି । ସେ ରୋବୋଟିକ୍ସ ଗ୍ୟାଲେରୀ, ନେଚର ପାର୍କ, ଆକ୍ୱାଟିକ୍ ଗ୍ୟାଲେରୀ ଏବଂ ସାର୍କ ଟନେଲ ପରିଦର୍ଶନ କରିବା ସହ ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ମଧ୍ୟ ପରିଦର୍ଶନ କରିଥିଲେ ।

ନୂଆଦିଲ୍ଲୀର ପ୍ରଗତି ମୈଦାନଠାରେ ଭାରତ ମଣ୍ଡପମ୍ ରେ ଅଖିଳ ଭାରତୀୟ ଶିକ୍ଷା ସମାଗମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

July 29th, 11:30 am

ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀମାନ ଧର୍ମେନ୍ଦ୍ର ପ୍ରଧାନ ମହାଶୟ, ଅନ୍ନପୂର୍ଣ୍ଣା ଦେବୀ ମହାଶୟା, ରାଜକୁମାର ରଞ୍ଜନ ସିଂହ ମହାଶୟ, ସୁଭାଷ ସରକାର ମହାଶୟ, ଦେଶର ବିଭିନ୍ନ ଅଂଚଳରୁ ଆସିଥିବା ଶିକ୍ଷକଗଣ, ସମ୍ମାନିତ ପ୍ରବୃଦ୍ଧଜନ, ଆଉ ସାରା ଦେଶରୁ ଯୋଡ଼ି ହୋଇଥିବା ମୋର ପ୍ରିୟ ବିଦ୍ୟାର୍ଥୀ ବନ୍ଧୁଗଣ ।

ଦିଲ୍ଲୀର ଭାରତ ମଣ୍ଡପମ୍‌ ଠାରେ ଅଖିଳ ଭାରତୀୟ ଶିକ୍ଷା ସମାଗମକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

July 29th, 10:45 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ଭାରତ ମଣ୍ଡପମ ଠାରେ ଅଖିଳ ଭାରତୀୟ ଶିକ୍ଷା ସମାଗମକୁ ଉଦଘାଟନ କରିଛନ୍ତି । ଜାତୀୟ ଶିକ୍ଷା ନୀତି ୨୦୨୦ର ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ସେ ମଧ୍ୟ ପିଏମ୍‌ ଶ୍ରୀ ଯୋଜନାରେ ପ୍ରଥମ କିସ୍ତିର ପାଣ୍ଠି ଜାରି କରିଛନ୍ତି । ଦେଶର ୬୨୦୭ ବିଦ୍ୟାଳୟକୁ ପ୍ରଥମ କିସ୍ତିରେ ମୋଟ୍‌ ୬୩୦କୋଟି ଟଙ୍କା ଯୋଗାଇ ଦିଆଯାଇଛି । ସେ ମଧ୍ୟ ୧୨ଟି ଭାରତୀୟ ଭାଷାରେ ଅନୁବାଦ ହୋଇଥିବା ଶିକ୍ଷା ଓ ଦକ୍ଷତା ବିକାଶ ପାଠ୍ୟକ୍ରମକୁ ଉନ୍ମୋଚନ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ ଆୟୋଜିତ ଏକ ପ୍ରଦର୍ଶନୀକୁ ମଧ୍ୟ ବୁଲି ଦେଖିଥିଲେ।

ବଜେଟ୍ ପରେ ‘ଯୁବ ଶକ୍ତିର ବିକାଶ କୌଶଳ ଏବଂ ଶିକ୍ଷା’ ଉପରେ ହୋଇଥିବା ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

February 25th, 12:13 pm

ଦକ୍ଷତା ଓ ଶିକ୍ଷା, ଏହି ଅମୃତକାଳରେ ଦେଶରେ ଦୁଇଟି ସବୁଠାରୁ ମହତ୍ତ୍ବପୂର୍ଣ୍ଣ ଉପାଦାନ ଅଟେ। ବିକଶିତ ଭାରତର ଭିଜନକୁ ନେଇ ଦେଶର ଅମୃତ ଯାତ୍ରାର ନେତୃତ୍ବ ଆମର ଯୁବକମାନେ କରୁଛନ୍ତି। ଏଥିପାଇଁ, ଅମୃତକାଳର ପ୍ରଥମ ବଜେଟରେ ଯୁବକମାନଙ୍କୁ ଏବଂ ତାଙ୍କର ଭବିଷ୍ୟତର ସବୁଠାରୁ ଅଧକ ଗୁରୁତ୍ବପୂର୍ଣ୍ଣ ଦାୟୀତ୍ବ ପ୍ରଦାନ କରାଯାଇଛି। ଆମର ଶିକ୍ଷା ପ୍ରଣାଳୀ ପ୍ରାକ୍ଟିକାଲ୍ ହେଉ, ଉଦ୍ୟୋଗ ସମ୍ବଳିତ ହେଉ, ଏହି ବଜେଟ୍ ଏହାର ମୂଳଦୁଆ ମଜବୁତ କରୁଛି। ବର୍ଷ ବର୍ଷ ଧରି ଆମର ଶିକ୍ଷା କ୍ଷେତ୍ରରେ ଜଟିଳତାର ସମ୍ମୁଖୀନ ହୋଇଛି। ଆମେ ଏହାକୁ ବଦଳାଇବାର ପ୍ରଚେଷ୍ଟା କରୁଛୁ। ଆମେ ଶିକ୍ଷା ଏବଂ ସ୍କିଲିଂର ଯୁବକମାନଙ୍କର ଆପ୍‌ଟିଚ୍ୟୁଡ୍‌ ଏବଂ ଆଗାମୀ ଦିନରେ ସମୟର ଚାହିଦା ହିସାବରେ ରିଓରିଏଣ୍ଟ କରିଛୁ। ଜାତୀୟ ଶିକ୍ଷା ନୀତିରେ ମଧ୍ୟ ଲର୍ଣ୍ଣିଂ ଏବଂ ସ୍କିଲିଂ ଉଭୟରେ ସମାନ ଜୋର ଦିଆଯାଉଛି। ମୁଁ ଖୁସି ଯେ ଏହି ପ୍ରଚେଷ୍ଟାରେ ଆମକୁ ଶିକ୍ଷକମାନଙ୍କର ବହୁତ ସପୋର୍ଟ ମିଳିଛି। ଏହାଦ୍ବାରା ଆମକୁ ଆମର ପିଲାମାନଙ୍କର ଅତୀତର ବୋଝରୁ ମୁକ୍ତ କରିବାରେ ବହୁତ ସାହସ ମିଳିଛି। ଆମେ ସରକାରଙ୍କୁ ଏଡୁକେସନ ଏବଂ ସ୍କିଲିଂ ସେକ୍ଟରରେ ଏବଂ ରିଫର୍ମ କରିବା ପାଇଁ ପ୍ରୋତ୍ସାହିତ କରିଛି।

‘ଯୁବଶକ୍ତିର ଉପଯୋଗ - କୌଶଳ ବିକାଶ ଓ ଶିକ୍ଷା’ ଶୀର୍ଷକ ବଜେଟ୍‌ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

February 25th, 09:55 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ଯୁବଶକ୍ତିର ଉପଯୋଗ - କୌଶଳ ବିକାଶ ଓ ଶିକ୍ଷା’ ଶୀର୍ଷକ ବଜେଟ୍‌ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି । ୨୦୨୩ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିବା ଯୋଜନାଗୁଡ଼ିକର ପ୍ରଭାବୀ କାର୍ଯ୍ୟକାରିତା ପାଇଁ ମତାମତ ଓ ପରାମର୍ଶ ଲୋଡ଼ିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଉଥିବା ୧୨ଟି ବଜେଟ୍‌ ପରବର୍ତ୍ତୀ ୱେବିନାର ମଧ୍ୟରୁ ଏହା ହେଉଛି ତୃତୀୟ । ୱେବିନାରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର ଅମୃତ କାଳରେ କୌଶଳ ବିକାଶ ଓ ଶିକ୍ଷା ହେଉଛି ଦୁଇଟି ପ୍ରମୁଖ ଉପାଦାନ ଏବଂ ଏକ ବିକଶିତ ଭାରତର ସଂକଳ୍ପ ନେଇ ଦେଶର ଯୁବବର୍ଗ ହିଁ ଏହାର ଅମୃତ ଯାତ୍ରାରେ ନେତୃତ୍ୱ ନେଉଛନ୍ତି । ଅମୃତ କାଳର ପ୍ରଥମ ବଜେଟ୍‌ରେ ଯୁବବର୍ଗ ଏବଂ ସେମାନଙ୍କ ଭବିଷ୍ୟତ ଦିଗରେ ବିଶେଷ ଗୁରୁତ୍ୱ ଦିଆଯାଇଥିବା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଚଳିତ ବର୍ଷର ବଜେଟରେ ଶିକ୍ଷା ବ୍ୟବସ୍ଥାକୁ ଅଧିକ ବାସ୍ତବବାଦୀ ଏବଂ ଶିଳ୍ପ ଆଧାରିତ କରାଯାଇ ଏହାର ମୂଳଦୁଆକୁ ସୁଦୃଢ଼ କରାଯାଇଛି । ଶ୍ରୀ ମୋଦୀ କହିଥିଲେ ଯେ, ଦୁର୍ଭାଗ୍ୟର ବିଷୟ ହେଉଛି ବହୁବର୍ଷ ଧରି ଶିକ୍ଷା ବ୍ୟବସ୍ଥାରେ ନମନୀୟନତାର ଅଭାବ ରହିଥିଲା ଏବଂ ବର୍ତ୍ତମାନର ସରକାର ଏଥିରେ ପରିବର୍ତ୍ତନ ଆଣିବା ଲାଗି ଚେଷ୍ଟା କରୁଛନ୍ତି । ‘‘ଯୁବବର୍ଗଙ୍କ ଯୋଗ୍ୟତା ଓ ଭବିଷ୍ୟତର ଚାହିଦା ଅନୁଯାୟୀ ଶିକ୍ଷା ଓ କୌଶଳ ବିକାଶକୁ ନୂଆ ରୂପ ଦିଆଯାଇଛି’’, ପ୍ରଧାନମନ୍ତ୍ରୀ କହିଥିଲେ। ସେ ଆହୁରି କହିଥିଲେ ଯେ, ନୂଆ ଶିକ୍ଷା ନୀତିର ଅଂଶବିଶେଷ ସ୍ୱରୂପ ଶିକ୍ଷା ଓ କୌଶଳ ବିକାଶ ଉଭୟ ଉପରେ ସମାନ ଗୁରୁତ୍ୱ ଦିଆଯାଉଛି। ଏହି ପଦକ୍ଷେପକୁ ଶିକ୍ଷକ ସମାଜର ସମର୍ଥନ ମିଳୁଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ। ଶ୍ରୀ ମୋଦୀ କହିଥିଲେ ଯେ, ଏହି ପଦକ୍ଷେପ ଶିକ୍ଷା ଓ କୌଶଳ ବିକାଶ କ୍ଷେତ୍ରରେ ଅଧିକ ସଂସ୍କାର କାର୍ଯ୍ୟକାରୀ କରିବା ସହିତ ଆମର ଛାତ୍ରଛାତ୍ରୀଙ୍କ ଉପରେ ଅତୀତର ନିୟାମକ ବୋଝ ହ୍ରାସ କରିବାକୁ ସରକାରଙ୍କୁ ଅନୁପ୍ରାଣିତ କରୁଛି ।

India has immense potential to become a great knowledge economy in the world: PM Modi

October 19th, 12:36 pm

The Prime Minister, Shri Narendra Modi launched Mission Schools of Excellence at Trimandir, Adalaj, Gujarat today. The Mission has been conceived with a total outlay of 10,000 Crores. During the event at Trimandir, the Prime Minister also launched projects worth around Rs 4260 crores. The Mission will help strengthen education infrastructure in Gujarat by setting up new classrooms, smart classrooms, computer labs and overall upgradation of the infrastructure of schools in the State.

PM launches Mission Schools of Excellence at Trimandir, Adalaj, Gujarat

October 19th, 12:33 pm

The Prime Minister, Shri Narendra Modi launched Mission Schools of Excellence at Trimandir, Adalaj, Gujarat today. The Mission has been conceived with a total outlay of 10,000 Crores. During the event at Trimandir, the Prime Minister also launched projects worth around Rs 4260 crores. The Mission will help strengthen education infrastructure in Gujarat by setting up new classrooms, smart classrooms, computer labs and overall upgradation of the infrastructure of schools in the State.