ଅନ୍ତରୀଣ ବଜେଟ୍ ୨୦୨୪ ଉପରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟର ମୂଳପାଠ
February 01st, 02:07 pm
ମୋର ପ୍ରିୟ ଦେଶବାସୀଗଣ, ଆଜିର ଏହି ବଜେଟ୍, ଅବଶ୍ୟ ଅନ୍ତରୀଣ ବଜେଟ୍, କିନ୍ତୁ ଏହି ବଜେଟ୍ ସମାବେଶୀ ଏବଂ ନବସୃଜନାତ୍ମକ ବଜେଟ୍ ଅଟେ । ଏହି ବଜେଟ୍ରେ ନିରନ୍ତରତାର ଏକ ଭରସା ରହିଛି । ଏହି ବଜେଟ୍ ବିକଶିତ ଭାରତର ଚାରିସ୍ତମ୍ଭ-ଯୁବା, ଗରିବ, ମହିଳା, ଏବଂ କୃଷକ ସମସ୍ତଙ୍କୁ ସଶକ୍ତ କରିବ । ନିର୍ମଳାଜୀଙ୍କ ଏହି ବଜେଟ୍, ଦେଶର ଭବ୍ୟଷତର ନିର୍ମାଣର ବଜେଟ୍ ଅଟେ । ଏହି ବଜେଟ୍ରେ ୨୦୪୭ର ବିକଶିତ ଭାରତର ମୁଳଦୂଆକୁ ସଦୃଢ କରିବାର ଗ୍ୟାରେନ୍ଟି ରହିଛି । ମୁଁ ନିର୍ମାଳୀଜୀ ଏବଂ ତାଙ୍କ ଟିମ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।ଏହି ବଜେଟ୍ କେବଳ ଏକ ଅନ୍ତରୀଣ ବଜେଟ୍ ନୁହେଁ ବରଂ ଏକ ସମାବେଶୀ ଏବଂ ଅଭିନବ ବଜେଟ୍: ପ୍ରଧାନମନ୍ତ୍ରୀ
February 01st, 12:36 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉପସ୍ଥାପିତ ବଜେଟକୁ କେବଳ ଏକ ଅନ୍ତରୀଣ ବଜେଟ ନୁହେଁ ବରଂ ଏକ ସମାବେଶୀ ଏବଂ ଅଭିନବ ବଜେଟ ବୋଲି କହି ପ୍ରଶଂସା କରିଛନ୍ତି । ଏହି ବଜେଟ୍ ନିରନ୍ତରତାର ସହ ଆତ୍ମବିଶ୍ୱାସ ବହନ କରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏହି ବଜେଟ୍ ବିକଶିତ ଭାରତର ସମସ୍ତ ସ୍ତମ୍ଭ- ଯୁବକ, ଗରିବ, ମହିଳା ଏବଂ କୃଷକମାନଙ୍କୁ ସଶକ୍ତ କରିବ ।World is confident that in India it will find low-cost, quality, sustainable, scalable solutions to global challenges: PM
December 19th, 11:32 pm
PM Modi interacted with the participants of the Grand Finale of Smart India Hackathon 2023 and addressed them via video conferencing. Addressing the young innovators and domain experts, PM Modi reiterated the importance of the current time period that will decide the direction of the next one thousand years. The Prime Minister asked them to understand the uniqueness of the current time as many factors have come together, such as India being one of the youngest countries in the world, its talent pool, stable and strong government, booming economy and unprecedented emphasis on science and technology.ସ୍ମାର୍ଟ ଇଣ୍ଡିଆ ହକାଥନ ୨୦୨୩ ସମାରୋହ
December 19th, 09:30 pm
ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ମହୀଶୂରୁସ୍ଥିତ ଜାତୀୟ ଯାନ୍ତ୍ରିକ ପ୍ରତିଷ୍ଠାନର ଶ୍ରୀ ସୈକେତ ଦାସ ଓ ପ୍ରତୀକ ଶାହାଙ୍କ ସହ ବାର୍ତ୍ତାଳାପ କରିଥିଲେ । ସେମାନେ ପରିବହନ ରଣନୀତିକ ବ୍ୟବସ୍ଥା ବିଷୟ ଉପରେ କାର୍ଯ୍ୟ କରୁଛନ୍ତି । ସେମାନେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ରେଳବାଇ ପ୍ରଗତି ଉପରେ ଏକ ଆଇଓଟି ପଦ୍ଧତି ତିଆରି କରୁଛନ୍ତି । ପ୍ରଧାନମନ୍ତ୍ରୀ ସେମାନଙ୍କୁ କହିଥିଲେ ଯେ ହକାଥନ ମଧ୍ୟ ତାଙ୍କ ନିମନ୍ତେ ଶିଖିବାର ସୁଯୋଗ ଓ ସେ ଏହାକୁ ଉତ୍ସୁକତାର ସହ ଅନାଇ ବସିବା ସହ ଏହାର ଅଂଶଗ୍ରହଣକାରୀ ମାନଙ୍କ ସହ କଥାବାର୍ତ୍ତା କରିବା ପାଇଁ ବ୍ୟଗ୍ର । ଅଂଶଗ୍ରହଣକାରୀ ମାନଙ୍କ ମୁହଁର ସକାରାତ୍ମକତା ଓ ଦୁର୍ବଳତା ଦେଖି ପ୍ରଧାନମନ୍ତ୍ରୀ ସେମାନଙ୍କ ଉତ୍ସାହ, ଇଚ୍ଛାଶକ୍ତି ଓ ଦେଶ ଗଠନ ପାଇଁ ଆଶା ଆକାଂକ୍ଷା ଭାରତୀୟ ଯୁବାଶକ୍ତିର ପରିଚୟ ପାଲଟିଛି ବୋଲି କହିଥିଲେ । ଦଳରେ ବଂଲାଦେଶର ଅଂଶଗ୍ରହଣକାରୀ ମଧ୍ୟ ଅଛନ୍ତି । ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଯେ ସେମାନେ ରେଳବାଇ ୱାଗନରେ କୋଇଲାର ସ୍ୱଳ୍ପ ଓ ଅଧିକ ବୋଝେଇ ସମସ୍ୟାର ଅନୁଧ୍ୟାନ କରୁଛନ୍ତି । ଯେଉଁଥିପାଇଁ କ୍ଷତି ସହ ଜରିମାନା ମଧ୍ୟ ପଡୁଛି । ସେମାନେ ସେଥିପାଇଁ ଆଇଓଟି ଓ କୃତ୍ରିମ ମେଧାଯୁକ୍ତ ବୈଷୟିକ ଜ୍ଞାନର ଉପଯୋଗ କରୁଛନ୍ତି । ଏହି ଦଳରେ ବାଂଲାଦେଶ ଓ ଭାରତରୁ ତିନିଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ଅବସ୍ଥାନ୍ତର ପର୍ଯ୍ୟାୟ ଦେଇ ଗତି କରୁଥିବା ଭାରତୀୟ ରେଳବାଇ ସେମାନଙ୍କ ଉଦ୍ୟମ ଯୋଗୁ ଉପକୃତ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ରଣନୀତି ହିଁ ମୁଖ୍ୟ ଓ ଅନେକ ବାଂଲାଦେଶୀ ବିଦ୍ୟାର୍ଥୀ ଭବିଷ୍ୟତରେ ଭାରତ ଆସି ଏହି କାର୍ଯ୍ୟରେ ସାମିଲ ହେଲେ ଏଭଳି ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମ ଅନେକ ସୁଯୋଗ ଆଣିଦେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।କପ୍-୨୮ରେ ଶିଳ୍ପ ଅବସ୍ଥାନ୍ତର ଗୋଷ୍ଠୀ ନେତୃତ୍ୱ ଦ୍ୱିତୀୟ ପର୍ଯ୍ୟାୟ ଭାରତ ଓ ସ୍ୱିଡେନ ଦ୍ୱାରା ମିଳିତ ଭାବେ ଉଦ୍ଘାଟିତ
December 01st, 08:29 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ସ୍ୱିଡେନ ପ୍ରଧାନମନ୍ତ୍ରୀ ମହାମହିମ ଓଲଫ କ୍ରିଷ୍ଟରସନ ମିଳିତଭାବେ ଶିଳ୍ପ ଅବସ୍ଥାନ୍ତର ଗୋଷ୍ଠୀ ନେତୃତ୍ୱ ଦ୍ୱିତୀୟ ପର୍ଯ୍ୟାୟ (ଲିଂଡ ଆଇଟି-୨.୦) ୨୦୨୪-୨୬କୁ ଦୁବାଇଠାରେ ଚାଲିିଥିବା କପ୍-୨୮ରେ ଉଦ୍ଘାଟନ କରିଛନ୍ତି ।ମଧ୍ୟପ୍ରଦେଶର ଗ୍ୱାଲିୟରଠାରେ ସ୍କିଣ୍ଡିଆ ସ୍କୁଲର ୧୨୫ତମ ସ୍ଥାପନା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 21st, 11:04 pm
ମଧ୍ୟପ୍ରଦେଶର ରାଜ୍ୟପାଳ ଶ୍ରୀମାନ ମଙ୍ଗୁଭାଇ ପଟେଲ, ଏଠାକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ, ସିନ୍ଧିୟା ସ୍କୁଲର ନିର୍ଦ୍ଦେଶକ ମଣ୍ଡଳର ଅଧ୍ୟକ୍ଷ ଏବଂ କ୍ୟାବିନେଟରେ ମୋର ସହଯୋଗୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜୀ, ଶ୍ରୀ ନରେନ୍ଦ୍ର ସିଂହ ତୋମର, ଡକ୍ଟର ଜିତେନ୍ଦ୍ର ସିଂହ, ସ୍କୁଲ ମ୍ୟାଜେନମେଣ୍ଟର ସାଥି ଏବଂ ସମସ୍ତ କର୍ମଚାରୀ, ଅଧ୍ୟାପକ ଏବଂ ଅଭିଭାବକଗଣ ଏବଂ ମୋର ପ୍ରିୟ ଯୁବ ସାଥିମାନେ !ମଧ୍ୟପ୍ରଦେଶର ଗ୍ୱାଲିୟର ଠାରେ ଥିବା ସିନ୍ଧିଆ ସ୍କୁଲର ୧୨୫ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
October 21st, 05:40 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଗ୍ୱାଲିୟର ଠାରେ 'ଦି ସିନ୍ଧିଆ ସ୍କୁଲ୍' ର ୧୨୫ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିଦ୍ୟାଳୟରେ 'ବହୁମୁଖୀ କ୍ରୀଡ଼ା କପ୍ଳେକ୍ସ' ର ଶିଳାନ୍ୟାସ କରିବା ସହ ବିଶିଷ୍ଟ ପୂର୍ବତନ ଛାତ୍ରଛାତ୍ରୀ ଏବଂ ଶ୍ରେଷ୍ଠ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟର ବାର୍ଷିକ ପୁରସ୍କାର ପ୍ରଦାନ କରିଥିଲେ । ସିନ୍ଧିଆ ସ୍କୁଲ ୧୮୯୭ ମସିହାରେ ସ୍ଥାପିତ ହୋଇଥିଲା ଏବଂ ଏହା ଐତିହାସିକ ଗ୍ୱାଲିୟର ଦୁର୍ଗ ଉପରେ ରହିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ସ୍ମାରକୀ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିଥିଲେ ।ଚନ୍ଦ୍ରଯାନ-୩ ବାର୍ତ୍ତା ପାଇଁ ବିଶ୍ୱ ନେତାଙ୍କୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ
August 24th, 10:03 am
ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିବା ପରେ ବିଶ୍ୱନେତାମାନେ ଭାରତକୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ଶୁଭେଚ୍ଛା ବାର୍ତ୍ତା ପାଇଁ ଏକ୍ସରେ ପୋଷ୍ଟ କରି ଧନ୍ୟବାଦ ଦେଇଛନ୍ତି ।PM Modi and First Lady of the US Jill Biden visit the National Science Foundation
June 22nd, 02:49 am
PM Modi and First Lady of the US Jill Biden visited the National Science Foundation. They participated in the ‘Skilling for Future Event’. It is a unique event focused on promoting vocational education and skill development among youth. Both PM Modi and First Lady Jill Biden discussed collaborative efforts aimed at creating a workforce for the future. PM Modi highlighted various initiatives undertaken by India to promote education, research & entrepreneurship in the country.ରିପବ୍ଲିକ୍ ଟିଭିର କନକ୍ଲେଭରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଓଡ଼ିଆ ଅନୁବାଦ
April 26th, 08:01 pm
ଅର୍ଣ୍ଣବ ଗୋସ୍ୱାମୀ ଜୀ, ରିପବ୍ଲିକ୍ ମିଡିଆ ନେଟୱାର୍କର ସମସ୍ତ ସହକର୍ମୀ, ଦେଶ ତଥା ବିଦେଶରେ ରିପବ୍ଲିକ୍ ଟିଭିର ସମସ୍ତ ଦର୍ଶକ, ମହିଳା ଏବଂ ସଜ୍ଜନମଣ୍ଡଳୀ! ମୁଁ କିଛି କହିବା ପୂର୍ବରୁ, ମୁଁ ଆପଣମାନଙ୍କୁ ଏକ ମଜା କଥା କହିବାକୁ ଚାହେଁ ଯାହା ମୁଁ ମୋର ପିଲାଦିନରେ ଶୁଣିଥିଲି । ସେଠାରେ ଜଣେ ପ୍ରଫେସର ଥିଲେ ଏବଂ ତାଙ୍କ ଝିଅ ଆତ୍ମହତ୍ୟା କରି ଏକ ନୋଟ୍ ଛାଡି କହିଥିଲେ ଯେ ସେ ତାଙ୍କ ଜୀବନ ସଂଘର୍ଷରେ ଥକି ଯାଇଛନ୍ତି ଏବଂ ଆଉ ବଞ୍ଚିବାକୁ ଚାହୁଁ ନାହାଁନ୍ତି। ସେ ଲେଖିଛନ୍ତି ଯେ ସେ କଙ୍କରିଆ ନଦୀରେ ଡେଇଁ ମରିଯିବେ। ପରଦିନ ସକାଳେ ପ୍ରଫେସର ଜାଣିବାକୁ ପାଇଲେ ଯେ ତାଙ୍କ ଝିଅ ଘରେ ନାହାଁନ୍ତି। ତାଙ୍କ ବାପା ତାଙ୍କ କୋଠରୀକୁ ଯାଇ ଏକ ଚିଠି ପାଇଲେ। ସେ ଚିଠି ପାଇବା ପରେ ବହୁତ ରାଗି ଯାଇଥିଲେ। ସେ କହିଲେ, ‘ମୁଁ ପ୍ରଫେସର, ମୁଁ ଏତେ ବର୍ଷ ଧରି କଠିନ ପରିଶ୍ରମ କଲି ଏବଂ ତଥାପି ତାଙ୍କ ଆତ୍ମହତ୍ୟା ପତ୍ରରେ କଙ୍କରିଆର ବନାନ ଭୁଲ ଭାବେ ଲେଖାଯାଇଛି।’ମୁଁ ଖୁସି ଯେ ଅର୍ଣ୍ଣବ ଭଲ ହିନ୍ଦୀ କହିବା ଆରମ୍ଭ କରିଛନ୍ତି। ସେ କଣ କହିଛନ୍ତି ମୁଁ ଶୁଣି ନାହିଁ, କିନ୍ତୁ ମୁଁ ତାଙ୍କ ହିନ୍ଦୀ ସଠିକ୍ କି ନୁହେଁ ତାହା ଉପରେ ଧ୍ୟାନ ଦେଉଥିଲି । ବୋଧହୁଏ, ମୁମ୍ବାଇରେ ରହିବା ପରେ ଆପଣ ହିନ୍ଦୀ ଭଲ ଭାବରେ ଶିଖି ଯାଇଛନ୍ତି।ନୂଆଦିଲ୍ଲୀ ଠାରେ ଗଣତନ୍ତ୍ର ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
April 26th, 08:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ତାଜ ପ୍ୟାଲେସରେ ହୋଟେଲରେ ଗଣତନ୍ତ୍ର ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ।କର୍ଣ୍ଣାଟକର ହୁବଲୀ-ଧାରୱାଡରେ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
March 12th, 04:01 pm
ମୋତେ ଚଳିତ ବର୍ଷର ଆରମ୍ଭରେ ମଧ୍ୟ ହୁବଲୀ ଆସିବାର ସୌଭାଗ୍ୟ ମିଳିଥିଲା । ଯେଉଁଭଳି ଭାବେ ହୁବଲୀର ମୋର ପ୍ରିୟ ଭାଇମାନେ ଓ ଭଉଣୀମାନେ ସଡ଼କ କଡ଼ରେ ଠିଆ ହୋଇ ମୋତେ ଆଶୀର୍ବାଦ ଦେଲେ, ସେହି ମୁହୂର୍ତ୍ତକୁ ମୁଁ କେବେ ହେଲେ ମଧ୍ୟ ଭୁଲି ପାରିବି ନାହିଁ, ଏତେ ଭଲ ପାଇବା, ଏତେ ଆଶୀର୍ବାଦ । ବିଗତ ସମୟରେ ମୋତେ କର୍ଣ୍ଣାଟକର ଅନେକ ଅଞ୍ଚଳକୁ ଯିବାର ସୁଯୋଗ ମିଳିଛି । ବେଙ୍ଗାଲୁରୁରୁ ନେଇ ବେଲାଗାବୀ ପର୍ଯ୍ୟନ୍ତ, କଲବୁର୍ଗୀରୁ ନେଇ ଶିମୋଗା ପର୍ଯ୍ୟନ୍ତ, ମହୀଶୂରରୁ ନେଇ ତୁମକୁରୁ ପର୍ଯ୍ୟନ୍ତ, କନ୍ନଡିଗା ଲୋକମାନେ ମୋତେ ଯେପରି ସ୍ନେହ ଦେଇଛନ୍ତି, ନିଜରପଣିଆ ଦେଖାଇଛନ୍ତି, ଗୋଟିଏରୁ ବଳି ଆରେକ, ଆପଣମାନଙ୍କର ଏହି ଭଲପାଇବା, ଆପଣମାନଙ୍କର ଏହି ଆଶୀର୍ବାଦ ହେଉଛି ଅଭୀଭୂତ କରି ଦେବା ଭଳି । ଏହି ସ୍ନେହ ହେଉଛି ଆପଣମାନଙ୍କର ମୋ ଉପରେ ରହିଥିବା ଏକ ଋଣ ସଦୃଶ, ହେଉଛି କରଜ ଆଉ ଏହି ଋଣକୁ ମୁଁ କର୍ଣ୍ଣାଟକର ଜନତାଙ୍କର ଲାଗାତାର ଭାବେ ସେବା କରି ଏହି ଋଣ ସୁଝିବି । କର୍ଣ୍ଣାଟକର ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ଖୁସିରେ ଭରି ଯାଉ, ଏଠାକାର ଯୁବକମାନଙ୍କୁ ଆଗକୁ ବଢ଼ିବାର, ରୋଜଗାର କରିବାର ନୂତନ ସୁଯୋଗ କ୍ରମାଗତ ଭାବେ ମିଳୁ, ଏଠାକାର ଭଉଣୀ- ଝିଅମାନେ ଆହୁରି ସଶକ୍ତ ହୁଅନ୍ତୁ, ଏହି ଦିଗରେ ଆମେ ସମସ୍ତେ ମିଳିମିଶି କାର୍ଯ୍ୟ କରୁଛୁ । ଭାଜପାର ଡବଲ ଇଞ୍ଜିନର ସରକାର, କର୍ଣ୍ଣାଟକର ପ୍ରତ୍ୟେକ ଜିଲ୍ଲାରେ, ପ୍ରତ୍ୟେକ ଗାଁ, ପ୍ରତ୍ୟେକ ସାହି- ବସ୍ତିର ସମ୍ପୂର୍ଣ୍ଣ ବିକାଶ ପାଇଁ ସଚ୍ଚୋଟତାର ସହିତ ପ୍ରୟାସ କରୁଛନ୍ତି । ଆଜି ଧାରୱାଡର ଏହି ମାଟିରେ ବିକାଶର ଏକ ନୂତନ ଧାରା ବାହାରୁଛି । ବିକାଶର ଏହି ଧାରା ହୁବଲୀ, ଧାରୱାଡ ସହିତ ହିଁ, ସମ୍ପୂର୍ଣ୍ଣ କର୍ଣ୍ଣାଟକର ଭବିଷ୍ୟତକୁ ସିଞ୍ଚନ କରିବାର କାର୍ଯ୍ୟ କରିବ, ତାହାକୁ ପୁଷ୍ପିତ ଏବଂ ପଲ୍ଲବିତ କରିବାର କାର୍ଯ୍ୟ କରିବ ।କର୍ଣ୍ଣାଟକର ହୁବାଲି-ଧରୱାଡରେ ପ୍ରମୁଖ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ
March 12th, 04:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ହୁବାଲୀ-ଧରୱାଡରେ ପ୍ରମୁଖ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ ହୋଇଥିବା ଏହି ପ୍ରକଳ୍ପଗୁଡିକ ମଧ୍ୟରେ ଆଇଆଇଟି ଧରୱାଡ ରହିଛି ଯାହାର ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ ଫେବୃଆରୀ ୨୦୧୯ ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହୋଇଥିଲା, ଶ୍ରୀ ସିଦ୍ଧରୋଧା ସ୍ୱାମୀଜୀ ହୁବାଲି ଷ୍ଟେସନରେ ୧୫୦୭ ମିଟର ଲମ୍ବ ବିଶିଷ୍ଟ ବିଶ୍ୱର ଦୀର୍ଘତମ ରେଳ ପ୍ଲାଟଫର୍ମ ଯାହା ନିକଟରେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ଦ୍ୱାରା ମାନ୍ୟତା ପାଇଛି, ଏହି ଅଞ୍ଚଳରେ ଯୋଗାଯୋଗ ବୃଦ୍ଧି ପାଇଁ ହୋସାପେଟେ - ହୁବାଲି - ଟିନାଇଘାଟ ସେକ୍ସନର ବିଦ୍ୟୁତିକରଣ ଏବଂ ହୋସାପେଟ ଷ୍ଟେସନର ନବୀକରଣ ଆଦି ରହିଛି । ପ୍ରଧାନମନ୍ତ୍ରୀ ହୁବାଲି-ଧରୱାଡ ସ୍ମାର୍ଟ ସିଟିର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ସେ ଜୟଦେବ ଡାକ୍ତରଖାନା ଏବଂ ଗବେଷଣା କେନ୍ଦ୍ର, ଧରୱାଦ ବହୁମୁଖୀ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଏବଂ ଟୁପାରୀହଲ୍ଲା ବନ୍ୟା କ୍ଷତିଗ୍ରସ୍ତ ନିୟନ୍ତ୍ରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।ବଜେଟ୍ ପରେ ‘ଯୁବ ଶକ୍ତିର ବିକାଶ କୌଶଳ ଏବଂ ଶିକ୍ଷା’ ଉପରେ ହୋଇଥିବା ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
February 25th, 12:13 pm
ଦକ୍ଷତା ଓ ଶିକ୍ଷା, ଏହି ଅମୃତକାଳରେ ଦେଶରେ ଦୁଇଟି ସବୁଠାରୁ ମହତ୍ତ୍ବପୂର୍ଣ୍ଣ ଉପାଦାନ ଅଟେ। ବିକଶିତ ଭାରତର ଭିଜନକୁ ନେଇ ଦେଶର ଅମୃତ ଯାତ୍ରାର ନେତୃତ୍ବ ଆମର ଯୁବକମାନେ କରୁଛନ୍ତି। ଏଥିପାଇଁ, ଅମୃତକାଳର ପ୍ରଥମ ବଜେଟରେ ଯୁବକମାନଙ୍କୁ ଏବଂ ତାଙ୍କର ଭବିଷ୍ୟତର ସବୁଠାରୁ ଅଧକ ଗୁରୁତ୍ବପୂର୍ଣ୍ଣ ଦାୟୀତ୍ବ ପ୍ରଦାନ କରାଯାଇଛି। ଆମର ଶିକ୍ଷା ପ୍ରଣାଳୀ ପ୍ରାକ୍ଟିକାଲ୍ ହେଉ, ଉଦ୍ୟୋଗ ସମ୍ବଳିତ ହେଉ, ଏହି ବଜେଟ୍ ଏହାର ମୂଳଦୁଆ ମଜବୁତ କରୁଛି। ବର୍ଷ ବର୍ଷ ଧରି ଆମର ଶିକ୍ଷା କ୍ଷେତ୍ରରେ ଜଟିଳତାର ସମ୍ମୁଖୀନ ହୋଇଛି। ଆମେ ଏହାକୁ ବଦଳାଇବାର ପ୍ରଚେଷ୍ଟା କରୁଛୁ। ଆମେ ଶିକ୍ଷା ଏବଂ ସ୍କିଲିଂର ଯୁବକମାନଙ୍କର ଆପ୍ଟିଚ୍ୟୁଡ୍ ଏବଂ ଆଗାମୀ ଦିନରେ ସମୟର ଚାହିଦା ହିସାବରେ ରିଓରିଏଣ୍ଟ କରିଛୁ। ଜାତୀୟ ଶିକ୍ଷା ନୀତିରେ ମଧ୍ୟ ଲର୍ଣ୍ଣିଂ ଏବଂ ସ୍କିଲିଂ ଉଭୟରେ ସମାନ ଜୋର ଦିଆଯାଉଛି। ମୁଁ ଖୁସି ଯେ ଏହି ପ୍ରଚେଷ୍ଟାରେ ଆମକୁ ଶିକ୍ଷକମାନଙ୍କର ବହୁତ ସପୋର୍ଟ ମିଳିଛି। ଏହାଦ୍ବାରା ଆମକୁ ଆମର ପିଲାମାନଙ୍କର ଅତୀତର ବୋଝରୁ ମୁକ୍ତ କରିବାରେ ବହୁତ ସାହସ ମିଳିଛି। ଆମେ ସରକାରଙ୍କୁ ଏଡୁକେସନ ଏବଂ ସ୍କିଲିଂ ସେକ୍ଟରରେ ଏବଂ ରିଫର୍ମ କରିବା ପାଇଁ ପ୍ରୋତ୍ସାହିତ କରିଛି।‘ଯୁବଶକ୍ତିର ଉପଯୋଗ - କୌଶଳ ବିକାଶ ଓ ଶିକ୍ଷା’ ଶୀର୍ଷକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
February 25th, 09:55 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ଯୁବଶକ୍ତିର ଉପଯୋଗ - କୌଶଳ ବିକାଶ ଓ ଶିକ୍ଷା’ ଶୀର୍ଷକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି । ୨୦୨୩ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିବା ଯୋଜନାଗୁଡ଼ିକର ପ୍ରଭାବୀ କାର୍ଯ୍ୟକାରିତା ପାଇଁ ମତାମତ ଓ ପରାମର୍ଶ ଲୋଡ଼ିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଉଥିବା ୧୨ଟି ବଜେଟ୍ ପରବର୍ତ୍ତୀ ୱେବିନାର ମଧ୍ୟରୁ ଏହା ହେଉଛି ତୃତୀୟ । ୱେବିନାରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର ଅମୃତ କାଳରେ କୌଶଳ ବିକାଶ ଓ ଶିକ୍ଷା ହେଉଛି ଦୁଇଟି ପ୍ରମୁଖ ଉପାଦାନ ଏବଂ ଏକ ବିକଶିତ ଭାରତର ସଂକଳ୍ପ ନେଇ ଦେଶର ଯୁବବର୍ଗ ହିଁ ଏହାର ଅମୃତ ଯାତ୍ରାରେ ନେତୃତ୍ୱ ନେଉଛନ୍ତି । ଅମୃତ କାଳର ପ୍ରଥମ ବଜେଟ୍ରେ ଯୁବବର୍ଗ ଏବଂ ସେମାନଙ୍କ ଭବିଷ୍ୟତ ଦିଗରେ ବିଶେଷ ଗୁରୁତ୍ୱ ଦିଆଯାଇଥିବା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଚଳିତ ବର୍ଷର ବଜେଟରେ ଶିକ୍ଷା ବ୍ୟବସ୍ଥାକୁ ଅଧିକ ବାସ୍ତବବାଦୀ ଏବଂ ଶିଳ୍ପ ଆଧାରିତ କରାଯାଇ ଏହାର ମୂଳଦୁଆକୁ ସୁଦୃଢ଼ କରାଯାଇଛି । ଶ୍ରୀ ମୋଦୀ କହିଥିଲେ ଯେ, ଦୁର୍ଭାଗ୍ୟର ବିଷୟ ହେଉଛି ବହୁବର୍ଷ ଧରି ଶିକ୍ଷା ବ୍ୟବସ୍ଥାରେ ନମନୀୟନତାର ଅଭାବ ରହିଥିଲା ଏବଂ ବର୍ତ୍ତମାନର ସରକାର ଏଥିରେ ପରିବର୍ତ୍ତନ ଆଣିବା ଲାଗି ଚେଷ୍ଟା କରୁଛନ୍ତି । ‘‘ଯୁବବର୍ଗଙ୍କ ଯୋଗ୍ୟତା ଓ ଭବିଷ୍ୟତର ଚାହିଦା ଅନୁଯାୟୀ ଶିକ୍ଷା ଓ କୌଶଳ ବିକାଶକୁ ନୂଆ ରୂପ ଦିଆଯାଇଛି’’, ପ୍ରଧାନମନ୍ତ୍ରୀ କହିଥିଲେ। ସେ ଆହୁରି କହିଥିଲେ ଯେ, ନୂଆ ଶିକ୍ଷା ନୀତିର ଅଂଶବିଶେଷ ସ୍ୱରୂପ ଶିକ୍ଷା ଓ କୌଶଳ ବିକାଶ ଉଭୟ ଉପରେ ସମାନ ଗୁରୁତ୍ୱ ଦିଆଯାଉଛି। ଏହି ପଦକ୍ଷେପକୁ ଶିକ୍ଷକ ସମାଜର ସମର୍ଥନ ମିଳୁଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ। ଶ୍ରୀ ମୋଦୀ କହିଥିଲେ ଯେ, ଏହି ପଦକ୍ଷେପ ଶିକ୍ଷା ଓ କୌଶଳ ବିକାଶ କ୍ଷେତ୍ରରେ ଅଧିକ ସଂସ୍କାର କାର୍ଯ୍ୟକାରୀ କରିବା ସହିତ ଆମର ଛାତ୍ରଛାତ୍ରୀଙ୍କ ଉପରେ ଅତୀତର ନିୟାମକ ବୋଝ ହ୍ରାସ କରିବାକୁ ସରକାରଙ୍କୁ ଅନୁପ୍ରାଣିତ କରୁଛି ।ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
January 24th, 09:49 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର (ପିଏମଆରବିପି) ବିଜେତାମାନଙ୍କୁ ପ୍ରଶଂସା କରିଛନ୍ତି । ଭାରତ ସରକାର ନବାଚାର, ସମାଜସେବା, ଶିକ୍ଷା, କ୍ରୀଡା, କଳା ଓ ସଂସ୍କୃତି ଏବଂ ସାହସିକତା ଭଳି ଛଅଟି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଥାନ୍ତି । ଚଳିତ ବର୍ଷ ବାଲ ଶକ୍ତି ପୁରସ୍କାରର ବିଭିନ୍ନ ବର୍ଗ ଅନ୍ତର୍ଗତ ସାରା ଦେଶରୁ ୧୧ ଛାତ୍ରଛାତ୍ରୀଙ୍କୁ ପିଏମଆରବିପି- ୨୦୨୩ ପାଇଁ ଚୟନ କରାଯାଇଥିଲା । ଏହି ବିଜେତାମାନଙ୍କ ମଧ୍ୟରେ ୧୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୬ ପୁଅ ଓ ୫ ଝିଅ ସାମିଲ ଅଛନ୍ତି ।ପ୍ରଧାନମନ୍ତ୍ରୀ ମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ
January 24th, 07:38 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ବାସଭବନ ୭ ଲୋକ କଲ୍ୟାଣ ମାର୍ଗରେ ପ୍ରଧାନ ମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର (ପିଏମ୍ଆରବିପି) ବିଜେତାଙ୍କ ସହ ସହ ଆଲୋଚନା କରିଥିଲେ ।ଡିସେମ୍ବର ୧୧ରେ ପ୍ରଧାନମନ୍ତ୍ରୀଙ୍କ ମହାରାଷ୍ଟ୍ର ଓ ଗୋଆ ଗ୍ରସ୍ତ
December 09th, 07:39 pm
ପୂର୍ବାହ୍ନ ସାଢେ ନଅଟା ବେଳେ ପ୍ରଧାନମନ୍ତ୍ରୀ ନାଗପୁର ରେଳଷ୍ଟେସନରେ ପହଞ୍ôଚ ବନ୍ଦେ ଭାରତ ଏକ୍ସପ୍ରେସର ପତାକା ଦେଖାଇ ଚଳାଚଳର ଶୁଭାରମ୍ଭ କରାଇବେ । ପ୍ରାୟ ଦଶଟା ବେଳେ ପ୍ରଧାନମନ୍ତ୍ରୀ ଫ୍ରିଡମ୍ ପାର୍କ ମେଟ୍ରୋ ଷ୍ଟେସନରୁ ଖାଫ୍ରି ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ମେଟ୍ରୋରେ ଯାତ୍ରା କରିବେ । ସେଠାରେ ସେ ନାଗପୁର ମେଟ୍ରୋର ପ୍ରଥମ ପର୍ଯ୍ୟାୟକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । କାର୍ଯ୍ୟ୍ୟକ୍ରମ ଅବସରରେ ସେ ମଧ୍ୟ ନାଗପୁର ମେଟ୍ରୋ ଦ୍ୱିତୀୟ ପର୍ଯ୍ୟାୟକୁ ଉଦ୍ଘାଟନ କରିବେ । ପୂର୍ବାହ୍ନ ପ୍ରାୟ ୧୦ଟା ୪୫ ମିନିଟ୍ରେ ପ୍ରଧାନମନ୍ତ୍ରୀ ନାଗପୁର-ସିରିଡିକୁ ସଂଯୋଗ କରୁଥିବା ସମୃଦ୍ଧି ମହାମାର୍ଗର ଉଦ୍ଘାଟନ କରି ଏହି ରାଜପଥରେ କିଛି ସମୟ ଯାତ୍ରା କରିବେ । ପୂର୍ବାହ୍ନ ୧୧ଟା ୧୫ମିନିଟ୍ରେ ପ୍ରଧାନମନ୍ତ୍ରୀ ଏଏମ୍ସ ନାଗପୁରକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ।ରୋଜଗାର ମେଳାରେ ପ୍ରାୟ ୭୧,ଠଠଠ ନବନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
November 22nd, 10:31 am
ରୋଜଗାର ମେଳାରେ ଯୋଡ଼ି ହୋଇଥିବା ମୋର ଯୁବ ସାଥୀମାନେ, ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା । ଆଜି ଦେଶର ୪୫ଟି ସହରରେ ୭୧ ହଜାରରୁ ଅଧିକ ଯୁବଗୋଷ୍ଠୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଉଛି । ଅର୍ଥାତ, ଆଜି ଏକା ସହିତ ହଜାର ହଜାର ଘରେ ଖୁସିର ଏକ ନୂଆ ମାହୋଲ ଆରମ୍ଭ ହୋଇଯାଇଛି । ଗତ ମାସରେ ଆଜିର ଦିନରେ ଧନତେରସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୭୫ ହଜାର ଯୁବଗୋଷ୍ଠୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିଲା । ବର୍ତ୍ତମାନ ଆଜିର ଏହି ବିଶାଳ ରୋଜଗାର ମେଳା ଦର୍ଶାଉଛି ଯେ ସରକାର କେଉଁଭଳି ଭାବରେ ସରକାରୀ ନିଯୁକ୍ତି ଦେବା ପାଇଁ ମିଶନ ମୋଡରେ କାର୍ଯ୍ୟ କରୁଛି ।ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ନୂତନ ନିଯୁକ୍ତଙ୍କୁ ବାଣ୍ଟିଲେ ପ୍ରାୟ ୭୧୦୦୦ ନିଯୁକ୍ତିପତ୍ର
November 22nd, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୨.୧୧.୨୦୨୨ ) ଆଭାସୀ ମାଧ୍ୟମରେ ଆୟୋଜିତ ରୋଜଗାର ମେଳାରେ ପ୍ରାୟ ୭୧୦୦୦ ନବନିଯୁକ୍ତିଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି। ଏହି ରୋଜଗାର ମେଳା ଏକ ଉତ୍ପ୍ରେରକ ଭାବେ କର୍ମନିଯୁକ୍ତି ବୃଦ୍ଧି କରିବା ସହ ଜାତୀୟ ବିକାଶରେ ଯୁବାଗୋଷ୍ଠୀଙ୍କୁ ସିଧାସଳଖ ସେମାନଙ୍କ ଅବଦାନ ନିମନ୍ତେ ସଶକ୍ତ କରିବ ।