PM Modi arrives in Georgetown, Guyana
November 20th, 11:22 am
Prime Minister Narendra Modi arrived in Georgetown, Guyana. In a special gesture, he was warmly received by President Irfaan Ali, PM Mark Anthony Phillips, senior ministers and other dignitaries at the airport. During the visit, PM Modi will take part in various programmes including address to the Parliament of Guyana and an interaction with the Indian community.ଜର୍ଜଟାଉନରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କଲେ ଗୁୟାନାର ରାଷ୍ଟ୍ରପତି
November 20th, 11:18 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ନଭେମ୍ବରର ୨୦ରୁ ୨୧ ତାରିଖ ପର୍ଯ୍ୟନ୍ତ ଗୁୟାନା ଗସ୍ତ ଅବସରରେ ଆଜି ଜର୍ଜଟାଉନରେ ପହଞ୍ଚିଛନ୍ତି । ୫୬ ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗୁୟାନା ଗସ୍ତ । ଏକ ବିଶେଷ ସଦଭାବନା ଭାବେ ବିମାନବନ୍ଦରରେ ଗୁୟାନା ରାଷ୍ଟ୍ରପତି ଡ. ମହମ୍ମଦ ଇରଫାନ ଅଲ୍ଲୀ ଏବଂ ଗୁୟାନାର ପ୍ରଧାନମନ୍ତ୍ରୀ ବ୍ରିଗେଡିୟର (ଅବସରପ୍ରାପ୍ତ) ମାର୍କ ଆନ୍ଥୋନି ଫିଲିପ୍ସ ଶ୍ରୀ ମୋଦୀଙ୍କୁ ରାଜକୀୟ ସ୍ୱାଗତ କରିଥିଲେ । ଏହି ଅବସରରେ ଗୁୟାନା ମନ୍ତ୍ରିମଣ୍ଡଳର ଏକ ଡଜନରୁ ଅଧିକ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।ନାଇଜେରିଆ, ବ୍ରାଜିଲ ଓ ଗୁୟାନା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ
November 12th, 07:44 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର 16 ରୁ 21 ତାରିଖ ପର୍ଯ୍ୟନ୍ତ ନାଇଜେରିଆ, ବ୍ରାଜିଲ ଓ ଗୁୟାନା ଗସ୍ତରେ ଯିବେ। ନାଇଜେରିଆରେ ସେ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବା ପାଇଁ ଉଚ୍ଚସ୍ତରୀୟ ଆଲୋଚନା କରିବେ ଏବଂ ଭାରତୀୟ ସମୁଦାୟକୁ ସମ୍ବୋଧିତ କରିବେ । ବ୍ରାଜିଲରେ ସେ ଜି-20 ଶିଖର ସମ୍ମିଳନୀରେ ଭାଗ ନେବେ। ଗୁୟାନାରେ ପ୍ରଧାନମନ୍ତ୍ରୀ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିବେ, ସଂସଦକୁ ସମ୍ବୋଧିତ କରିବେ ଏବଂ କାରିକମ୍-ଭାରତ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ, ଯାହା କ୍ୟାରିବିଆନ୍ ଅଞ୍ଚଳ ସହିତ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଭାରତର ପ୍ରତିବଦ୍ଧତା ଉପରେ ଆଲୋକପାତ କରିବେ ।୧୭ତମ ପ୍ରବାସୀ ଭାରତୀୟ ଦିବସ ଅବସରରେ ଗୁଏନା ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
January 09th, 05:31 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇନ୍ଦୋର ଠାରେ ୧୭ତମ ପ୍ରବାସୀ ଭାରତୀୟ ଦିବସ (ପିବିଡି) ଅବସରରେ କୋଅପରେଟିଭ ରିପବ୍ଲିକ ଅଫ ଗୁଏନାର ରାଷ୍ଟ୍ରପତି ମହାମହିମ ଡଃ ମହମ୍ମଦ ଇରଫାନ ଅଲ୍ଲୀଙ୍କୁ ଭେଟିଛନ୍ତି । ଜାନୁୟାରୀ ୮ରୁ ୧୪, ୨୦୨୩ ପର୍ଯ୍ୟନ୍ତ ଔପଚାରିକ ଭାରତ ଗସ୍ତରେ ଥିବା ରାଷ୍ଟ୍ରପତି ଇରଫାନ ଅଲ୍ଲୀ ୧୭ତମ ପିବିଡିର ମୁଖ୍ୟ ଅତିଥି ।ପ୍ରଧାନମନ୍ତ୍ରୀ ଫେବୃଆରୀ ୧୬ ତାରିଖରେ ଟିଇଆରଆଇ ର ବିଶ୍ୱ ସ୍ଥାୟୀ ବିକାଶ ସମ୍ମିଳନୀରେ ଉଦଘାଟନୀ ଭାଷଣ ପ୍ରଦାନ କରିବେ
February 15th, 11:32 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ ଫେବୃଆରୀ ୨୦୨୨ ଅପରାହ୍ନ ପ୍ରାୟ ୬ଘଟିବା ସମୟରେ ଭିଡିଓ ବାର୍ତ୍ତା ମାଧ୍ୟମରେ ଦି ଏନର୍ଜି ଆଣ୍ଡ ରିସୋର୍ସ ଇନ୍ଷ୍ଟିଟ୍ୟୁଟ (ଟିଇଆରଆଇ)ର ବିଶ୍ୱ ସ୍ଥାୟୀ ବିକାଶ ସମ୍ମିଳନୀରେ ଉଦଘାଟନୀ ଭାଷଣ ପ୍ରଦାନ କରିବେ ।