ତିନୋଟି ବନ୍ଦେ ଇଣ୍ଡିଆ ଟ୍ରେନ୍ ର ପତାକା ଉତ୍ତୋଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

August 31st, 12:16 pm

କେନ୍ଦ୍ର ସରକାରରେ ମୋର ସାଥୀ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଜୀ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲଜୀ, ତାମିଲନାଡୁର ରାଜ୍ୟପାଳ ଆରଏନ ରବି, କର୍ଣ୍ଣାଟକ ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟ, ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ମନ୍ତ୍ରୀମଣ୍ଡଳର ମୋର ଅନ୍ୟ ସହଯୋଗୀ, ରାଜ୍ୟର ଉପମୁଖ୍ୟମନ୍ତ୍ରୀଗଣ, ମନ୍ତ୍ରୀ, ସାଂସଦଗଣ ... ଦେଶର ବିଭିନ୍ନ ସ୍ଥାନ ସହ ଜଡ଼ିତ ଅନ୍ୟ ଜନପ୍ରତିନିଧିଗଣ ... ଭଦ୍ର ମହିଳା ଓ ପୁରୁଷ ମାନେ

ଭିଡିଓ କନଫରେନ୍ସିଂ ଜରିଆରେ ୩ଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

August 31st, 11:55 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ତିନୋଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ସାକାର କରି ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ୍ ମେରଠ-ଲକ୍ଷ୍ନୌ, ମଦୁରାଇ-ବେଙ୍ଗାଲୁରୁ ଏବଂ ଚେନ୍ନାଇ-ନାଗରକୋଇଲ ଭଳି ତିନୋଟି ମାର୍ଗରେ ଯୋଗାଯୋଗରେ ଉନ୍ନତି ଆଣିବ। ଏହି ଟ୍ରେନ୍ ଗୁଡ଼ିକ ଉତ୍ତରପ୍ରଦେଶ, ତାମିଲନାଡୁ ଏବଂ କର୍ଣ୍ଣାଟକରେ ଯୋଗାଯୋଗକୁ ପ୍ରୋତ୍ସାହିତ କରିବ।

ଅକ୍ଟୋବର ୨୦ରେ ଭାରତର ପ୍ରଥମ ଆଞ୍ଚଳିକ ରାପିଡ୍ ଟ୍ରାନଜିଟ୍ ସିଷ୍ଟମ (ଆରଆରଟିଏସ୍‌)ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

October 18th, 04:23 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୦ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟା ୧୫ ମିନିଟ୍ ସମୟରେ ଉତ୍ତର ପ୍ରଦେଶର ସାହିବାବାଦ ରାପିଡ୍ ଏକ୍ସ ଷ୍ଟେସନରେ ଦିଲ୍ଲୀ - ଗାଜିଆବାଦ - ମିରଟ ଆର୍‌ଆର୍‌ଟିଏସ୍ କରିଡରର ପ୍ରାଥମିକତା ବିଭାଗକୁ ଉଦ୍‌ଘାଟନ କରିବେ । ଭାରତରେ ଆଞ୍ଚଳିକ ରାପିଡ୍ ଟ୍ରାନଜିଟ୍ ସିଷ୍ଟମ୍ (ଆରଆରଟିଏସ୍) ର ଶୁଭାରମ୍ଭ ଅବସରରେ ସେ ସାହିବାବାଦରୁ ଦୁହାଇ ଡିପୋକୁ ସଂଯୋଗ କରୁଥିବା ରାପିଡ୍ ଏକ୍ସ ଟ୍ରେନକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ । ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ପ୍ରଧାନମନ୍ତ୍ରୀ ସାହିବାବାଦ ଠାରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ , ଯେଉଁଠାରେ ସେ ଦେଶରେ ଆର୍‌ଆର୍‌ଟିଏସ୍‌ର ଶୁଭାରମ୍ଭ ଅବସରରେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ । ଏହା ବ୍ୟତୀତ ସେ ବେଙ୍ଗାଲୁରୁ ମେଟ୍ରୋର ପୂର୍ବ ପଶ୍ଚିମ କରିଡରର ଦୁଇଟି ଅଂଶକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

କାନପୁର ମେଟ୍ରୋ ପ୍ରକଳ୍ପ ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

December 28th, 01:49 pm

ଭାରତ ମାତାଙ୍କର ଜୟ ହେଉ, ଭାରତ ମାତାଙ୍କର ଜୟ ହେଉ । ଉତରପ୍ରଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ହରଦୀପ ପୁରୀ ଜୀ, ଏଠାକାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଜୀ, ସାଧ୍ୱୀ ନିରଞ୍ଜନ ଜ୍ୟୋତି ଜୀ, ଭାନୁପ୍ରତାପ ବର୍ମା ଜୀ, ଉତରପ୍ରଦେଶର ମନ୍ତ୍ରୀ ଶ୍ରୀ ସତୀଶ ମହାନା ଜୀ, ନୀଳିମା କଟିୟାର ଜୀ, ରଣବେନ୍ଦ୍ର ପ୍ରତାପ ଜୀ, ଲଖନ ସିଂହ ଜୀ, ଅଜିତ ପାଲ୍ ଜୀ, ଏଠାରେ ଉପସ୍ଥିତ ସମସ୍ତ ଆଦରଣୀୟ ସାଂସଦ, ସମସ୍ତ ଶ୍ରଦ୍ଧେୟ ବିଧାୟକଗଣ, ଅନ୍ୟ ସମସ୍ତ ଜନପ୍ରତିନିଧି ଏବଂ ମୋର ପ୍ରିୟ ଭାଇ ଏବଂ ଭଉଣୀମାନେ! ଋଷି ମୁନି ମାନଙ୍କର ତପସ୍ଥଳୀ, ସ୍ୱାଧୀନତା ସଂଗ୍ରାମୀ ଏବଂ କ୍ରାନ୍ତିବୀର ମାନଙ୍କର ପ୍ରେରଣା ସ୍ଥଳୀ, ସ୍ୱାଧୀନ ଭାରତର ଓøଦ୍ୟୋଗିକ ସାମର୍ଥ୍ୟକୁ ଶକ୍ତି ପ୍ରଦାନ କରୁଥିବା ଏହି କାନପୁରକୁ ମୋର ଶତ ଶତ ପ୍ରଣାମ । ଏହି କାନପୁର ହେଉଛି ସେହି ସ୍ଥାନ ଯାହା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ, ସୁନ୍ଦର ସିଂହ ଭଣ୍ଡାରୀ ଜୀ ଏବଂ ଅଟଳ ବିହାରୀ ବାଜପେୟୀ ଜୀଙ୍କ ଭଳି ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱଙ୍କୁ ଗଢ଼ିବା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ଏବଂ ଆଜି କେବଳ କାନପୁର ଖୁସି ଅଛି, ସେମିତି ନୁହେଁ, ବରୁଣ ଦେବତା ମଧ୍ୟ ଏହି ଖୁସିରେ ସାମିଲ୍ ହେବା ନିମନ୍ତେ ମନ ବଳେଇଛନ୍ତି ।

କାନପୁର ମେଟ୍ରୋ ରେଳ ପ୍ରକଳ୍ପକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

December 28th, 01:46 pm

ପ୍ରଧାନମନ୍ତ୍ରୀଶ୍ରୀ ନରେନ୍ଦ୍ର ମୋଦୀ ଆଜି କାନପୁର ମେଟ୍ରୋ ରେଳ ପ୍ରକଳ୍ପକୁ ଉଦ୍ଘାଟନ କରିଛନ୍ତି ।ଏହି ଅବସରରେ ପ୍ରଧାନମନ୍ତ୍ରୀ କାନପୁର ମେଟ୍ରୋରେଳ ପ୍ରକଳ୍ପକୁ ପରିଦର୍ଶନ କରିବ ।ସହ ଆଇଆଇଟି ମେଟ୍ରୋ ଷ୍ଟେସନ ଠାରୁ ଗୀତା ନଗର ପର୍ଯ୍ୟନ୍ତ ମେଟ୍ରୋ ରେଳଯାତ୍ରା କରିଛନ୍ତି ।ଏହି ଅବସରରେ ପ୍ରଧାନମନ୍ତ୍ରୀ ବୀନା- ପାଙ୍କି ମଲଟିପ୍ରଡକ୍ଟ ପାଇପଲାଇନ୍ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଛନ୍ତି ।ଏହି ପାଇପ ଲାଇନ୍ ମଧ୍ୟ ପ୍ରଦେଶର ବୀନା ତୈଳ ବିଶୋଧନାଗାର ଠାରୁ କାନପୁରର ପାଙ୍କି ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛିଏବଂଏହା ଫଳରେ ବୀନା ବିଶୋଧନାଗାର କ୍ଷେତ୍ରର ପେଟ୍ରୋଲିୟମ୍‌ଜାତ ପଦାର୍ଥ ଏହି କ୍ଷେତ୍ରରେ ସହଜରେ ଉପଲବ୍ଧ ହୋଇପାରିବ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ପ୍ରମୁଖ ଅନ୍ୟମାନଙ୍କ ମଧ୍ୟରେ ଏହି ଅବସରରେ ଉପସ୍ଥିତ ଥିଲେ ।

ଉତରପ୍ରଦେଶର ଜେୱରଠାରେ ଅବସ୍ଥିତ ନୋଏଡା ଆନ୍ତର୍ଜାତିକ ବିମାନବନ୍ଦରର ଭିତିପ୍ରସ୍ତର ସ୍ଥାପନ ନିମନ୍ତେ ଉଦ୍ଦିଷ୍ଟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 25th, 01:06 pm

ଉତରପ୍ରଦେଶର ଲୋକପ୍ରିୟ କର୍ମଯୋଗୀ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ଏଠାକାର କର୍ମଠ ଉପ-ମୁଖ୍ୟମନ୍ତ୍ରୀ ତଥା ଆମର ପୂର୍ବତନ ସହଯୋଗୀ ଶ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜୀ, ଜେନେରାଲ୍ ଭି. କେ. ସିଂହ ଜୀ, ସଞ୍ଜୀବ୍ ବାଲ୍ୟାନ୍ ଜୀ, ଏସ୍‌. ପି. ସିଂହ ବାଘେଲ୍ ଜୀ, ବି. ଏଲ୍ ବର୍ମା ଜୀ, ଉତରପ୍ରଦେଶ ସରକାରରେ ମନ୍ତ୍ରୀ ଥିବା ଶ୍ରୀ ଲକ୍ଷ୍ମୀ ନାରାୟଣ ଚୌଧୁରୀ ଜୀ, ଶ୍ରୀ ଜୟ ପ୍ରତାପ ସିଂହ ଜୀ, ଶ୍ରୀକାନ୍ତ ଶର୍ମା ଜୀ, ଭୂପେନ୍ଦ୍ର ଚୌଧୁରୀ ଜୀ, ଶ୍ରୀ ନନ୍ଦଗୋପାଳ ଗୁପ୍ତା ଜୀ, ଅନିଲ ଶର୍ମା ଜୀ, ଧର୍ମ ସିଂହ ସାଇନି ଜୀ, ଅଶୋକ କଟାରିଆ ଜୀ, ଶ୍ରୀ ଜି. ଏସ୍‌.ଧର୍ମେଶ ଜୀ, ସଂସଦରେ ମୋର ସହଯୋଗୀ ଡକ୍ଟର ମହେଶ ଶର୍ମା ଜୀ, ଶ୍ରୀ ସୁରେନ୍ଦ୍ର ସିଂହ ନାଗର ଜୀ, ଶ୍ରୀ ଭୋଲା ସିଂହ ଜୀ, ସ୍ଥାନୀୟ ବିଧାୟକ ଶୀ ଧୀରେନ୍ଦ୍ର ସିଂହ ଜୀ, ମଂଚରେ ଉପରେ ଉପସ୍ଥିତ ଅନ୍ୟ ସମସ୍ତ ଲୋକପ୍ରତିନିଧିଗଣ ଏବଂ ବିପୁଳ ସଂଖ୍ୟାରେ ଆମ ସମସ୍ତଙ୍କୁ ଆଶୀର୍ବାଦ ଦେବାକୁ ଏଠାକୁ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ଉତ୍ତର ପ୍ରଦେଶର ନୋଏଡା ଅନ୍ତର୍ଜାତୀୟ ବିମାନ ବନ୍ଦରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ

November 25th, 01:01 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶରେ ନୋଏଡା ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଜେନେରାଲ ଭିକେ ସିଂ, ଶ୍ରୀ ସଞ୍ଜିବ ବାଲିୟାଁ, ଶ୍ରୀ ଏସପି ସିଂ ବାଘେଲ ଏବଂ ଶ୍ରୀ ବିଏଲ ବର୍ମା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

130 କୋଟି ଦେଶବାସୀଙ୍କ ପାଇଁ ଦିଲ୍ଲୀ ହେଉଛି ବୃହତ ଆର୍ଥିକ ଓ କ୍ଷମତା କେନ୍ଦ୍ର ଓ ଏହାର ମହତ୍ଵ ସୁସ୍ପଷ୍ଟ – ପ୍ରଧାନମନ୍ତ୍ର

December 28th, 11:03 am

ଛୋଟ ବଡ ନିର୍ବିଶେଷରେ ପ୍ରତ୍ୟେକ ସହର ଦେଶର ଆର୍ଥିକ କେନ୍ଦ୍ରବିନ୍ଦୁ ହେବାକୁ ଯାଉଛନ୍ତି । ମାତ୍ର ଦେଶର ରାଜଧାନୀ ହୋଇଥିବା ଦୃଷ୍ଟିରୁ ଦିଲ୍ଲୀର ମହତ୍ଵ ଏକବିଂଶ ଶତାବ୍ଦୀରେ ପ୍ରତିଫଳିତ ହୋଇ ବିଶ୍ଵରେ ତାର ଉତ୍କର୍ଷ ପ୍ରତିପାଦନ କରିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଏହି ପ୍ରାଚୀନ ସହରକୁ ଆଧୁନିକ କରିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ସମ୍ମିଳନୀ ଜରିଆରେ ପ୍ରଥମ ଚାଳକବିହୀନ ମେଟ୍ରୋ ସେବା ଓ ଦିଲ୍ଲୀ ମେଟ୍ରୋର ଏୟାର ପୋର୍ଟ ଏକ୍ସପ୍ରେସଲାଇନ ନ୍ୟାସନାଲ କମନ ମୋବିଲିଟି କାର୍ଡ ସଂପ୍ରସାରଣ ଉଦଘାଟନ କରିବା ଅବସରରେ ଏହା ପ୍ରକାଶ କରିଛନ୍ତି ।

PM Elaborates ‘Ek Bharat Shreshtha Bharat’ Through Consolidation of Systems and Processes

December 28th, 11:02 am

The Prime Minister, Shri Narendra Modi, while inaugurating the first-ever driverless Metro operations today also launched the expansion of National Common Mobility Card to the Airport Express Line of Delhi Metro.

Urbanization should not be seen as a challenge but used as an opportunity: PM Modi

December 28th, 11:01 am

Prime Minister Narendra Modi inaugurated India’s first-ever driverless train operations on Delhi Metro’s Magenta Line. National Common Mobility Card was expanded to the Airport Express Line of Delhi Metro, which was started in Ahmedabad last year.

PM inaugurates India’s first-ever driverless train operations on Delhi Metro’s Magenta Line

December 28th, 11:00 am

Prime Minister Narendra Modi inaugurated India’s first-ever driverless train operations on Delhi Metro’s Magenta Line. National Common Mobility Card was expanded to the Airport Express Line of Delhi Metro, which was started in Ahmedabad last year.