ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀ ୩.୦ର ଉଦଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ପ୍ରାରମ୍ଭିକ ମନ୍ତବ୍ୟ
August 17th, 10:00 am
ତୃତୀୟ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀରେ ୧୪୦ କୋଟି ଭାରତୀୟଙ୍କ ତରଫରୁ ଆପଣ ସମସ୍ତଙ୍କୁ ଭବ୍ୟ ସ୍ୱାଗତ ।ବଜେଟ ପରବର୍ତ୍ତୀ ‘ରିଚିଙ୍ଗ ଦ ଲାଷ୍ଟ ମାଇଲ’ ଉପରେ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ମୂଳ ପାଠ
February 27th, 10:16 am
ବିଶେଷ ଭାବରେ ଏହି ପରମ୍ପରା ରହିଛି ଯେ ବଜେଟ ପରେ, ବଜେଟ ସମ୍ପର୍କରେ ସଂସଦରେ ଆଲୋଚନା ହୋଇଥାଏ, ଆଉ ଏହା ଜରୁରୀ ମଧ୍ୟ ଅଟେ, ଉପଯୋଗୀ ମଧ୍ୟ ଅଟେ । କିନ୍ତୁ ସରକାର ଆମର ବଜେଟ ଉପରେ ହୋଇଥିବା ଆଲୋଚନାକୁ ଗୋଟିଏ ପାଦ ଆଗକୁ ନେଇ ଯାଇଛନ୍ତି । ଗତ କିଛି ବର୍ଷରୁ ଆମର ସରକାର ବଜେଟ ପ୍ରସ୍ତୁତ କରିବା ପୂର୍ବରୁ ଏବଂ ବଜେଟ ପାଇଁ ମଧ୍ୟ ବଜେଟ କରିଥାନ୍ତି । ପରେ ମଧ୍ୟ ସମସ୍ତ ହିତାଧିକାରୀମାନଙ୍କ ଠାରୁ ଗହନ ମନ୍ଥନର ନୂତନ ପରମ୍ପରା ଆରମ୍ଭ କରାଯାଇଛି । ଏହି କାର୍ଯ୍ୟାନ୍ୱୟନ, ସମୟ ସୀମା ବିତରଣ ଦୃଷ୍ଟିରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା ଦ୍ୱାରା ଟିକସଦାତା ଅର୍ଥର ପ୍ରତ୍ୟକ ପଇସାର ଉପଯୁକ୍ତ ଉପଯୋଗ ମଧ୍ୟ ସୁନିଶ୍ଚିତ ହୋଇଥାଏ । ଗତ କିଛି ଦିନ ମଧ୍ୟରେ ମୁଁ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କ ସହ କଥା ହୋଇଛି । ଆଜି ‘ରିଚଙ୍ଗ ଦ ଲାଷ୍ଟ ମାଇଲ’, ଯାହା ମହାତ୍ମା ଗାନ୍ଧୀ କହିଥିଲେ ଯେ ତୁମର ଯୋଜନା, ତୁମର ଯୋଜନା ଅନ୍ତିମ ସ୍ଥାନରେ ବସିଥିବା ବ୍ୟକ୍ତିଙ୍କ ନିକଟରେ କେତେ ଶୀଘ୍ର ପହଂଚୁଛି, ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ସେଥିପାଇଁ ଆଜି ଏହି ପ୍ରସଙ୍ଗରେ ସମସ୍ତ ହିତାଧିକାରୀଙ୍କ ସହ ଏକ ବ୍ୟାପକ ଆଲୋଚନା ହେଉଛି ଯେ ବଜେଟରେ ଜନକଲ୍ୟାଣ ପାଇଁ ଅନେକ କାର୍ଯ୍ୟ ଅଛି, ଏତେ ବଜେଟ ଅଛି, ଆମେ କିପରି ଏହାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସହିତ ହିତାଧିକାରୀଙ୍କ ନିକଟରେ ପହଂଚାଇ ପାରିବା ।‘ଅନ୍ତିମ ସେପାନରେ ପହଞ୍ଚିବା’ ଉପରେ ବଜେଟ୍ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
February 27th, 10:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନ୍ତିମ ସେପାନରେ ପହଞ୍ଚିବା’ ବିଷୟ ଉପରେ ଏକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି । ୨୦୨୩ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିବା ଯୋଜନାଗୁଡ଼ିକର ପ୍ରଭାବୀ କାର୍ଯ୍ୟକାରିତା ପାଇଁ ମତାମତ ଓ ପରାମର୍ଶ ଲୋଡ଼ିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଉଥିବା ୧୨ଟି ବଜେଟ୍ ପରବର୍ତ୍ତୀ ୱେବିନାର ଶୃଙ୍ଖଳା ମଧ୍ୟରୁ ଏହା ହେଉଛି ଚତୁର୍ଥ ୱେବିନାର।