ଓଡିଶାର ଭୁବନେଶ୍ୱରଠାରେବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 17th, 12:26 pm

ଓଡିଶାର ରାଜ୍ୟପାଳ ରଘୁବର ଦାସଜୀ, ଏଠିକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜୀ , କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଜୁଏଲ ଓରାମ ଜୀ, ଧର୍ମେନ୍ଦ୍ର ପ୍ରଧାନ ଜୀ, ଅନ୍ନପୂର୍ଣ୍ଣା ଦେବୀ ଜୀ, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଜୀ, ଶ୍ରୀମତୀ ପ୍ରଭାତୀ ପରିଡ଼ା ଜୀ, ସାଂସଦଗଣ, ବିଧାୟକ, ଦେଶର କୋଣ ଅନୁକୋଣରୁ ଆଜି ଆମ ସହ ଜଡ଼ିତ ଯୋଡି ହୋଇଥିବା ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂଓଡିଶର ମୋର ଭାଇ ଓ ଭଉଣୀମାନେ

ଭୁବନେଶ୍ୱରରେ ସର୍ବବୃହତ ମହିଳା କେନ୍ଦ୍ରିତ ଯୋଜନା ‘ସୁଭଦ୍ରା’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 17th, 12:24 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱରରେ ଓଡ଼ିଶା ସରକାରଙ୍କ ପ୍ରମୁଖ ଯୋଜନା ‘ସୁଭଦ୍ରା’ର ଶୁଭାରମ୍ଭ କରିଛନ୍ତି । ଏହା ସର୍ବବୃହତ୍, ଏକକ ମହିଳା କେନ୍ଦ୍ରୀତ ଯୋଜନା ଏବଂ ଏଥିରେ ୧ କୋଟିରୁ ଅଧିକ ମହିଳା ସାମିଲ ହେବେ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ୧୦ ଲକ୍ଷରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପାଣ୍ଠି ହସ୍ତାନ୍ତରର ଶୁଭାରମ୍ଭ କରିଛନ୍ତି । ଶ୍ରୀ ମୋଦୀ ୨୮୦୦ କୋଟିରୁ ଅଧିକ ଟଙ୍କାର ରେଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିବା ସହ ୧୦୦୦ କୋଟିରୁ ଅଧିକ ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ପ୍ରଧାନମନ୍ତ୍ରୀ ପାଖାପାଖି ୧୪ଟି ରାଜ୍ୟର ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ପ୍ରାୟ ୧୦ ଲକ୍ଷ ହିତାଧିକାରୀଙ୍କୁ ଗୃହ ନିର୍ମାଣ ସହାୟତାର ପ୍ରଥମ କିସ୍ତି ଜାରି କରିଥିଲେ। ସେ ଦେଶବ୍ୟାପୀ ପିଏମଏୱାଇ (ଗ୍ରାମୀଣ ଏବଂ ସହରାଞ୍ଚଳ)ର ୨୬ ଲକ୍ଷ ହିତାଧିକାରୀଙ୍କ ପାଇଁ ଗୃହ ପ୍ରବେଶ ଉତ୍ସବରେ ଅଂଶଗ୍ରହଣ କରିଥିଲେ ଏବଂ ପିଏମଏୱାଇ (ଗ୍ରାମୀଣ ଏବଂ ସହରାଞ୍ଚଳ) ହିତାଧିକାରୀଙ୍କୁ ଗୃହ ଚାବି ହସ୍ତାନ୍ତର କରିଥିଲେ । ଏହାବ୍ୟତୀତ, ସେ ପିଏମଏୱାଇ-ଜି ପାଇଁ ଅତିରିକ୍ତ ପରିବାରର ସର୍ଭେ ପାଇଁ ଆବାସ + ୨୦୨୪ ଆପ୍ ଏବଂ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା - ସହରାଞ୍ଚଳ (ପିଏମଏୱାଇ-ୟୁ) ୨.୦ର କାର୍ଯ୍ୟକାରିତା ନିର୍ଦ୍ଦେଶାବଳୀର ଉନ୍ମୋଚନ କରିଥିଲେ ।

ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ପିଏମ ସ୍ୱନିଧି ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 14th, 05:49 pm

ଆଜିର ଏହି ପିଏମ ସ୍ୱନିଧି ମହୋତ୍ସବ ସେହି ଲୋକମାନଙ୍କୁ ସମର୍ପିତ ଯେଉଁମାନେ ଆମ ଚାରି ପାଖରେ ରହିଛନ୍ତି ଏବଂ ଯେଉଁମାନଙ୍କ ବିନା ଆମେ ଆମର ଦୈନନ୍ଦିନ ଜୀବନକୁ କଳ୍ପନା କରିବା ବହୁତ କଷ୍ଟକର। ଆଉକୋଭିଡ ସମୟରେ ରାସ୍ତାକଡ଼ ଦୋକାନୀଙ୍କ ଶକ୍ତିକ'ଣ ତାହା ସମସ୍ତେ ଦେଖିଛନ୍ତି। ଆଜି ଏହି କାର୍ଯ୍ୟକର୍ମରେ ରାସ୍ତା କଡ଼ରେ ଦୋକାନ ଖୋଲିଥିବା ଆମର ଷ୍ଟ୍ରିଟ ଭେଣ୍ଡର, ଗାଡି ବିକ୍ରେତା, ରାସ୍ତାକଡ଼ ବିକ୍ରେତାଏବଂ ଏପରି ସମସ୍ତ ବନ୍ଧୁଙ୍କୁ ମୁଁ ହୃଦୟରୁ ଧନ୍ୟବାଦ ଜଣାଉଛି। ଅନେକ ଅନେକ ଅଭିନନ୍ଦନ। ଆଜି ଯେଉଁ ବନ୍ଧୁମାନେ ଦେଶର କୋଣ ଅନୁକୋଣରେ ଆମ ସହ ଯୋଡ଼ି ହୋଇଛନ୍ତି, ସେମାନଙ୍କୁ ମଧ୍ୟ ଏହି ପିଏମ୍ ସ୍ୱନିଧିର ସ୍ୱତନ୍ତ୍ର ଲାଭ ଆଜି ଏକ ଲକ୍ଷ ଲୋକଙ୍କୁ ପିଏମ ସ୍ଵନିଧି ଯୋଜନା ଅଧିନରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଟ୍ରାନ୍ସଫର କରାଯାଇଛି। ଆଜି ଏଠାରେ ଲାଜପତ ନଗରରୁ ସାକେତଜି ବ୍ଲକ୍ ଏବଂ ଇନ୍ଦ୍ରପ୍ରସ୍ଥରୁ ଇନ୍ଦ୍ର ଲୋକ ମେଟ୍ରୋ ପ୍ରକଳ୍ପ ରହିଛି । ଏହାର ସମ୍ପ୍ରସାରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଦିଲ୍ଲୀବାସୀଙ୍କ ପାଇଁ ଏହା ଏକ ଡବଲ ଉପହାର। ମୁଁ ଆପଣ ସମସ୍ତଙ୍କୁ ବହୁତ ଅଭିନନ୍ଦନ ଜଣାଉଛି।

ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ପିଏମ୍ ସ୍ୱନିଧି ହିତାଧିକାରୀମାନଙ୍କୁ ସମ୍ବୋଧିତ କରିଛନ୍ତି

March 14th, 05:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ଜେଏଲ୍‌ଏନ୍ ଷ୍ଟାଡିୟମରେ ପିଏମ ସ୍ୱନିଧି ଯୋଜନାର ହିତାଧିକାରୀମାନଙ୍କୁ ସମ୍ବୋଧିତ କରିଥିଲେ ଏବଂ ଏହି ଯୋଜନାର ଅଂଶ ଭାବରେ ଦିଲ୍ଲୀର ୫,୦୦୦ ବୁଲା ବିକାଳିଙ୍କ ସମେତ ୧ ଲକ୍ଷ ବୁଲା ବିକାଳି (ଏସଭି)ଙ୍କୁ ଋଣ ବଣ୍ଟନ କରିଥିଲେ । ସେ ୫ ଜଣ ହିତାଧିକାରୀଙ୍କୁ ପିଏମ୍ ସ୍ୱନିଧି ଋଣ ଚେକ୍ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ଦିଲ୍ଲୀ ମେଟ୍ରୋର ଚତୁର୍ଥ ପର୍ଯ୍ୟାୟର ଦୁଇଟି ଅତିରିକ୍ତ କରିଡରର ଶିଳାନ୍ୟାସ କରିଛନ୍ତି ।

ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର କୋଲକାତା ଠାରେ ୧୫,୪୦୦ କୋଟି ଟଙ୍କାର ଏକାଧିକ ଯୋଗାଯୋଗ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି

March 06th, 01:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋଲକାତାରେ ୧୫,୪୦୦ କୋଟି ଟଙ୍କାର ଏକାଧିକ ଯୋଗାଯୋଗ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ସହରାଞ୍ଚଳ ଗତିଶୀଳତା କ୍ଷେତ୍ରକୁ ପୂରଣ କରୁଥିବା ବିକାଶ ପ୍ରକଳ୍ପଗୁଡ଼ିକ ମଧ୍ୟରେ ମେଟ୍ରୋ ରେଳ ଏବଂ ଆଞ୍ଚଳିକ ରାପିଡ୍ ଟ୍ରାନଜିଟ୍ ସିଷ୍ଟମ୍ (ଆରଆରଟିଏସ୍‌) ଅନ୍ତର୍ଭୁକ୍ତ ।

Modi’s guarantee begins where hope from others ceases to exist: PM Modi

February 22nd, 04:40 pm

Prime Minister Narendra Modi dedicated to the nation and laid the foundation stone for multiple development projects worth more than Rs 47,000 crores in Navsari Gujarat. Addressing the gathering, the Prime Minister underlined that this is his third program in Gujarat today and recalled being in the company of pashupalaks (cattle breeders) from Gujarat and stakeholders in the dairy industry earlier in the day.

PM dedicates to nation and lays foundation stone for multiple development projects worth more than Rs 47,000 crores in Navsari, Gujarat

February 22nd, 04:25 pm

Prime Minister Narendra Modi dedicated to the nation and laid the foundation stone for multiple development projects worth more than Rs 47,000 crores in Navsari Gujarat. Addressing the gathering, the Prime Minister underlined that this is his third program in Gujarat today and recalled being in the company of pashupalaks (cattle breeders) from Gujarat and stakeholders in the dairy industry earlier in the day.

ଲକ୍ଷ୍ନୌରେ ଉତ୍ତର ପ୍ରଦେଶ ବୈଶ୍ୱିକ ନିବେଶକ ସମ୍ମିଳନୀର ଚତୁର୍ଥ ଭୂମିପୂଜନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 19th, 03:00 pm

ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ, ସଶକ୍ତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ଦେଶର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଜୀ, ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ, ବିଧାନସଭାର ବାଚସ୍ପତି, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ଦେଶ ବିଦେଶରୁ ଏଠାକୁ ଆସିଥିବା ଉଦ୍ୟୋଗ କ୍ଷେତ୍ରର ସମସ୍ତ ପ୍ରତିନିଧି ଏବଂ ମୋ ପରିବାର ସଦସ୍ୟ ।

ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ବିକଶିତ ଭାରତ ବିକଶିତ ଉତ୍ତର ପ୍ରଦେଶ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

February 19th, 02:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲକ୍ଷ୍ନୌରେ ବିକଶିତ ଭାରତ ବିକଶିତ ଉତ୍ତର ପ୍ରଦେଶ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଫେବୃଆରୀ ୨୦୨୩ ରେ ଅନୁଷ୍ଠିତ ୟୁପି ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ୍ ୨୦୨୩ ର ଚତୁର୍ଥ ଶିଳାନ୍ୟାସ ସମାରୋହରେ ସେ ସମଗ୍ର ଉତ୍ତରପ୍ରଦେଶରେ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୪୦୦୦ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଉତ୍ପାଦନ, ନବୀକରଣଯୋଗ୍ୟ ଶକ୍ତି, ଆଇଟି ଓ ଆଇଟିଇଏସ୍, ଖାଦ୍ୟ ପ୍ରକ୍ରିୟାକରଣ, ହାଉସିଂ ଆଣ୍ଡ ରିଅଲ୍ ଇଷ୍ଟେଟ୍, ଆତିଥ୍ୟ ଓ ମନୋରଞ୍ଜନ ଏବଂ ଶିକ୍ଷା ଆଦି କ୍ଷେତ୍ରରେ ଏହି ପ୍ରକଳ୍ପ ଗୁଡ଼ିକ ରହିଛି।

ରାପିଡ୍ ଟ୍ରେନ୍ ନମୋ ଭାରତରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ

October 20th, 12:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରିଜିଓନାଲ ରାପିଡ୍ ଟ୍ରେନ୍ନମୋ ଭାରତ ଶୁଭାରମ୍ଭ କରିବା ସହ ଏଥିରେ ଯାତ୍ରା କରିଛନ୍ତି ।

ଉତ୍ତର ପ୍ରଦେଶର ମିରଟରେ ମେଜର ଧ୍ୟାନଚାନ୍ଦ କ୍ରୀଡ଼ା ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

January 02nd, 01:01 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୨.୦୧.୨୦୨୨) ଉତ୍ତରପ୍ରଦେଶର ମିରଟଠାରେ ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପ୍ରାୟ ସାତଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି କ୍ରୀଡା ବିଶ୍ୱବିଦ୍ୟାଳୟରେ ଅତ୍ୟାଧୁନିକ କ୍ରୀଡା ଭିତ୍ତିଭୂମି ସହ ସିନ୍ଥେଟିକ୍ ହକି ଟ୍ରାକ, ଫୁଟବଲ, ବାସ୍କେଟବଲ, ଭଲିବଲ୍‌, ହ୍ୟାଣ୍ଡବଲ, କବାଡି ପଡିଆ, ଲନ୍ ଟେନିସ କୋର୍ଟ, ଜିମ୍ନାସିୟମ, ସିନ୍ଥେଟିକ ଦୌଡ ଷ୍ଟାଡିୟମ, ସନ୍ତରଣଗାର, ବହୁମୁଖୀ ପ୍ରେକ୍ଷାଳୟ ରହିଛି । ଏହାଛଡା ଏହି ବିଶ୍ୱବିଦ୍ୟାଳୟରେ ବନ୍ଧୁକଚାଳନା, ସ୍କ୍ୱାଶ୍‌, ଜିମ୍ନାଷ୍ଟିକ, ଭାରୋତ୍ତୋଳନ, ତୀରନ୍ଦାଜୀ, ଖୋଲା ଓ ପାଲଟଣା ଡଙ୍ଗା ଚାଳନା ଓ ଅନ୍ୟାନ୍ୟ ସୁବିଧାମାନ ରହିବ । ଏହି ବିଶ୍ୱବିଦ୍ୟାଳୟରେ ୫୪୦ଲେଖାଏଁ ପୁରୁଷ ଓ ମହିଳା କ୍ରୀଡାବିତ୍ ଏହିପରି ୧୦୮୦ଜଣଙ୍କୁ ତାଲିମ ଦେବାର ସାମର୍ଥ୍ୟ ରହିଛି ।

ଉତ୍ତରପ୍ରଦେଶର ମିରଟ୍‌ଠାରେ ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

January 02nd, 01:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୨.୦୧.୨୦୨୨) ଉତ୍ତରପ୍ରଦେଶର ମିରଟଠାରେ ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପ୍ରାୟ ସାତଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି କ୍ରୀଡା ବିଶ୍ୱବିଦ୍ୟାଳୟରେ ଅତ୍ୟାଧୁନିକ କ୍ରୀଡା ଭିତ୍ତିଭୂମି ସହ ସିନ୍ଥେଟିକ୍ ହକି ଟ୍ରାକ, ଫୁଟବଲ, ବାସ୍କେଟବଲ, ଭଲିବଲ୍‌, ହ୍ୟାଣ୍ଡବଲ, କବାଡି ପଡିଆ, ଲନ୍ ଟେନିସ କୋର୍ଟ, ଜିମ୍ନାସିୟମ, ସିନ୍ଥେଟିକ ଦୌଡ ଷ୍ଟାଡିୟମ, ସନ୍ତରଣଗାର, ବହୁମୁଖୀ ପ୍ରେକ୍ଷାଳୟ ରହିଛି । ଏହାଛଡା ଏହି ବିଶ୍ୱବିଦ୍ୟାଳୟରେ ବନ୍ଧୁକଚାଳନା, ସ୍କ୍ୱାଶ୍‌, ଜିମ୍ନାଷ୍ଟିକ, ଭାରୋତ୍ତୋଳନ, ତୀରନ୍ଦାଜୀ, ଖୋଲା ଓ ପାଲଟଣା ଡଙ୍ଗା ଚାଳନା ଓ ଅନ୍ୟାନ୍ୟ ସୁବିଧାମାନ ରହିବ । ଏହି ବିଶ୍ୱବିଦ୍ୟାଳୟରେ ୫୪୦ଲେଖାଏଁ ପୁରୁଷ ଓ ମହିଳା କ୍ରୀଡାବିତ୍ ଏହିପରି ୧୦୮୦ଜଣଙ୍କୁ ତାଲିମ ଦେବାର ସାମର୍ଥ୍ୟ ରହିଛି ।

କାନପୁର ମେଟ୍ରୋ ପ୍ରକଳ୍ପ ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

December 28th, 01:49 pm

ଭାରତ ମାତାଙ୍କର ଜୟ ହେଉ, ଭାରତ ମାତାଙ୍କର ଜୟ ହେଉ । ଉତରପ୍ରଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ହରଦୀପ ପୁରୀ ଜୀ, ଏଠାକାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଜୀ, ସାଧ୍ୱୀ ନିରଞ୍ଜନ ଜ୍ୟୋତି ଜୀ, ଭାନୁପ୍ରତାପ ବର୍ମା ଜୀ, ଉତରପ୍ରଦେଶର ମନ୍ତ୍ରୀ ଶ୍ରୀ ସତୀଶ ମହାନା ଜୀ, ନୀଳିମା କଟିୟାର ଜୀ, ରଣବେନ୍ଦ୍ର ପ୍ରତାପ ଜୀ, ଲଖନ ସିଂହ ଜୀ, ଅଜିତ ପାଲ୍ ଜୀ, ଏଠାରେ ଉପସ୍ଥିତ ସମସ୍ତ ଆଦରଣୀୟ ସାଂସଦ, ସମସ୍ତ ଶ୍ରଦ୍ଧେୟ ବିଧାୟକଗଣ, ଅନ୍ୟ ସମସ୍ତ ଜନପ୍ରତିନିଧି ଏବଂ ମୋର ପ୍ରିୟ ଭାଇ ଏବଂ ଭଉଣୀମାନେ! ଋଷି ମୁନି ମାନଙ୍କର ତପସ୍ଥଳୀ, ସ୍ୱାଧୀନତା ସଂଗ୍ରାମୀ ଏବଂ କ୍ରାନ୍ତିବୀର ମାନଙ୍କର ପ୍ରେରଣା ସ୍ଥଳୀ, ସ୍ୱାଧୀନ ଭାରତର ଓøଦ୍ୟୋଗିକ ସାମର୍ଥ୍ୟକୁ ଶକ୍ତି ପ୍ରଦାନ କରୁଥିବା ଏହି କାନପୁରକୁ ମୋର ଶତ ଶତ ପ୍ରଣାମ । ଏହି କାନପୁର ହେଉଛି ସେହି ସ୍ଥାନ ଯାହା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ, ସୁନ୍ଦର ସିଂହ ଭଣ୍ଡାରୀ ଜୀ ଏବଂ ଅଟଳ ବିହାରୀ ବାଜପେୟୀ ଜୀଙ୍କ ଭଳି ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱଙ୍କୁ ଗଢ଼ିବା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ଏବଂ ଆଜି କେବଳ କାନପୁର ଖୁସି ଅଛି, ସେମିତି ନୁହେଁ, ବରୁଣ ଦେବତା ମଧ୍ୟ ଏହି ଖୁସିରେ ସାମିଲ୍ ହେବା ନିମନ୍ତେ ମନ ବଳେଇଛନ୍ତି ।

କାନପୁର ମେଟ୍ରୋ ରେଳ ପ୍ରକଳ୍ପକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

December 28th, 01:46 pm

ପ୍ରଧାନମନ୍ତ୍ରୀଶ୍ରୀ ନରେନ୍ଦ୍ର ମୋଦୀ ଆଜି କାନପୁର ମେଟ୍ରୋ ରେଳ ପ୍ରକଳ୍ପକୁ ଉଦ୍ଘାଟନ କରିଛନ୍ତି ।ଏହି ଅବସରରେ ପ୍ରଧାନମନ୍ତ୍ରୀ କାନପୁର ମେଟ୍ରୋରେଳ ପ୍ରକଳ୍ପକୁ ପରିଦର୍ଶନ କରିବ ।ସହ ଆଇଆଇଟି ମେଟ୍ରୋ ଷ୍ଟେସନ ଠାରୁ ଗୀତା ନଗର ପର୍ଯ୍ୟନ୍ତ ମେଟ୍ରୋ ରେଳଯାତ୍ରା କରିଛନ୍ତି ।ଏହି ଅବସରରେ ପ୍ରଧାନମନ୍ତ୍ରୀ ବୀନା- ପାଙ୍କି ମଲଟିପ୍ରଡକ୍ଟ ପାଇପଲାଇନ୍ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଛନ୍ତି ।ଏହି ପାଇପ ଲାଇନ୍ ମଧ୍ୟ ପ୍ରଦେଶର ବୀନା ତୈଳ ବିଶୋଧନାଗାର ଠାରୁ କାନପୁରର ପାଙ୍କି ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛିଏବଂଏହା ଫଳରେ ବୀନା ବିଶୋଧନାଗାର କ୍ଷେତ୍ରର ପେଟ୍ରୋଲିୟମ୍‌ଜାତ ପଦାର୍ଥ ଏହି କ୍ଷେତ୍ରରେ ସହଜରେ ଉପଲବ୍ଧ ହୋଇପାରିବ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ପ୍ରମୁଖ ଅନ୍ୟମାନଙ୍କ ମଧ୍ୟରେ ଏହି ଅବସରରେ ଉପସ୍ଥିତ ଥିଲେ ।