ଝାନ୍ସୀର ରାଣୀ ଲକ୍ଷ୍ମୀବାଈଙ୍କୁ ତାଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
November 19th, 08:41 am
ସାହସ ଓ ଦେଶଭକ୍ତିର ସଚ୍ଚା ପ୍ରତିମୂର୍ତ୍ତି ଭାବେ ଝାନ୍ସୀର ନିର୍ଭୀକ ରାଣୀ ଲକ୍ଷ୍ମୀବାଈଙ୍କୁ ପ୍ରଶଂସା କରିବା ସହ ତାଙ୍କ ଜୟନ୍ତୀରେ ଆଜି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।NCC highlights the idea of Ek Bharat Shreshtha Bharat: PM Modi
January 27th, 05:00 pm
Prime Minister Narendra Modi addressed the annual NCC PM rally at the Cariappa Parade Ground in Delhi. PM Modi witnessed a cultural program and presented the Best Cadet Awards. He also flagged in Mega Cyclothon by NCC Girls and Nari Shakti Vandan Run (NSRV) from Jhansi to Delhi. “Being present among NCC cadets highlights the idea of Ek Bharat Shreshtha Bharat, the Prime Minister said as he observed the presence of cadets from different parts of the country.ପ୍ରଧାନମନ୍ତ୍ରୀ ଦିଲ୍ଲୀ କରିୟପ୍ପା ପରେଡ ଗ୍ରାଉଣ୍ଡରେ ଏନ୍ସିସି ପିଏମ୍ ରାଲିକୁ ସମ୍ବୋଧନ କଲେ
January 27th, 04:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର କରିୟପ୍ପା ପରେଡ ଗ୍ରାଉଣ୍ଡରେ ବାର୍ଷିକ ଏନ୍ସିସି ପିଏମ୍ ରାଲିକୁ ସମ୍ବୋଧିତ କରିଛନ୍ତି । ଶ୍ରୀ ମୋଦୀ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସହ ଶ୍ରେଷ୍ଠ କ୍ୟାଡେଟ ପୁରସ୍କାର ପ୍ରଦାନ କରିଥିଲେ । ସେ ଏନ୍ସିସି ଗର୍ଲ୍ସ ଏବଂ ନାରୀଶକ୍ତି ବନ୍ଦନ ରନ୍ (ଏନ୍ଏସ୍ଆର୍ଭି) ଦ୍ୱାରା ଝାନ୍ସିରୁ ଦିଲ୍ଲୀ ପର୍ଯ୍ୟନ୍ତ ମେଗା ସାଇକ୍ଲୋଥନ୍କୁ ମଧ୍ୟ ପତାକା ଦେଖାଇଥିଲେ ।ରାଣୀ ଲକ୍ଷ୍ମୀବାଈଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
November 19th, 11:11 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୟ ନାରୀ ଶକ୍ତିର ସାହସିକତାର ପ୍ରତୀକ ରାଣୀ ଲକ୍ଷ୍ମୀବାଈଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।ରାଣୀ ଲକ୍ଷ୍ମୀବାଈଙ୍କ ଜୟନ୍ତୀ ଉପଲକ୍ଷେ ତାଙ୍କର ସ୍ମୃତିଚାରଣ କଲେ ପ୍ରଧାନମନ୍ତ୍ରୀ
November 19th, 08:58 am
ରାଣୀ ଲକ୍ଷ୍ମୀବାଈ ଜୟନ୍ତୀ ଉପଲକ୍ଷେ ତାଙ୍କର ସ୍ମୃତିଚାରଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଲକ୍ଷ୍ମୀବାଈଙ୍କ ସାହସ ଓ ଆମ ଦେଶ ପ୍ରତି ଥିବା ବଳିଷ୍ଠ ଅବଦାନକୁ କେବେ ଭୁଲି ହେବ ନାହିଁ ବୋଲି ଶ୍ରୀ ମୋଦୀ କହିଛନ୍ତି ।୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 15th, 02:30 pm
୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 15th, 07:01 am
ସ୍ୱାଧୀନତାର ୭୫ ବର୍ଷ ପୂରଣ ହେବା ଅବସରରେ ଦେଶବାସୀଙ୍କୁ ଅନେକ ଅନେକ ଶୁଭକାମନା । ଅନେକ ଅନେକ ଶୁଭେଚ୍ଛା । କେବଳ ଭାରତର ପ୍ରତ୍ୟେକ କୋଣରେ ନୁହେଁ, ବରଂ ବିଶ୍ୱର ପ୍ରତ୍ୟେକ କୋଣ ଅନୁକୋଣରେ ଆଜି କୌଣସି ନା କୌଣସି ପ୍ରକାରରେ ଭାରତୀୟମାନଙ୍କ ଦ୍ୱାରା କିମ୍ବା ଭାରତକୁ ଅପାର ସ୍ନେହ କରୁଥିବା ଲୋକମାନଙ୍କ ଦ୍ୱାରା ସମ୍ମାନର ସହିତ ଆମ ତ୍ରିରଙ୍ଗା ଉତ୍ତୋଳନ କରାଯାଇଛି । ମୁଁ ସାରା ବିଶ୍ୱରେ ଥିବା ଭାରତପ୍ରେମୀମାନଙ୍କୁ, ଭାରତୀୟମାନଙ୍କର ସ୍ୱାଧୀନତାର ଏହି ଅମୃତ ମହୋତ୍ସବରେ ଅନେକ ଅନେକ ଶୁଭକାମନା ଜଣାଉଛି ।ଭାରତ 76ତମ ସ୍ୱାଧୀନତା ଦିବସ ପାଳନ କରିଛି
August 15th, 07:00 am
ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତର ଶକ୍ତି ଏହାର ବିବିଧତା ମଧ୍ୟରେ ରହିଛି। ସେ ଦେଶକୁ ଗଣତନ୍ତ୍ରର ଜନନୀ ବୋଲି ଅଭିହିତ କରିଥିଲେ ଏବଂ ଅମୃତ କାଳର ପଞ୍ଚ ପ୍ରାଣର ଗଣନା କରିଥିଲେ - ଏକ ବିକଶିତ ଭାରତର ଲକ୍ଷ୍ୟ, ଉପନିବେଶିକ ମାନସିକତାର କୌଣସି ଚିହ୍ନକୁ ହଟାଇବା, ଆମର ମୂଳ, ଏକତା ଏବଂ କର୍ତ୍ତବ୍ୟବୋଧ ଉପରେ ଗର୍ବ କରିବା ।ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨ଠ୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ ଖେଳାଳିମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟର ମୂଳପାଠ
August 13th, 11:31 am
ଚାଲନ୍ତୁ, ଏମିତି ଭାବେ ସମସ୍ତଙ୍କ ସହିତ କଥାବାର୍ତ୍ତା କରିବା ମୋ ପାଇଁ ବହୁତ ପ୍ରେରଣାଦାୟକ ଅଟେ, କିନ୍ତୁ ସମସ୍ତଙ୍କ ସହିତ ବୋଧହୁଏ କଥାବାର୍ତ୍ତା କରିବା ସମ୍ଭବ ହୋଇନଥାଏ, କିନ୍ତୁ ଭିନ୍ନ ଭିନ୍ନ ସମୟରେ ଆପଣଙ୍କ ମଧ୍ୟରେ କେତେକଙ୍କ ସହିତ କୌଣସି ନା କୌଣସି ଭାବରେ ମୋତେ ସମ୍ପର୍କରେ ରହିବାର ସୁଯୋଗ ମିଳିଥାଏ, କଥାବାର୍ତ୍ତା ହେବାର ଅବସର ମିଳିଛି, କିନ୍ତୁ ମୋ ପାଇଁ ଖୁସି ଯେ ଆପଣ ସମୟ ବାହାର କରି ମୋର ଘରକୁ ଆସିଲେ ଏବଂ ପରିବାରର ଜଣେ ସଦସ୍ୟ ଭାବରେ ଆସିଛନ୍ତି । ତେବେ ଆପଣଙ୍କ ସିଦ୍ଧିର ଯଶ ଆପଣଙ୍କ ସହିତ ଯୋଡ଼ି ହୋଇ ଯେମିତି ପ୍ରତ୍ୟେକ ଭାରତୀୟ ଗର୍ବ କରୁଛନ୍ତି, ମୁଁ ମଧ୍ୟ ଗର୍ବ କରୁଛି । ଆପଣ ସମସ୍ତଙ୍କୁ ମୋର ଏହି ସ୍ଥାନକୁ ବହୁତ ବହୁତ ସ୍ୱାଗତ ।ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ର ଭାରତୀୟ ଖେଳାଳୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବର୍ଦ୍ଧନା
August 13th, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟଗୋଷ୍ଠୀ କ୍ରୀଡା-୨୦୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡାବିତମାନଙ୍କୁ ନୂଆଦିଲ୍ଲୀଠାର ସମ୍ବର୍ଦ୍ଧିତ କରିଛନ୍ତି । ଏଥିରେ ଉଭୟ ଖେଳାଳୀ ଓ ସେମାନଙ୍କ ପ୍ରଶିକ୍ଷକ ମାନେ ଯୋଗ ଦେଇଥିଲେ । କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ଓ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଓ କ୍ରୀଡା, ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିଶୀଥ ପ୍ରାମାଣିକ ମଧ୍ୟ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।ଭାରତର ବିକାଶ କାହାଣୀର ଏହା ହେଉଛି ଟର୍ଣ୍ଣିଙ୍ଗ ପଏଣ୍ଟ : ମନ୍ କୀ ବାତ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ
November 28th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଆମେ ପୁଣି ଥରେ ‘ମନ୍ କି ବାତ୍’ ପାଇଁ ଏକାଠି ହୋଇଛୁ । ଦୁଇ ଦିନ ପରେ ଡିସେମ୍ବର ମାସଟି ମଧ୍ୟ ଆରମ୍ଭ ହେବାକୁ ଯାଉଛି, ଆଉ ଡିସେମ୍ବର ମାସ ଆସିଲା ମାନେ ଆମକୁ ମନସ୍ତାତ୍ୱିକ ସ୍ତରରେ ଲାଗେ ଯେ, ଯାହାହେଉ, ବର୍ଷଟି ସରିଗଲା । ଇଏ ବର୍ଷର ଶେଷ ମାସ । ଆମେ ନୂଆବର୍ଷ ପାଇଁ ଯୋଜନା ପ୍ରସ୍ତୁତ କରିବାରେ ଲାଗିପଡ଼ୁ । ଏହି ମାସରେ ଦେଶ ପାଳନ କରେ ‘ନୌବାହିନୀ ଦିବସ’ ଏବଂ ‘ସଶସ୍ତ୍ର ବାହିନୀ ପତାକା ଦିବସ’ । ଆମ ସମସ୍ତେ ଜାଣୁ, ଯେ, ଡିସେମ୍ବର ୧୬ ତାରିଖ ଦିନ ଦେଶ ୧୯୭୧ରେ ହୋଇଥିବା ଯୁଦ୍ଧର ସୁବର୍ଣ୍ଣ ଜୟନ୍ତୀ ମଧ୍ୟ ପାଳନ କରିବ । ଏହି ସମସ୍ତ ଅବସରରେ ମୁଁ ଦେଶର ପ୍ରତିରକ୍ଷା ବାହିନୀକୁ ସ୍ମରଣ କରୁଛି, ଆମର ବୀରମାନଙ୍କୁ ସ୍ମରଣ କରୁଛି ଏବଂ ବିଶେଷ ଭାବେ ଏଭଳି ବୀରମାନଙ୍କୁ ଜନ୍ମ ଦେଇଥିବା ମା’ମାନଙ୍କୁ ସ୍ମରଣ କରୁଛି । ପ୍ରତିଥର ପରି ଏଥର ମଧ୍ୟ ମୋତେ ନମୋ ଆପ୍, ମାଇ ଗଭ୍ରେ ଆପଣମାନଙ୍କର ଅନେକ ପ୍ରସ୍ତାବ ମିଳିଛି । ଆପଣମାନେ ମୋତେ ନିଜ ପରିବାରର ଏକ ଅଂଶ ଭାବି ନିଜ ଜୀବନର ସୁଖ-ଦୁଃଖ ମଧ୍ୟ ବାଣ୍ଟିଛନ୍ତି । ଏଥିରେ ଅନେକ ଯୁବବର୍ଗର ହୋଇଥିବାବେଳେ ଅନେକ ଛାତ୍ରଛାତ୍ରୀ ମଧ୍ୟ ରହିଛନ୍ତି । ମୋତେ ପ୍ରକୃତରେ ଭଲ ଲାଗୁଛି ଯେ, ଆମର ଏହି ‘ମନ୍ କି ବାତ୍’ର ପରିବାର ନିରନ୍ତର ବିସ୍ତୃତ ହୋଇଚାଲିଛି, ମନ ସହ ମନର ସମ୍ପର୍କ ଦୃଢ଼ ହୋଇଚାଲିଛି, ଉଦ୍ଦେଶ୍ୟ ମଧ୍ୟ ଏକ ହୋଇଚାଲିଛି । ନିବିଡ଼ ହେଉଥିବା ଆମ ସମ୍ପର୍କ ସହ ଆମ ଅନ୍ତରରେ ନିରନ୍ତର ସକାରାତ୍ମକତାର ଗୋଟିଏ ପ୍ରବାହ ପ୍ରବାହିତ ହେଉଛି ।ଉତ୍ତର ପ୍ରଦେଶର ଝାନ୍ସି ଠାରେ ‘ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବ’ ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 19th, 05:39 pm
ଯେଉଁ ଭୂମିରେ ଆମର ରାଣୀ ଲକ୍ଷ୍ମୀବାଇ ସ୍ବାଧୀନତା ପାଇଁ ନିଜର ସବୁକିଛି ଉତ୍ସର୍ଗ କରିଛନ୍ତି, ସେହି ଭୂମିର ଲୋକମାନଙ୍କୁ ମୁଁ ହାତ ଯୋଡ଼ି ପ୍ରଣାମ କରୁଛି। ଝାନ୍ସୀ ସ୍ବାଧୀନତାର ଭାବନା ଜାଗ୍ରତ କରିଛି। ଏହାର ମାଟିର ପ୍ରତି କଣିକାରେ ବୀରତା ଓ ଦେଶ ପ୍ରେମ ଭରି ରହିଛି। ଝାନ୍ସିର ସାହସୀ ରାଣୀ ଲକ୍ଷ୍ମୀବାଇଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ।ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶର ଝାନସିରେ " ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବ” ରେ ଯୋଗ ଦେଇଛନ୍ତି
November 19th, 05:38 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ଝାନସିରେ ଚାଲିଥିବା ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବ” ରେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଝାନସି ଦୁର୍ଗ ପରିସରରେ ଆୟୋଜିତ ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବ” କୁ ପାଳନ କରୁଥିବା ଏକ ବିଶାଳ ସମାରୋହରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନେକ ନୂତନ ପଦକ୍ଷେପକୁ ରାଷ୍ଟ୍ରକୁ ଉତ୍ସର୍ଗ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକରେ ଏନସିସି ପୁରାତନ ଛାତ୍ର ସଂଘର ଶୁଭାରମ୍ଭ ଅର୍ନ୍ତଭୁକ୍ତ ଥିବାବେଳେ ପ୍ରଧାନମନ୍ତ୍ରୀ ସଂଘର ପ୍ରଥମ ସଦସ୍ୟ ଭାବରେ ପଞ୍ଜୀକୃତ ହୋଇଥିଲେ; ଏନସିସି କ୍ୟାଡେଟ୍ ପାଇଁ ମହାକାଶ ତାଲିମ ଜାତୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ; ଜାତୀୟ ଯୁଦ୍ଧ ସ୍ମାରକୀରେ ଥିବା ହିରୋମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ କିଓସ୍କ; ଜାତୀୟ ଯୁଦ୍ଧ ସ୍ମାରକୀର ମୋବାଇଲ୍ ଆପ୍; ଭାରତୀୟ ନୌଜାହାଜ ପାଇଁ ଡିଆରଡିଓ ଦ୍ୱାରା ବିକଶିତ ଉନ୍ନତ ଇଲେକ୍ଟ୍ରୋନିକ୍ ୱାରଫେୟାର ସୁଟ୍ ‘ଶକ୍ତି’; ହାଲୁକା ଯୁଦ୍ଧ ହେଲିକପ୍ଟର ଏବଂ ଡ୍ରୋନ୍ ଆଦି ରହିଛି । ସେ ଉତ୍ତରପ୍ରଦେଶ ଡିଫେନ୍ସ ଇଣ୍ଡଷ୍ଟ୍ରିଆଲ କରିଡରର ଝାନସି ନୋଡରେ ଭାରତ ଡାଇନାମିକ୍ସ ଲିମିଟେଡର ୪୦୦ କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।ଜୟନ୍ତୀ ଅବସରରେ ରାଣୀ ଲକ୍ଷ୍ମୀବାଈଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
November 19th, 10:31 am
ଜୟନ୍ତୀ ଅବସରରେ ରାଣୀ ଲକ୍ଷ୍ମୀବାଈଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।ମୌଳିକ ସୁବିଧା ଯଥା ବାସଗୃହ, ବିଜୁଳି, ଜଳ, ଶୌଚାଗାର, ଗ୍ୟାସ, ସଡ଼କ, ହସପିଟାଲ ଏବଂ ବିଦ୍ୟାଳୟ ଭଳି ମୌଳିକ ସମସ୍ୟାର ସମାଧାନ ଦଶନ୍ଧି ଦଶନ୍ଧି ପୂର୍ବରୁ ହୋଇପାରିଥାନ୍ତା: ପ୍ରଧାନମନ୍ତ୍ରୀ
August 10th, 10:43 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଉତ୍ତରପ୍ରଦେଶର ମାହୋବାଠାରେ ଉଜ୍ଜ୍ୱଳା 2.0 ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ସ୍ୱାସ୍ଥ୍ୟସେବା ଯୋଗାଣ, ସୁବିଧା ଏବଂ ଭଉଣୀମାନଙ୍କୁ ସଶକ୍ତ କରିବା ନିମନ୍ତେ ସରକାରଙ୍କ ପ୍ରତିବଦ୍ଧତା ଉଜ୍ଜ୍ୱଳା ଯୋଜନାରୁ ହିଁ ବେଶ୍ ସହଯୋଗ ଓ ପ୍ରୋତ୍ସାହନ ପାଇପାରିଛି । ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ, ଦେଶର 8 କୋଟି ଗରିବ, ଦଳିତ, ବଂଚିତ, ପଛୁଆବର୍ଗ ଓ ଆଦିବାସୀ ପରିବାରଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଥିଲା ।ଉତ୍ତର ପ୍ରଦେଶରେ ଉଜ୍ଜ୍ୱଳା 2.0 (ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା-ପିଏମୟୁୱାଇ)ର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 10th, 12:46 pm
ଏବେ ଆପଣମାନେ ମା’-ଭଉଣୀମାନଙ୍କ ସହିତ ଆଲୋଚନା କରିବାର ସୁଯୋଗ ମୋତେ ମିଳିଛି। ଏବଂ ମୋ ପାଇଁ ଏହା ଖୁସିର ବିଷୟ ଯେ ରକ୍ଷାବନ୍ଧନର ପର୍ବ ଆଉ କିଛିଦିନ ପରେ ପଡ଼ିବ। ଏବେ ମୋତେ ଆଗୁଆ ମା’-ଭଉଣୀମାନଙ୍କୁ ଆଶୀର୍ବାଦ ମିଳିପାରିଛି। ଏଭଳି ସ୍ଥିତିରେ ଦେଶର କୋଟି କୋଟି ଗରିବ, ଦଳିତ, ବଞ୍ଚିତ, ପଛୁଆ, ଆଦିବାସୀ ପରିବାରର ଭଉଣୀମାନଙ୍କୁ ଆଜି ଆଉ ଏକ ଉପହାର ଦେବାର ସୁଯୋଗ ମିଳିଛି। ଆଜି ଉଜ୍ଜ୍ୱଳା ଯୋଜନାର ପରବର୍ତ୍ତୀ ପର୍ଯ୍ୟାୟରେ ଅନେକ ଭଉଣୀମାନଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଓ ଗ୍ୟାସ ଚୁଲା ମିଳିଛି। ମୁଁ ସମସ୍ତ ହିତାଧିକାରୀମାନଙ୍କୁ ପୁଣିଥରେ ଅନେକ ଅନେକ ଅଭିନନ୍ଦନ ଜଣାଉଛି।ଉତ୍ତର ପ୍ରଦେଶର ମାହୋବା ଠାରେ ଉଜ୍ଜ୍ୱଳା ୨.୦ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
August 10th, 12:41 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ମାହୋବାଠାରେ ଉଜ୍ଜ୍ୱଳା ୨.୦ (ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା-ପିଏମୟୁୱାଇ)ର ଭିଡିଓ କନଫରେନ୍ସିଂ ଯୋଗେ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ଥାନୀୟ ହିତାଧିକାରୀମାନଙ୍କ ଏଲପିଜି ସଂଯୋଗ ବଣ୍ଟନ କରିବା ସହ ଉଜ୍ଜ୍ୱଳା ଯୋଜନାରୁ କିଭଳି ସୁଫଳ ମିଳୁଛି ସେ ସମ୍ପର୍କରେ ସେମାନଙ୍କ ସହ ଭାବ ବିନିମୟ କରିଥିଲେ ।ଭାରତର ମୁକ୍ତି ସଂଗ୍ରାମରେ ଅଂଶ ଗ୍ରହଣ କରିଥିବା ମହାନ୍ ବ୍ୟକ୍ତିବିଶେଷଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
March 12th, 03:21 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ମୁକ୍ତି ସଂଗ୍ରାମରେ ସାମିଲ ହୋଇଥିବା ମହାନ୍ ବ୍ୟକ୍ତିବିଶେଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ମୁକ୍ତି ସଂଗ୍ରାମ କାଳରେ ଯେଉଁ ଅକୀର୍ତ୍ତିତ ଓ ଅଜ୍ଞାତ ନାୟକମାନେ ପ୍ରାଣପାତ କରିଥିଲେ ସେମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ରଭାବେ ଶ୍ରଦ୍ଧାସୁମନ ଅର୍ପଣ କରି ସେମାନଙ୍କ ମହାନ ଅବଦାନକୁ ମନେ ପକାଇଛନ୍ତି । ଅହମ୍ମଦାବାଦର ସାବରମତୀ ଆଶ୍ରମରେ ଆଜି ଆଜାଦୀକା ଅମୃତ ମହୋତ୍ସବ (ଇଣ୍ଡିଆ @ 75)ର ଶୁଭାରମ୍ଭ ଅବସରରେ ସେ ଉଦବୋଧନ ଦେଇ କହିଛନ୍ତି ଯେ ସ୍ୱଳ୍ପଜ୍ଞାତ ଆନ୍ଦୋଳନ ଓ ଲଢେଇମାନ ଦେଶର ସାମଗ୍ରିକ ମୁକ୍ତି ସଂଗ୍ରାମକୁ ଦୃଢୀଭୂତ କରିଥିଲା । ପ୍ରତ୍ୟେକଟି ଲଢେଇ ମିଥ୍ୟାଶକ୍ତି ବିରୋଧରେ ଭାରତର ଏକ ଦୃଢ ସତ୍ୟ ଘୋଷଣାନାମା ଥିଲା । ଏହାକୁ ସେ ସ୍ୱାଧୀନ ମନୋଭାବର ପରିଚାୟକ ବୋଲି ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାମ, ମହାଭାରତର କୁରୁକ୍ଷେତ୍ର, ହଳଦୀଘାଟ ଲଢେଇ ଏବଂ ବୀର ଶିବାଜୀଙ୍କ ଗର୍ଜନ ଆଦି ପ୍ରତ୍ୟେକ ଲଢେଇରେ ସ୍ୱାଧୀନତାର ସେହି ସମାନ ସଚେତନତା ପ୍ରତିନିଧିତ୍ୱ ହୁଏ ।‘ସ୍ୱାଧୀନତାର ଅମୃତ ମହୋତ୍ସବ’ ପୂର୍ବାବଲୋକନ କାର୍ଯ୍ୟକ୍ରମର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
March 12th, 10:31 am
ମଞ୍ଚ ଉପରେ ବିରାଜମାନ ଗୁଜରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ ମହାଶୟ, ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାଣୀ ମହାଶୟ, କେନ୍ଦ୍ର ମନ୍ତ୍ରୀପରିଷଦରେ ମୋର ସହଯୋଗୀ ଶ୍ରୀ ପ୍ରହଲ୍ଲାଦ ପଟେଲ ମହାଶୟ, ଲୋକସଭାର ମୋର ସାଥୀ ସାଂସଦ ଶ୍ରୀ ସି.ଆର ପାଟିଲ ମହାଶୟ, ଅହମ୍ମଦାବାଦର ନବନିର୍ବାଚିତ ମେୟର ଶ୍ରୀମାନ କିରୀଟ ସିଂହ ଭାଇ, ସାବରମତୀ ଟ୍ରଷ୍ଟର ଟ୍ରଷ୍ଟି ଶ୍ରୀ କାର୍ତିକେୟ ସାରାଭାଇ ମହାଶୟ ଏବଂ ସାବରମତୀ ଆଶ୍ରମ ପାଇଁ ଯେଉଁମାନଙ୍କର ଜୀବନ ସମର୍ପିତ ଆଦରଣୀୟ ଅମୃତ ମୋଦୀ ମହାଶୟ, ସାରା ଦେଶରୁ ଆମ ସହିତ ଯୋଡି ହୋଇଥିବା ସମସ୍ତ ମହାନୁଭବ, ଭଦ୍ରମହିଳା ଓ ଭଦ୍ରବ୍ୟକ୍ତିଗଣ, ଏବଂ ମୋର ଯୁବ ସାଥୀଗଣ!‘ଆଜାଦୀ କା ଅମୃତ ମହୋତ୍ସବ’ India@75 କାର୍ଯ୍ୟକ୍ରମର ପୂର୍ବ-ଭୂମିକା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ
March 12th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ଆଜାଦୀକା ଅମୃତ ମହୋତ୍ସବ’ (ଇଣ୍ଡିଆ ଅ ୭୫) କାର୍ଯ୍ୟକ୍ରମର ପ୍ରାକ୍ କାର୍ଯ୍ୟସୂଚୀ ବା ପୂର୍ବ-ଭୂମିକାକୁ ଗୁଜରାଟର ଅହମ୍ମଦାବାଦସ୍ଥିତ ସାବରମତୀ ଆଶ୍ରମରେ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଆୟୋଜିତ ପଦଯାତ୍ରା (ମୁକ୍ତି ଯାତ୍ରା)କୁ ପ୍ରଧାନମନ୍ତ୍ରୀ ପତାକା ଦେଖାଇ ଆରମ୍ଭ କରିଥିଲେ । ସେ ମଧ୍ୟ ଏହି ଉତ୍ସବ ପାଳନ ସହିତ ସଂପୃକ୍ତ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗୁଜରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ, କେନ୍ଦ୍ର ସ୍ୱାଧୀନ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ସିଂହ ପଟେଲ, ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ପ୍ରମୁଖ ଉପସ୍ଥିତ ଥିଲେ ।