ଭାରତୀୟ ସଂସ୍କୃତିର ଜୀବନ୍ତତା ସର୍ବଦା ସମଗ୍ର ବିଶ୍ୱର ଲୋକଙ୍କୁ ଆକର୍ଷିତ କରିଛି: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

January 30th, 11:30 am

ବନ୍ଧୁଗଣ, ସ୍ୱାଧୀନତାର ଅମୃତ୍ ମହୋତ୍ସବରେ ଦେଶ ଏଭଳି ପ୍ରଚେଷ୍ଟା ମାଧ୍ୟମରେ ନିଜର ଜାତୀୟ ପ୍ରତୀକଗୁଡ଼ିକର ପୁନଃପ୍ରତିଷ୍ଠା କରୁଛି । ଆମେ ଦେଖିଲୁ ଯେ, ଇଣ୍ଡିଆ ଗେଟ୍ ନିକଟରେ ଅମର ଯବାନ୍ ଜ୍ୟୋତି ଏବଂ ନିକଟସ୍ଥ ଜାତୀୟ ସମର ସ୍ମାରକୀଠାରେ ପ୍ରଜ୍ଜ୍ୱଳିତ ଜ୍ୟୋତିକୁ ଏକାକାର କରିଦିଆଗଲା । ଭାବବିହ୍ୱଳର ଏହି ମୁହୂର୍ତ୍ତରେ ଅନେକ ଦେଶବାସୀ ଓ ଶହୀଦମାନଙ୍କ ପରିବାରର ଚକ୍ଷୁ ଲୋତକପୂର୍ଣ୍ଣ ହୋଇଥିଲା । ଜାତୀୟ ସମର ସ୍ମାରକୀରେ ସ୍ୱାଧୀନତା ପ୍ରାପ୍ତି ପରେ ଶହୀଦ ହୋଇଥିବା ଦେଶର ସମସ୍ତ ବୀରମାନଙ୍କ ନାମ ଉଲ୍ଲେଖ କରାଯାଇଛି । ସେନାର କେତେକ ପୂର୍ବତନ ଯବାନ୍ ମୋତେ ପତ୍ର ଲେଖି କହିଛନ୍ତି ଯେ - ଶହୀଦମାନଙ୍କ ସ୍ମୃତି ସମ୍ମୁଖରେ ପ୍ରଜ୍ଜ୍ୱଳିତ ଥିବା ଅମର ଯବାନ୍ ଜ୍ୟୋତି ଶହୀଦମାନଙ୍କ ଅମରତ୍ୱର ପ୍ରତୀକ । ପ୍ରକୃତରେ ଅମର ଯବାନ୍ ଜ୍ୟୋତି ଭଳି ଆମ ଶହୀଦ୍, ସେମାନଙ୍କର ପ୍ରେରଣା ତଥା ଯୋଗଦାନ ମଧ୍ୟ ଅମର । ଯେତେବେଳେ ବି ସମୟ ମିଳେ ଜାତୀୟ ସମର ସ୍ମାରକୀ ଯିବା ପାଇଁ ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି । ନିଜ ପରିବାର ଓ ପିଲାମାନଙ୍କୁ ମଧ୍ୟ ନିଶ୍ଚୟ ସାଙ୍ଗରେ ନେଇଯାଆନ୍ତୁ । ଏଠାରେ ଆପଣମାନଙ୍କୁ ଏକ ଭିନ୍ନ ଧରଣର ଶକ୍ତି ଏବଂ ପ୍ରେରଣାର ଅନୁଭୂତି ମିଳିବ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଲିଗଡରେ ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ।

September 14th, 12:01 pm

ଉତର ପ୍ରଦେଶର ରାଜ୍ୟପାଳ ଶ୍ରୀମତି ଆନନ୍ଦି ବେନ୍ ପଟେଲ ଜୀ, ଉତର ପ୍ରଦେଶର ଯଶସ୍ୱୀ ଏବଂ ତେଜସ୍ୱୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ଉପମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମା ଜୀ, ଉତର ପ୍ରଦେଶ ସରକାରର ମନ୍ତ୍ରୀଗଣ, ଅନ୍ୟାନ୍ୟ ସାଂସଦଗଣ, ବିଧାୟକଗଣ ଏବଂ ଅଲିଗଡର ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ପ୍ରଧାନମନ୍ତ୍ରୀ ଆଲିଗଡରେ ଥିବା ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି

September 14th, 11:45 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଲିଗଡରେ ଥିବା ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ପକାଇଛନ୍ତି । ସେ ଉତ୍ତରପ୍ରଦେଶ ପ୍ରତିରକ୍ଷା ଶିଳ୍ପ କରିଡରର ଆଲିଗଡ ନୋଡର ପ୍ରଦର୍ଶନୀ ମଡେଲ ଏବଂ ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର୧୪ରେ ଆଲିଗଡଠାରେ ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ

September 13th, 11:20 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୪ରେ ଆଲିଗଡଠାରେ ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟ(ଷ୍ଟେଟ ୟୁନିଭରସିଟି)ର ଶିଳାନ୍ୟାସ କରିବେ । ମଧ୍ୟାହ୍ନ ୧୨ଘଣ୍ଟା ସମୟରେ ଏହି ବିଶ୍ୱବିଦ୍ୟାଳୟର ଶୁଭ ଦିଆଯିବ । ଏହା ପରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବେ । ଏହାପରେ ପ୍ରଧାନମନ୍ତ୍ରୀ ଏକ ପ୍ରଦର୍ଶନୀରେ ଯୋଗଦେଇ ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ଏବଂ ଉତ୍ତରପ୍ରଦେଶ ପ୍ରତିରକ୍ଷା ଶିଳ୍ପ କରିଡର ଆଲିଗଡଖଣ୍ଡର ମଡେଲ ପରିଦର୍ଶନ କରିବେ ।