ନୂଆଦିଲ୍ଲୀରେ B-20 ଶିଖର ସମ୍ମିଳନୀ ଭାରତ 2023ରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
August 27th, 03:56 pm
ଆପଣ ସମସ୍ତେ ବ୍ୟବସାୟିକ ନେତୃବୃନ୍ଦ ଏକ ଏଭଳି ସମୟରେ ଭାରତ ଆସିଛନ୍ତି, ଯେତେବେଳେ ଆମର ସମଗ୍ର ଦେଶରେ ଉତ୍ସବର ବାତାବରଣ ରହିଛି । ଭାରତରେ ପ୍ରତିବର୍ଷ ଆସୁଥିବା ଦୀର୍ଘ ପାର୍ବଣ ଋତୁ, ଏକ ପ୍ରକାରରେ ପୂର୍ବରୁ ଆରମ୍ଭ ହୋଇଯାଇଛି । ଏହି ପାର୍ବଣ ଋତୁ ଏଭଳି ହୋଇଥାଏ, ଯେତେବେଳେ ଆମର ସମାଜ ମଧ୍ୟ ପାଳନ କରିଥାଏ ଏବଂ ଆମର ବ୍ୟବସାୟ ମଧ୍ୟ ପାଳନ କରିଥାଏ । ଆଉ ଚଳିତ ବର୍ଷ ଏହା 23 ଅଗଷ୍ଟରୁ ଆରମ୍ଭ ହୋଇ ଯାଇଛି। ଆଉ ଏହି ଉତ୍ସବ ହେଉଛି ଚନ୍ଦ୍ରମାରେ ଚନ୍ଦ୍ରଯାନ ପହଞ୍ଚିବାର । ଭାରତର ଚନ୍ଦ୍ର ମିଶନର ସଫଳତାରେ ଆମର ମହାକାଶ ଗବେଶଣା ସଂସ୍ଥା ‘ଇସ୍ରୋ’ର ବହୁତ ବଡ଼ ଭୂମିକା ରହିଛି । କିନ୍ତୁ ଏହା ସହିତ ହିଁ ଭାରତର ଉଦ୍ୟୋଗ ଜଗତର ମଧ୍ୟ ବହୁତ ବଡ଼ ସହଯୋଗ କରିଛି । ଚନ୍ଦ୍ରଯାନରେ ବ୍ୟବହାର କରାଯାଇଥିବା ଅନେକ ଉପକରଣ ଆମର ଉଦ୍ୟୋଗମାନେ, ଆମର ଘରୋଇ କମ୍ପାନୀମାନେ, ଆମର ଏମଏସଏମଇମାନେ ତାହାକୁ ଆବଶ୍ୟକତା ଅନୁସାରେ ପ୍ରସ୍ତୁତ କରି ସମୟସୀମା ମଧ୍ୟରେ ଉପଲବ୍ଧ କରାଇଛନ୍ତି । ଅର୍ଥାତ ଏହା ହେଉଛି ବିଜ୍ଞାନ ଏବଂ ଉଦ୍ୟୋଗ, ଉଭୟର ସଫଳତା । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ଯେ, ଚଳିତ ଥର ସମଗ୍ର ବିଶ୍ୱ ଏହି ଉତ୍ସବ ପାଳନ କରୁଛି । ଏହି ଉତ୍ସବ, ହେଉଛି ଏକ ଦାୟୀତ୍ୱପୂର୍ଣ୍ଣ ମହାକାଶ କାର୍ଯ୍ୟକ୍ରମ ଚଲାଇବାର । ଏହି ଉତ୍ସବ, ହେଉଛି ଦେଶର ବିକାଶକୁ ତ୍ୱରାନ୍ୱିତ କରିବାର । ଏହି ଉତ୍ସବ, ହେଉଛି ନବସୃଜନର, ଏହି ଉତ୍ସବ, ହେଉଛି ମହାକାଶ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ନିରନ୍ତରତା ଏବଂ ସମାନତା ଆଣିବାର । ଆଉ ଏହା ହିଁ ହେଉଛି B-20 ଶିଖର ସମ୍ମିଳନୀର ବିଷୟ ବସ୍ତୁ- ରାଇଜ RAISE (ଆରଏଆଇଏସଇ), ଏହା ହେଉଛି ଦାୟିତ୍ୱବୋଧ, ନବସୃଜନ, ନିରନ୍ତରତା, ତ୍ୱରାନ୍ୱିତ କରିବା ଏବଂ ସମାନତା ବିଷୟରେ । ଆଉ ଏହା ହେଉଛି ମାନବିକତା ବିଷୟରେ । ଏହା ହେଉଛି ଏକ ବିଶ୍ୱ, ଏକ ପରିବାର, ଏକ ଭବିଷ୍ୟତ ବିଷୟରେ।ବି୨୦ ଶିଖର ସମ୍ମିଳନୀ ଭାରତ ୨୦୨୩କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
August 27th, 12:01 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ବି୨୦ ଶିଖର ସମ୍ମିଳନୀ ଭାରତ ୨୦୨୩କୁ ସମ୍ବୋଧିତ କରିଛନ୍ତି । ବି-୨୦ ଶିଖର ସମ୍ମିଳନୀ ଭାରତ ବିଶ୍ୱର ନୀତି ନିର୍ଦ୍ଧାରକ, ବ୍ୟବସାୟିକ ନେତା ଏବଂ ବିଶେଷଜ୍ଞମାନଙ୍କୁ ବି-୨୦ ଇଣ୍ଡିଆ ବିଜ୍ଞପ୍ତି ଉପରେ ଆଲୋଚନା ଏବଂ ପର୍ଯ୍ୟାଲୋଚନା ପାଇଁ ସୁଯୋଗ ଆଣିଛି । ବି-୨୦ ଇଣ୍ଡିଆ ବିଜ୍ଞପ୍ତିରେ ଜି-୨୦ରେ ଦାଖଲ ପାଇଁ ୫୪ଟି ସୁପାରିସ ଏବଂ ୧୭୨ଟି ନୀତିଗତ ପଦକ୍ଷେପ ଅନ୍ତର୍ଭୁକ୍ତ ରହିଛି।ଅଗଷ୍ଟ ୨୭ରେ ବି-୨୦ ସମ୍ମିଳନୀ ଇଣ୍ଡିଆ-୨୦୨୩କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ
August 26th, 09:55 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଅଗଷ୍ଟ ୨୭ ମଧ୍ୟାହ୍ନ ୧୨ଟାରେ ନୂଆଦିଲ୍ଲୀରେ ବି-୨୦ ସମ୍ମିଳନୀ ଇଣ୍ଡିଆ-୨୦୨୩କୁ ସମ୍ବୋଧିତ କରିବେ ।