ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨ଠ୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ ଖେଳାଳିମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟର ମୂଳପାଠ

August 13th, 11:31 am

ଚାଲନ୍ତୁ, ଏମିତି ଭାବେ ସମସ୍ତଙ୍କ ସହିତ କଥାବାର୍ତ୍ତା କରିବା ମୋ ପାଇଁ ବହୁତ ପ୍ରେରଣାଦାୟକ ଅଟେ, କିନ୍ତୁ ସମସ୍ତଙ୍କ ସହିତ ବୋଧହୁଏ କଥାବାର୍ତ୍ତା କରିବା ସମ୍ଭବ ହୋଇନଥାଏ, କିନ୍ତୁ ଭିନ୍ନ ଭିନ୍ନ ସମୟରେ ଆପଣଙ୍କ ମଧ୍ୟରେ କେତେକଙ୍କ ସହିତ କୌଣସି ନା କୌଣସି ଭାବରେ ମୋତେ ସମ୍ପର୍କରେ ରହିବାର ସୁଯୋଗ ମିଳିଥାଏ, କଥାବାର୍ତ୍ତା ହେବାର ଅବସର ମିଳିଛି, କିନ୍ତୁ ମୋ ପାଇଁ ଖୁସି ଯେ ଆପଣ ସମୟ ବାହାର କରି ମୋର ଘରକୁ ଆସିଲେ ଏବଂ ପରିବାରର ଜଣେ ସଦସ୍ୟ ଭାବରେ ଆସିଛନ୍ତି । ତେବେ ଆପଣଙ୍କ ସିଦ୍ଧିର ଯଶ ଆପଣଙ୍କ ସହିତ ଯୋଡ଼ି ହୋଇ ଯେମିତି ପ୍ରତ୍ୟେକ ଭାରତୀୟ ଗର୍ବ କରୁଛନ୍ତି, ମୁଁ ମଧ୍ୟ ଗର୍ବ କରୁଛି । ଆପଣ ସମସ୍ତଙ୍କୁ ମୋର ଏହି ସ୍ଥାନକୁ ବହୁତ ବହୁତ ସ୍ୱାଗତ ।

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ର ଭାରତୀୟ ଖେଳାଳୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

August 13th, 11:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟଗୋଷ୍ଠୀ କ୍ରୀଡା-୨୦୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡାବିତମାନଙ୍କୁ ନୂଆଦିଲ୍ଲୀଠାର ସମ୍ବର୍ଦ୍ଧିତ କରିଛନ୍ତି । ଏଥିରେ ଉଭୟ ଖେଳାଳୀ ଓ ସେମାନଙ୍କ ପ୍ରଶିକ୍ଷକ ମାନେ ଯୋଗ ଦେଇଥିଲେ । କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ଓ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଓ କ୍ରୀଡା, ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିଶୀଥ ପ୍ରାମାଣିକ ମଧ୍ୟ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।

ସିଡବ୍ଲ୍ୟୁଜି ୨୦୨୨ ରେ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପି ଭି ସିନ୍ଧୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

August 08th, 03:56 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମରେ ଚାଲିଥିବା ରାଜ୍ୟଗୋଷ୍ଠି କ୍ରୀଡା ୨୦୨୨ ରେ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପି ଭି ସିନ୍ଧୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପି ଭି ସିନ୍ଧୁଙ୍କୁ ତାଙ୍କର ପ୍ରଥମ ସିଙ୍ଗାପୁର ଓପନ୍ ଟାଇଟଲ୍ ଜିତିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

July 17th, 03:08 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପି ଭି ସିନ୍ଧୁଙ୍କୁ ତାଙ୍କର ପ୍ରଥମ ସିଙ୍ଗାପୁର ଓପନ୍ ଟାଇଟଲ୍ ଜିତିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ ଏହା ଦେଶ ପାଇଁ ଗର୍ବର ମୁହୂର୍ତ୍ତ ଏବଂ ଆଗାମୀ ଖେଳାଳିଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା ତାଙ୍କୁ କେମିତି ପ୍ରେରଣା ଦେଇଛି, ସେ ବିଷୟରେ କହିଲେ ବିଶିଷ୍ଟ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ

March 29th, 01:51 pm

ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଏକ ଭିଡିଓରେ ସ୍ମରଣ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ରମାଗତ ସମର୍ଥନ ଏବଂ ପ୍ରଶଂସା କିପରି ଦେଶପାଇଁ ସମ୍ମାନ ଆଣିବା ପାଇଁ ଅଧିକ ପରିଶ୍ରମ କରିବା ପାଇଁ ଏକ ପ୍ରେରଣା ଭାବରେ କାର୍ଯ୍ୟ କଲା । ସେ 2021 ରେ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଏବଂ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ସାକ୍ଷାତକୁ ସ୍ମରଣ କରିଥିଲେ ଏବଂ ପଦ୍ମ ଭୂଷଣ ଗ୍ରହଣ କରିବା ସମୟରେ ତାହାକୁ 'ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ' ବୋଲି କହିଥିଲେ।

ସୁଇସ୍‍ ଓପନ୍ ୨୦୨୨ ଜିତିବା ପାଇଁ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପି ଭି ସିନ୍ଧୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

March 27th, 10:38 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପି ଭି ସିନ୍ଧୁଙ୍କୁ ସୁଇସ୍‍ ଓପନ୍ ୨୦୨୨ ଜିତିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ଟୋକିଓ ଅଲିମ୍ପିକ୍ସ 2020ରେ ବ୍ରୋଞ୍ଜ ପଦକ ବିଜୟ ପାଇଁ ପି.ଭି ସିନ୍ଧୁଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

August 01st, 08:12 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଅଲିମ୍ପିକ୍ସ 2020ର ବ୍ୟାଡମିଣ୍ଟନରେ ବ୍ରୋଞ୍ଜ ପଦକ ବିଜୟ ପାଇଁ ପି ଭି ସିନ୍ଧୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ କହିଛନ୍ତି ଯେ ସେ ଭାରତର ଗୌରବ ଏବଂ ଆମର ଅସାଧାରଣ ଅଲିମ୍ପିଆନମାନଙ୍କ ମଧ୍ୟରୁ ଅନ୍ୟତମ।

ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ କ୍ରୀଡାବିତମାନଙ୍କ ସହ ଭର୍ଚୁଆଲ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

July 13th, 05:02 pm

ଆପଣମାନଙ୍କ ସହ କଥା ହୋଇ ମତେ ବହୁତ ଭଲ ଲାଗିଲା । ସମସ୍ତଙ୍କ ସହିତ ତ କଥା ହୋଇପାରିଲି ନାହିଁ । କିନ୍ତୁ ଆପଣମାନଙ୍କ ଉଦ୍ଦୀପନା, ଆପଣମାନଙ୍କ ଉତ୍ସାହ, ସମଗ୍ର ଦେଶର ପ୍ରତ୍ୟେକ ଲୋକ ଆଜି ଅନୁଭବ କରୁଛନ୍ତି । କାର୍ଯ୍ୟକ୍ରମରେ ମୋ ସହିତ ଉପସ୍ଥିତ ଦେଶର କ୍ରୀଡା ମନ୍ତ୍ରୀ ଶ୍ରୀମାନ ଅନୁରାଗ ଠାକୁର ମହୋଦୟ, ଏଇ କିଛି ଦିନ ପୂର୍ବରୁ କ୍ରୀଡାମନ୍ତ୍ରୀ ଭାବେ ଆପଣ ସମସ୍ତଙ୍କ ସହିତ ମିଶି ଅନେକ କାର୍ଯ୍ୟ କରିଛନ୍ତି । ସେହିଭଳି ଆମର ବର୍ତମାନର ଆଇନ୍ ମନ୍ତ୍ରୀ ଶ୍ରୀମାନ କିରନ୍ ରିଜିଜୁ ମହୋଦୟ, କ୍ରୀଡା ରାଷ୍ଟ୍ରମନ୍ତ୍ରୀ ଆମର ମନ୍ତ୍ରୀ ପରିଷଦର ସର୍ବକନିଷ୍ଠ ମନ୍ତ୍ରୀ ଶ୍ରୀମାନ ନିଶିଥ ପ୍ରାମାଣିକ ମହୋଦୟ, କ୍ରୀଡା ସହିତ ସମ୍ପୃକ୍ତ ସଂସ୍ଥାଗୁଡିକର ସମସ୍ତ ମୁଖ୍ୟ, ସେମାନଙ୍କର ସମସ୍ତ ସଦସ୍ୟ ଏବଂ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଥିବା ମୋର ସମସ୍ତ ବନ୍ଧୁଗଣ, ସମସ୍ତ କ୍ରୀଡାବିତଙ୍କ ପରିବାର, ଆଜି ଆମର ବୈଠକ ଭର୍ଚୁଆଲ ମାଧ୍ୟମରେ ହୋଇଛି, କିନ୍ତୁ ମତେ ଆହୁରି ଖୁସି ଲାଗିଥାଆନ୍ତା ଯଦି ମୁଁ ଆପଣ ସମସ୍ତ ଖେଳାଳିମାନଙ୍କୁ ଏଠି ଦିଲ୍ଲୀରେ ନିଜ ବାସଭବନରେ ଆତିଥ୍ୟ ପ୍ରଦାନ କରିଥାଆନ୍ତି, ତାହେଲେ ଆପଣମାନଙ୍କ ସହିତ ପ୍ରତ୍ୟକ୍ଷ ଭାବେ ଦେଖା ହୋଇପାରିଥାଆନ୍ତା । ଏହା ପୂର୍ବରୁ ମୁଁ ସବୁବେଳେ ସିଧାସଳଖ ସାକ୍ଷାତ କରିଥାଏ । ଏବଂ ମୋ ପାଇଁ ଏହା ଅତ୍ୟନ୍ତ ଆନନ୍ଦର ମୁହୁର୍ତ ହୋଇଥାଏ । ଏବଂ ଏଥର ଆମର ଅଧାରୁ ଅଧିକ ଖେଳାଳି ବିଦେଶରେ ପ୍ରଶିକ୍ଷଣ ନେଉଛନ୍ତି । କିନ୍ତୁ ଆପଣମାନଙ୍କୁ କଥା ଦେଉଛି ଯେ ଫେରିବା ପରେ ଆପଣ ସମସ୍ତଙ୍କ ସହିତ ସୁବିଧା ଦେଖି ଅବସର ବାହାର କରି ମୁଁ ନିଶ୍ଚୟ ଭେଟିବି । କିନ୍ତୁ କରୋନା ଅନେକ କିଛି ବଦଳାଇ ଦେଇଛି । ଅଲିମ୍ପିକ୍ସର ବର୍ଷ ମଧ୍ୟ ବଦଳିଗଲା । ଆପଣମାନଙ୍କ ପ୍ରସ୍ତୁତିର ସ୍ୱରୂପ ମଧ୍ୟ ବଦଳିଗଲା । ଏମିତି ଅନେକ କିଛି ବଦଳିଯାଇଛି । ଏବେ ତ ଅଲିମ୍ପିକ୍ସ ଆରମ୍ଭ ହେବା ପାଇଁ ମାତ୍ର ୧୦ଦିନ ସମୟ ରହିଛି । ଟୋକିଓରେ ମଧ୍ୟ ଆପଣମାନଙ୍କୁ ଏକ ଭିନ୍ନ ପରିବେଶ ମିଳିବାର ଅଛି ।

ଟୋକିଓ ଅଲିମ୍ପିକ୍ସରେ ଅଂଶ ଗ୍ରହଣ କରୁଥିବା ଭାରତୀୟ କ୍ରୀଡାବିତ୍‍ ଦଳ ସହ ପ୍ରଧାନମନ୍ତ୍ରୀଙ୍କ ଭାବବିନିମୟ

July 13th, 05:01 pm

ପ୍ରଧାନମନ୍ତ୍ରୀ : ଦୀପିକାଜୀ, ଗତ ମନ କୀ ବାତରେ ମୁଁ ଆପଣଙ୍କର ଆଉ କେତେଜଣ ସାଥୀଙ୍କ ବିଷୟରେ ଚର୍ଚ୍ଚା କରିଥିଲି। ଏବେ ପ୍ୟାରିସରେ ସ୍ୱର୍ଣ୍ଣ ପଦକ ଜିତି ଆପଣ ଚମତ୍କାରୀତା ଦେଖାଇଛନ୍ତି। ଏହାପରେ ସାରା ଦେଶରେ ଆପଣଙ୍କ ବିଷୟରେ ଚର୍ଚ୍ଚା ହେଉଛି। ଏବେ ଆପଣ ମାନ୍ୟତାରେ ବିଶ୍ୱରେ ନମ୍ବର-1 ହୋଇଯାଇଛନ୍ତି। ମୁଁ ଜାଣିବାକୁ ପାଇଛି ଯେ, ପିଲାଦିନେ ତୁମେ ଆମ୍ବ ତୋଳିବା ପାଇଁ ଲକ୍ଷ୍ୟ କରି ଟେକା ପକାଉଥିଲ। ଆମ୍ବଠାରୁ ଆରମ୍ଭ ହୋଇଥିବା ତୁମର ଏହି ଯାତ୍ରା ହେଉଛି ବହୁତ ସ୍ୱତନ୍ତ୍ର। ଆପଣଙ୍କର ଏହି ଯାତ୍ରା ବିଷୟରେ ଦେଶ ବହୁତ କିଛି ଜାଣିବାକୁ ଚାହୁଁଛି। ଯଦି ଆପଣ କିଛି କହିବେ ତେବେ ବହୁତ ଭଲ ହେବ।

ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଥିବା ଭାରତୀୟ କ୍ରୀଡ଼ାବିତ୍‌ ଦଳ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

July 13th, 05:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିବା ଭାରତୀୟ କ୍ରୀଡ଼ାବିତ୍‌ମାନଙ୍କ ଦଳ ସହିତ ଆଲୋଚନା କରିଛନ୍ତି। ଏହି କ୍ରୀଡ଼ା ମହାକୁମ୍ଭରେ ଅଂଶଗ୍ରହଣ କରିବା ପୂର୍ବରୁ କ୍ରୀଡ଼ାବିତ୍‌ମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଏହି ଆଲୋଚନା ପ୍ରୟାସ କରାଯାଇଥିଲା। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ନୀତିଶ ପ୍ରାମାଣିକ ଏବଂ ଆଇନ ମନ୍ତ୍ରୀ ଶ୍ରୀ କିରେନ ରିଜିଜୁ ଏହି ଆଲୋଚନା ସମୟରେ ଉପସ୍ଥିତ ଥିଲେ।

ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ "ମନ୍ କି ବାତ୍‌”ର ଓଡ଼ିଆ ଭାଷାନ୍ତର

March 28th, 11:30 am

ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ମନ୍ କି ବାତ୍‌”ର ଓଡ଼ିଆ ଭାଷାନ୍ତର

ବିଡବ୍ଲୁଏଫ ବିଶ୍ୱ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ବିଜୟୀ ପିଭି ସିନ୍ଧୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

August 25th, 08:50 pm

ବିଡବ୍ଲୁଏଫ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିବା ପିଭି ସିନ୍ଧୁଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।