ରାମ ସମସ୍ତଙ୍କ ହୃଦୟରେ ଅଛନ୍ତି : ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
January 28th, 11:30 am
ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଦେଶର କୋଟି କୋଟି ଲୋକଙ୍କୁ ସତେ ଯେମିତି ଗୋଟିଏ ସୂତ୍ରରେ ବାନ୍ଧି ଦେଇଥିଲା । ସମସ୍ତଙ୍କ ଭାବନା ଏକ, ସମସ୍ତଙ୍କ ଭକ୍ତି ଏକ, ସମସ୍ତଙ୍କ ମୁଖରେ ରାମ, ସମସ୍ତଙ୍କ ହୃଦୟରେ ଥିଲେ ରାମ । ଦେଶର ଅନେକ ଲୋକ ଏହି ସମୟରେ ରାମଙ୍କ ଭଜନ ଗାନ କରି ତାହାକୁ ଶ୍ରୀ ରାମଙ୍କ ଚରଣରେ ସମର୍ପିତ କରିଥିଲେ । ଜାନୁଆରୀ ୨୨ ତାରିଖ ସନ୍ଧ୍ୟାରେ ସମଗ୍ର ଦେଶ ରାମଜ୍ୟୋତି ପ୍ରଜ୍ଜ୍ୱଳିତ କରି ଦୀପାବଳୀ ପାଳନ କରିଥିଲା । ଏହି ସମୟରେ ଦେଶ ଏକତାର ଶକ୍ତି ଦେଖିଲା, ଯାହା ବିକଶିତ ଭାରତର ଆମର ସଂକଳ୍ପର ମଧ୍ୟ ଏକ ବଡ଼ ଆଧାର । ମୁଁ ଦେଶବାସୀଙ୍କୁ ଅନୁରୋଧ କରିଥିଲି ଯେ, ମକର ସଂକ୍ରାନ୍ତି ଠାରୁ ଜାନୁଆରୀ ୨୨ ଯାଏଁ ଏକ ସ୍ୱଚ୍ଛତା ଅଭିଯାନ ପାଳନ କରାଯାଉ । ଲକ୍ଷ ଲକ୍ଷ ଲୋକେ ସଶ୍ରଦ୍ଧ ଭାବରେ ଯୋଡ଼ିହୋଇ ନିଜ ନିଜ ଅଞ୍ଚଳରେ ଥିବା ଧାର୍ମିକ ସ୍ଥାନଗୁଡ଼ିକରେ ସଫେଇ ଅଭିଯାନ ଚଳାଇଥିବାରୁ ମୋତେ ଭଲ ଲାଗିଲା । ଅନେକ ଲୋକ ମୋତେ ଏହାର ଛବିଗୁଡ଼ିକ ପଠାଇଛନ୍ତି, ଭିଡିଓମାନ ପଠାଇଛନ୍ତି । ଏହି ଭାବନା ବାଧାପ୍ରାପ୍ତ ନ ହେଉ, ଏହି ଅଭିଯାନ ଅଟକି ନ ଯାଉ । ଏକତାର ଏହି ଶକ୍ତି, ଆମ ଦେଶକୁ ସଫଳତାର ନୂତନ ଶିଖରକୁ ପହଞ୍ଚାଇବ ।Drafts towards PMNRF presented to PM
July 22nd, 01:10 pm