Today, be it major nations or global platforms, the confidence in India is stronger than ever: PM at ET Summit

February 15th, 08:30 pm

PM Modi, while addressing the ET Now Global Business Summit 2025, highlighted India’s rapid economic growth and reforms. He emphasized India’s rise as a global economic leader, crediting transformative policies like the SVAMITVA Yojana and banking reforms. He stressed the importance of a positive mindset, swift justice, and ease of doing business, reaffirming India's commitment to Viksit Bharat.

PM Modi addresses the ET Now Global Business Summit 2025

February 15th, 08:00 pm

PM Modi, while addressing the ET Now Global Business Summit 2025, highlighted India’s rapid economic growth and reforms. He emphasized India’s rise as a global economic leader, crediting transformative policies like the SVAMITVA Yojana and banking reforms. He stressed the importance of a positive mindset, swift justice, and ease of doing business, reaffirming India's commitment to Viksit Bharat.

ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 25th, 01:00 pm

ଭାରତର ପ୍ରଥମ ସାଧାରଣତନ୍ତ୍ର ଦିବସରେ ଇଣ୍ଡୋନେସିଆ ମୁଖ୍ୟ ଅତିଥି ଥିଲା ଏବଂ ଏହା ଆମ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ଯେ, ଆମେ ଆମର ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ, ପୁଣି ଥରେ ଇଣ୍ଡୋନେସିଆ ଏହି ଗୁରୁତ୍ୱପୂର୍ଣ୍ଣ ଅବସରର ଏକ ଅଂଶ ଭାବରେ ରହିଛି । ଏହି ଅବସରରେ ମୁଁ ରାଷ୍ଟ୍ରପତି ପ୍ରବୋଓଙ୍କୁ ଭାରତରେ ସ୍ୱାଗତ କରୁଛି ।

ପିକ୍ସେଲସ୍ପେସ ଦ୍ୱାରା ଭାରତର ପ୍ରଥମ ନିଜସ୍ୱ ଉପଗ୍ରହ ସମୂହ ଭାରତୀୟ ଯୁବଶକ୍ତିର ଅସାଧାରଣ ପ୍ରତିଭାକୁ ଦର୍ଶାଉଛି: ପ୍ରଧାନମନ୍ତ୍ରୀ

January 17th, 05:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି,ପିକ୍ସେଲସ୍ପେସ ଦ୍ୱାରା ଭାରତର ପ୍ରଥମ ନିଜସ୍ୱ ଉପଗ୍ରହ ସମୂହ ଭାରତୀୟ ଯୁବଶକ୍ତିର ଅସାଧାରଣ ପ୍ରତିଭାକୁ ଦର୍ଶାଉଛି । ଶ୍ରୀ ମୋଦୀ କହିଛନ୍ତି, ଏହା ଅନ୍ତରୀକ୍ଷ ଉଦ୍ୟୋଗରେ ଆମର ଘରୋଇ କ୍ଷେତ୍ର ପରିବ୍ୟାପ୍ତର ଦକ୍ଷତାକୁ ଦର୍ଶାଉଛି ।

ମିଳିତ ତଥ୍ୟ ପତ୍ର: ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ବ୍ୟାପକ ଏବଂ ବୈଶ୍ୱିକ ରଣନୈତିକ ଭାଗିଦାରୀକୁ ବିସ୍ତାର ଉପକ୍ରମ ଜାରି ରଖିବ ଆମେରିକା

September 22nd, 12:00 pm

ଆଜି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଯୋଶେଫ୍ ଆର ବାଇଡେନ୍ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ୋକ୍ତି ବ୍ୟକ୍ତ କରି କହିଛନ୍ତି ଯେ ଏକବିଂଶ ଶତାବ୍ଦୀର ନିର୍ଣ୍ଣାୟକ ଭାଗିଦାରୀ, ଆମେରିକା ଏବଂ ଭାରତ ମଧ୍ୟରେ ବ୍ୟାପକ ବୈଶ୍ୱିକ ଏବଂ ରଣନୈତିକ ଭାଗିଦାରୀ ନିର୍ଣ୍ଣାୟକ ଭାବରେ ବିଶ୍ୱ ସ୍ୱାର୍ଥରକ୍ଷା ନିମନ୍ତେ ଥିବା ଏକ ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟସୂଚୀକୁ ପୂରଣ କରୁଛି । ଉଭୟ ନେତା ସେହି ଐତିହାସିକ କାଳଖଣ୍ଡ ସମ୍ପର୍କରେ ପ୍ରତିଫଳିତ କରିଥିଲେ ଯେତେବେଳେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ବିଶ୍ୱାସ ଏବଂ ସହଯୋଗର ଏକ ଅଭୂତପୂର୍ବ ପର୍ଯ୍ୟାୟରେ ରହିଥିଲା । ଗଣତନ୍ତ୍ର, ସ୍ୱାଧୀନତା, ଆଇନର ଶାସନ, ମାନବିକ ଅଧିକାର, ବିବିଧତା ଏବଂ ସମସ୍ତଙ୍କ ପାଇଁ ସମାନ ସୁଯୋଗ ବଜାୟ ରଖିବା ଦିଗରେ ଆମେରିକା ଏବଂ ଭାରତ ଭାଗିଦାରୀ ପ୍ରୟାସକୁ ଗୁରୁତ୍ୱ ଦେବା ଉଚିତ ବୋଲି ଉଭୟ ନେତା ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ଉଭୟ ନେତା ଆମେରିକା-ଭାରତ ପ୍ରମୁଖ ପ୍ରତିରକ୍ଷା ସହଭାଗୀତାକୁ ବିଶ୍ୱ ନିରାପତ୍ତା ଏବଂ ଶାନ୍ତିର ସ୍ତମ୍ଭରେ ପରିଣତ କରିଥିବା ଅଗ୍ରଗତିକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ପ୍ରତିରକ୍ଷା ଶିଳ୍ପରେ ପରିଚାଳନା ସମନ୍ୱୟ, ସୂଚନା ଆଦାନ ପ୍ରଦାନ ଏବଂ ନବସୃଜନ ବୃଦ୍ଧିର ଲାଭ ଉପରେ ଆଲୋକପାତ କରିଥିଲେ । ରାଷ୍ଟ୍ରପତି ଯୋଶେଫ ଆର ବାଇଡେନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶା ଓ ଦୃଢ଼ ବିଶ୍ୱାସ ବ୍ୟକ୍ତ କରି କହିଛନ୍ତି ଯେ ଆମର ଜନସାଧାରଣ, ଆମର ବେସାମରିକ ଏବଂ ବେସରକାରୀ କ୍ଷେତ୍ର ଏବଂ ଆମ ସରକାରଙ୍କ ନିବିଡ଼ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଅକ୍ଳାନ୍ତ ପ୍ରୟାସ ଆଗାମୀ ଦଶନ୍ଧିରେ ଆମେରିକା-ଭାରତ ଭାଗିଦାରୀକୁ ଆହୁରି ଅଧିକ ଉଚ୍ଚତାକୁ ନେଇଯିବ ।

ପ୍ରଥମ ଅନ୍ତରାଷ୍ଟ୍ରୀୟ ସୌର ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତା

September 05th, 11:00 am

ସମ୍ମାନାସ୍ପଦ ପ୍ରତିନିଧିବୃନ୍ଦ, ବିଶିଷ୍ଟ ଅତିଥିଗଣ ଏବଂ ମୋର ପ୍ରିୟ ବନ୍ଧୁଗଣ, ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ମୋର ଭବ୍ୟ ସ୍ୱାଗତ ଜ୍ଞାପନ କରୁଛି । ମୁଁ ଆପଣମାନଙ୍କ ପ୍ରଥମ ଅନ୍ତରାଷ୍ଟ୍ରୀୟ ସୌର ଉତ୍ସବକୁ ସ୍ୱାଗତ କରିବା ଅବସରରେ ଖୁବ୍ ଆନନ୍ଦ ଅନୁଭବ କରୁଛି । ଏଭଳି ଏକ ଅଭିନବ ଉପକ୍ରମ ନିମନ୍ତେ ମୁଁ ଅନ୍ତରାଷ୍ଟ୍ରୀୟ ସୌର ସଂଗଠନକୁ ମଧ୍ୟ ଅଭିନନ୍ଦନ ଜଣାଉଛି ।

India- Saudi Arabia hold first meeting of the High-Level Task Force on Investments

July 28th, 11:37 pm

The first meeting of the India-Saudi Arabia High Level Task Force on Investments, co-chaired by the Principal Secretary to the Prime Minister H.E. Dr. P.K. Mishra and the Saudi Energy Minister His Royal Highness Prince Abdulaziz bin Salman bin Abdulaziz Al Saud was held today, in virtual mode.

ରାଜସ୍ଥାନର ପୋଖରାନରେ ' ଭାରତ ଶକ୍ତି ଅଭ୍ୟାସ' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 12th, 02:15 pm

ଆଜି ଆମେ ଏଠାରେ ଯେଉଁ ଦୃଶ୍ୟ ଦେଖିଛୁ, ଆମ ତିନି ସେନାର ବୀରତ୍ୱ ଆଶ୍ଚର୍ଯ୍ୟଜନକ । ଆକାଶରେ ଏହି ଗର୍ଜନ... ମାଟିରେ ଏହି ସାହସିକତା... ଏହି ବିଜୟ ଚିତ୍କାର ସବୁ ଦିଗରେ ଗୁଞ୍ଜରିତ ହୋଇଥିଲା... ଏହା ହେଉଛି ଏକ ନୂତନ ଭାରତର ଆହ୍ୱାନ । ଆଜି ଆମର ପୋଖରାନ ପୁଣି ଥରେ ଭାରତର ଆତ୍ମନିର୍ଭରଶୀଳତା, ଭାରତର ଆତ୍ମବିଶ୍ୱାସ ଏବଂ ଭାରତର ଆତ୍ମଗର୍ବର ଏହି ତ୍ରିମୂର୍ତ୍ତିର ସାକ୍ଷୀ ପାଲଟିଛି । ଏହା ହେଉଛି ପୋଖରାନ, ଯାହା ଭାରତର ପରମାଣୁ ଶକ୍ତିର ସାକ୍ଷୀ ହୋଇଛି ଏବଂ ଏଠାରେ ଆମେ ସ୍ୱଦେଶୀକରଣଠାରୁ ଆରମ୍ଭ କରି ସଶକ୍ତୀକରଣ ପର୍ଯ୍ୟନ୍ତ ଏହାର ଶକ୍ତି ମଧ୍ୟ ଦେଖୁଛୁ । ଆଜି ଭାରତ ଶକ୍ତିର ଏହି ପର୍ବ ବୀରତ୍ୱର ଭୂମି ରାଜସ୍ଥାନରେ ଅନୁଷ୍ଠିତ ହେଉଛି, କିନ୍ତୁ ଏହାର ଶବ୍ଦ କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଶୁଣିବାକୁ ମିଳୁଛି ।

'ଭାରତ ଶକ୍ତି' - ରାଜସ୍ଥାନର ପୋଖରାନରେ ଏକ ତ୍ରି-ସେବା ଫାୟାରିଂ ଏବଂ ଶକ୍ତି ଦକ୍ଷତା ଅଭ୍ୟାସ ସମୟରେ ଉପସ୍ଥିତ ରହିଥିଲେ ପ୍ରଧାନମନ୍ତ୍ରୀ

March 12th, 01:45 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ପୋଖରାନଠାରେ ତ୍ରି-ସେବା ଲାଇଭ୍ ଫାୟାର ଏବଂ କୌଶଳ ଅଭ୍ୟାସ ଆକାରରେ ସ୍ୱଦେଶୀ ପ୍ରତିରକ୍ଷା ସାମର୍ଥ୍ୟର ସମନ୍ୱିତ ପ୍ରଦର୍ଶନ ଦେଖିଥିଲେ । ଦେଶର ଆତ୍ମନିର୍ଭର ଭାରତ ଅଭିଯାନକୁ ଆଧାର କରି 'ଭାରତ ଶକ୍ତି' ଦେଶର ଦକ୍ଷତା ପ୍ରଦର୍ଶନ ପାଇଁ ବିଭିନ୍ନ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ଏବଂ ପ୍ଲାଟଫର୍ମ ପ୍ରଦର୍ଶନ କରିବ ।

Cabinet approves inclusion of additional activities in National Livestock Mission

February 21st, 11:29 pm

The Union Cabinet chaired by Prime Minister Shri Narendra Modi approved further modification of National Livestock Mission.

ଭିଡିଓ କନଫରେନ୍ସିଂ ମାଧ୍ୟମରେ ରୋଜଗାର ମେଳା ଅଧୀନରେ ପ୍ରାୟ ୭ଠଠଠଠ ନବନିଯୁକ୍ତିଦାତାଙ୍କୁ ନିଯୁକ୍ତିପତ୍ର ବଣ୍ଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

June 13th, 11:00 am

ଏହି ଜାତୀୟ ସ୍ତରୀୟ ‘ରୋଜଗାର ମେଳା’ କିମ୍ବା ରୋଜଗାର ମେଳା ଏନଡିଏ ଏବଂ ଭାଜପା ସରକାରଙ୍କ ନୂତନ ପରିଚୟ ହୋଇଯାଇଛି । ଆଜି ପୁଣିଥରେ ୭୦ ହଜାରରୁ ଅଧିକ ଯୁବକ ଯବୁବତୀ ନିଯୁକ୍ତିପତ୍ର ଗ୍ରହଣ କରିଛନ୍ତି । ମୁଁ ଖୁସି ଯେ ବିଜେପି ଶାସିତ ରାଜ୍ୟ ସରକାରମାନେ ମଧ୍ୟ ସମୟ ସମୟରେ ସମସ୍ତ ଭାଜପା ଶାସିତ ରାଜ୍ୟରେ ଏହିଭଳି ରୋଜଗାର ମେଳା ଆୟୋଜନ କରୁଛନ୍ତି । ଯେଉଁମାନେ ଏହି ସମୟରେ ସରକାରୀ ଚାକିରିରେ ଆସୁଛନ୍ତି ସେମାନଙ୍କ ପାଇଁ ଏହା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ସମୟ ଅଟେ ।

ଜାତୀୟ ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

June 13th, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୩-୦୬-୨୦୨୩) ଜାତୀୟ ରୋଜଗାର ମେଳାକୁ ଆଭାସୀ ମାଧ୍ୟମରେ ସମ୍ବୋଧିତ କରିବା ସହ ପ୍ରାୟ ୭୦,୦୦୦ ନିଯୁକ୍ତିପତ୍ର ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନର ନବନିଯୁକ୍ତଙ୍କୁ ବାଣ୍ଟିଛନ୍ତି । ଦେଶବ୍ୟାପୀ ବଛାଯାଇଥିବା ନବନିଯୁକ୍ତମାନେ ସରକାରଙ୍କ ବିଭିନ୍ନ ବିଭାଗ ଯଥା- ଆର୍ଥିକ ସେବା ବିଭାଗ, ଡାକ ବିଭାଗ, ବିଦ୍ୟାଳୟ ଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ରାଜସ୍ୱ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆଣବିକ ଶକ୍ତି ବିଭାଗ, ରେଳ ମନ୍ତ୍ରଣାଳୟ, ହିସାବ ଓ ଲେଖା ବିଭାଗ ଏବଂ ସୌରାଷ୍ଟ୍ର ମନ୍ତ୍ରଣାଳୟ ଇତ୍ୟାଦିରେ ଯୋଗଦେବେ । ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ କାଳରେ ଦେଶବ୍ୟାପୀ ୪୩ ଟି ସ୍ଥାନକୁ ସଂଯୋଗ କରାଯାଇଥିଲା ।

People of Karnataka must be wary of both JD(S) and Congress. Both are corrupt and promote dynastic politics: PM in Chitradurga

May 02nd, 11:30 am

Prime Minister Narendra Modi today addressed a public meeting in Karnataka’s Chitradurga.. PM Modi congratulated the Karnataka BJP on their Sankalp Patra, stating that it outlines a roadmap for the state to become the leading state in the country with modern infrastructure. The Sankalp Patra also prioritizes the welfare of the underprivileged, including the poor, downtrodden, exploited, deprived, tribals, and backward communities.

PM Modi’s high-octane speeches in Karnataka's Chitradurga, Hosapete and Sindhanur

May 02nd, 11:00 am

Prime Minister Narendra Modi today addressed public meetings in Karnataka’s Chitradurga, Hosapete and Sindhanur. PM Modi congratulated the Karnataka BJP on their Sankalp Patra, stating that it outlines a roadmap for the state to become the leading state in the country with modern infrastructure. The Sankalp Patra also prioritizes the welfare of the underprivileged, including the poor, downtrodden, exploited, deprived, tribals, and backward communities.

ୱାନ ଆର୍ଥ ୱାନ ହେଲଥ - ଆଡଭାନଟେଜ୍ ହେଲଥ କେୟାର ଇଣ୍ଡିଆ ୨୦୨୩ ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

April 26th, 03:40 pm

ଏହାର ଅର୍ଥ: ସମସ୍ତେ ଖୁସି ହୁଅନ୍ତୁ, ସମସ୍ତେ ରୋଗରୁ ମୁକ୍ତ ହୁଅନ୍ତୁ, ସମସ୍ତଙ୍କ ପାଇଁ ଭଲ ହେଉ, ଏବଂ କେହି ଦୁଃଖରେ ପୀଡିତ ହୁଅନ୍ତୁ ନାହିଁ । ଏହା ଏକ ଅନ୍ତର୍ଭୂକ୍ତ ଦର୍ଶନ । ହଜାର ହଜାର ବର୍ଷ ପୂର୍ବେ, ଯେତେବେଳେ କୌଣସି ବୈଶ୍ୱିକ ମହାମାରୀ ନଥିଲା, ସ୍ୱାସ୍ଥ୍ୟ ପାଇଁ ଭାରତର ଦୃଷ୍ଟିକୋଣ ବିଶ୍ୱସ୍ତରୀୟ ଥିଲା । ଆଜି, ଯେତେବେଳେ ଆମେ ୱାନ ଆର୍ଥ ୱାନ୍ ହେଲଥ୍ କହିବା, କାର୍ଯ୍ୟରେ ସମାନ ଚିନ୍ତା ହେବା ଆବଶ୍ୟକ । ଅଧିକନ୍ତୁ, ଆମର ଦୃଷ୍ଟିକୋଣ କେବଳ ମଣିଷମାନଙ୍କ ମଧ୍ୟରେ ସୀମିତ ନୁହେଁ । ଏହା ଆମର ସମଗ୍ର ଇକୋସିଷ୍ଟମକୁ ବିସ୍ତାର କରେ । ଉଦ୍ଭିଦଠାରୁ ଆରମ୍ଭ କରି ପଶୁ ପର୍ଯ୍ୟନ୍ତ, ମାଟିଠାରୁ ନଦୀ ପର୍ଯ୍ୟନ୍ତ, ଯେତେବେଳେ ଆମ ଚାରିପାଖରେ ସବୁକିଛି ସୁସ୍ଥ ରହିବ, ଆମେ ସୁସ୍ଥ ହୋଇପାରିବା ।

ୱାନ ଆର୍ଥ ୱାନ ହେଲ୍‍ଥ - ଆଡଭାନଟେଜ ହେଲ୍‍ଥ କେୟାର ଇଣ୍ଡିଆ ୨୦୨୩ ର ଷଷ୍ଠ ସଂସ୍କରଣକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ

April 26th, 03:39 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ନୂଆଦିଲ୍ଲୀର ପ୍ରଗତି ମୈଦାନରେ ୱାନ ଆର୍ଥ ୱାନ ହେଲ୍‍ଥ - ଆଡଭାନଟେଜ ହେଲ୍‍ଥ କେୟାର ଇଣ୍ଡିଆ ୨୦୨୩ କୁ ଉଦଘାଟନ କରିଛନ୍ତି ।

ମଣିପୁରର ଇମ୍ଫାଲରେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ମନ୍ତ୍ରୀ ମାନଙ୍କର ‘ଚିନ୍ତନ ଶିବିର’ରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ଓଡ଼ିଆ ଅନୁବାଦ

April 24th, 10:10 am

ମୁଁ ଖୁସି ଯେ ଦେଶର କ୍ରୀଡ଼ା ମନ୍ତ୍ରୀଙ୍କ ସମ୍ମିଳନୀ ଏହି ‘ଚିନ୍ତନ ଶିବିର’ ଚଳିତ ବର୍ଷ ମଣିପୁରରେ ଅନୁଷ୍ଠିତ ହେଉଛି। ଉତ୍ତର ପୂର୍ବର ଅନେକ କ୍ରୀଡ଼ାବିତ୍ ତିରଙ୍ଗାକୁ ଗୌରବାନ୍ୱିତ କରି ଦେଶ ପାଇଁ ପଦକ ଜିତିଛନ୍ତି । ଦେଶର କ୍ରୀଡା ପରମ୍ପରାକୁ ଆଗକୁ ନେବାରେ ଉତ୍ତର ପୂର୍ବ ଏବଂ ମଣିପୁର ଯଥେଷ୍ଟ ଅବଦାନ ରଖିଛନ୍ତି। ସାଗୋଲ କାଙ୍ଗଜାଇ, ଥାଙ୍ଗ-ତା, ୟୁବି ଲକ୍‌ପୀ, ମୁକନା ଏବଂ ହିଆଙ୍ଗ ତନ୍ନାବା ଭଳି ସ୍ୱଦେଶୀ ଖେଳଗୁଡିକ ନିଶ୍ଚିତ ଭାବରେ ଅତ୍ୟନ୍ତ ଆକର୍ଷଣୀୟ । ଉଦାହରଣ ସ୍ୱରୂପ, ମଣିପୁରର ଓଲାଓବିରେ କବାଡିର ଝଲକ ଅଛି । ହିଆଙ୍ଗ ତନ୍ନାବା କେରଳର ଏକ ଡଙ୍ଗା ରେସକୁ ମନେ ପକାଇଥାଏ। ଏବଂ ମଣିପୁରର ପୋଲୋ ସହିତ ଏକ ଐତିହାସିକ ସମ୍ପର୍କ ଅଛି। ଯେପରି ଉତ୍ତର ପୂର୍ବ ଦେଶର ସାଂସ୍କୃତିକ ବିବିଧତା ପାଇଁ ନୂତନ ରଙ୍ଗ ଯୋଗ କରିଥାଏ, ଏହା ଦେଶର କ୍ରୀଡା ବିବିଧତାକୁ ମଧ୍ୟ ନୂଆ ଦିଗ ଦେଇଥାଏ। ମୁଁ ଆଶା କରୁଛି ଯେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା କ୍ରୀଡା ମନ୍ତ୍ରୀମାନେ ମଣିପୁର ଠାରୁ ବହୁତ କିଛି ଶିଖିବେ ଏବଂ ମୁଁ ନିଶ୍ଚିତ ଯେ ମଣିପୁରର ଲୋକଙ୍କ ଭଲ ପାଇବା ଏବଂ ଆତିଥ୍ୟ ଆପଣଙ୍କ ରହଣିକୁ ଅଧିକ ଆନନ୍ଦଦାୟକ କରିବ । ଏହି ‘ଚିନ୍ତନ ଶିବିର’ରେ ଅଂଶଗ୍ରହଣ କରୁଥିବା ସମସ୍ତ କ୍ରୀଡ଼ା ମନ୍ତ୍ରୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ମୁଁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଉଛି।

ପ୍ରଧାନମନ୍ତ୍ରୀ ମଣିପୁରର ଇମ୍ଫାଲରେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳର ମନ୍ତ୍ରୀ ମାନଙ୍କର ‘ଚିନ୍ତନ ଶିବିର’ କୁ ସମ୍ବୋଧିତ କରିଛନ୍ତି

April 24th, 10:05 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ମଣିପୁରର ଇମ୍ଫାଲରେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ରାଜ୍ୟ / ୟୁଟି ମନ୍ତ୍ରୀ ମାନଙ୍କର ‘ଚିନ୍ତନ ଶିବିର’ ଙ୍କୁ ସମ୍ବୋଧିତ କରିଛନ୍ତି।

ଚିକ୍କରବାଲ୍ଲାପୁରରେ ଶ୍ରୀ ମଧୁସୂଦନ ସାଇ ଆୟୁର୍ବିଜ୍ଞାନ ଏବଂ ଅନୁସନ୍ଧାନ ସଂସ୍ଥାନର ଉଦଘାଟନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

March 25th, 11:40 am

ଆପଣ ସମସ୍ତେ ଏତେ ଉତ୍ସାହ ଏବଂ ଉଦ୍ଦୀପନାର ସହିତ ଅନେକ ସ୍ୱପ୍ନକୁ ନେଇ, ନୂତନ ସଂକଳ୍ପକୁ ନେଇ ସେବାର ଏହି ମହାନ ଧାରା ସହିତ ଯୋଡ଼ି ହୋଇଛନ୍ତି । ଆପଣଙ୍କୁ ଦେଖିବା ମୋ ପାଇଁ ମଧ୍ୟ ଏକ ସୌଭାଗ୍ୟର ବିଷୟ ଅଟେ । ମୁଁ ଆପଣଙ୍କର ବହୁତ ବହୁତ କୃତଜ୍ଞ ଅଟେ । ଚିକ୍କ-ବଲ୍ଲାପୁର, ଆଧୁନିକ ଭାରତର ସ୍ଥପତିମାନଙ୍କ ମଧ୍ୟରୁ ଜଣେ ହେଲେ, ସାର୍ ଏମ୍ ବିଶେଶ୍ୱରାୟଙ୍କର ଜନ୍ମସ୍ଥାନ । ବର୍ତ୍ତମାନ ମୋତେ ସାର୍ ବିଶେଶ୍ୱରାୟାଙ୍କ ସମାଧିରେ ପୁଷ୍ପାଞ୍ଜଳୀ ଅର୍ପଣ କରିବା ଏବଂ ତାଙ୍କ ସଂଗ୍ରହାଳୟ ପରିଦର୍ଶନ କରିବାର ସୌଭାଗ୍ୟ ପାଇଲି । ମୁଁ ଏହି ପବିତ୍ର ଭୂମିକୁ ମଥା ନୁଆଁଇ ପ୍ରଣାମ କରୁଛି । ଏହି ପବିତ୍ର ଭୂମିରୁ ପ୍ରେରଣା ନେଇ ସେହି କୃଷକ ଏବଂ ସାଧାରଣ ଲୋକଙ୍କ ପାଇଁ ନୂତନ ଉଦ୍ଭାବନ କରିଥିଲେ, ଇଞ୍ଜିନିୟରିଂ ଉତ‌କୃଷ୍ଟ ପ୍ରକଳ୍ପ ସୃଷ୍ଟି କରିଥିଲେ ।

କର୍ଣ୍ଣାଟକର ଚିକ୍କାବାଲାପୁର ଠାରେ ଶ୍ରୀ ମଧୁସୂଦନ ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ

March 25th, 11:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଚିକ୍କାବାଲାପୁର ଠାରେ ଶ୍ରୀ ମଧୁସୂଦନ ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ର ଉଦଘାଟନ କରିଛନ୍ତି। ଏସଏମଏସଆଇଏମଏସଆର ସମସ୍ତଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଡାକ୍ତରୀ ଶିକ୍ଷା ଏବଂ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବ। 2023 ଶିକ୍ଷାବର୍ଷରେ ଏହି ଅନୁଷ୍ଠାନ କାର୍ଯ୍ୟ ଆରମ୍ଭ କରିବ।