ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଶୁଭେଚ୍ଛା
November 06th, 01:57 pm
ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଐତିହାସିକ ବିଜୟ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ଆଗାମୀ ଦିନରେ ଭାରତ-ଆମେରିକା ବିସ୍ତୃତ ବୈଶ୍ୱିକ ଏବଂ ରଣନୀତିକ ସହଭାଗିତାକୁ ଆଗାମୀ ଦିନରେ ଅଧିକ ସୁଦୃଢ଼ କରିବା ଦିଗରେ ସହଯୋଗକୁ ନବୀନିକୃତ କରିବା ପାଇଁ ଅପେକ୍ଷା କରିଛନ୍ତି ।ଆର୍ଜେଣ୍ଟିନା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ଅଲବେର୍ଟୋ ଫର୍ଣ୍ଣାଣ୍ଡିଜଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
October 30th, 08:36 pm
ଆର୍ଜେଣ୍ଟିନା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବା ଅଲବେର୍ଟୋ ଫର୍ଣ୍ଣାଣ୍ଡିଜଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।ପ୍ରଧାନମନ୍ତ୍ରୀ ମୋଦୀ ମେକ୍ସିକୋରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଆଣ୍ଡ୍ରିସ ମାନୁଏଲଙ୍କ ବିଜୟୀ ଲାଗି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
July 02nd, 06:30 pm
ପ୍ରଧାନମନ୍ତ୍ରୀ ମୋଦୀ ମେକ୍ସିକୋରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଆଣ୍ଡ୍ରିସ ମାନୁଏଲଙ୍କ ବିଜୟୀ ଲାଗି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ,''କେକ୍ସିକୋରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଲାଗି ଆଣ୍ଡ୍ରିସ ମାନୁଏଲଙ୍କୁ ମୋର ଶୁଭକାମନା । Muchas Felicidades! ଭାରତ-ମେକ୍ସିକୋର ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ଦିଗରେ ଆଗକୁ ବଢ଼ିବା ପାଇଁ ମିଳିତ କାମ କରିବାକୁ ନେଇ ଉତ୍ସାହୀ ।''ଋଷିଆର ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ରାଷ୍ଟ୍ରପତି ପୁଟିନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
March 19th, 08:40 pm
ଋଷିଆ ମହାସଂଘର ଗତକାଲି ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଭ୍ଲାଡିମିର ପୁଟିନ ପୁଣି ଥରେ ବିଜୟୀ ହୋଇଛନ୍ତି । ଏହି ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନ ଯୋଗେ ରାଷ୍ଟ୍ରପତି ପୁଟିନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ନିଜର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ଭାରତ-ଋଷ ମଧ୍ୟରେ ରହି ଆସିଥିବା ‘ସ୍ଵତନ୍ତ୍ର ଓ ବିଶେଷାଧିକାରପ୍ରାପ୍ତ ରଣନୀତିକ ଭାଗିଦାରୀତା’ ଋଷ ରାଷ୍ଟ୍ରପତି ମିଷ୍ଟର ପୁଟିନଙ୍କ ନେତୃତ୍ଵରେ ଅଧିକରୁ ଅଧିକ ମଜବୁତ ଓ ଶକ୍ତିଶାଳୀ ହେବ ବୋଲି ଆଶା ପ୍ରକାଶ କରିଛନ୍ତି । ଚଳିତ ବର୍ଷ ଶେଷ ଭାଗରେ ଭାରତରେ ହେବାକୁ ଥିବା ଦ୍ଵିପାକ୍ଷିକ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ସେ ରାଷ୍ଟ୍ରପତି ପୁଟିନଙ୍କୁ ଭବ୍ୟ ସ୍ଵାଗତ ଜଣାଇବା ଲାଗି ଅପେକ୍ଷା କରିଛନ୍ତି ବୋଲି କହିଥିଲେ ।ନବନିର୍ବାଚିତ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ
July 20th, 05:26 pm
ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ ଦେଶର ଚତୁର୍ଦ୍ଦଶ ରାଷ୍ଟ୍ରପତି ଭାବେ ନିର୍ବାଚିତ ଶ୍ରୀ ରାମନାଥ କୋବିନ୍ଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ଏକ ଅଭିନନ୍ଦନ ବାର୍ତ୍ତାରେ ଶ୍ରୀ ମୁଖାର୍ଜୀ କହିଛନ୍ତି ଯେ “ଆପଣ ଭାରତର ଚତୁର୍ଦ୍ଦଶ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ମୁଁ ହୃଦୟର ସହ ଆପଣଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି ।” ଆପଣଙ୍କ ରାଷ୍ଟ୍ରପତି କାର୍ଯ୍ୟକାଳ ସଫଳତା ନିମନ୍ତେ ମୁଁ ମୋର ଶୁଭେଚ୍ଛା ଜଣାଉଛି । ଗଣତନ୍ତ୍ର ସ୍ଥିରତା ଓ ସମୃଦ୍ଧି ଦିଗରେ ଆପଣ ଭାରତକୁ ଆଗକୁ ଆଗେଇ ନିଅନ୍ତୁ ବୋଲି ଶ୍ରୀ ମୁଖାର୍ଜୀ କହିଛନ୍ତି ।ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 17 2017
July 17th, 08:40 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି, ସଦନରେ ଉତ୍ତମ ଚର୍ଚ୍ଚା ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
July 17th, 10:40 am
ଆଜି ସଂସଦର ମୌସୁମୀ ଅଧିବେଶନର ଆରମ୍ଭ ହେଉଛି । ଗ୍ରୀଷ୍ମ ପରେ, ପ୍ରଥମ ବର୍ଷା ଯେପରି ଓଦା ମାଟିରେ ଏକ ନୂଆ ସୁଗନ୍ଧ ଭରି ଦେଇଥାଏ, ସେହିପରି ଏହି ମୌସୁମୀ ଅଧିବେଶନ ଜିଏସଟିର ସଫଳ ବର୍ଷା କାରଣରୁ, ସମ୍ପୂର୍ଣ୍ଣ ଅଧିବେଶନ ନୂଆ ସୁଗନ୍ଧ ଏବଂ ନୂଆ ଉତ୍ସାହରେ ଭରି ରହିବ । ଯେତେବେଳେ ଦେଶର ସମସ୍ତ ରାଜନୈତିକ ଦଳ, ସମସ୍ତ ସରକାର, କେବଳ ଏବଂ କେବଳ ରାଷ୍ଟ୍ରହିତର ନିକିତିରେ ତଉଲି ନିଷ୍ପତ୍ତି ନେଇଥାନ୍ତି, ତା'ହେଲେ କେତେ ମହତ୍ୱପୂର୍ଣ୍ଣ ରାଷ୍ଟ୍ରହିତ କାର୍ଯ୍ୟ ହୋଇଥାଏ, ତାହା ଜିଏସଟିରେ ପ୍ରତିଫଳନ, ସଫଳ ଏବଂ ସିଦ୍ଧ ହୋଇସାରିଛି ।