ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ କ୍ରୀଡାବିତମାନଙ୍କ ସହ ଭର୍ଚୁଆଲ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
July 13th, 05:02 pm
ଆପଣମାନଙ୍କ ସହ କଥା ହୋଇ ମତେ ବହୁତ ଭଲ ଲାଗିଲା । ସମସ୍ତଙ୍କ ସହିତ ତ କଥା ହୋଇପାରିଲି ନାହିଁ । କିନ୍ତୁ ଆପଣମାନଙ୍କ ଉଦ୍ଦୀପନା, ଆପଣମାନଙ୍କ ଉତ୍ସାହ, ସମଗ୍ର ଦେଶର ପ୍ରତ୍ୟେକ ଲୋକ ଆଜି ଅନୁଭବ କରୁଛନ୍ତି । କାର୍ଯ୍ୟକ୍ରମରେ ମୋ ସହିତ ଉପସ୍ଥିତ ଦେଶର କ୍ରୀଡା ମନ୍ତ୍ରୀ ଶ୍ରୀମାନ ଅନୁରାଗ ଠାକୁର ମହୋଦୟ, ଏଇ କିଛି ଦିନ ପୂର୍ବରୁ କ୍ରୀଡାମନ୍ତ୍ରୀ ଭାବେ ଆପଣ ସମସ୍ତଙ୍କ ସହିତ ମିଶି ଅନେକ କାର୍ଯ୍ୟ କରିଛନ୍ତି । ସେହିଭଳି ଆମର ବର୍ତମାନର ଆଇନ୍ ମନ୍ତ୍ରୀ ଶ୍ରୀମାନ କିରନ୍ ରିଜିଜୁ ମହୋଦୟ, କ୍ରୀଡା ରାଷ୍ଟ୍ରମନ୍ତ୍ରୀ ଆମର ମନ୍ତ୍ରୀ ପରିଷଦର ସର୍ବକନିଷ୍ଠ ମନ୍ତ୍ରୀ ଶ୍ରୀମାନ ନିଶିଥ ପ୍ରାମାଣିକ ମହୋଦୟ, କ୍ରୀଡା ସହିତ ସମ୍ପୃକ୍ତ ସଂସ୍ଥାଗୁଡିକର ସମସ୍ତ ମୁଖ୍ୟ, ସେମାନଙ୍କର ସମସ୍ତ ସଦସ୍ୟ ଏବଂ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଥିବା ମୋର ସମସ୍ତ ବନ୍ଧୁଗଣ, ସମସ୍ତ କ୍ରୀଡାବିତଙ୍କ ପରିବାର, ଆଜି ଆମର ବୈଠକ ଭର୍ଚୁଆଲ ମାଧ୍ୟମରେ ହୋଇଛି, କିନ୍ତୁ ମତେ ଆହୁରି ଖୁସି ଲାଗିଥାଆନ୍ତା ଯଦି ମୁଁ ଆପଣ ସମସ୍ତ ଖେଳାଳିମାନଙ୍କୁ ଏଠି ଦିଲ୍ଲୀରେ ନିଜ ବାସଭବନରେ ଆତିଥ୍ୟ ପ୍ରଦାନ କରିଥାଆନ୍ତି, ତାହେଲେ ଆପଣମାନଙ୍କ ସହିତ ପ୍ରତ୍ୟକ୍ଷ ଭାବେ ଦେଖା ହୋଇପାରିଥାଆନ୍ତା । ଏହା ପୂର୍ବରୁ ମୁଁ ସବୁବେଳେ ସିଧାସଳଖ ସାକ୍ଷାତ କରିଥାଏ । ଏବଂ ମୋ ପାଇଁ ଏହା ଅତ୍ୟନ୍ତ ଆନନ୍ଦର ମୁହୁର୍ତ ହୋଇଥାଏ । ଏବଂ ଏଥର ଆମର ଅଧାରୁ ଅଧିକ ଖେଳାଳି ବିଦେଶରେ ପ୍ରଶିକ୍ଷଣ ନେଉଛନ୍ତି । କିନ୍ତୁ ଆପଣମାନଙ୍କୁ କଥା ଦେଉଛି ଯେ ଫେରିବା ପରେ ଆପଣ ସମସ୍ତଙ୍କ ସହିତ ସୁବିଧା ଦେଖି ଅବସର ବାହାର କରି ମୁଁ ନିଶ୍ଚୟ ଭେଟିବି । କିନ୍ତୁ କରୋନା ଅନେକ କିଛି ବଦଳାଇ ଦେଇଛି । ଅଲିମ୍ପିକ୍ସର ବର୍ଷ ମଧ୍ୟ ବଦଳିଗଲା । ଆପଣମାନଙ୍କ ପ୍ରସ୍ତୁତିର ସ୍ୱରୂପ ମଧ୍ୟ ବଦଳିଗଲା । ଏମିତି ଅନେକ କିଛି ବଦଳିଯାଇଛି । ଏବେ ତ ଅଲିମ୍ପିକ୍ସ ଆରମ୍ଭ ହେବା ପାଇଁ ମାତ୍ର ୧୦ଦିନ ସମୟ ରହିଛି । ଟୋକିଓରେ ମଧ୍ୟ ଆପଣମାନଙ୍କୁ ଏକ ଭିନ୍ନ ପରିବେଶ ମିଳିବାର ଅଛି ।ଟୋକିଓ ଅଲିମ୍ପିକ୍ସରେ ଅଂଶ ଗ୍ରହଣ କରୁଥିବା ଭାରତୀୟ କ୍ରୀଡାବିତ୍ ଦଳ ସହ ପ୍ରଧାନମନ୍ତ୍ରୀଙ୍କ ଭାବବିନିମୟ
July 13th, 05:01 pm
ପ୍ରଧାନମନ୍ତ୍ରୀ : ଦୀପିକାଜୀ, ଗତ ମନ କୀ ବାତରେ ମୁଁ ଆପଣଙ୍କର ଆଉ କେତେଜଣ ସାଥୀଙ୍କ ବିଷୟରେ ଚର୍ଚ୍ଚା କରିଥିଲି। ଏବେ ପ୍ୟାରିସରେ ସ୍ୱର୍ଣ୍ଣ ପଦକ ଜିତି ଆପଣ ଚମତ୍କାରୀତା ଦେଖାଇଛନ୍ତି। ଏହାପରେ ସାରା ଦେଶରେ ଆପଣଙ୍କ ବିଷୟରେ ଚର୍ଚ୍ଚା ହେଉଛି। ଏବେ ଆପଣ ମାନ୍ୟତାରେ ବିଶ୍ୱରେ ନମ୍ବର-1 ହୋଇଯାଇଛନ୍ତି। ମୁଁ ଜାଣିବାକୁ ପାଇଛି ଯେ, ପିଲାଦିନେ ତୁମେ ଆମ୍ବ ତୋଳିବା ପାଇଁ ଲକ୍ଷ୍ୟ କରି ଟେକା ପକାଉଥିଲ। ଆମ୍ବଠାରୁ ଆରମ୍ଭ ହୋଇଥିବା ତୁମର ଏହି ଯାତ୍ରା ହେଉଛି ବହୁତ ସ୍ୱତନ୍ତ୍ର। ଆପଣଙ୍କର ଏହି ଯାତ୍ରା ବିଷୟରେ ଦେଶ ବହୁତ କିଛି ଜାଣିବାକୁ ଚାହୁଁଛି। ଯଦି ଆପଣ କିଛି କହିବେ ତେବେ ବହୁତ ଭଲ ହେବ।ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଥିବା ଭାରତୀୟ କ୍ରୀଡ଼ାବିତ୍ ଦଳ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
July 13th, 05:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିବା ଭାରତୀୟ କ୍ରୀଡ଼ାବିତ୍ମାନଙ୍କ ଦଳ ସହିତ ଆଲୋଚନା କରିଛନ୍ତି। ଏହି କ୍ରୀଡ଼ା ମହାକୁମ୍ଭରେ ଅଂଶଗ୍ରହଣ କରିବା ପୂର୍ବରୁ କ୍ରୀଡ଼ାବିତ୍ମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଏହି ଆଲୋଚନା ପ୍ରୟାସ କରାଯାଇଥିଲା। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ନୀତିଶ ପ୍ରାମାଣିକ ଏବଂ ଆଇନ ମନ୍ତ୍ରୀ ଶ୍ରୀ କିରେନ ରିଜିଜୁ ଏହି ଆଲୋଚନା ସମୟରେ ଉପସ୍ଥିତ ଥିଲେ।