ଭିତ୍ତିଭୂମି, ରେଳପଥ ଏବଂ ସଡ଼କ ପ୍ରକଳ୍ପ ଦେଶର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ :ପ୍ରଧାନମନ୍ତ୍ରୀ

August 29th, 12:16 pm

ମୁଁ ରାଜସ୍ଥାନର ବନ୍ୟା ପ୍ରପୀଡ଼ିତ ଭାଇ ଭଉଣୀମାନଙ୍କୁ, କୃଷକଙ୍କୁ ଏହି ଭରସା ଦେଉଛି କି ବିପଦର ଏହି ସମୟରେ ଭାରତ ସରକାର ପୂର୍ଣ୍ଣରୂପରେ ଆପଣଙ୍କ ସହିତ ଠିଆ ହେବେ ଆଉ ଏହି ବିପଦରୁ ବାହାରି ଏକ ନୂତନ ବିଶ୍ୱାସର ସହିତ ଆମେ ସମସ୍ତେ ଆଗକୁ ବଢ଼ିବା, ଏଥିପାଇଁ ମିଳିମିଶି ଭରପୂର ପ୍ରୟାସ ମଧ୍ୟ କରିବା । ଆଜି ଗୋଟିଏ ହିଁ କାର୍ଯ୍ୟକ୍ରମରେ ପନ୍ଦର ହଜାର କୋଟି ଟଙ୍କାରୁ ଅଧିକ ନିବେଶ ହେବା ଭଳି ବିକାଶ କାର୍ଯ୍ୟକ୍ରମର ଶିଳାନ୍ୟାସ ହେବା କିମ୍ବା ଲୋକାର୍ପଣ ହେବା - ଏହି ଯୋଜନାଗୁଡ଼ିକର ଘୋଷଣା କରିବା ହେଉଛି, ରାଜସ୍ଥାନ ପାଇଁ ଏକ ଐତିହାସିକ ଘଟଣା ।

ଉଦୟପୁରଠାରେ ବୃହତ ରାଜପଥ ପ୍ରକଳ୍ପସମୂହର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ; ପ୍ରତାପ ଗୌରବ କେନ୍ଦ୍ର ପରିଦର୍ଶନ କଲେ

August 29th, 12:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ଉଦୟପୁରଠାରେ ବିଭିନ୍ନ ବୃହତ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିଥିଲେ ।ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ମେୱାଡ଼ “ବୀର ଭୂମି”କୁ ଆସି ସେ ଆନନ୍ଦିତ ।ପ୍ରାକୃତିକ ଦୁର୍ବିପାକ ଦ୍ୱାରା ପ୍ରଭାବିତ ଲୋକମାନଙ୍କୁ ଆଶ୍ୱାସନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରି ଏକ କଠିନ ସମୟରେ କେନ୍ଦ୍ର ସରକାର ସେମାନଙ୍କ ସହିତ ରହିଛନ୍ତି, ଏବଂ ଲୋକମାନେ ଏହି ପରିସ୍ଥିତିର ମୁକାବିଲା କରିବାରେ ସକ୍ଷମ ହେବେ ଏବଂ ଅଧିକ ସାହସର ସହିତ ଆଗକୁ ବଢ଼ିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଯିବେ ରାଜସ୍ଥାନ; ପ୍ରମୁଖ ରାଜମାର୍ଗ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ

August 28th, 08:32 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ରାଜସ୍ଥାନର ଉଦୟପୁର ଗସ୍ତରେ ଯିବେ । ସେ ଏହି ଗସ୍ତ କାଳରେ କେତେକ ପ୍ରମୁଖ ଜାତୀୟ ରାଜମାର୍ଗ ପ୍ରକଳ୍ପର ଉଦ୍ଘାଟନ କରିବା ସହ ଆଉ କିଛି ପ୍ରକଳ୍ପର ଆଧାରଶିଳା ରଖିବେ । ଏହିସବୁ ରାଜମାର୍ଗ ପ୍ରକଳ୍ପର ମୋଟ ଖର୍ଚ୍ଚ ଅଟକଳ ହେଉଛି 15 ହଜାର କୋଟି ଟଙ୍କା ।