ଶ୍ରୀଲ ପ୍ରଭୁପାଦଙ୍କ ୧୫୦ତମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 08th, 01:00 pm
ଏହି ପବିତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ପୂଜା ସନ୍ଥଗଣ, ସାଧୁ, ଆଚାର୍ଯ୍ୟ ଗୌଡିୟ ମିଶନର ଶ୍ରଦ୍ଧେୟ ଭକ୍ତି ସୁନ୍ଦର ସନ୍ୟାସୀ ଜୀ, କ୍ୟାବିନେଟରେ ମୋର ସହଯୋଗୀ ଅର୍ଜୁନ ରାମ ମେଘୱାଲ ଜୀ, ମୀନାକ୍ଷୀ ଲେଖୀ ଜୀ, ଦେଶ ଓ ବିଶ୍ୱ ସହ ଜଡିତ ସମସ୍ତ କୃଷ୍ଣ ଭକ୍ତ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଓ ଭଦ୍ରବ୍ୟକ୍ତି ଗଣ,ଶ୍ରୀଲ ପ୍ରଭୁପାଦଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
February 08th, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍ ଠାରେ ଶ୍ରୀଲ ପ୍ରଭୁପାଦଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀ ଆଚାର୍ଯ୍ୟ ଶ୍ରୀଲ ପ୍ରଭୁପାଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ତାଙ୍କ ସମ୍ମାନରେ ଏକ ସ୍ମାରକୀ ଟିକଟ ଓ ମୁଦ୍ରା ଉନ୍ମୋଚନ କରିଥିଲେ । ଗୌଡୀୟ ମିଶନର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀଲ ପ୍ରଭୁପାଦ ବୈଷ୍ଣବ ଧର୍ମର ମୌଳିକ ସିଦ୍ଧାନ୍ତ ଗୁଡିକୁ ସଂରକ୍ଷିତ କରିବା ଓ ପ୍ରସାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।ଫେବୃଆରୀ ୮ ତାରିଖରେ ଶ୍ରୀଲ ପ୍ରଭୁପାଦ ଜୀ’ଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
February 07th, 04:33 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ଫେବୃଆରୀ ୮ ତାରିଖରେ ଦିନପ୍ରାୟ ସାଢ଼େ ୧୨ଟାରେ ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍ ଠାରେ ଶ୍ରୀଲପ୍ରଭୁପାଦ ଜୀ’ଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତକରିବେ । ମହାନ ଆଧ୍ୟାତ୍ମିକ ଗୁରୁ ଶ୍ରୀଲ ପ୍ରଭୁପାଦଙ୍କ ସମ୍ମାନରେ ପ୍ରଧାନମନ୍ତ୍ରୀ ଏକସ୍ମାରକୀ ଟିକଟ ଏବଂ ମୁଦ୍ରା ଉନ୍ମୋଚନ କରିବେ ।ଭାରତୀୟ ମୋବାଇଲ କଂଗ୍ରେସ (IMC) ୨୦୨୩କୁ ଅକ୍ଟୋବର ୨୭ରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
October 26th, 02:25 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନର ଭାରତ ମଣ୍ଡପମ ଠାରେ ଭାରତୀୟ ମୋବାଇଲ କଂଗ୍ରେସ 2023ର ସପ୍ତମ ସଂସ୍କରଣକୁ ଅକ୍ଟୋବର 27, 2023 ଦିନ ପୂର୍ବାହ୍ନ 9.45 ମିନିଟରେ ଉଦଘାଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ 100ଟି ୫-ଜି ୟୁଜିକେସ ଲାବ୍ ପାଇଁ ଦେଶବ୍ୟାପୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ପୁରସ୍କୃତ କରିବେ। ଏହି ପରୀକ୍ଷାଗାରଗୁଡ଼ିକ 100 ୫-ଜି ଲାବ୍ ଇନିସିଏଟିଭ୍ ଅଧୀନରେ ବିକଶିତ ହୋଇଛି।ଜାତୀୟ ହସ୍ତତନ୍ତ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
August 07th, 04:16 pm
କିଛି ଦିନ ପୂର୍ବେ ହିଁ ଭାରତ ମଣ୍ଡପମ୍ ର ଭବ୍ୟ ଲୋକାର୍ପଣ କରାଯାଇଛି । ଆପଣମାନଙ୍କ ମଧ୍ୟରୁ ବହୁତ ଲୋକ ଅଛନ୍ତି ଯେଉଁମାନେ ପୂର୍ବରୁ ମଧ୍ୟ ଏଠାକୁ ଆସୁଥିଲେ ଆଉ ତମ୍ବୁ ଟାଣି ନିଜର ଦୁନିଆ ଠିଆ କରୁଥିଲେ । ତେବେ ଆଜି ଆପଣ ପରିବର୍ତିତ ହୋଇଥିବା ଦେଶ ଏହିଠାରେ ଦେଖିଥିବେ । ଆଉ ଆଜି ଆମେ ଏହି ଭାରତ ମଣ୍ଡପମ୍ରେ ଜାତୀୟ ହସ୍ତତନ୍ତ ଦିବସ- ରାଷ୍ଟ୍ରୀୟ ହସ୍ତତନ୍ତ ଦିବସ ପାଳନ କରୁଛେ । ଭାରତ ମଣ୍ଡପମ୍ ର ଏହି ଭବ୍ୟତାରେ ମଧ୍ୟ, ଭାରତର ହସ୍ତତନ୍ତ ଉଦ୍ୟୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପୁରାତନର ନୂତନ ସହିତ ଏହି ସଙ୍ଗମ ଆଜିକାର ଭାରତକୁ ପରିଭାଷିତ କରୁଛି । ଆଜିକାର ଭାରତ, ଲୋକାଲ ପ୍ରତି କେବଳ ଭୋକାଲ ହିଁ ନୁହେଁ, ବରଂ ତାହାକୁ ଗ୍ଲୋବାଲ କରିବା ପାଇଁ ବିଶ୍ୱସ୍ତରୀୟ ମଂଚ ମଧ୍ୟ ପ୍ରଦାନ କରୁଛି । କିଛି ସମୟ ପୂର୍ବରୁ ହିଁ ମୋତେ କିଛି ବୁଣାକାର ସାଥୀମାନଙ୍କ ସହିତ କଥା ହେବାର ସୁଯୋଗ ମିଳିଛି । ସାରା ଦେଶରେ ଅନେକଗୁଡ଼ିଏ ହସ୍ତତନ୍ତ କ୍ଲଷ୍ଟରଗୁଡ଼ିକରେ ମଧ୍ୟ ଆମର ବୁଣାକାର ଭାଇ- ଭଉଣୀ ଦୂର- ଦୂରାନ୍ତରରୁ ଆସିଛନ୍ତି ଆମ ସହିତ ଯୋଡ଼ି ହୋଇଛନ୍ତି । ମୁଁ ଆପଣ ସମସ୍ତଙ୍କୁ ଏହି ବିଶାଳ ସମାରୋହକୁ ହୃଦୟର ସହିତ ସ୍ୱାଗତ କରୁଛି, ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି ।ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ହସ୍ତତନ୍ତ ଦିବସ ଉତ୍ସବକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
August 07th, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଥିବା ଭାରତ ମଣ୍ଡପମ୍ ଠାରେ ଜାତୀୟ ହସ୍ତତନ୍ତ ଦିବସ ପାଳନ ଉତ୍ସବକୁ ସମ୍ବୋଧିତ କରିଛନ୍ତି ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି ଦ୍ୱାରା କପଡା ଏବଂ ଶିଳ୍ପ ଭଣ୍ଡାରକୁ ନେଇ ବିକଶିତ ଇ-ପୋର୍ଟାଲ୍ ‘ଭାରତୀୟ ବସ୍ତ୍ର ଏବଂ ଶିଳ୍ପ କୋଷ'ର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରଦର୍ଶନୀ ପରିଦର୍ଶନ କରି ବୁଣାକାରମାନଙ୍କ ସହ ଆଲୋଚନା କରିଥିଲେ ।ଅଗଷ୍ଟ 7 ରେ ଜାତୀୟ ହ୍ୟାଣ୍ଡଲୁମ୍ ଦିବସ ଉତ୍ସବରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ
August 05th, 10:27 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 7 ଅଗଷ୍ଟରେ ମଧ୍ୟାହ୍ନ 12 ଟା ସମୟରେ ଦିଲ୍ଲୀର ପ୍ରଗତି ମୈଦାନରେ ଭାରତ ମଣ୍ଡପମ ଠାରେ ଜାତୀୟ ହସ୍ତତନ୍ତ ଦିବସ ଉତ୍ସବରେ ଅଂଶଗ୍ରହଣ କରିବେ।ନୂଆଦିଲ୍ଲୀର ପ୍ରଗତି ମୈଦାନଠାରେ ଭାରତ ମଣ୍ଡପମ୍ ରେ ଅଖିଳ ଭାରତୀୟ ଶିକ୍ଷା ସମାଗମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
July 29th, 11:30 am
ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀମାନ ଧର୍ମେନ୍ଦ୍ର ପ୍ରଧାନ ମହାଶୟ, ଅନ୍ନପୂର୍ଣ୍ଣା ଦେବୀ ମହାଶୟା, ରାଜକୁମାର ରଞ୍ଜନ ସିଂହ ମହାଶୟ, ସୁଭାଷ ସରକାର ମହାଶୟ, ଦେଶର ବିଭିନ୍ନ ଅଂଚଳରୁ ଆସିଥିବା ଶିକ୍ଷକଗଣ, ସମ୍ମାନିତ ପ୍ରବୃଦ୍ଧଜନ, ଆଉ ସାରା ଦେଶରୁ ଯୋଡ଼ି ହୋଇଥିବା ମୋର ପ୍ରିୟ ବିଦ୍ୟାର୍ଥୀ ବନ୍ଧୁଗଣ ।ଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଅଖିଳ ଭାରତୀୟ ଶିକ୍ଷା ସମାଗମକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
July 29th, 10:45 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ଭାରତ ମଣ୍ଡପମ ଠାରେ ଅଖିଳ ଭାରତୀୟ ଶିକ୍ଷା ସମାଗମକୁ ଉଦଘାଟନ କରିଛନ୍ତି । ଜାତୀୟ ଶିକ୍ଷା ନୀତି ୨୦୨୦ର ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ସେ ମଧ୍ୟ ପିଏମ୍ ଶ୍ରୀ ଯୋଜନାରେ ପ୍ରଥମ କିସ୍ତିର ପାଣ୍ଠି ଜାରି କରିଛନ୍ତି । ଦେଶର ୬୨୦୭ ବିଦ୍ୟାଳୟକୁ ପ୍ରଥମ କିସ୍ତିରେ ମୋଟ୍ ୬୩୦କୋଟି ଟଙ୍କା ଯୋଗାଇ ଦିଆଯାଇଛି । ସେ ମଧ୍ୟ ୧୨ଟି ଭାରତୀୟ ଭାଷାରେ ଅନୁବାଦ ହୋଇଥିବା ଶିକ୍ଷା ଓ ଦକ୍ଷତା ବିକାଶ ପାଠ୍ୟକ୍ରମକୁ ଉନ୍ମୋଚନ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ ଆୟୋଜିତ ଏକ ପ୍ରଦର୍ଶନୀକୁ ମଧ୍ୟ ବୁଲି ଦେଖିଥିଲେ।ଜୁଲାଇ ୨୯ ତାରିଖରେ ଦିଲ୍ଲୀର ଭାରତ ମଣ୍ଡପମ ଠାରେ ଅଖିଳ ଭାରତୀୟ ଶିକ୍ଷା ସମାଗମକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
July 28th, 06:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୯ ଜୁଲାଇ ୨୦୨୩ ପୂର୍ବାହ୍ନ ୧୦ଟାରେ ଦିଲ୍ଲୀର ପ୍ରଗତି ମଇଦାନରେ ଭାରତ ମଣ୍ଡପମ ଠାରେ ଅଖିଳ ଭାରତୀୟ ଶିକ୍ଷା ସମାଗମକୁ ଉଦଘାଟନ କରିବେ । ଏହା ଜାତୀୟ ଶିକ୍ଷା ନୀତି ୨୦୨୦ ର ୩ୟ ବାର୍ଷିକୀ ସମୟରେ ହେଉଛି ।ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର (ଆଇଇସିସି) ସୌଧର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
July 26th, 11:28 pm
ଏକ ଅଦ୍ଭୁତ ଦୃଶ୍ୟ ମୋ ସମ୍ମୁଖରେ ଅଛି । ହେଉଛି ଭବ୍ୟ, ହେଉଛି ବିରାଟ, ହେଉଛି ବିହଙ୍ଗମ । ଆଉ ଆଜିର ଏ ଯେଉଁ ଅବସର ଅଛି, ଏହା ପଛରେ ଯେଉଁ କଳ୍ପନା ରହିଛି, ଏବଂ ଆଜି ଆମ ଆଖି ସାମ୍ନାରେ ସେହି ସ୍ୱପ୍ନକୁ ସାକାର ହେଉଥିବା ଦେଖୁଛେ, ସେତେବେଳେ ମୋତେ ଏକ ପ୍ରସିଦ୍ଧ କବିତା ପଂକ୍ତି ଗୁଣୁଗୁଣେଇବାକୁ ଇଚ୍ଛା ହେଉଛି:-ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର (ଆଇଇସିସି) ସୌଧର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
July 26th, 06:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଥିବା ଆନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର (ଆଇଇସିସି) ସୌଧକୁ ଉତ୍ସର୍ଗ କରିଛନ୍ତି । ସେ ଜି -୨୦ ମୁଦ୍ରା ଏବଂ ଜି -୨୦ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଡ୍ରୋନ୍ ମାଧ୍ୟମରେ କରାଯାଇଥିବା ସମ୍ମିଳନୀ କେନ୍ଦ୍ରର ନାମକରଣ ଭାରତ ମଣ୍ଡପମ୍” ତଥା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସମାରୋହର ସାକ୍ଷୀ ରହିଥିଲେ । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଅନୁଯାୟୀ ପ୍ରାୟ ୨୭୦୦ କୋଟି ଟଙ୍କା ବ୍ୟୟରେ ଜାତୀୟ ପ୍ରକଳ୍ପ ଭାବରେ ବିକଶିତ ହୋଇଥିବା ପ୍ରଗତି ମଇଦାନରେ ଥିବା ନୂତନ ଆଇଇସିସି ସୌଧ ଭାରତକୁ ଏକ ବିଶ୍ୱ ବ୍ୟବସାୟ ସ୍ଥଳ ଭାବରେ ପରିଣତ କରିବାରେ ସାହାଯ୍ୟ କରିବ ।ଆଇଟିପିଓ ଅନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ରର ଶ୍ରମିକଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ
July 26th, 04:47 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆ ଆଇଟିପିଓ ଅନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ରରେ ପୂଜାର୍ଚ୍ଚନା କରିବା ସହ ଏହି ସେଣ୍ଟର ନିର୍ମାଣରେ ଜଡ଼ିତ ଶ୍ରମିକଙ୍କୁ ସମ୍ମାନିତ କରିଛନ୍ତି ।ଜୁଲାଇ ୨୬ ତାରିଖରେ ପ୍ରଗତି ମଇଦାନ ସ୍ଥିତ ଆର୍ନ୍ତଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର (ଆଇଇସିସି) ସୌଧକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ
July 24th, 07:45 pm
ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ ଦେଶରେ ସଭା, ସମ୍ମିଳନୀ ଏବଂ ପ୍ରଦର୍ଶନୀ ଆୟୋଜନ ପାଇଁ ପ୍ରଗତି ମଇଦାନରେ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଥିବା ଆନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର (ଆଇଇସିସି) ସଂକଳ୍ପବଦ୍ଧତାକୁ ଦର୍ଶାଇଛି । ପ୍ରଗତି ମଇଦାନରେ ପୁରାତନ ତଥା ପୁରୁଣା ସୁବିଧାଗୁଡ଼ିକର ନବୀକରଣ କରିଥିବା ଏହି ପ୍ରକଳ୍ପ ପ୍ରାୟ ୨୭୦୦ କୋଟି ଟଙ୍କା ବ୍ୟୟରେ ଜାତୀୟ ପ୍ରକଳ୍ପ ଭାବରେ ବିକଶିତ ହୋଇଛି । ପାଖାପାଖି ୧୨୩ ଏକର ପରିମିତ ଏକ ଅଞ୍ଚଳ ସହିତ, ଆଇଇସିସି ସୌଧ ଭାରତର ସର୍ବବୃହତ ଏମଆଇସିଇ (ବୈଠକ, ପ୍ରୋତ୍ସାହନ, ସମ୍ମିଳନୀ ଏବଂ ପ୍ରଦର୍ଶନୀ) ସ୍ଥଳ ଭାବରେ ବିକଶିତ ହୋଇଛି । କାର୍ଯ୍ୟକ୍ରମ ଗୁଡିକ ପାଇଁ ଉପଲବ୍ଧ ଆବୃତ ସ୍ଥାନ ଦୃଷ୍ଟିରୁ, ଆଇଇସିସି ସୌଧ ବିଶ୍ୱର ଶୀର୍ଷ ପ୍ରଦର୍ଶନୀ ଏବଂ ସମ୍ମିଳନୀ ସୌଧ ମଧ୍ୟରେ ସ୍ଥାନ ପାଇଛି ।ଜୁଲାଇ ୧ତାରିଖରେ ୧୭ ତମ ଭାରତୀୟ ସମବାୟ କଂଗ୍ରେସକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
June 30th, 03:09 pm
“ସହକାର ସେ ସମୃଦ୍ଧି” ର ଦୃଷ୍ଟିକୋଣରେ ପ୍ରଧାନମନ୍ତ୍ରୀଙ୍କ ଦୃଢ ବିଶ୍ୱାସ ଦ୍ୱାରା ସରକାର ଦେଶରେ ସମବାୟ ଆନ୍ଦୋଳନକୁ ବୃଦ୍ଧି କରିବା ପାଇଁ ନିରନ୍ତର ପଦକ୍ଷେପ ନେଉଛନ୍ତି । ଏହି ପ୍ରୟାସକୁ ବଳ ଦେବା ପାଇଁ ସରକାର ଏକ ପୃଥକ ସମବାୟ ମନ୍ତ୍ରଣାଳୟ ଗଠନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ ହେଉଛି ଏହି ଦିଗରେ ଆଉ ଏକ ପଦକ୍ଷେପ ।ସର୍ବପ୍ରଥମ ଜାତୀୟ ପ୍ରଶିକ୍ଷଣ ସମ୍ମିଳନୀକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
June 11th, 06:02 pm
ପ୍ରଧାନମନ୍ତ୍ରୀ ନିଜର ଦୀର୍ଘ ତଥା ସମୃଦ୍ଧ ରାଜନୈତିକ ଓ ପ୍ରଶାସନିକ ଅନୁଭୂତିରୁ ପ୍ରାପ୍ତ ଅନେକ ଉପାଖ୍ୟାନ ଓ କାହାଣୀ ବିଷୟରେ ନିଜର ଅଭିଭାଷଣରେ ଉଲ୍ଲେଖ କରିଥିଲେ। ନିଜର ସମ୍ବୋଧନରେ ଭିନ୍ନ ଭିନ୍ନ ଉଦାହରଣ ଦେଇ ସେ ସରକାରୀ କାର୍ଯ୍ୟରେ ସେବା ଉନ୍ମୁଖତା, ସାଧାରଣ ଲୋକଙ୍କ ଆକାଂକ୍ଷାକୁ ସାକାର କରିବାର ଦାୟିତ୍ୱ, ଉଚ୍ଚନୀଚ ପଦବୀର ଭେଦଭାବକୁ ଦୂର କରିବା ଓ ସଂସ୍ଥାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଅଭିଜ୍ଞତାକୁ ଉପଯୋଗ କରିବା, ଜନଭାଗିଦାରୀର ମହତ୍ୱ, ବ୍ୟବସ୍ଥାରେ ସୁଧାର ଆଣିବା ଓ ଅଭିନବ ପଦକ୍ଷେପ ଗ୍ରହଣ କରିବା ଆଦି ବିଷୟ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଆହୁରି କହିଥିଲେ ଯେ, ପ୍ରଶିକ୍ଷଣ ମଡ୍ୟୁଲକୁ ଏପରି ଭାବେ ପ୍ରସ୍ତୁତ ଓ ବିକଶିତ କରାଯିବା ଉଚିତ୍ ଯାହାଫଳରେ ସରକାରୀ ଅଧିକାରୀମାନେ ସେମାନଙ୍କ ମନରେ ଏସବୁ ବିଷୟକୁ ସାମିଲ କରିପାରିବେ ।ପ୍ରଥମ ଜାତୀୟ ତାଲିମ ଆଲୋଚନାଚକ୍ରକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
June 10th, 10:40 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଥମ ଜାତୀୟ ତାଲିମ ଆଲୋଚନାଚକ୍ରକୁ ନୂଆଦିଲ୍ଳୀର ପ୍ରଗତି ମୈଦାନ ସ୍ଥିତ ଆନ୍ତର୍ଜାତିକ ପ୍ରଦର୍ଶନୀ ଓ ଅଧିବେଶନ କେନ୍ଦ୍ରଠାରେ ଉଦ୍ଘାଟନ କରିବେ । ଆସନ୍ତା ୧୧ଜୁନ, ୨୦୨୩ ଦିନ ସାଢେ ଦଶଟାବେଳେ ଏହାକୁ ଉଦ୍ଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ସମବେତ ଅଂଶଗ୍ରହଣକାରୀଙ୍କୁ ଉଦ୍ବୋଧନ ଦେବେ ।ଅନ୍ତରାଷ୍ଟ୍ରୀୟ ସଂଗ୍ରହାଳୟ ଏକ୍ସପୋ-୨୦୨୩ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
May 18th, 11:00 am
କ୍ୟାବିନେଟରେ ମୋର ସହଯୋଗୀ ଜି. କିଷନ ରେଡ୍ଡୀ ମହାଶୟ, ମୀନାକ୍ଷୀ ଲେଖୀ ମହାଶୟା, ଅର୍ଜୁନ ରାମ ମେଘୱାଲ ମହାଶୟ, ଲ୍ୟୁଭର ସଂଗ୍ରହାଳୟର ନିର୍ଦ୍ଦେଶକ ମୈନୁଅଲ ରୱାତେ ମହାଶୟ, ବିଶ୍ୱର ଭିନ୍ନ ଭିନ୍ନ ଦେଶରୁ ଆସିଥିବା ଅତିଥିଗଣ, ଅନ୍ୟ ମହାନୁଭବ, ଭଦ୍ରମହିଳା ଓ ଭଦ୍ରବ୍ୟକ୍ତିଗଣ, ଆପଣ ସମସ୍ତଙ୍କୁ ଅନ୍ତରାଷ୍ଟ୍ରୀୟ ସଂଗ୍ରହାଳୟ ଦିବସର ବହୁତ- ବହୁତ ଶୁଭକାମନା। ଆଜି ଏଠାରେ ସଂଗ୍ରହାଳୟ ଜଗତର ମହାନ ବ୍ୟକ୍ତିତ୍ୱ ମାନେ ଏକାଠି ହୋଇଛନ୍ତି । ଆଜିର ଏହି ଅବସର ଏଥିପାଇଁ ମଧ୍ୟ ହେଉଛି ସ୍ୱତନ୍ତ୍ର କାରଣ ଭାରତ ନିଜ ସ୍ୱାଧୀନତାର 75 ବର୍ଷ ପୂରଣ ହେବା ଅବସରରେ ଅମୃତ ମହୋତ୍ସବ ପାଳନ କରୁଛି ।ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଇଣ୍ଟରନାସନାଲ ମିଉଜିୟମ ଏକ୍ସପୋ-୨୦୨୩ ଉଦଘାଟିତ
May 18th, 10:58 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୮-୫-୨୦୨୩) ନୂଆଦିଲ୍ଲୀର ପ୍ରଗତି ମୈଦାନ ଠାରେ ଆନ୍ତର୍ଜାତିକ ସଂଗ୍ରହାଳୟ ପ୍ରଦର୍ଶନୀ-୨୦୨୩କୁ ଉଦଘାଟନ କରିଛନ୍ତି । ସେ ମଧ୍ୟ ନର୍ଥ ଓ ସାଉଥ ବ୍ଲକରେ ଏକ ଆଭାସୀ ଜାତାୟତକ୍ଷମ ଜାତୀୟ ସଂଗ୍ରହାଳୟକୁ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ବୈଷୟିକ ମେଳା, ସଂରକ୍ଷଣ ଲ୍ୟାବ ଓ ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ । ସଂଗ୍ରହାଳୟ, ସ୍ଥାୟୀ ଓ ନିରନ୍ତର ଏବଂ ଜନକଲ୍ୟାଣ ବିଷୟବସ୍ତୁ ଉପରେ ଆଧାରିତ ୪୭ତମ ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ଯାହାକି ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ପାଳନ କରାଯାଉଛି, ତା’ର ଅଂଶବିଶେଷ ଭାବେ ଏହି ଆନ୍ତର୍ଜାତିକ ସଂଗ୍ରହାଳୟ ପ୍ରଦର୍ଶନୀ ଆୟୋଜିତ ହେଉଛି ।ମଇ ୧୮ତାରିଖରେ ଆନ୍ତର୍ଜାତୀୟ ସଂଗ୍ରହାଳୟ ପ୍ରଦର୍ଶନୀ ୨୦୨୩ କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
May 16th, 06:56 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୮ ମଇ ଦିନ ସକାଳ ୧୦:୩୦ ରେ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆନ୍ତର୍ଜାତୀୟ ସଂଗ୍ରହାଳୟ ପ୍ରଦର୍ଶନୀ ୨୦୨୩ ର ଉଦଘାଟନ କରିବେ ।