ସଶକ୍ତ ନାରୀ-ବିକଶିତ ଭାରତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 11th, 10:30 am

କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଶ୍ରୀ ଗିରିରାଜ ସିଂହ ଜୀ, ଶ୍ରୀ ଅର୍ଜୁନ ମୁଣ୍ଡାଜୀ, ଶ୍ରୀ ମନସୁଖ ମାଣ୍ଡଭିୟ ଜୀ ଏବଂ ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ଏଠାକୁ ଆସିଥିବା ଲକ୍ଷ ଲକ୍ଷ ଦିଦି ଯେଉଁମାନେ ଆଜି ଆମ ସହିତ ଯୋଡ଼ି ହୋଇଛନ୍ତି ଏବଂ ଆପଣମାନଙ୍କ ସହିତ ଭିଡିଓ ମାଧ୍ୟମରେ ମଧ୍ୟ ଦେଶର ଲକ୍ଷ ଲକ୍ଷ ଦିଦି ଆମ ସହିତ ଯୋଡ଼ି ହୋଇଛନ୍ତି । ମୁଁ ଆପଣସମସ୍ତଙ୍କୁ ସ୍ୱାଗତ କରୁଛି, ଶୁଭେଚ୍ଛା ଜଣାଉଛି । ଏବଂ ମୁଁ ଏହି ହଲରେ ଦେଖିପାରୁଛି ଯେ ବୋଧହୁଏ ଏହା ଏକ ମିନି ଇଣ୍ଡିଆ । ଏଠାରେ ଭାରତର ପ୍ରତ୍ୟେକ ଭାଷା ଓ କୋଣ ଅନୁକୋଣରୁ ଲୋକ ଦେଖିବାକୁ ମିଳିଥାନ୍ତି । ତେଣୁ ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ।

ସଶକ୍ତ ନାରୀ – ବିକଶିତ ଭାରତ କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

March 11th, 10:10 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଶକ୍ତ ନାରୀ - ବିକଶିତ ଭାରତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ନୂଆଦିଲ୍ଲୀର ପୁସାସ୍ଥିତ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନରେ ନମୋ ଡ୍ରୋନ୍ ଦିଦିମାନଙ୍କ ଦ୍ୱାରା କରାଯାଇଥିବା କୃଷି ଡ୍ରୋନ୍ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ । ଦେଶର ୧୦ଟି ଭିନ୍ନ ଭିନ୍ନ ସ୍ଥାନରୁ ନମୋ ଡ୍ରୋନ୍ ଦିଦିମାନେ ମଧ୍ୟ ଏକାସାଙ୍ଗରେ ଡ୍ରୋନ୍ ପ୍ରଦର୍ଶନରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୧୦୦୦ ନମୋ ଡ୍ରୋନ ଦିଦିଙ୍କୁ ଡ୍ରୋନ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଜିଲ୍ଲାରେ ବ୍ୟାଙ୍କମାନଙ୍କ ଦ୍ୱାରା ସ୍ଥାପିତ ବ୍ୟାଙ୍କ ଲିଙ୍କେଜ୍ କ୍ୟାମ୍ପ ମାଧ୍ୟମରେ ସ୍ୱୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚ୍‌ଜି)ମାନଙ୍କୁ ରିହାତି ସୁଧ ହାରରେ ପ୍ରାୟ ୮,୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ପାଖାପାଖି ୨,୦୦୦ କୋଟି ଟଙ୍କାର ପୁଞ୍ଜି ସହାୟତା ପାଣ୍ଠି ମଧ୍ୟ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ହିତାଧିକାରୀ ମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।

ଦିଲ୍ଲୀଠାରେ ସଶକ୍ତ ନାରୀ- ବିକଶିତ ଭାରତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ

March 10th, 11:14 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୧୧ ତାରିଖ ଦିନ ୧୦ଟା ସମୟରେ ନୂଆଦିଲ୍ଲୀର ପୁସାସ୍ଥିତ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ ପରିସରରେ ସଶକ୍ତ ନାରୀ- ବିକଶିତ ଭାରତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହିତ ନମୋ ଡ୍ରୋନ୍ ଦିଦିମାନଙ୍କ କୃଷି ଡ୍ରୋନ୍ ଉଡ଼ାଣ ପ୍ରଦର୍ଶନ ଦେଖିବେ । ଦେଶର ୧୧ଟି ବିଭିନ୍ନ ସ୍ଥାନରେ ଏହି ନମୋ ଡ୍ରୋନ୍ ଦିଦିମାନେ ସମାନ୍ତରାଳ ଭାବେ କୃଷି ଡ୍ରୋନ୍ ଉଡାଣ ପ୍ରଦର୍ଶନ କରିବେ । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ନମୋ ଡ୍ରୋନ୍ ଦିଦିମାନଙ୍କୁ ୧,୦୦୦ ଡ୍ରୋନ୍ ପ୍ରଦାନ କରିବେ ।

Today's massive program underscores BJP's commitment to harnessing the power of women for India's development: PM

March 06th, 12:30 pm

Prime Minister Narendra Modi addressed the Barasat event, in West Bengal and greeted the audience with full vigour. The PM positively remarked, “Today's massive program underscores BJP's commitment to harnessing the power of women for India's development” and added that BJP has engaged thousands of women self-help groups nationwide. Today, in West Bengal, we witness a significant conference uniting sisters from these groups, furthering the cause of empowerment and progress.”

PM Modi addressed at an enthusiasm-filled event in Barasat, West Bengal

March 06th, 12:09 pm

Prime Minister Narendra Modi addressed the Barasat event, in West Bengal and greeted the audience with full vigour. The PM positively remarked, “Today's massive program underscores BJP's commitment to harnessing the power of women for India's development” and added that BJP has engaged thousands of women self-help groups nationwide. Today, in West Bengal, we witness a significant conference uniting sisters from these groups, furthering the cause of empowerment and progress.”

୨ କୋଟି ଲକ୍ଷପତି ଦିଦି ତିଆରି କରିବାର ସ୍ବପ୍ନ ଉପରେ ଗୁରୁତ୍ବ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ

December 27th, 02:31 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଜନତାଙ୍କୁ ସମ୍ବୋଧିତ କରିଥିଲେ।

ଭିଡିଓ କନଫରେନ୍ସିଂ ଜରିଆରେ ବିକଶିତ ଭାରତ ଯାତ୍ରା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 27th, 12:45 pm

'ବିକଶିତ ଭାରତ'ର ସଂକଳ୍ପ ସହ ଯୋଡ଼ି ହୋଇ ନାଗରିକମାନଙ୍କୁ ଏକଜୁଟ କରିବା ଅଭିଯାନ କ୍ରମାଗତ ଭାବେ ବିସ୍ତାରିତ ହେଉଛି, ଦୂର ଗାଁରେ ପହଞ୍ଚୁଛି ଏବଂ ଅତି ଗରିବରୁ ଗରିବ ଲୋକଙ୍କୁ ମଧ୍ୟ ସଂଯୋଗ କରୁଛି। ସେମାନେ ଯୁବକ ହୁଅନ୍ତୁ, ମହିଳା ହୁଅନ୍ତୁ କିମ୍ବା ଗାଁର ବରିଷ୍ଠ ନାଗରିକ ହୁଅନ୍ତୁ, ସମସ୍ତେ ମୋଦିଙ୍କ ଗାଡିକୁ ଉତ୍ସୁକତାର ସହ ଅପେକ୍ଷା କରଛନ୍ତି ଏବଂ ମୋଦିଙ୍କ ଗାଡି ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଛନ୍ତି । ତେଣୁ ଏହି ମେଗା-ଅଭିଯାନକୁ ସଫଳ କରିଥିବାରୁ ମୁଁ ସମସ୍ତ ନାଗରିକଙ୍କୁ, ବିଶେଷ କରି ମୋ ମା' ଓ ଭଉଣୀମାନଙ୍କୁ କୃତଜ୍ଞତା ଜଣାଉଛି। ଏଥିରେ ଯୁବଗୋଷ୍ଠୀଙ୍କ ଶକ୍ତି ଓ ସାମର୍ଥ୍ୟ ବିନିଯୋଗ ହୋଇଥାଏ। ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସମସ୍ତ ଯୁବକ ମଧ୍ୟ ଅଭିନନ୍ଦନର ଯୋଗ୍ୟ। ଏପରିକି କେତେକ ସ୍ଥାନରେ ଯେଉଁଠି କୃଷକମାନେ କ୍ଷେତରେ କାମ କରୁଛନ୍ତି, ସେଠାରେ ଗାଡି ପହଞ୍ଚିବା ପରେ ସେମାନେ ୪ରୁ ୬ ଘଣ୍ଟା ପାଇଁ ଚାଷ କାମ ଛାଡି ଏହି କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ତେଣୁ ଏକ ପ୍ରକାରରେ ଗାଁ ଗାଁ ରେବିକାଶର ମହାପର୍ବ ଅନୁଷ୍ଠିତ ହେଉଛି।

ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀ ମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

December 27th, 12:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିଥିଲେ ।

ବାରାଣସୀରେ ବିିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

December 18th, 02:16 pm

ମୋ କାଶୀର ଲୋକମାନଙ୍କ ଏହି ଉତ୍ସାହ ଥଣ୍ଡା ପରିବେଶରେ ମଧ୍ୟ ଉତାପ ଭରି ଦେଇଛି । ବାରଣାସୀରେ କ’ଣ କୁହାଯାଏ .. ଜିୟା ରଜା ବନାରସ !!! ହଁ, ପ୍ରଥମେ କାଶୀର ଲୋକମାନଙ୍କ ପାଖରେ ମୋର ଗୋଟିଏ ଅଭିଯୋଗ ରହିଛି । ଚଳିତ ଥର ଦେବ ଦୀପାବଳୀରେ ମୁଁ ଏଠାରେ ନଥିଲି ଏବଂ ଏଥର ଦେବ ଦୀପାବଳୀରେ କାଶୀର ଲୋକମାନେ ଏକ ସଙ୍ଗେ ମିଶି ରେକର୍ଡ ଭାଙ୍ଗି ଦେଲେ ।

ଉତ୍ତର ପ୍ରଦେଶର ବାରଣାସୀରେ ପ୍ରଧାନମନ୍ତ୍ରୀ ୧୯,୧୫୦ କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି

December 18th, 02:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରଣାସୀ ଠାରେ ୧୯,୧୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

ବିକଶିତ ଭାରତ ସଙ୍କଳ୍ପ ଯାତ୍ରାରେ ମହିଳାମାନେ ପ୍ରମୁଖ ଅଂଶୀଦାର ଅଟନ୍ତି

November 30th, 01:26 pm

ଏଥିସହ ଦେଶରେ ଜନ ଔଷଧି କେନ୍ଦ୍ର ଗୁଡିକର ସଂଖ୍ୟା ୧୦,୦୦୦ ରୁ ୨୫,୦୦୦ କୁ ବୃଦ୍ଧି କରିବାକୁ ଶ୍ରୀ ମୋଦୀ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଚଳିତ ବର୍ଷ ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମହିଳା ଏସ୍‌ଏଚ୍‌ଜି ମାନଙ୍କୁ ଡ୍ରୋନ୍ ଯୋଗାଇବା ପାଇଁ ଏବଂ ଜନ ଔଷଧି କେନ୍ଦ୍ରର ସଂଖ୍ୟାକୁ ୧୦,୦୦୦ ରୁ ୨୫,୦୦୦ କୁ ବୃଦ୍ଧି କରିବା ପାଇଁ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମ ଏହି ପ୍ରତିଶ୍ରୁତି ଗୁଡ଼ିକର ପୂରଣର ପ୍ରତୀକ ଅଟେ ।

ବିକଶିତ ଭାରତ ସଙ୍କଳ୍ପ ଯାତ୍ରାରେ ମହିଳାମାନେ ପ୍ରମୁଖ ଅଂଶୀଦାର ଅଟନ୍ତି

November 30th, 01:26 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବିକଶିତ ଭାରତ ସଙ୍କଳ୍ପ ଯାତ୍ରାର ହିତାଧିକାରୀ ମାନଙ୍କ ସହ କଥାବାର୍ତ୍ତା କରିଥିଲେ । ସେ ପ୍ରଧାନମନ୍ତ୍ରୀ ମହିଳା କିଶାନ ଡ୍ରୋନ କେନ୍ଦ୍ରର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଦେଓଘରର ଏମ୍ସ ଠାରେ ୧୦,୦୦୦ ତମ ଜନ ଔଷଧି କେନ୍ଦ୍ରକୁ ଉତ୍ସର୍ଗ କରିଥିଲେ ।

ଜାମ୍ମୁର ସୀମାନ୍ତ ଅଞ୍ଚଳର ମହିଳା ସରପଞ୍ଚଙ୍କୁ ତାଙ୍କର ସମର୍ପିତ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

November 30th, 01:25 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‌ଫରେନ୍ସି ବ୍ୟବସ୍ଥାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ଆଜି ଜାମ୍ମୁର ସୀମାନ୍ତ ଅଞ୍ଚଳ ରଙ୍ଗପୁରର ଜଣେ ମହିଳା ସରପଞ୍ଚ ବଲବୀର କୌର ଓ ଜଣେ ଚାଷୀଙ୍କ ସହିତ କଥାବାର୍ତ୍ତା ଅବସରରେ ପ୍ରଧାନମନ୍ତ୍ରୀ ସେମାନଙ୍କଠାରୁ ବିଭିନ୍ନ କଥା ପଚାରି ବୁଝିଥିଲେ । ତାଙ୍କର ଜନସେବା ଓ ସମର୍ପିତ କାର୍ଯ୍ୟ ବିଷୟରେ ଶୁଣିବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

‘ଜୟ ଜଗନ୍ନାଥ’ କହି ହିତାଧିକାରୀ ଚାଷୀଙ୍କୁ ଅଭିବାଦନ ଜଣାଇଲେ ପ୍ରଧାନମନ୍ତ୍ରୀ

November 30th, 01:25 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସେ ମଧ୍ୟ ପ୍ରଧାନମନ୍ତ୍ରୀ ମହିଳା କିଷାନ ଡ୍ରୋନ କେନ୍ଦ୍ରର ଲୋକାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଓଘର ଏମ୍ସ ଠାରେ ୧୦,୦୦୦ତମ ଜନ ଔଷଧି କେନ୍ଦ୍ରକୁ ଲୋକାର୍ପଣ କରିଥିଲେ । ଏହାବ୍ୟତୀତ ଦେଶରେ ଜନ ଔଷଧି କେନ୍ଦ୍ର ସଂଖ୍ୟା ୧୦ ହଜାରରୁ ୨୫ ହଜାରକୁ ବୃଦ୍ଧି କରିବା ପାଇଁ ଏକ କାର୍ଯ୍ୟକ୍ରମକୁ ଶ୍ରୀ ମୋଦୀ ଶୁଭାରମ୍ଭ କରିଛନ୍ତି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଡ୍ରୋନ୍ ଯୋଗାଇବା ଏବଂ ଜନ ଔଷଧି କେନ୍ଦ୍ରସଂଖ୍ୟା ୧୦,୦୦୦ରୁ ୨୫,୦୦୦କୁ ବୃଦ୍ଧି କରିବା ଭଳି ଏହି ଦୁଇଟି ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି।