‘ରାଷ୍ଟ୍ରୀୟ ପୋଷଣ ମାହ’ ଆମ ପରିବାରର ସ୍ୱାସ୍ଥ୍ୟ ପାଇଁ ବହୁତ ବଡ଼ ଅଭିଯାନ: ପ୍ରଧାନମନ୍ତ୍ରୀ

September 01st, 10:59 pm

ଆମ ପରିବାରର ସ୍ୱାସ୍ଥ୍ୟ ପାଇଁ ଏକ ବହୁତ ବଡ଼ ଅଭିଯାନ ରାଷ୍ଟ୍ରୀୟ ପୋଷଣ ମାହ ଜନ ଭାଗିଦାରୀ ଦ୍ୱାରା ସଫଳ ହେବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ଗୁଜରାଟର ନବସାରୀ ଠାରେ ଏ. ଏମ. ନାଏକ ଚିକିତ୍ସା ସେବା କମ୍ଲେକ୍ସରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

June 10th, 01:07 pm

ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ଏହି କ୍ଷେତ୍ରର ସାଂସଦ ମୋର ବରିଷ୍ଠ ସାଥୀ, ଶ୍ରୀମାନ ସି ଆର ପାଟିଲ, ଏଠାରେ ଉପସ୍ଥିତ ଗୁଜରାଟ ସରକାରଙ୍କ ଅନ୍ୟ ମନ୍ତ୍ରୀ ମହୋଦୟ, ବିଧାୟକ, ନିରାଲୀ ମେମୋରିଆଲ ମେଡିକାଲ ଟ୍ରଷ୍ଟର ପ୍ରତିଷ୍ଠାତା ଏବଂ ଚେୟାରମାନ ଶ୍ରୀ ଏ. ଏମ ନାଏକ ଜୀ, ଟ୍ରଷ୍ଟୀ ଶ୍ରୀ ଭାଇ ଜିଗ୍ନେଶ ନାୟକ ଜୀ, ଏଠାରେ ଉପସ୍ଥିତ ସମସ୍ତ ମହାନୁଭବ, ମହିଳାମାନେ ଏବଂ ଭଦ୍ର ଲୋକମାନେ! ଆଜି ଆପଣ ପ୍ରଥମେ ଇଂରାଜୀରେ ଶୁଣିଲେ, ପରେ ଗୁଜରାଟୀ, ବର୍ତ୍ତମାନ ହିନ୍ଦୀ ଯେପରି ଛାଡ଼ି ନ ଯାଏ ତେବେ ମୁଁ ହିନ୍ଦୀରେ କହୁଛି ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏ. ଏମ. ନାଏକ ସ୍ୱାସ୍ଥ୍ୟ ଯତ୍ନ ପରିସର ଓ ନୀରାଲି ବହୁମୁଖୀ ସ୍ୱତନ୍ତ୍ର ଯତ୍ନ ହସ୍ପିଟାଲ ନବସାରୀରେ ଉଦଘାଟିତ

June 10th, 01:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଏ. ଏମ. ନାଏକ ସ୍ୱାସ୍ଥ୍ୟ ଯତ୍ନ ପରିସର ଓ ନିରାଲୀ ବହୁମୁଖୀ ସ୍ୱତନ୍ତ୍ର ସେବା ଯତ୍ନ ହସ୍ପିଟାଲକୁ ନବସାରୀ ଠାରେ ଉଦଘାଟନ କରିଛନ୍ତି । ସେ ମଧ୍ୟ ଆଭାସୀ ମାଧ୍ୟମରେ ଖରେଲ ଶିକ୍ଷା ପରିସରର ଉଦଘାଟନ କରିଛନ୍ତି । ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ ।

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ କଚ୍ଛରେ ଆୟୋଜିତ ଏକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 08th, 06:03 pm

ମୁଁ ଆପଣ ସମସ୍ତଙ୍କୁ, ଦେଶର ସମସ୍ତ ମହିଳାଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସର ଅନେକ ଅନେକ ଶୁଭେଚ୍ଛା ଜଣାଉଛି । ଏହି ଅବସରରେ ଆପଣମାନଙ୍କ ପରି ଦେଶର ମହିଳା ସନ୍ଥ ଏବଂ ସାଧ୍ୱୀମାନଙ୍କ ଦ୍ୱାରା ଏହି ଅଭିନବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ।

ଆନ୍ତର୍ଜାତିକ ମହିଳା ଦିବସ ଅବସରରେ କଚ୍ଛଠାରେ ଆୟୋଜିତ ଆଲୋଚନାଚକ୍ରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

March 08th, 06:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର କଚ୍ଛଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ଆୟୋଜିତ ଏକ ଆଲୋଚନାଚକ୍ରକୁ ଭିଡିଓ କନଫରେନ୍ସିଂ ଯୋଗେ ସମ୍ବୋଧିତ କରିଛନ୍ତି ।

ବିଭିନ୍ନ ଜିଲ୍ଲାର ଡିଏମଙ୍କ ସହିତ କଥାବାର୍ତ୍ତା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

January 22nd, 12:01 pm

ଜିଲ୍ଲାପାଳମାନେ ବିଭିନ୍ନ ସୁଧାର ସୂଚକାଙ୍କର ଉଦାହରଣ ଦେଇ ସେମାନଙ୍କର ଜିଲ୍ଲାର ଉନ୍ନତିକରଣ ସମ୍ପର୍କରେ ନିଜର ଅନୁଭୂତି ବଖାଣିଥିଲ । ଜିଲ୍ଲାପାଳମାନେ ଗ୍ରହଣ କରିଥିବା ପ୍ରମୁଖ ପଦକ୍ଷେପ ଜିଲ୍ଲାସ୍ତରରେ କିଭଳି ସଫଳତା ହାସଲ କରିଛି ଏବଂ ଏହାକୁ କାର୍ଯ୍ୟକାରୀ କରିବା ସମୟରେ ସେମାନେ କେଉଁ ଭଳି ବାଧାର ସମ୍ମୁଖିନ ହୋଇଛନ୍ତି ସେ ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଭୂତି ଖୋଲାଖୋଲି ଭାବେ ପ୍ରକାଶ କରିବା ଲାଗି ପ୍ରଧାନମନ୍ତ୍ରୀ ସବୁ ଜିଲ୍ଲାପାଳମାନଙ୍କୁ କହିଥିଲେ।

ପ୍ରମୁଖ ସରକାରୀ ଯୋଜନାର କାର୍ଯ୍ୟକାରିତାକୁ ନେଇ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

January 22nd, 11:59 am

ଜିଲ୍ଲାପାଳମାନେ ବିଭିନ୍ନ ସୁଧାର ସୂଚକାଙ୍କର ଉଦାହରଣ ଦେଇ ସେମାନଙ୍କର ଜିଲ୍ଲାର ଉନ୍ନତିକରଣ ସମ୍ପର୍କରେ ନିଜର ଅନୁଭୂତି ବଖାଣିଥିଲ । ଜିଲ୍ଲାପାଳମାନେ ଗ୍ରହଣ କରିଥିବା ପ୍ରମୁଖ ପଦକ୍ଷେପ ଜିଲ୍ଲାସ୍ତରରେ କିଭଳି ସଫଳତା ହାସଲ କରିଛି ଏବଂ ଏହାକୁ କାର୍ଯ୍ୟକାରୀ କରିବା ସମୟରେ ସେମାନେ କେଉଁ ଭଳି ବାଧାର ସମ୍ମୁଖିନ ହୋଇଛନ୍ତି ସେ ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଭୂତି ଖୋଲାଖୋଲି ଭାବେ ପ୍ରକାଶ କରିବା ଲାଗି ପ୍ରଧାନମନ୍ତ୍ରୀ ସବୁ ଜିଲ୍ଲାପାଳମାନଙ୍କୁ କହିଥିଲେ।

'ଆଜାଦୀ କେ ଅମୃତ ମହୋତ୍ସବ ସେ ସ୍ୱର୍ଣ୍ଣିମ ଭାରତ କେ ଔର’ କାର୍ଯ୍ୟକ୍ରମର ଜାତୀୟ ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଉଦ୍‌ବୋଧନ

January 20th, 10:31 am

କାର୍ଯ୍ୟକ୍ରମରେ ଆମ ସହ ଆଜି ଏଠାରେ ଉପସ୍ଥିତ ଥିବା ଲୋକସଭାର ଅଧ୍ୟକ୍ଷ ଶ୍ରୀ ଓମ୍‌ ବିରଳା ଜୀ, ରାଜସ୍ଥାନର ରାଜ୍ୟପାଳ ଶ୍ରୀ କଲରାଜ ମିଶ୍ର ଜୀ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଶ୍ରୀମାନ୍‌ ଅଶୋକ ଗେହଲଟଜୀ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସାଥୀ ଶ୍ରୀ କିଶନ ରେଡ୍ଡୀଜ ଜୀ, ଭୂପେନ୍ଦର ଯାଦବ ଜୀ, ଅର୍ଜୁନ ରାମ ମେଘୱାଲ ଜୀ, ପୁରୁଷୋତ୍ତମ ରୂପାଲା ଜୀ, ଏବଂ ଶ୍ରୀ କୈଳାଶ ଚୌଧୁରୀ ଜୀ, ରାଜସ୍ଥାନ ବିଧାନସଭାର ବିରୋଧୀ ଦଳ ନେତା ଶ୍ରୀ ଗୁଲାବଚନ୍ଦ କଟାରିୟା ଜୀ, ବ୍ରହ୍ମାକୁମାରୀମାନଙ୍କ କାର୍ଯ୍ୟକାରୀ ସଂପାଦକ ରାଜଯୋଗୀ ମୃତ୍ୟୁଞ୍ଜୟ ଜୀ, ରାଜଯୋଗିନୀ ଭଉଣୀ ମୋହିନୀ ଜୀ, ଭଉଣୀ ଚନ୍ଦ୍ରିକା ଜୀ, ବ୍ରହ୍ମାକୁମାରୀ ସଂଗଠନର ଅନ୍ୟ ସମସ୍ତ ଭଉଣୀ, ଏବଂ ସଜ୍ଜନମଣ୍ଡଳୀ ତଥା ଏଠାରେ ଉପସ୍ଥିତ ଥିବା ସକଳ ସାଧକ- ସାଧିକାବୃନ୍ଦ!

ଜାତୀୟ ସ୍ତରରେ ‘ଆଜାଦୀ କେ ଅମୃତ ମହୋତ୍ସବ ସେ ସ୍ୱର୍ଣ୍ଣିମ ଭାରତ କେ ଔର୍‌’ ସମାରୋହର ଶୁଭାରମ୍ଭ ଅବସରରେ ଦୀକ୍ଷାନ୍ତ ଭାଷଣ ଦେଲେ ପ୍ରଧାନମନ୍ତ୍ରୀ

January 20th, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ସ୍ତରରେ ‘ଆଜାଦୀ କେ ଅମୃତ ମହୋତ୍ସବ ସେ ସ୍ୱର୍ଣ୍ଣିମ ଭାରତ କେ ଔର୍‌’ ସମାରୋହର ଶୁଭାରମ୍ଭ ଅବସରରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଛନ୍ତି । ସେ ମଧ୍ୟ ବ୍ରହ୍ମା କୁମାରିଜ୍‌ ସଂସ୍ଥାର ସାତଟି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଲୋକସଭା ବାଚସ୍ପତି ଶ୍ରୀ ଓମ୍‌ ବିର୍ଲା, ରାଜସ୍ଥାନ ରାଜ୍ୟପାଳ ଶ୍ରୀ କଲରାଜ ମିଶ୍ରା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀ ଅଶୋକ ଗେହଲଟ, ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡୀ, ଶ୍ରୀ ଭୂପେନ୍ଦର ଯାଦବ, ଶ୍ରୀ ଅର୍ଜ୍ଜୁନ ରାମ ମେଘୱାଲ, ଶ୍ରୀ ପୁରୁଷୋତ୍ତମ ରୂପାଲା ଏବଂ ଶ୍ରୀ କୈଳାସ ଚୌଧୁରୀ ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।

ଛତିଶଗଡର ରାୟପୁରରେ ବିଶେଷ ଗୁଣସମ୍ପନ୍ନ ୩୫ କିସମ ଫସଲର ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

September 28th, 11:01 am

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାର ମହୋଦୟ, ଛତିଶଗଡର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେଶ ବାଘେଲ ମହୋଦୟ, ମନ୍ତ୍ରୀମଣ୍ଡଳରେ ମୋର ଅନ୍ୟ ସହକର୍ମୀ ଶ୍ରୀ ପୁରୁଷୋତମ ରୁପାଲା ମହୋଦୟ, ଶ୍ରୀ କୈଳାଶ ଚୌଧୁରୀ ମହୋଦୟ, ଭଉଣୀ ଶୋଭା, ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ମହୋଦୟ, ବିରୋଧୀ ଦଳ ନେତା ଶ୍ରୀ ଧର୍ମ ଲାଲ କୌଶିକ ମହୋଦୟ, କୃଷି ଶିକ୍ଷା ସହ ଜଡିତ ସମସ୍ତ କୂଳପତି, ନିର୍ଦ୍ଦେଶକ, ବୈଜ୍ଞାନିକ ସାଥୀ ଏବଂ ମୋର ପ୍ରିୟ କୃଷକ ଭାଇ ଓ ଭଉଣୀମାନେ!

ସ୍ୱତନ୍ତ୍ର ଗୁଣବତ୍ତା ସମ୍ପନ୍ନ ୩୫ପ୍ରଜାତିର ଶସ୍ୟକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ

September 28th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱତନ୍ତ୍ର ଗୁଣବତ୍ତା ସମ୍ପନ୍ନ ୩୫ଟି ବିଭିନ୍ନ ପ୍ରଜାତିର ଶସ୍ୟକୁ ଆଜି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ସମାରୋହରେ ଶ୍ରୀ ମୋଦୀ ନବନିର୍ମିତ ରାୟପୁର ସ୍ଥିତ ଜାତୀୟ ବାୟୋଟିକ ଷ୍ଟ୍ରେସ ମ୍ୟାନେଜମେଂଟ ପ୍ରତିଷ୍ଠାନକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କୃଷି ବିଶ୍ୱବିଦ୍ୟାଳୟ ଗୁଡିକୁ ଗ୍ରୀନ୍ କ୍ୟାମ୍ପସ ସମ୍ମାନ ମଧ୍ୟ ପ୍ରଦାନ କରିଥିଲେ । ନୂଆ ନୂଆ ପଦ୍ଧତି ଅନୁସରଣ କରୁଥିବା ଚାଷୀମାନଙ୍କ ସହ ମତ ବିନିମୟ କରିବା ଲାଗି ସେ ସମବେତ ଜନତାଙ୍କୁ ମଧ୍ୟ ଉଦ୍‌ବୋଧନ ଦେଇଥିଲେ ।

୭୫ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟର ପ୍ରମୁଖ ବିଷୟ

August 15th, 03:02 pm

ଆଜାଦୀ କା ଅମୃତ ମହୋତ୍ସବ, ୭୫ତମ ସ୍ୱାଧୀନତା ଦିବସ ଅବସରରେ ଆପଣ ସମସ୍ତଙ୍କୁ ଏବଂ ସମଗ୍ର ବିଶ୍ୱରେ ଭାରତକୁ ତଥା ଗଣତନ୍ତ୍ରକୁ ଭଲ ପାଉଥିବା ସମସ୍ତ ବ୍ୟକ୍ତିଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ।

୭୫ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ

August 15th, 07:38 am

ସ୍ୱାଧୀନତାର ଅମୃତ ମହୋତ୍ସବ, ୭୫ତମ ସ୍ୱାଧୀନତା ଦିବସ ଅବସରରେ ଆପଣମାନଙ୍କୁ, ସମସ୍ତଙ୍କୁ ଏବଂ ବିଶ୍ୱବ୍ୟାପୀ ଭାରତକୁ ଶ୍ରଦ୍ଧା କରୁଥିବା, ଲୋକତନ୍ତ୍ରକୁ ଭଲ ପାଉଥିବା ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ।

ଭାରତ 75 ତମ ସ୍ୱାଧୀନତା ଦିବସ ପାଳନ କରିଛି

August 15th, 07:37 am

ଭାରତ 75ତମ ସ୍ୱାଧୀନତା ଦିବସ ପାଳନ କରିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲାଲକିଲ୍ଲା ପ୍ରାଚୀରରୁ ଦେଶକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସରକାରଙ୍କ ସଫଳତାର ତାଲିକା ଉଲ୍ଲେଖ କରିଛନ୍ତି ଏବଂ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ସେ ତାଙ୍କର ଲୋକପ୍ରିୟ ସ୍ଲୋଗାନ ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସରେ ଯୋଗ କରିଛନ୍ତି ସବକା ପ୍ରୟାସ ।

‘ଆତ୍ମନିର୍ଭର ନାରୀଶକ୍ତି ସେ ସମ୍ବାଦ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

August 12th, 12:32 pm

ଏବେ ଯେତେବେଳେ ମୁଁ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡ଼ିତ ଭଉଣୀମାନଙ୍କ ସହିତ କଥା ହେଉଥିଲି, ସେତେବେଳେ ସେମାନଙ୍କ ଆତ୍ମବିଶ୍ୱାସ ମୁଁ ଅନୁଭବ କରୁଥିଲି, ଆପଣମାନେ ମଧ୍ୟ ଦେଖିଥିବେ, ସେମାନଙ୍କ ମଧ୍ୟରେ ଆଗକୁ ବଢ଼଼ିବା ପାଇଁ କିପରି ଲାଳସା ରହିଛି, କିଛି କରିବା ପାଇଁ କିପରି ଉତ୍ସାହ ରହିଛି, ଏହା ବାସ୍ତବରେ ଆମ ସମସ୍ତଙ୍କ ପାଇଁ ହେଉଛି ପ୍ରେରଣାଦାୟୀ। ଏହାଦ୍ୱାରା ଆମେ ସାରା ଦେଶରେ ଚାଲୁ ରହିଥିବା ନାରୀଶକ୍ତିଙ୍କ ସଶକ୍ତ ଆନ୍ଦୋଳନର ଦର୍ଶନ ହୋଇଥାଏ।

ପ୍ରଧାନମନ୍ତ୍ରୀ ‘ଆତ୍ମର୍ନିଭର ନାରୀଶକ୍ତି ସେ ସମ୍ବାଦ'ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ କଥାବାର୍ତ୍ତା କରିଛନ୍ତି

August 12th, 12:30 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ଆତ୍ମର୍ନିଭର ନାରୀଶକ୍ତି ସେ ସମ୍ବାଦ' ରେ ଅଂଶଗ୍ରହଣ କରିଛନ୍ତି ଏବଂ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା – ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଡିଏୱାଇ-ଏନ୍‍ଆରଏଲ୍‍ଏମ୍‍) ସହ ଜଡିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‍ଏଚ୍‍ଜି) ସଦସ୍ୟମାନଙ୍କ ସହିତ ଆଲୋଚନା କରିଛନ୍ତି।ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୃଷି ଜୀବିକାର ସର୍ବଭାରତୀୟକରଣ ଉପରେ ଏକ ପୁସ୍ତିକା ସହିତ ଦେଶର ବିଭିନ୍ନ ସ୍ଥାନରୁ ମହିଳା ଏସଏଚଜି ସଦସ୍ୟଙ୍କ ସଫଳତାର କାହାଣୀର ଏକ ସଂକଳନ ଉନ୍ମୋଚନ କରିଛନ୍ତି ।

Once farmers of India become strong & their incomes increase, the mission against malnutrition will also garner strength: PM Modi

October 16th, 11:01 am

PM Modi released a commemorative coin of Rs 75 denomination, as a testament to India’s long-standing relationship with FAO. The PM also dedicated to the nation 17 newly developed biofortified varieties of 8 crops. PM Modi spoke at length about India’s commitment to ensuring Food Security Act translated into practice during coronavirus, emphasised the importance of MSP and government purchase for ensuring food security.

PM Modi releases commemorative coin to mark 75th anniversary of Food and Agriculture Organisation

October 16th, 11:00 am

PM Modi released a commemorative coin of Rs 75 denomination, as a testament to India’s long-standing relationship with FAO. The PM also dedicated to the nation 17 newly developed biofortified varieties of 8 crops. PM Modi spoke at length about India’s commitment to ensuring Food Security Act translated into practice during coronavirus, emphasised the importance of MSP and government purchase for ensuring food security.

କୃଷି କ୍ଷେତ୍ର, ଆମର କୃଷକ, ଆମର ଗ୍ରାମଗୁଡ଼ିକ ହେଉଛି ଆତ୍ମନିର୍ଭର ଭାରତର ମୂଳଦୁଆ: ମନ କି ବାତ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ

September 27th, 11:00 am

କାହାଣୀ, ଲୋକଙ୍କ ଭିତରେ ଥିବା ସୃଜନଶୀଳ ଏବଂ ସମ୍ବେଦନଶୀଳ ବିଭବକୁ ସାମନାକୁ ଆଣେ, ଏହାର ପରିସ୍ଫୁଟନ କରାଏ । କାହାଣୀର ଶକ୍ତିକୁ ଅନୁଭବ କରିବାକୁ ହେଲେ ଜଣେ ମାଆ ତାର ଛୁଆକୁ ଶୁଆଇବା ପାଇଁ ବା ଖୁଆଇବା ପାଇଁ କାହାଣୀ ଶୁଣାଉଥିବା ସମୟରେ ଲକ୍ଷ୍ୟ କରନ୍ତୁ । ମୁଁ ନିଜ ଜୀବନର ଏକ ସୁଦୀର୍ଘ ସମୟ ଜଣେ ପରିବ୍ରାଜକ ଭାବରେ ଅତିବାହିତ କରିଛି । ବୁଲିବା ହିଁ ଥିଲା ମୋର ଜୀବନ । ପ୍ରତ୍ୟେକ ଦିନ ଗୋଟିଏ ନୂଆ ଗାଁ, ନୂଆ ଲୋକ, ନୂଆ ପରିବାର, କିନ୍ତୁ ମୁଁ ଯେତେବେଳେ ଲୋକଙ୍କ ଘରକୁ ଯାଉଥିଲି, ସେତେବେଳେ ତାଙ୍କ ପରିବାରର ଛୋଟ ଛୋଟ ପିଲାମାନଙ୍କ ସହିତ ନିଶ୍ଚୟ କଥା ହେଉଥିଲି । ବେଳେବେଳେ ସେମାନଙ୍କୁ କହୁଥିଲି – ଚାଲ, ଆଜି ମୋତେ ଗୋଟିଏ ଗପ ଶୁଣାଅ । କିନ୍ତୁ ମୋତେ ସେତେବେଳେ ଆଶ୍ଚର୍ଯ୍ୟ ଲାଗୁଥିଲା, ଯେତେବେଳେ ପିଲାଏ କହୁଥିଲେ, – ନା ଅଙ୍କଲ୍, କାହାଣୀ ନୁହେଁ, ଆମେ ଆପଣଙ୍କୁ ହସକଥା ଶୁଣେଇବୁ । ଆଉ, ମୋତେ ବି ସେମାନେ ହସକଥା ଶୁଣେଇବାକୁ ଅନୁରୋଧ କରୁଥିଲେ । ଏହାର ଅର୍ଥ – କାହାଣୀ ସହିତ ସେମାନଙ୍କର କୌଣସି ପରିଚୟ ନ ଥିଲା । ପ୍ରାୟତଃ, ସେମାନଙ୍କର ଜୀବନ ହସକଥା ଭିତରେ ହିଁ ସୀମିତ ହୋଇଯାଇଥିଲା ।

ଆସନ୍ତା ସେପ୍ଟେମ୍ବର ପୋଷଣ ମାସଭାବେ ପାଳିତ ହେବ; ଏହି ମାସକୁ ଗଣପୁଷ୍ଟିସାଧନ ସଚେତନତା ଦିଗରେ ବିନିଯୋଗ କରାଯିବ : ପ୍ରଧାନମନ୍ତ୍ରୀ

August 30th, 03:46 pm

ଆସନ୍ତା ସେପ୍ଟେମ୍ବର ମାସଟିକୁ ପୋଷଣ ମାସଭାବେ ପାଳନ କରାଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (30.08.2020) ତାଙ୍କର ମନ୍‌କୀ ବାତ୍‌ ରେଡିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବା ଅବସରରେ ଏହା କହିଛନ୍ତି । ଉଭୟ ରାଷ୍ଟ୍ର ଓ ପୁଷ୍ଟିସାଧନ ଅତି ନିବିଡଭାବେ ଜଡିତ । ତେଣୁ ପୁଷ୍ଟିସାଧନକୁ ଗୁରୁତ୍ୱ ଦେଇ ଗଣସଚେତନତା ସୃଷ୍ଟି ପାଇଁ ଏହି ମାସରେ ଉଦ୍ୟମ କରାଯିବ । ‘ଯଥା ଅନ୍ନମ୍‌ ତଥା ମନ୍ନମ୍‌’ ଉକ୍ତି ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମାନସିକ ଏବଂ ବୌଦ୍ଧିକ ବିକାଶ ଆମେ ଗ୍ରହଣ କରୁଥିବା ଖାଦ୍ୟର ମାନ ଉପରେ ସିଧାସଳଖ ନିର୍ଭର କରେ । ପିଲା ଓ ବିଦ୍ୟାର୍ଥୀଙ୍କ ପାଇଁ ପୁଷ୍ଟିସାଧନ ଓ ଯତ୍ନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାଦ୍ୱାରା ସେମାନେ ନିଜ ଦକ୍ଷତାର ସର୍ବାଧିକ ବିନିଯୋଗ କରିବାକୁ ସମର୍ଥ ହୋଇଥାନ୍ତି । ସେ କହିଛନ୍ତି ଶିଶୁମାନଙ୍କ ଉତ୍ତମ ପରିପୋଷଣ ପାଇଁ ମା’ ମଧ୍ୟ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ଓ ପରିବେଶର ସୁଯୋଗ ପାଇବା ଉଚିତ । ପୁଷ୍ଟିସାଧନର ଅର୍ଥ କେବଳ ଲୁଣ, ଭିଟାମିନ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଉପାଦାନ ଖାଇବାକୁ ବୁଝାଏ ନାହିଁ ; ଏହା ଏକ ବ୍ୟାପକ ବିଷୟ ବୋଲି ସେ ଉଲ୍ଲେଖ କରିଛନ୍ତି ।