କେନ୍ଦ୍ରୀୟ କ୍ଷେତ୍ର ଉପଯୋଜନା ‘‘ପ୍ରଧାନମନ୍ତ୍ରୀ ମତ୍ସ୍ୟ କିଷାନ୍ ସମୃଦ୍ଧି ସହ-ଯୋଜନା(ପିଏମ-ଏମକେଏସଏସୱାଇ)’’କୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି
February 08th, 08:58 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏକ କେନ୍ଦ୍ରୀୟ କ୍ଷେତ୍ର ଉପ-ଯୋଜନା ପ୍ରଧାନମନ୍ତ୍ରୀ ମତ୍ସ୍ୟ କିଷାନ ସମୃଦ୍ଧି ସହ-ଯୋଜନାକୁ ଅନୁମୋଦନ କରାଯାଇଛି । ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା (ପିଏମଏମଏସୱାଇ) ଅଧୀନରେ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୨୦୨୩-୨୪ ଆର୍ଥିକ ବର୍ଷରୁ ୨୦୨୬-୨୭ ଆର୍ଥିକ ବର୍ଷ ମଧ୍ୟରେ ଏହି ଉପଯୋଜନାକୁ କାର୍ଯ୍ୟକାରୀ କରାଯିବ । ମତ୍ସ୍ୟ ଚାଷ କ୍ଷେତ୍ରକୁ ଆନୁଷ୍ଠାନିକ ରୂପ ଦେବା ଏବଂ ମତ୍ସ୍ୟ ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ସହାୟତା ପ୍ରଦାନ କରିବା ଲାଗି ଆଗାମୀ ଚାରି ବର୍ଷରେ ଏହି ଯୋଜନାରେ ୬,୦୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ପାଇଁ ଲକ୍ଷ୍ୟ ରଖାଯାଇଛି ।