"ପ୍ରଧାନମନ୍ତ୍ରୀ ରୁଷିଆରେ ପିସ୍କାର୍ଭସ୍କୋୟୀ ସମାଧିସ୍ଥଳ ପରିଦର୍ଶନ କଲେ "
June 01st, 02:22 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷରେ ପିସ୍କାର୍ଭସ୍କୋୟୀ ସମାଧିସ୍ଥଳ ପରିଦର୍ଶନ କଲେ । ସେଠାରେ ସେ ଲେନିନଗ୍ରାଡ ଅବରୋଧ ସମୟରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ।ଜର୍ମାନୀ, ସ୍ପେନ୍, ରୁଷ ଏବଂ ଫ୍ରାନ୍ସ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି
May 28th, 04:46 pm
ଜର୍ମାନୀ, ସ୍ପେନ୍, ରୁଷ ଏବଂ ଫ୍ରାନ୍ସ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପୂର୍ଣ୍ଣ ବିବୃତି ନିମ୍ନରେ ଦିଆଗଲା “ଚତୁର୍ଥ ଭାରତ-ଜର୍ମାନୀ ଆନ୍ତଃସରକାର ଆଲୋଚନା (ଆଇଜିସି) କାର୍ଯ୍ୟକ୍ରମ ଲାଗି ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲଙ୍କ ନିମନ୍ତ୍ରଣ କ୍ରମେ ମେ’ 29ରୁ 30 ତାରିଖ ପର୍ଯ୍ୟନ୍ତ ଜର୍ମାନୀ ଗସ୍ତରେ ଯିବି । ଭାରତ ଓ ଜର୍ମାନୀ ବୃହତ ଗଣତନ୍ତ୍ର, ପ୍ରମୁଖ ଅର୍ଥବ୍ୟବସ୍ଥା ଏବଂ ଆଂଚଳିକ ତଥା ଜାଗତିକ ବ୍ୟାପାରରେ ମହତ୍ୱପୂର୍ଣ୍ଣ ରାଷ୍ଟ୍ର । ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ବିଶ୍ୱ ଶାନ୍ତି ପାଇଁ ଏକ ଉନ୍ମୁକ୍ତ, ସମାବେଶୀ ତଥା ନିୟମ ଆଧାରିତ ପ୍ରତିବଦ୍ଧତା ଉପରେ ଆମର ରଣନୈତିକ ଭାଗିଦାରୀ ଆଧାରିତ । ଆମର ବିକାଶ କାର୍ଯ୍ୟକ୍ରମରେ ଜର୍ମାନୀ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଏବଂ ଭାରତର ରୂପାନ୍ତରଣ ଲାଗି ମୋର ଲକ୍ଷ୍ୟ ସହିତ ଜର୍ମାନୀର ଦକ୍ଷତା ମେଳ ଖାଉଛି ।