ବହୁମୁଖୀ ସଂଯୋଗୀକରଣ ପାଇଁ ପିଏମ ଗତିଶକ୍ତି ନ୍ୟାସନାଲ ମାଷ୍ଟର ପ୍ଲାନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭାଷଣର ମୂଳପାଠ
October 13th, 11:55 am
କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହଯୋଗୀ ଶ୍ରୀ ନୀତିନ ଗଡ଼କରୀ ଜୀ, ଶୀ ପିୟୁଷ ଗୋୟଲ ଜୀ, ଶ୍ରୀ ହରଦୀପ ସିଂ ପୁରୀ ଜୀ, ଶ୍ରୀ ସର୍ବାନନ୍ଦ ସୋନୱାଲ ଜୀ, ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜୀ, ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ, ଶ୍ରୀ ରାଜକୁମାର ଜୀ ଭିନ୍ନ-ଭିନ୍ନ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ, ଲେଫ୍ଟନାଣ୍ଟ ଗଭର୍ଣ୍ଣାଣ୍ଟ, ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ, ଉଦ୍ୟୋଗ ଜଗତର ସାଥୀ, ଅନ୍ୟ ମହାନୁଭବ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ ।ପିଏମ୍ ଗତିଶକ୍ତି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ
October 13th, 11:54 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବହୁମୁଖୀ ସଂଯୋଗୀକରଣ ମାଷ୍ଟର ପ୍ଳାନ ଆଜି(ତା୧୩-୧୦-୨୦୨୧) ନୂଆଦିଲ୍ଳୀଠାରେ ଉଦଘାଟନ କରିଛନ୍ତି । ଏଥିସହ ସେ ପ୍ରଗତି ମଇଦାନଠାରେ ନୂତନ ପ୍ରଦର୍ଶନୀ ପରିସରକୁ ମଧ୍ୟ ଉଦ୍ଘାଟନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ସର୍ବଶ୍ରୀ ନିତୀନ ଗଡକରୀ, ପୀୟୁଷ ଗୋୟଲ, ହରଦୀପ ସିଂପୁରୀ, ସର୍ବାନନ୍ଦ ସୋନୱାଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଅଶ୍ୱିନୀ ବୈଷ୍ଣବ, ଆରକେ ସିଂହ, ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ, ରାଜ୍ୟମନ୍ତ୍ରୀ ଓ ବିଶିଷ୍ଟ ଶିଳ୍ପପତିମାନେ ଏଥିରେ ଉପସ୍ଥିତ ଥିଲେ । ଶିଳ୍ପାନୁଷ୍ଠାନରୁ ଶ୍ରୀ କୁମାର ମଙ୍ଗଳମ୍ ବିରଳା (ଆଦିତ୍ୟ ବିରଳାଗ୍ରୁପ ଅଧ୍ୟକ୍ଷ) ଟ୍ରାକ୍ଟର ଓ ଚାଷୋପକରଣର ଅଧ୍ୟକ୍ଷ ଶ୍ରୀମତୀ ମଲ୍ଲିକା ଶ୍ରୀନିବାସନ, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ (ଟାଟା ଷ୍ଟିଲ) ଶ୍ରୀ ଟି.ଭି. ନରେନ୍ଦ୍ରନ୍, ଭାରତୀୟ ଶିଳ୍ପ ସଂଘର ସଭାପତି ତଥା ସିଭିଗୋର ସହ ପ୍ରତିଷ୍ଠାତା ଶ୍ରୀ ଦୀପକ ଗର୍ଗ ଏହି ଅବସରରେ ସେମାନଙ୍କ ମତାମତ ରଖିଥିଲେ ।କୋଚି-ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ ପାଇପଲାଇନ ଉତ୍ସର୍ଗ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 05th, 11:01 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ କୋଚି-ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ୍ ପାଇପ ଲାଇନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ଘଟଣା ‘ଏକ ରାଷ୍ଟ୍ର ଏକ ଗ୍ୟାସ୍ ଗ୍ରୀଡ’ ସ୍ଥାପନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟଭାବେ ପରିଗଣିତ ହୋଇଛି । ଏହି କାର୍ଯ୍ୟକ୍ରମରେ କର୍ଣ୍ଣାଟକ ଏବଂ କେରଳର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଗଣ ଏବଂ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଦିନଟି ଉଭୟ କେରଳ ଓ କର୍ଣ୍ଣାଟକ ରାଜ୍ୟବାସୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ । ଉଭୟ ରାଜ୍ୟ ଗୋଟିଏ ପ୍ରାକୃତିକ ଗ୍ୟାସ୍ ପାଇପ ଲାଇନ ଦ୍ୱାରା ସଂଯୁକ୍ତ ହୋଇଛନ୍ତି । ଏହି ପାଇପ ଲାଇନ ସଂପୃକ୍ତ ଦୁଇ ରାଜ୍ୟର ଅର୍ଥନୀତି ଅଭିବୃଦ୍ଧି ଉପରେ ଗଠନମୂଳକ ପ୍ରଭାବ ପକାଇବ । ସେ କହିଛନ୍ତି ଯେ ଗ୍ୟାସ୍ଭିତ୍ତିକ ଅର୍ଥନୀତିର ଦ୍ରୁତ ସଂପ୍ରସାରଣ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ପାଇଁ ଏକ ଅପରିହାର୍ଯ୍ୟ ଆବଶ୍ୟକତା । ସେଇଥିପାଇଁ ସରକାର ଏକ ରାଷ୍ଟ୍ର ଏକ ଗ୍ୟାସ୍ ଗ୍ରୀଡ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛନ୍ତି ।ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କୋଚି-ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ୍ ପାଇପ ଲାଇନ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ
January 05th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ କୋଚି-ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ୍ ପାଇପ ଲାଇନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ଘଟଣା ‘ଏକ ରାଷ୍ଟ୍ର ଏକ ଗ୍ୟାସ୍ ଗ୍ରୀଡ’ ସ୍ଥାପନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟଭାବେ ପରିଗଣିତ ହୋଇଛି । ଏହି କାର୍ଯ୍ୟକ୍ରମରେ କର୍ଣ୍ଣାଟକ ଏବଂ କେରଳର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଗଣ ଏବଂ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଦିନଟି ଉଭୟ କେରଳ ଓ କର୍ଣ୍ଣାଟକ ରାଜ୍ୟବାସୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ । ଉଭୟ ରାଜ୍ୟ ଗୋଟିଏ ପ୍ରାକୃତିକ ଗ୍ୟାସ୍ ପାଇପ ଲାଇନ ଦ୍ୱାରା ସଂଯୁକ୍ତ ହୋଇଛନ୍ତି । ଏହି ପାଇପ ଲାଇନ ସଂପୃକ୍ତ ଦୁଇ ରାଜ୍ୟର ଅର୍ଥନୀତି ଅଭିବୃଦ୍ଧି ଉପରେ ଗଠନମୂଳକ ପ୍ରଭାବ ପକାଇବ । ସେ କହିଛନ୍ତି ଯେ ଗ୍ୟାସ୍ଭିତ୍ତିକ ଅର୍ଥନୀତିର ଦ୍ରୁତ ସଂପ୍ରସାରଣ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ପାଇଁ ଏକ ଅପରିହାର୍ଯ୍ୟ ଆବଶ୍ୟକତା । ସେଇଥିପାଇଁ ସରକାର ଏକ ରାଷ୍ଟ୍ର ଏକ ଗ୍ୟାସ୍ ଗ୍ରୀଡ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛନ୍ତି ।କୋଚି – ମାଙ୍ଗାଲୁରୁ ପ୍ରାକୃତିକ ବାଷ୍ପ ପାଇପଲାଇନକୁ ଜାନୁଆରୀ 5ରେ ରାଷ୍ଟ୍ରକୁ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ
January 03rd, 02:29 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜାନୁଆରୀ 5, 2021 ଦିନ 11 ଟା ସମୟରେ କୋଚି – ମାଙ୍ଗାଲୁରୁ ପ୍ରାକୃତିକ ବାଷ୍ପ ପାଇପଲାଇନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି କାର୍ଯ୍ୟକ୍ରମ ‘ୱାନ ନେସନ ୱାନ ଗ୍ୟାସ ଗ୍ରୀଡ’ ସୃଷ୍ଟି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଏହି ଅବସରରେ କର୍ଣ୍ଣାଟକ ଏବଂ କେରଳର ରାଜ୍ୟପାଳ ତଥା ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ମଧ୍ୟ ଯୋଗଦେବେ ।