ସେଣ୍ଟ ଲୁସିଆର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ
November 21st, 10:13 am
ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦ ନଭେମ୍ବରରେ ସେଣ୍ଟ ଲୁସିଆର ପ୍ରଧାନମନ୍ତ୍ରୀ ଶ୍ରୀ ଫିଲିପ୍ ଜେ. ପିଏରେଙ୍କ ସହ ଆଲୋଚନା କରିଥିଲେ ।ପ୍ରଧାନମନ୍ତ୍ରୀଙ୍କୁ ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନ
November 21st, 05:39 am
ଡୋମିନିକାର ରାଷ୍ଟ୍ରପତି ସିଲ୍ଭେନି ବ୍ରୁଟୋନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ କୋଭିଡ ୧୯ ମହାମାରୀ ସମୟରେ ଡୋମିନିକାକୁ ସମର୍ଥନ କରିବା ଏବଂ ଭାରତ ଓ ଡୋମିନିକା ସମ୍ପର୍କକୁ ସୁଦୃଢ଼ କରିବାରେ ତାଙ୍କର ପ୍ରତିବଦ୍ଧତା ପାଇଁ ସର୍ବୋଚ୍ଚ ଜାତୀୟ ପୁରସ୍କାର – “ଡୋମିନିକା ଆୱାର୍ଡ ଅଫ୍ ଅନର୍” ପ୍ରଦାନ କରିଛନ୍ତି । ଏହି ଅବସରରେ ଡୋମିନିକାର ପ୍ରଧାନମନ୍ତ୍ରୀ ଶ୍ରୀ ରୁଜଭେଲ୍ଟ ସ୍କେରିଟ୍ ମଧ୍ୟ ଉପସ୍ଥିତ ଥିଲେ । ଗୁୟାନାର ରାଷ୍ଟ୍ରପତି ଡ. ଇରଫାନ ଅଲି, ବାରବାଡୋସ୍ର ପ୍ରଧାନମନ୍ତ୍ରୀ ମିଆ ଅମୋର ମୋଟଲି. ଗ୍ରେନେଡାର ପ୍ରଧାନମନ୍ତ୍ରୀ ଶ୍ରୀ ଡିକ୍କନ ମିସେଲ୍, ସେଣ୍ଟ୍ ଲୁସିଆର ପ୍ରଧାନମନ୍ତ୍ରୀ ଫିଲିପ୍ ଜେ.ପିୟରେ ଏବଂ ଆଣ୍ଟିଗୁଆ ଓ ବାର୍ବୁଡାର ପ୍ରଧାନମନ୍ତ୍ରୀ ଗ୍ୟାସ୍ଟନ୍ ବ୍ରାଉନ ମଧ୍ୟ ଏହି ପୁରସ୍କାର ସମାରୋହରେ ଉପସ୍ଥିତ ଥିଲେ ।ଦ୍ଵିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 21st, 02:15 am
ମୋର ବନ୍ଧୁ ରାଷ୍ଟ୍ରପତି ଇରଫାନ ଅଲ୍ଲୀ ଏବଂ ପ୍ରଧାନମନ୍ତ୍ରୀ ଡ଼ିଙ୍କନ ମିଚେଲଙ୍କ ସହ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀର ଆୟୋଜନ କରି ମୁଁ ଅତ୍ୟନ୍ତ ଆନନ୍ଦିତ । ମୁଁ କାରିକମ୍ ପରିବାରର ସମସ୍ତ ସଦସ୍ୟଙ୍କୁ ହୃଦୟରୁ ସ୍ୱାଗତ କରୁଛି ଏବଂ ଏହି ଶିଖର ସମ୍ମିଳନୀର ଉତ୍ତମ ଆୟୋଜନ ପାଇଁ ରାଷ୍ଟ୍ରପତି ଇରଫାନ ଅଲ୍ଲୀଙ୍କୁ ବିଶେଷ ଭାବରେ ଧନ୍ୟବାଦ ଜଣାଉଛି ।ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀ
November 21st, 02:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଗ୍ରେନାଡା ର ପ୍ରଧାନମନ୍ତ୍ରୀ, ବର୍ତ୍ତମାନର କାରିକମ୍ ଅଧ୍ୟକ୍ଷ ମହାମହିମ ଶ୍ରୀ ଡିକନ୍ ମିଚେଲ, 20 ନଭେମ୍ବର 2024 ରେ ଜର୍ଜଟାଉନରେ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ । ଏହି ଶିଖର ସମ୍ମିଳନୀର ଆୟୋଜନ କରିଥିବାରୁ ପ୍ରଧାନମନ୍ତ୍ରୀ ଗୁୟାନା ରାଷ୍ଟ୍ରପତି ମହାମହିମ ଇରଫାନ ଅଲ୍ଲୀଙ୍କୁ ଧନ୍ୟବାଦ ଜଣାଇଥିଲେ । ୨୦୧୯ରେ ନ୍ୟୁୟର୍କରେ ପ୍ରଥମ ଭାରତ-କାରିକମ୍ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଗୁୟାନା ରାଷ୍ଟ୍ରପତି ଏବଂ ଗ୍ରେନାଡା ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଏହି ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ -