ବିଶ୍ୱ ଭିତ୍ତିଭୂମି ଓ ନିବେଶ ଏବଂ ଭାରତ-ମଧ୍ୟ-ପ୍ରାଚ୍ୟ-ୟୁରୋପ ଆର୍ଥିକ କରିଡର (ଆଇଏମଇସି) ପାଇଁ ଭାଗିଦାରୀ
September 09th, 09:40 pm
ନୂଆଦିଲ୍ଲୀରେ ୯ ସେପ୍ଟେମ୍ବର ୨୦୨୩ରେ ଜି-20 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି, ମହାମହିମ ଶ୍ରୀ ଜୋ ବାଇଡେନ୍ ବିଶ୍ୱ ଭିତ୍ତିଭୂମି ଏବଂ ନିବେଶ (ପିଜିଆଇଆଇ) ଏବଂ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ଥିକ କରିଡର (ଆଇଏମଇସି) ପାଇଁ ଭାଗିଦାରୀ ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମିଳିତ ଭାବେ ଅଧ୍ୟକ୍ଷତା କରିଥିଲେ ।ଗ୍ଲୋବାଲ ଇନଫ୍ରାଷ୍ଟ୍ରକଚର ଇନଭେଷ୍ଟମେଣ୍ଟ (ପିଜିଆଇଆଇ) ଏବଂ ଭାରତ ମଧ୍ୟ ପୂର୍ବ-ୟୁରୋପ ଅର୍ଥନୈତିକ କରିଡର ପାଇଁ ଭାଗିଦାରୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 09th, 09:27 pm
ଏହି ବିଶେଷ ଆୟୋଜନରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ସ୍ବାଗତ। ମୋର ମିତ୍ର ରାଷ୍ଟ୍ରପତି ଜୋ. ବାଇଡେନଙ୍କ ସହିତ ଏହି ଆୟୋଜନରେ ସହ ଅଧ୍ୟକ୍ଷତା କରିଥିବାରୁ ମୁଁ ଆନ୍ତରିକ ଖୁସୀ ଅନୁଭବ କରୁଛି। ଆଜି ଆମେ ସମସ୍ତେ ଗୋଟିଏ ମହତ୍ବପୂର୍ଣ୍ଣ ଐତିହାସିକ ବୁଝାମଣା ସମ୍ପନ୍ନ ହୋଇଥିବା ଦେଖୁଛୁ। ଆଗାମୀ ସମୟରେ ଏହା ଭାରତ, ପଶ୍ଚିମ ଏସିଆ ଏବଂ ୟୁରୋପ ମଧ୍ୟରେ ଅର୍ଥନୈତିକ ଏକୀକରଣର ପ୍ରଭାବଶାଳୀ ମାଧ୍ୟମ ହେବ। ଏହା ସମଗ୍ର ବିଶ୍ବରେ ସଂଯୋଗୀକରଣ ଏବଂ ବିକାଶକୁ ଏକୀକରଣର ଦିଗ ପ୍ରଦାନ କରିବ।