ଇଣ୍ଡିଆ ଟୁଡେ କନକ୍ଲେଭ୍ ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 18th, 11:17 pm

ଇଣ୍ଡିଆ ଟୁଡେ କନକ୍ଲେଭ୍ ସହିତ ସଂଶ୍ଳିଷ୍ଟ ସମସ୍ତ ମହାନୁଭବମାନଙ୍କୁ ମୋର ନମସ୍କାର । ଦେଶ- ବିଦେଶରୁ ଯେଉଁ ଦର୍ଶକ- ପାଠକ, ଡିଜିଟାଲ ମାଧ୍ୟମ ଆମ ସହିତ ଯୋଡ଼ି ହୋଇଛନ୍ତି, ସେମାନଙ୍କୁ ମଧ୍ୟ ଅଭିନନ୍ଦନ । ମୋତେ ଏହା ଦେଖି ଅତ୍ୟନ୍ତ ଖୁସି ଲାଗୁଛି ଯେ ଏହି କନକ୍ଲେଭ୍ ଯାହା ରଖାଯାଇଛି - ଦି ଇଣ୍ଡିଆ ମୁମେଣ୍ଟ୍ - ଅର୍ଥାତ୍ ଆଜି ବିଶ୍ୱର ବଡ଼ ବଡ଼ ଅର୍ଥନୀତିଜ୍ଞ, ବିଶ୍ଳେଷକ, ଚିନ୍ତକ ସମସ୍ତେ ଏଇ କଥା କହୁଛନ୍ତି ଏବଂ ସମ ସ୍ୱରରେ କହୁଛନ୍ତି “ଏହା ହେଉଛି ଭାରତର ସମୟ”। କିନ୍ତୁ ଯେତେବେଳେ ଇଣ୍ଡିଆ ଟୁଡେ ଗ୍ରୁପ୍ ଏହି ସକାରାତ୍ମକ ମାନସିକତା ଦେଖାଉଛନ୍ତି, ସେତେବେଳେ ଏହାର କିଛି ଅଧିକ ବିଶେଷତା ରହିଛି । ଏମିତିରେ ତ ମୁଁ ୨୦ ମାସ ପୂର୍ବରୁ ଲାଲକିଲ୍ଲାର ମଞ୍ଚ ଉପଯୁ କହିଥିଲା- ଏହା ହେଉଛି ଉପଯୁକ୍ତ ଅବସର, ଏହା ହେଉଛି ପ୍ରକୃଷ୍ଟ ସମୟ । କିନ୍ତୁ ସେହି ବାର୍ତ୍ତା ଏଠାରେ ପହଞ୍ଚôବାକୁ ୨୦ ମାସ ସମୟ ଲାଗିଗଲା । ସେଇ ଏକା ଭାବନା ଥିଲା – ଦିସ୍ ଇଜ୍ ଇଣ୍ଡିଆସ୍ ମୁମେଣ୍ଟ୍ ।

ଇଣ୍ଡିଆ ଟୁଡେ କନକ୍ଲେଭକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

March 18th, 08:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ହୋଟେଲ ତାଜ ପ୍ୟାଲେସରେ ଇଣ୍ଡିଆ ଟୁଡେ କନକ୍ଲେଭକୁ ସମ୍ବୋଧିତ କରିଛନ୍ତି।

'ମନ୍ କୀ ବାତ୍' ଜନ ଭାଗିଦାରୀର ପରିପ୍ରକାଶର ଏକ ଅଦ୍ଭୁତ ମାଧ୍ୟମ ପାଲଟିଛି: ପ୍ରଧାନମନ୍ତ୍ରୀ ମୋଦୀ

February 26th, 11:00 am

ଆପଣମାନଙ୍କର ମନେଥିବ, ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅର୍ଥାତ ଏକତା ଦିବସ ଅବସରରେ ‘ମନ୍ କି ବାତ୍‌’ରେ ଆମେ ତିନୋଟି ପ୍ରତିଯୋଗିତା କଥା କହିଥିଲୁ । ଏହି ପ୍ରତିଯୋଗିତାଗୁଡ଼ିକ ଦେଶଭକ୍ତି ଗୀତ ରଚନା, ନାନାବାୟା ଗୀତ ରଚନା ଏବଂ ରଙ୍ଗୋଲି ଅଙ୍କନ ଉପରେ ଆଧାରିତ ଥିଲା । ଏ କଥା କହିବାରେ ମୋତେ ଖୁସି ଲାଗୁଛି ଯେ, ସମଗ୍ର ଦେଶର ୭୦୦ରୁ ଅଧିକ ଜିଲ୍ଲାରୁ ୫ ଲକ୍ଷରୁ ଅଧିକ ଲୋକେ ଏଥିରେ ଉତ୍ସାହର ସହିତ ଅଂଶଗ୍ରହଣ କରିଛନ୍ତି । ପିଲା, ବୟସ୍କ ବ୍ୟକ୍ତି, ବରିଷ୍ଠ ଲୋକେ, ସମସ୍ତେ ଉତ୍ସାହର ସହିତ ଏଥିରେ ଅଂଶଗ୍ରହଣ କରି ୨୦ରୁ ଅଧିକ ଭାଷାରେ ନିଜର କୃତିମାନ ପଠାଇଛନ୍ତି । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଅଂଶ ଗ୍ରହଣକାରୀ ମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକେ ଜଣେ ଜଣେ ଚମ୍ପିଆନ୍‌, କଳାର ସାଧକ । ନିଜ ଦେଶର ବିବିଧତା ଏବଂ ସଂସ୍କୃତି ପ୍ରତି ଆପଣମାନଙ୍କ ହୃଦୟରେ କେତେ କେତେ ପ୍ରେମ ଭରି ରହିଛି, ତାହା ଆପଣମାନେ ଦର୍ଶାଇଛନ୍ତି ।

ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ୟୁପିଆଇ-ପେନାଓ ଲିଙ୍କେଜ୍ ର ଭର୍ଚୁଆଲ୍ ଶୁଭାରମ୍ଭରେ ଅଂଶଗ୍ରହଣ କରିଛନ୍ତି ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲି ସେନ୍ ଲୁଙ୍ଗ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

February 21st, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଶ୍ରୀ ଲି ସେନ୍ ଲୁଙ୍ଗ ଭାରତର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ଏବଂ ସିଙ୍ଗାପୁରର ପେନାଓ ମଧ୍ୟରେ ରିଅଲ୍ ଟାଇମ୍ ପେମେଣ୍ଟ ଲିଙ୍କେଜ୍ ର ଭର୍ଚୁଆଲ୍ ଶୁଭାରମ୍ଭରେ ଅଂଶଗ୍ରହଣ କରିଥିଲେ । ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସ ଏବଂ ସିଙ୍ଗାପୁରର ମନିଟାରୀ ଅଥରିଟୀର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରବି ମେନନ୍ ନିଜ ନିଜ ମୋବାଇଲ୍ ଫୋନ୍ ବ୍ୟବହାର କରି ପରସ୍ପର ମଧ୍ୟରେ ସୀମା ପାର ଅର୍ଥ କାରବାର କରିଥିଲେ ।

21 ଫେବୃଆରୀରେ ଦୁଇ ଦେଶ ମଧ୍ୟରେ ‘ରିୟଲ ଟାଇମ୍ ପେମେଣ୍ଟ ସିଷ୍ଟମ ଲିଙ୍କେଜ’ ର ଶୁଭାରମ୍ଭ ଅବସରରେ ଉପସ୍ଥିତ ରହିବେ ଭାରତ ଏବଂ ସିଙ୍ଗାପୁର ପ୍ରଧାନମନ୍ତ୍ରୀ

February 20th, 12:52 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଶ୍ରୀ ଲି ସିନ୍ ଲୁଙ୍ଗ ଭାରତର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ଏବଂ ସିଙ୍ଗାପୁରର ପେ ନାଓ ମଧ୍ୟରେ 21 ଫେବୃଆରୀ 2023 ସକାଳ 11 ଟା (ଆଇଏସଟି) ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କ୍ରସ ବର୍ଡ଼ର କନେକ୍ଟିଭିଟି ଶୁଭାରମ୍ଭ ଅବସରରେ ଉପସ୍ଥିତ ରହିବେ। ଏହି ଶୁଭାରମ୍ଭ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶ୍ରୀଯୁକ୍ତ ଶକ୍ତିକାନ୍ତ ଦାସ ଏବଂ ମନିଟାରି ଅଥୋରିଟି ଅଫ୍ ସିଙ୍ଗାପୁର (ଏମଏଏସ) ର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ରବି ମେନନ୍ କରିବେ ।