ଧନ୍ୱନ୍ତରୀ ଜୟନ୍ତୀ ଓ ନବମ ଆୟୁର୍ବେଦ ଦିବସ ଅବସରରେ ଅକ୍ଟୋବର ୨୯ରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ୧୨,୮୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ

October 28th, 12:47 pm

ଧନ୍ୱନ୍ତରୀ ଜୟନ୍ତୀ ଓ ନବମ ଆୟୁର୍ବେଦ ଦିବସ ଅବସରରେ ଅକ୍ଟୋବର ୨୯ ତାରିଖ ମଧ୍ୟାହ୍ନ ୧୨ଟା ୩୦ରେ ନୂଆଦିଲ୍ଲୀର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ଆୟୁର୍ବେଦ (ଏଆଇଆଇଏ)ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ୧୨,୮୫୦ କୋଟି ଟଙ୍କାର ବହୁମୁଖୀ ପ୍ରକଳ୍ପର ଶୁଭାରମ୍ଭ, ଉଦଘାଟନ ଏବଂ ଶିଳାନ୍ୟାସ କରିବେ ।

ସେପ୍ଟେମ୍ବର ୧୫ରୁ ୧୭ ମଧ୍ୟରେ ଝାଡ଼ଖଣ୍ଡ, ଗୁଜରାଟ ଓ ଓଡ଼ିଶା ଗସ୍ତ କରିବେ ପ୍ରଧାନମନ୍ତ୍ରୀ

September 14th, 09:53 am

ସେପ୍ଟେମ୍ବର ୧୫ ରେ ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡ ଗସ୍ତ କରିବେ ଏବଂ ପୂର୍ବାହ୍ନ ପ୍ରାୟ ୧୦ଟାରେ ଝାଡ଼ଖଣ୍ଡର ଟାଟାନଗର ଜଙ୍କସନ୍ ରେଳ ଷ୍ଟେସନରେ ଟାଟାନଗର-ପାଟନା ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ସେ ଝାଡ଼ଖଣ୍ଡର ଟାଟାନଗରରେ ୬୬୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିବା ସହ ୨୦ ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମ୍ଏୱାଇ-ଜି) ହିତାଧିକାରୀଙ୍କୁ ମଞ୍ଜୁରି ପତ୍ର ବଣ୍ଟନ କରିବେ।

୧୪୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ବିହାରର ଭିଟାଠାରେ ନ୍ୟୁ ସିଭିଲ ଏନକ୍ଲେଭ ର ବିକାଶ କୁ କ୍ୟାବିନେଟ ମଞ୍ଜୁରୀ

August 16th, 09:27 pm

16.08.2024 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ୧୪୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ବିହାରର ପାଟନାସ୍ଥିତ ଭିଟା ଠାରେ ଏକ ନୂତନ ସିଭିଲ ଏନକ୍ଲେଭ ର ବିକାଶ ପାଇଁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ)ର ପ୍ରସ୍ତାବକୁ ମଞ୍ଜୁର କରିଛି ।

ବିହାରର ଔରଙ୍ଗାବାଦରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 02nd, 03:00 pm

ବିହାରର ରାଜ୍ୟପାଳ ଶ୍ରୀମାନ ରାଜେନ୍ଦ୍ର ଅର୍ଲେକରଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ନୀତୀଶ କୁମାର ଜୀ ଏବଂ ଏଠାରେ ବସିଥିବା ସମସ୍ତ ବରିଷ୍ଠ ନେତା, ମୁଁ ସମସ୍ତଙ୍କ ନାମ ମନେ ପକାଉନାହିଁ କିନ୍ତୁ ମୁଁ ସମସ୍ତ ପୁରୁଣା ବନ୍ଧୁମାନଙ୍କୁ ଆଜିର ଏହି ମିଳନ ଏବଂ ଏତେ ସଂଖ୍ୟକ ସଂଖ୍ୟାରେ ଆପଣମାନେ ଏଠାକୁ ଆସିଥିବା ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ, ଜନତା ଜନାର୍ଦ୍ଦନଙ୍କୁ ମୁଁ ହୃଦୟରୁ ଅଭିନନ୍ଦନ ଜଣାଉଛି ।

ପ୍ରଧାନମନ୍ତ୍ରୀ ବିହାରର ଔରଙ୍ଗାବାଦରେ ୨୧,୪୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ସହ ଶିଳାନ୍ୟାସ କରିଛନ୍ତି

March 02nd, 02:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ଔରଙ୍ଗାବାଦ ଠାରେ ୨୧,୪୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଆଜିର ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ସଡ଼କ, ରେଳ ବାଇ ଏବଂ ନମାମି ଗଙ୍ଗେ କାର୍ଯ୍ୟକ୍ରମ ଇତ୍ୟାଦି କ୍ଷେତ୍ର ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ଫଟୋ ଗ୍ୟାଲେରୀକୁୁ ମଧ୍ୟ ବୁଲି ଦେଖିଥିଲେ ।

ବିହାରର ଦିଘା ଓ ସୋନପୁରକୁ ସଂଯୋଗ କରୁଥିବା ଗଙ୍ଗା ନଦୀ ଉପରେ ୪.୫୬ କିଲୋମିଟର ଲମ୍ବ, ୬ ଲେନ୍ ବିଶିଷ୍ଟ ସେତୁ ନିର୍ମାଣକୁ କ୍ୟାବିନେଟ୍ ମଞ୍ଜୁରୀ

December 27th, 08:29 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆଜି ଗଙ୍ଗା ନଦୀ ଉପରେ ନୂତନ ୪୫୫୬ ମିଟର ଲମ୍ବ, ୬-ଲେନ୍ ହାଇ ଲେଭଲ/ ଏକ୍ସଟ୍ରା ଡୋଜ୍ କେବୁଲ୍ ଷ୍ଟେଡ୍ ବ୍ରିଜ୍ (ଦୀଘା-ସୋନପୁର ରେଳ-ତଥା ରୋଡ୍ ସେତୁର ପଶ୍ଚିମ ପାର୍ଶ୍ୱର ସମାନ୍ତରାଳ) ଏବଂ ବିହାର ରାଜ୍ୟର ପାଟନା ଏବଂ ସାରଣ (ଜାତୀୟ ରାଜପଥ-୧୩୯ଡବ୍ଲ୍ୟୁ)ରେ ଉଭୟ ପାର୍ଶ୍ୱରେ ଇପିସି ମୋଡରେ ନିର୍ମାଣ ପାଇଁ ଅନୁମୋଦନ ପ୍ରଦାନ କରିଛି।

5 ଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ

June 27th, 10:17 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟ ପ୍ରଦେଶର ଭୋପାଳର ରାନୀ କମଲାପତି ରେଲୱେ ଷ୍ଟେସନ ଠାରେ ପାଞ୍ଚଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ପାଞ୍ଚଟି ବନ୍ଦେ ଭାରତ ଏକ୍ସପ୍ରେସ ଭୋପାଳ (ରାନୀ କମଲାପତି) – ଇନ୍ଦୋର ବନ୍ଦେ ଭାରତ ଏକ୍ସପ୍ରେସ, ଭୋପାଳ (ରାନୀ କମଳାପତି) –ଜବଲପୁର ବନ୍ଦେ ଭାରତ ଏକ୍ସପ୍ରେସ, ରାଞ୍ଚୀ-ପାଟନା ବନ୍ଦେ ଭାରତ ଏକ୍ସପ୍ରେସ, ଧାରବାଡ଼-ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଗୋଆ (ମଡ଼ଗାଓଁ) ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ଅଟେ।

ବିଶ୍ୱ ଶାନ୍ତିପାଇଁ କୃଷ୍ଣଗୁରୁ ଏକନାମ ଅଖଣ୍ଡ କୀର୍ତ୍ତନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

February 03rd, 07:48 pm

କୃଷ୍ଣଗୁରୁ ସେବାଶ୍ରମ ଠାରେ ଏକତ୍ରିତ ହୋଇଥିବା ସମସ୍ତ ସାଧୁ-ସନ୍ଥମାନେ ଏବଂ ଭକ୍ତମାନଙ୍କୁ ମୋର ସାଦର ପ୍ରଣାମ। କୃଷ୍ଣଗୁରୁ ଏକନାମ ଅଖଣ୍ଡ କୀର୍ତ୍ତନର ଏହି ଆୟୋଜନ ଗତ ଏକ ମାସ ଧରି ଚାଲିଛି । ମୋତେ ଖୁସି ଲାଗୁଛି ଯେ ଜ୍ଞାନ, ସେବା ଏବଂ ମାନବତାର ଯେଉଁ ପ୍ରାଚୀନ ଭାରତୀୟ ପରମ୍ପରାକୁ କୃଷ୍ଣଗୁରୁ ଜୀ ଆଗକୁ ବଢ଼ାଇଥିଲେ, ସେ ଆଜି ମଧ୍ୟ ନିରନ୍ତର ଗତିମାନ ଅଟନ୍ତି । ଗୁରୁକୃଷ୍ଣ ପ୍ରେମାନନ୍ଦ ପ୍ରଭୂ ଭକ୍ତମାନଙ୍କର ପ୍ରୟାସ ଦ୍ୱାରା ଏହି କାର୍ଯ୍ୟକ୍ରମରେ ସେହି ଦିବ୍ୟତା ସ୍ୱଚ୍ଛ ଭାବରେ ଦେଖାଯାଉଛି । ମୋର ଇଚ୍ଛା ଥିଲା ଯେ ମୁଁ ଏହି ଅବସରରେ ଆସାମ ଆଜି ଆପଣ ସମସ୍ତଙ୍କ ସହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବି । ମୁଁ କୃଷ୍ଣଗୁରୁ ଜୀଙ୍କର ପାବନ ତପୋସ୍ଥଳୀରେ ଆସିବା ପୂର୍ବରୁ ଅନେକଥର ପ୍ରୟାସ କରିଛି । କିନ୍ତୁ ବୋଧହୁଏ ମୋର ପ୍ରୟାସରେ କୌଣସି ଅଭାବ ରହି ଯାଇଥିଲା ଯେ ଇଚ୍ଛା ଥିବା ସତ୍ତ୍ୱେ ମଧ୍ୟ ଏଠାକୁ ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଆସିପାରି ନ ଥିଲି । ମୋର ଏତିକି କାମନା ଯେ କୃଷ୍ଣଗୁରୁଙ୍କ ବନରେ ଏଠାକୁ ଆସି ଆପଣ ସମସ୍ତଙ୍କୁ ପ୍ରଣାମ କରିବି, ଆପଣଙ୍କ ଦର୍ଶନ କରିବି ।

ବିଶ୍ୱ ଶାନ୍ତି ପାଇଁ କୃଷ୍ଣଗୁରୁ ଏକନାମ୍ ଅଖଣ୍ଡ କୀର୍ତ୍ତନଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତୀ

February 03rd, 04:14 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଆସାମର ବାରପେଟା ସ୍ଥିତ କୃଷ୍ଣଗୁରୁ ସେବାଶ୍ରମ ଠାରେ ଆୟୋଜିତ ବିଶ୍ୱ ଶାନ୍ତି ପାଇଁ କୃଷ୍ଣଗୁରୁ ଏକନାମ୍ ଅଖଣ୍ଡ କୀର୍ତ୍ତନକୁ ସମ୍ବୋଧିତ କରିଛନ୍ତି । ବିଶ୍ୱ ଶାନ୍ତି ପାଇଁ କୃଷ୍ଣଗୁରୁ ଏକନାମ୍ ଅଖଣ୍ଡ କୀର୍ତ୍ତନ ଏକ ମାସ ବ୍ୟାପୀ କୀର୍ତ୍ତନ ଯାହା ଜାନୁଆରୀ ୬ ତାରିଖରୁ କୃଷ୍ଣଗୁରୁ ସେବାଶ୍ରମ ଠାରେ ଅନୁଷ୍ଠିତ ହୋଇଥିଲା ।

ଜୁଲାଇ ୧୨ ତାରିଖରେ ଦେଓଘର ଏବଂ ପାଟନା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

July 09th, 09:35 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୨ ଜୁଲାଇ, ୨୦୨୨ ରେ ଦେଓଘର ଏବଂ ପାଟନା ଗସ୍ତ କରିବେ । ଅପରାହ୍ନ ପ୍ରାୟ ୧:୧୫ ସମୟରେ ପ୍ରଧାନମନ୍ତ୍ରୀ ଦେଓଘରରେ ୧୬,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ତା'ପରେ ଅପରରାହ୍ନ ପ୍ରାୟ ୨:୪୦ ରେ ସେ ବାର ଜ୍ୟୋର୍ତିଲିଙ୍ଗଙ୍କ ମଧ୍ୟରୁ ଅନ୍ୟତମ ବାବା ବୈଦ୍ୟନାଥ ମନ୍ଦିରରେ ଦର୍ଶନ ଏବଂ ପୂଜା କରିବେ । ସଂଧ୍ୟା ପ୍ରାୟ ୬ ଟା ସମୟରେ ପ୍ରଧାନମନ୍ତ୍ରୀ ପାଟନାରେ ବିହାର ବିଧାନସଭାର ଶତବାର୍ଷିକୀ ଉତ୍ସବର ଉଦଯାପନୀ ସମାରୋହକୁ ସମ୍ବୋଧିତ କରିବେ ।

ଲାଲ କିଲା ଠାରେ ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କ ୪ଠଠତମ ପ୍ରକାଶ ପର୍ବ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

April 22nd, 10:03 am

ମଂଚରେ ଥିବା ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ମହିଳାମାନେ ଏବଂ ଭଦ୍ର ଲୋକମାନେ ଏବଂ ସମଗ୍ର ବିଶ୍ୱ ସହିତ ଜଡ଼ିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ।

ଲାଲକିଲ୍ଲାରେ ଆୟୋଜିତ ଶ୍ରୀଗୁରୁ ତେଗବାହାଦୁରଜୀଙ୍କ ୪୦୦ତମ ପ୍ରକାଶପର୍ବ ସମାରୋହରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ

April 21st, 09:07 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଲାଲକିଲ୍ଲାଠାରେ ଗୁରୁ ତେଗବାହାଦୁରଙ୍କ ଚାରିଶହତମ ପ୍ରକାଶପର୍ବରେ ଅଂଶ ଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀଗୁରୁ ତେଗବାହାଦୁର ଜୀଙ୍କୁ ପ୍ରାର୍ଥନା କରିଥିଲେ । ପ୍ରଧାନମନ୍ତ୍ରୀ ବସିଥିବା ପ୍ରାର୍ଥନା ସଭାରେ ୪୦୦ଜଣ ଶିଖ ସଙ୍ଗୀତ ବିଶାରଦ ଶବବ୍ଦ୍-କୀର୍ତ୍ତନ ଗାନ କରିଥିଲେ । ଶିଖ ନେତୃବୃନ୍ଦଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ ଏକ ସ୍ମାରକୀ ମୁଦ୍ରା ଓ ଡାକ ଟିକଟ ଉନ୍ମୋଚନ କରିଥିଲେ ।

ବିହାରରେ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ ଅବସରରେରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

September 21st, 12:13 pm

ବିହାରର ରାଜ୍ୟପାଳ ଶ୍ରୀ ଫାଗୁ ଚୌହାନ ମହୋଦୟ, ବିହାରର ମୁଖ୍ୟମନ୍ତ୍ରୀ ଶ୍ରୀମାନ ନୀତିଶ କୁମାର ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ରବି ଶଙ୍କର ପ୍ରସାଦ ମହାଶୟ, ଶ୍ରୀ ବି.କେ ସିଂହ ମହାଶୟ, ଶ୍ରୀ ଆର.କେ ସିଂହ ମହାଶୟ, ବିହାରର ଉପ-ମୁଖ୍ୟମନ୍ତ୍ରୀ ଭାଇ ସୁଶୀଲ ମହାଶୟ, ଅନ୍ୟ ମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକଗଣ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ !

ବିହାରରେ 14 ହଜାର କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

September 21st, 12:12 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 14 ହଜାର କୋଟି ଟଙ୍କା ବ୍ୟୟରେ ବିହାରର 9ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ଭିଡିଓ କନଫରେନ୍ସ ମାଧ୍ୟମରେ କରିଛନ୍ତି । ଏହାଛଡା ରାଜ୍ୟର ସମସ୍ତ ଗ୍ରାମକୁ ଇଣ୍ଟରନେଟ ସେବା ଯୋଗାଇଦେବା ପାଇଁ ଅପ୍ଟିକାଲ ଫାଇବର ପଦ୍ଧତିର ମଧ୍ୟ ଉଦ୍ଘାଟନ କରିଛନ୍ତି ।

ବିହାରରେ 14,000 କୋଟି ଟଙ୍କାରୁ ଅଧିକ 9ଟି ରାଜପଥ ପ୍ରକଳ୍ପର ଆଧାରଶିଳା ରଖିବେ ପ୍ରଧାନମନ୍ତ୍ର

September 19th, 05:48 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୋମବାର, 21 ସେପ୍ଟେମ୍ବର 2020ରେ ଭିଡିଓ କନଫରେନ୍ସ ଜରିଆରେ ବିହାରରେ ନଅଟି ରାଜପଥ ପ୍ରକଳ୍ପ ପାଇଁ ଆଧାରଶିଳା ରଖିବେ।

ବିହାରରେ ବହୁମୁଖୀ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

September 15th, 12:01 pm

ସାଥୀଗଣ, ଆଜି ଯେଉଁ 4ଟି ଯୋଜନାଗୁଡିକର ଉଦଘାଟନ ହେଉଛି, ସେଥିରେ ପାଟନା ସହରର ବେଉରୁ ଏବଂ କରମ-ଲୀଚକମେ ସ୍ୱରେଜ ଟ୍ରିଟମେଣ୍ଟ ପ୍ଳାଣ୍ଟ ବ୍ୟତୀତ ଅମୃତ ଯୋଜନା ଅଧୀନରେ ସୀୱାନ ଏବଂ ଛପରାରେ ଜଳ ସହିତ ଜଡିତ ପ୍ରକଳ୍ପଗୁଡିକ ମଧ୍ୟ ସାମିଲ ହୋଇଛି । ଏହା ସହିତ ମୁଙ୍ଗେର ଏବଂ ଜମାଲପୁରରେ ଜଳ ସଙ୍କଟକୁ ଦୂର କରିବା ଭଳି ଜଳ ଯୋଗାଣ ପରିଯୋଜନାଗୁଡିକ ଓ ମୁଜଫରପୁରରେ ନମାମୀ ଗଙ୍ଗେ ଅଧୀନରେ ରିଭର ଫ୍ରଣ୍ଟ ବିକାଶ ଯୋଜନାର ମଧ୍ୟ ଆଜି ଶିଳାନ୍ୟାସ କରାଯାଇଛି । ସହରୀ ଗରିବ, ସହରରେ ରହୁଥିବା ମଧ୍ୟମ ବର୍ଗର ସାଥୀମାନଙ୍କ ଜୀବନକୁ ସହଜ ଓ ସରଳ କରିବା ପାଇଁ ଏହି ନୂତନ ସୁବିଧାଗୁଡିକ ନିମନ୍ତେ ବହୁତ-ବହୁତ ଅଭିନନ୍ଦନ ।

ବିହାରରେ ‘ନମାମି ଗଙ୍ଗେ’ ଓ ‘ଅମୃତ’ ଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

September 15th, 12:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରରେ କାର୍ଯ୍ୟକାରୀ ହେଉଥିବା ନମାମି ଗଙ୍ଗେ ଓ ଅମୃତ ଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଛନ୍ତି । ଆଜି ଉଦ୍‌ଘାଟିତ 4ଟି ପ୍ରକଳ୍ପରେ ରହିଛି ପାଟନା ସହରର ବେଉର ଓ କରମ-ଲିଛକ୍‌ର ଦୁଇଟି ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଏବଂ ଅମୃତ ଯୋଜନାରେ ସିୱାନ ଓ ଛାପ୍ରାର ଦୁଇଟି ଜଳପ୍ରକଳ୍ପ । ଏହାଛଡା ପ୍ରଧାନମନ୍ତ୍ରୀ ମୁଙ୍ଗେର ଏବଂ ଜମାଲପୁରରେ ଦୁଇଟି ଜଳଯୋଗାଣ ପ୍ରକଳ୍ପର ଶୁଭ ଦେଇଥିବାବେଳେ ମୁଜାଫରପୁରଠାରେ ନମାମି ଗଙ୍ଗେ କାର୍ଯ୍ୟକ୍ରମରେ ଏକ ରିଭରଫ୍ରଣ୍ଟ ବିକାଶ ଯୋଜନାର ଶିଳାନ୍ୟାସ କରିଛନ୍ତି ।

Last five years have shown that it is indeed possible to successfully run an honest, transparent government: PM Modi

April 22nd, 04:16 pm

Speaking at a rally in Rajasthan’s Udaipur, PM Modi said, “The last five years have shown the country that it is indeed possible to successfully run an honest, transparent and people-oriented government in India.”

PM Modi addresses public meetings in Rajasthan

April 22nd, 04:15 pm

Prime Minister Narendra Modi addressed two huge rallies in Udaipur and Jodhpur in the second half of his election campaigning today. Speaking about one of the major achievements of his government, PM Modi said, “The last five years have shown the country that it is indeed possible to successfully run an honest, transparent and people-oriented government in India.”

PM Modi addresses NDA Rally at Patna, Bihar

March 03rd, 01:52 pm

Prime Minister Narendra Modi addressed a huge rally of the NDA at the iconic Gandhi Maidan in Patna, Bihar today.