ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

February 23rd, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’କୁ ଆପଣ ସମସ୍ତଙ୍କୁ ସ୍ୱାଗତ । ଏବେ ଚମ୍ପିଆନ୍ସ ଟ୍ରଫି ଚାଲିଛି ଏବଂ ଚାରିଆଡ଼େ କ୍ରିକେଟ୍ ବିଷୟରେ ଆଲୋଚନା ହେଉଛି । କ୍ରିକେଟରେ ଶତକର ରୋମାଞ୍ଚ କ’ଣ, ତାହା ତ ଆମେ ସମସ୍ତେ ଭଲ ଭାବେ ଜାଣୁଁ, କିନ୍ତୁ ଆଜି ମୁଁ ଆପଣ ସମସ୍ତଙ୍କୁ କ୍ରିକେଟ୍ ନୁହେଁ, ବରଂ ଭାରତ ମହାକାଶରେ ଯେଉଁ ଶତକ ହାସଲ କରିଛି ସେ ବିଷୟରେ କହିବାକୁ ଯାଉଛି । ଗତ ମାସରେ ଦେଶ ଇସ୍ରୋର ୧୦୦ତମ ରକେଟ୍ ପ୍ରେରଣର ସାକ୍ଷୀ ହେଲା । ଏହା କେବଳ ଏକ ସଂଖ୍ୟା ନୁହେଁ, ବରଂ ଏଥିରୁ ମହାକାଶ ବିଜ୍ଞାନରେ ଆମର ନିତ୍ୟନୂତନ ଶିଖର ସ୍ପର୍ଶ କରିବାର ସଂକଳ୍ପ ବିଷୟରେ ମଧ୍ୟ ସୂଚନା ମିଳୁଛି । ଆମର ମହାକାଶ ଯାତ୍ରାର ଶୁଭାରମ୍ଭ ଅତି ସାଧାରଣ ଭାବେ ହୋଇଥିଲା । ଏଥିରେ ପ୍ରତି ପଦକ୍ଷେପରେ ଆହ୍ୱାନ ଥିଲା, କିନ୍ତୁ ଆମ ବୈଜ୍ଞାନିକମାନେ ବିଜୟ ଲାଭ କରି ଆଗକୁ ଆଗକୁ ବଢ଼ିଚାଲିଲେ । ସମୟ ସହିତ ମହାକାଶର ଏହି ଯାତ୍ରାରେ ଆମ ସଫଳତାର ତାଲିକା ଲମ୍ବା ହୋଇ ଚାଲିଲା । ଲଞ୍ଚ ଭେଇକିଲ୍ ନିର୍ମାଣ ହେଉ, ଚନ୍ଦ୍ରଯାନର ସଫଳତା ହେଉ, ମଙ୍ଗଳଯାନ ହେଉ, ଆଦିତ୍ୟ ଏଲ୍- ୱାନ୍ କିମ୍ବା ଗୋଟିଏ ରକେଟରେ ଏକାଥରରେ ୧୦୪ଟି ଉପଗ୍ରହ ପ୍ରେରଣର ଅଭୂତପୂର୍ବ ଅଭିଯାନ ହେଉ – ଇସ୍ରୋର ସଫଳତାର ପରିସର ବିଶାଳ ହୋଇଛି । ଗତ ୧୦ ବର୍ଷରେ ହିଁ ପ୍ରାୟଃ ୪୬୦ ଟି ଉପଗ୍ରହ ଲଞ୍ଚ୍ କରାଯାଇଛି ଏବଂ ଏଥିରେ ଅନ୍ୟ ଦେଶମାନଙ୍କର ମଧ୍ୟ ଅନେକ ଉପଗ୍ରହ ରହିଛି । ଗୋଟିଏ ବଡ଼ କଥା ହେଉଛି ଯେ, ଆମ ମହାକାଶ ବିଜ୍ଞାନୀମାନଙ୍କ ଦଳରେ ନାରୀଶକ୍ତିର ଅଂଶଗ୍ରହଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହାଦେଖି ମଧ୍ୟ ମୋତେ ବହୁତ ଖୁସି ଲାଗୁଛି ଯେ, ଆଜି ମହାକାଶ କ୍ଷେତ୍ର ଆମ ଯୁବବର୍ଗଙ୍କର ପ୍ରିୟ ହୋଇଯାଇଛି । କିଛି ବର୍ଷ ପୂର୍ବେ ଏ କଥା କିଏ ବା ଚିନ୍ତା କରିଥିବ ଯେ, ଏହି କ୍ଷେତ୍ରରେ ଷ୍ଟାର୍ଟ-ଅପ୍ ଏବଂ ଘରୋଇ କମ୍ପାନୀଗୁଡ଼ିକର ସଂଖ୍ୟା ଶହ ଶହ ହୋଇଯିବ । ଆମର ଯେଉଁ ଯୁବକ-ଯୁବତୀ ଜୀବନରେ କିଛି ରୋମାଂଚକର ଏବଂ ଉତ୍ସାହଜନକ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହି ମହାକାଶ କ୍ଷେତ୍ର ଗୋଟିଏ ସୁନ୍ଦର ବିକଳ୍ପ ହେବାକୁ ଯାଉଛି ।

Pariksha Pe Charcha 2025 All Episodes

Pariksha Pe Charcha 2025 All Episodes

February 18th, 05:30 pm

For Pariksha Pe Charcha 2025, Prime Minister Narendra Modi brought together India’s top achievers— Deepika Padukone, Sadhguru, Mary Kom, Avani Lekhara and other icons—to inspire students. Experts from sports, cinema, spirituality, technology and public service shared success strategies, mental wellness tips and holistic guidance to help students unlock their potential and appear for exams with confidence.

ପରୀକ୍ଷାର ଚାପ ଓ ଚିନ୍ତାକୁ ସଫଳତାର ସହ ଦୂର କରିପାରିଥିବା ଅଭିଜ୍ଞ ଏକଜାମ୍ ୱାରିୟର୍ସମାନଙ୍କ ଠାରୁ ଶୁଣନ୍ତୁ : ପ୍ରଧାନମନ୍ତ୍ରୀ

ପରୀକ୍ଷାର ଚାପ ଓ ଚିନ୍ତାକୁ ସଫଳତାର ସହ ଦୂର କରିପାରିଥିବା ଅଭିଜ୍ଞ ଏକଜାମ୍ ୱାରିୟର୍ସମାନଙ୍କ ଠାରୁ ଶୁଣନ୍ତୁ : ପ୍ରଧାନମନ୍ତ୍ରୀ

February 17th, 07:41 pm

ଫେବୃଆରୀ ୧୮ ତାରିଖ ପୂର୍ବାହ୍ନ ୧୧ଟାରେ ପରୀକ୍ଷା ପେ ଚର୍ଚ୍ଚା ୨୦୨୫ର ଏକ ସ୍ୱତନ୍ତ୍ର ଏପିସୋଡ ପ୍ରସାରିତ ହେବ । ପରୀକ୍ଷାର ଚାପ ଓ ଚିନ୍ତାକୁ ସଫଳତାର ସହ ଅତିକ୍ରମ କରିପାରିଥିବା ଯୁବ ଏକଜମା୍ ୱାରିୟର୍ସମାନେ ଏଥିରେ ଅଂଶ ଗ୍ରହଣ କରିବେ ।

ପରୀକ୍ଷା ସମୟରେ ସକରାତ୍ମକତା ଏକଜାମ୍ ୱାରିୟର୍ସଙ୍କ ସବୁଠୁ ବଡ଼ ସହଯୋଗୀଙ୍କ ମଧ୍ୟରୁ ଅନ୍ୟତମ:ପ୍ରଧାନମନ୍ତ୍ରୀ

February 15th, 05:58 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷା ପ୍ରସ୍ତୁତି ସମୟରେ ସକରାତ୍ମକତାକୁ ବିଦ୍ୟାର୍ଥୀମାନଙ୍କ ମହତ୍ୱପୂର୍ଣ୍ଣ ସହଯୋଗୀ ଭାବେ ଦର୍ଶାଇ ସମସ୍ତଙ୍କୁ ଆସନ୍ତାକାଲି ଠାରୁ ‘ପରୀକ୍ଷା ପେ ଚର୍ଚ୍ଚା’ ଦେଖିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

ସୁସ୍ଥତା ଏବଂ ମାନସିକ ଶାନ୍ତି ବିଷୟ ଉପରେ କଥା ଆସିଲେ ସଦ୍‌ଗୁରୁ ଜଗ୍‌ଗୀ ବାସୁଦେବ ସର୍ବଦା ସବୁଠାରୁ ପ୍ରେରଣାଦାୟକ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ରହିଛନ୍ତି : ପ୍ରଧାନମନ୍ତ୍ରୀ

February 14th, 08:15 pm

ଯେତେବେଳେ ସମ୍ପୂର୍ଣ୍ଣ ସୁସ୍ଥତା ଏବଂ ମାନସିକ ଶାନ୍ତି ବିଷୟ ଉପରେ କଥା ଆସେ ସଦ୍‌ଗୁରୁ ଜଗ୍‌ଗୀ ବାସୁଦେବ ସର୍ବଦା ସବୁଠାରୁ ପ୍ରେରଣାଦାୟକ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ରହିଛନ୍ତି ବୋଲି ମନ୍ତବ୍ୟ ଦେବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ‘ପରୀକ୍ଷା ପେ ଚର୍ଚ୍ଚା’ର ଚତୁର୍ଥ ଏପିସୋଡ ଦେଖିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ସଠିକ ଖାଦ୍ୟ ପରୀକ୍ଷାରେ ଭଲ କରିବାରେ ସାହାଯ୍ୟ କରିବ : ପ୍ରଧାନମନ୍ତ୍ରୀ

February 13th, 07:27 pm

ସଠିକ ଖାଦ୍ୟ ଏବଂ ଉଚିତ୍ ନିଦ୍ରା ଜଣଙ୍କୁ ପରୀକ୍ଷାରେ ଭଲରେ ଲେଖିବାରେ ସାହାଯ୍ୟ କରିବ ବୋଲି ଜୋର ଦେଇ କହିବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ‘ପରୀକ୍ଷା ପେ ଚର୍ଚ୍ଚା’ର ଚତୁର୍ଥ ଏପିସୋଡ୍ ଦେଖିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ମେଦବହୁଳତା ବିରୋଧରେ ଲଢ଼େଇ ଓ ଫିଟନେସକୁ ପ୍ରୋତ୍ସାହିତ କରିବା ଦିଗରେ ନିରଜ ଚୋପ୍ରାଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

February 12th, 02:00 pm

ମେଦବହୁଳତା ବିରୋଧରେ ଲଢ଼େଇ ଓ ଫିଟନେସକୁ ପ୍ରୋତ୍ସାହିତ କରିବା ଦିଗରେ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ନିରଜ ଚୋପ୍ରାଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ମେଦବହୁଳତା ବିରୋଧରେ ଲଢ଼େଇ ଏବଂ ସୁସ୍ଥ ଜୀବନଶୈଳୀ ଜାରି ରଖିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

ପରୀକ୍ଷା ପେ ଚର୍ଚ୍ଚାର ସମସ୍ତ ଏପିସୋଡ୍ ଦେଖିବାକୁ ସମସ୍ତଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ

February 11th, 02:57 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସମସ୍ତଙ୍କୁ ପରୀକ୍ଷା ପେ ଚର୍ଚ୍ଚା ୨୦୨୫ର ସମସ୍ତ ଏପିସୋଡ୍ ଦେଖିବାକୁ ଏବଂ ପରୀକ୍ଷା ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବାକୁ ଅନୁରୋଧ କରିଛନ୍ତି ।

Pariksha Pe Charcha to Feature Special Episode on Mental Health and Wellbeing on 12th February: PM

February 11th, 01:53 pm

The Prime Minister, Shri Narendra Modi remarked that one of the most common topics that 'Exam Warriors' want to discuss is mental health and wellbeing. Therefore, this year’s Pariksha Pe Charcha has an episode specially dedicated to this topic which will play tomorrow, 12th February, Shri Modi added.

ପରୀକ୍ଷା ପେ ଚର୍ଚ୍ଚା 2025 : ପରୀକ୍ଷା ବାହାରେ-ଜୀବନ ଓ ସଫଳତା ଉପରେ ଏକ ସଂଳାପ

February 10th, 03:09 pm

ପରୀକ୍ଷା ପେ ଚର୍ଚ୍ଚାର ବହୁ ପ୍ରତୀକ୍ଷିତ ଅଷ୍ଟମ ସଂସ୍କରଣ ଆଜି ପୂର୍ବାହ୍ନ 11ଟାରେ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ଦେଶର ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କୁ ଏକାଠି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ଚିନ୍ତାପ୍ରବଣ ଆଲୋଚନା କରାଯାଇଥିଲା। ପରୀକ୍ଷା ସମ୍ବନ୍ଧୀୟ ଚାପ କୁ ଦୂର କରିବା ଏବଂ ଶିକ୍ଷା ପ୍ରତି ସକାରାତ୍ମକ ଆଭିମୁଖ୍ୟକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ବାର୍ଷିକ କାର୍ଯ୍ୟକ୍ରମ ପୁଣି ଥରେ ଶିକ୍ଷା, ଜୀବନ ଦକ୍ଷତା ଏବଂ ମାନସିକ ସୁସ୍ଥତା ବିଷୟରେ ଅମୂଲ୍ୟ ଜ୍ଞାନ ପ୍ରଦାନ କରିଛି ।

‘ପରୀକ୍ଷା ପେ ଚର୍ଚ୍ଚା 2025 "କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ

February 10th, 11:30 am

ଛାତ୍ର: ଆମେ ପରୀକ୍ଷା ପେ ଚର୍ଚ୍ଚା ପାଇଁ ବହୁତ ଉତ୍ସାହିତ ଅଛୁ।

ପରୀକ୍ଷା ପେ ଚର୍ଚ୍ଚା 2025ରେ ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମତ ବିନିମୟ

February 10th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ସୁନ୍ଦର ନର୍ସରୀଠାରେ ପରୀକ୍ଷା ପେ ଚର୍ଚ୍ଚା (ପିପିସି) ର ଅଷ୍ଟମ ସଂସ୍କରଣ ଅବସରରେ ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ କରିଛନ୍ତି । ସାରା ଦେଶର ଛାତ୍ରଛାତ୍ରୀମାନଙ୍କ ସହ ଏକ ଅନୌପଚାରିକ ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ ଅନେକ ବିଷୟ ଉପରେ ଆଲୋଚନା କରିଥିଲେ। ସେ ରାଶି ଲଡ଼ୁ ବଣ୍ଟନ କରିଥିଲେ ଯାହା ପାରମ୍ପରିକ ଭାବରେ ଶରୀରକୁ ଉଷ୍ମ ରଖିବା ପାଇଁ ଶୀତଦିନେ ପରିବେଷଣ କରାଯାଏ।

‘Pariksha Pe Charcha’ is back and that too in a fresh and livelier format!: Prime Minister

February 06th, 01:18 pm

Urging all Exam Warriors, their parents and teachers to watch the Pariksha Pe Charcha 2025, the Prime Minister Shri Narendra Modi in a post on X wrote