In Kargil, we didn't just win a war; we showcased the incredible strength of truth, restraint, and capability: PM Modi in Ladakh

July 26th, 09:30 am

PM Modi paid homage to the bravehearts who made the supreme sacrifice in the line of duty on the occasion of 25th Kargil Vijay Diwas in Ladakh. “In Kargil, we not only won the war, we presented an incredible example of 'truth, restraint and strength”, Prime Minister Modi remarked.

କାର୍ଗିଲ ବିଜୟ ଦିବସରେ ଲଦାଖରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

July 26th, 09:20 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲଦାଖରେ ୨୫ତମ କାର୍ଗିଲ ବିଜୟ ଦିବସ ଅବସରରେ କର୍ତ୍ତବ୍ୟ ପାଳନ ସମୟରେ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ଶ୍ରଦ୍ଧାଞ୍ଜଳି ସମାରୋହରେ ମଧ୍ୟ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଏନସିଓମାନଙ୍କ ଦ୍ୱାରା କାର୍ଗିଲ ଯୁଦ୍ଧ ସମ୍ପର୍କରେ ଗୌରବଗାଥାର ସୂଚନା ଶୁଣିଥିଲେ ଏବଂ ଅମର ସସ୍ମରଣ: ସ୍ମାରକୀ କୁଟୀର ପରିଦର୍ଶନ କରିଥିଲେ । ସେ ବୀର ଭୂମି ମଧ୍ୟ ପରିଦର୍ଶନ କରିଥିଲେ।

ରୋଜଗାର ମେଳା ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଲକ୍ଷାଧିକ ନିଯୁକ୍ତି ପତ୍ର ବଣ୍ଟନ

February 12th, 11:00 am

ଆଜି ଏକ ଲକ୍ଷରୁ ଅଧିକ ନିଯୁକ୍ତିପତ୍ର ସରକାରୀ ଚାକିରି ଆଶାୟୀଙ୍କୁ ଦିଆଯାଇଛି । ଏଥିପାଇଁ ଆପଣମାନେ କଠିନ ପରିଶ୍ରମ କରି ଏହି ସଫଳତା ପାଇଛନ୍ତି । ମୁଁ ଆପଣମାନଙ୍କୁ ଏବଂ ଆପଣଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଉଛି । ଭାରତ ସରକାରରେ ଯୁବ ଗୋଷ୍ଠୀଙ୍କୁ ଚାକିରି ନିଯୁକ୍ତି ଦେବା କାମ ଜୋରସୋରରେ ଚାଲିଛି । ପୂର୍ବ ସରକାର ସମୟରେ ନିଯୁକ୍ତି ନିମନ୍ତେ ବିଜ୍ଞାପନ ଦେବା ଠାରୁ ନିଯୁକ୍ତି ପତ୍ର ଦେବା ପର୍ଯ୍ୟନ୍ତ ଦୀର୍ଘ ସମୟ ଲାଗି ଯାଉଥିଲା । ଏହି ବିଳମ୍ବରୁ ଫାଇଦା ଉଠାଇ ବିପୁଳ ପରିମାଣରେ ଲାଞ୍ଚ କାରବାର ହେଉଥିଲା । ମୁଁ ବର୍ତ୍ତମାନ ଭାରତ ସରକାରଙ୍କ ଚାକିରୀରେ ନିଯୁକ୍ତି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣରୂପେ ଦକ୍ଷତା ଭିତ୍ତିରେ କରାଇଛି । କେବଳ ଏତିକି ନୁହେଁ, ସରକାର ତୀବ୍ର ଗତିରେ ନିଯୁକ୍ତି ପ୍ରକ୍ରିୟାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରୁଛନ୍ତି । ଏହା ଫଳରେ ସମସ୍ତ ଯୁବଗୋଷ୍ଠୀଙ୍କୁ ନିଜର ଦକ୍ଷତା ପ୍ରମାଣିତ କରିବା ନିମନ୍ତେ ସମାନ ସୁଯୋଗ ମିଳୁଛି । ଆଜି ଯୁବାଗୋଷ୍ଠୀ ମନରେ ଆତ୍ମବିଶ୍ୱାସ ଜନ୍ମିଛି ଯେ-କଠିନ ପରିଶ୍ରମ ଦ୍ୱାରା ନିଜର ସ୍ଥାନ ଓ ସ୍ଥିତିକୁ ସୁଦୃଢ କରିପାରୁଛନ୍ତି । ୨୦୧୪ ମସିହା ପରଠାରୁ ନବ ଯୁବକମାନେ ଭାରତ ସରକାରଙ୍କ ସହିତ ମିଶି ରାଷ୍ଟ୍ର ନିର୍ମାଣରେ ସହଭାଗୀ ହେବା ନିମନ୍ତେ ଉଦ୍ୟମ କରିବାକୁ ଆମେ ଚେଷ୍ଟା କରୁଛୁ । ପୂର୍ବ ସରକାର ଦଶବର୍ଷ କାର୍ଯ୍ୟକାଳ ମଧ୍ୟରେ ଯେତିକି ସରକାରୀ ଚାକିରି ଯୁବଗୋଷ୍ଠୀଙ୍କୁ ଦେଇଥିଲେ ଏହି ପରିମାଣଠାରୁ ପ୍ରାୟ ଦେଢଗୁଣା ଅଧିକ ଚାକିରି ଭାରତୀୟ ଜନତାପାର୍ଟି ସରକାର ଗତ ଦଶବର୍ଷ ମଧ୍ୟରେ ଦେଇଛି । ଆଜି ଦିଲ୍ଳୀଠାରେ ଗୋଟିଏ ଇଣ୍ଟ୍ରିଗ୍ରେଟେଡ ଟ୍ରେନିଂ ପରିସରର ଶିଳାନ୍ୟାସ ହୋଇଛି । ମୋର ପୂର୍ଣ୍ଣ ବିଶ୍ୱାସ, ଏହି ନୂଆ ଟ୍ରେନିଂ ପରିସରରୁ ଦକ୍ଷତା ବିକାଶର ଉଦ୍ୟମ ସୁଦୃଢ ହେବ ।

ରୋଜଗାର ମେଳା ଅଧୀନରେ ସରକାରୀ ବିଭାଗ ଏବଂ ସଂଗଠନରେ ନବନିଯୁକ୍ତ ୧ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ

February 12th, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧ ଲକ୍ଷରୁ ଅଧିକ ନବନିଯୁକ୍ତ କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ସେ ନୂଆଦିଲ୍ଲୀରେ ସମନ୍ବିତ କମ୍ପ୍ଲେକ୍ସ କର୍ମଯୋଗୀ ଭବନର ପ୍ରଥମ ପର୍ଯ୍ୟାୟର ଶିଳାନ୍ୟାସ କରିଥିଲେ । ଏହି କମ୍ପ୍ଲେକ୍ସ ମିଶନ କର୍ମଯୋଗୀର ବିଭିନ୍ନ ସ୍ତମ୍ଭ ମଧ୍ୟରେ ସହଯୋଗ ଏବଂ ସମନ୍ୱୟକୁ ପ୍ରୋତ୍ସାହିତ କରିବ।

ପ୍ରଧାନମନ୍ତ୍ରୀ ମଣିପୁରରେ ଆସାମ ରାଇଫଲ୍ସର ସୁରକ୍ଷାବଳ ଗାଡି ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି

November 13th, 07:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଣିପୁରରେ ଆସାମ ରାଇଫଲ୍ସର ସୁରକ୍ଷାବଳ ଗାଡି ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି । ଆଜି ସହିଦ ହୋଇଥିବା ସୈନିକ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।