ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ସଂଗୃହୀତ କାର୍ଯ୍ୟ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 25th, 04:31 pm
ପ୍ରଥମେ, ଆପଣ ସମସ୍ତଙ୍କୁ ଖ୍ରୀଷ୍ଟମାସର ଅନେକ ଅନେକ ଶୁଭେଚ୍ଛା! ଭାରତ ଓ ଭାରତୀୟତା ଉପରେ ବିଶ୍ୱାସ ରଖିଥିବା କୋଟି କୋଟି ଲୋକଙ୍କ ପାଇଁ ଆଜିର ଦିନ ପ୍ରେରଣା ସାଜିଛି। ଆଜି ମହାମନା ମଦନ ମୋହନ ମାଲବ୍ୟଙ୍କ ଜୟନ୍ତୀ । ଆଜି ହେଉଛି ଅଟଳଜୀଙ୍କ ଜୟନ୍ତୀ । ଏହି ପବିତ୍ର ଦିବସ ଅବସରରେ ମୁଁ ମହାମନା ମାଲବ୍ୟଜୀଙ୍କ ଚରଣକୁ ପ୍ରଣାମ କରିବା ସହ ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଅଟଳଜୀଙ୍କ ଜୟନ୍ତୀ ଅବସରରେ ଦେଶ ସୁଶାସନ ଦିବସ ପାଳନ କରୁଛି। ସୁଶାସନ ଦିବସ ଅବସରରେ ମୁଁ ସମସ୍ତ ନାଗରିକଙ୍କୁ ଅଭିନନ୍ଦନ ଜଣାଉଛି ।ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ୧୬୨ତମ ଜୟନ୍ତୀ ଅବସରରେ ' ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ସଂଗୃହୀତ କୃତି' ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ
December 25th, 04:30 pm
ମହାମନା ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ୧୬୨ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ 'ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ସଂଗୃହୀତ କୃତି' ର ପ୍ରଥମ ଶୃଙ୍ଖଳାର ୧୧ଟି ଖଣ୍ଡକୁ ଉନ୍ମୋଚନ କରିଛନ୍ତି । ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କୁ ମଧ୍ୟ ଶ୍ରୀ ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟର ପ୍ରତିଷ୍ଠାତା ପଣ୍ଡିତ ମଦନ ମୋହନ ମାଲବ୍ୟ ଆଧୁନିକ ଭାରତର ନିର୍ମାତା ମାନଙ୍କ ମଧ୍ୟରେ ଏକ ଅଗ୍ରଣୀ ସ୍ଥାନ ଅଧିକାର କରିଛନ୍ତି । ସେ ଜଣେ ଉଚ୍ଚକୋଟୀର ବିଦ୍ୱାନ ଏବଂ ସ୍ୱାଧୀନତା ସଂଗ୍ରାମୀ ଭାବରେ ବେଶ୍ ସ୍ମରଣୀୟ , ଯିଏ ଲୋକ ମାନଙ୍କ ମଧ୍ୟରେ ଜାତୀୟ ଚେତନା ସୃଷ୍ଟି କରିବା ପାଇଁ କଠୋର ପରିଶ୍ରମ ମଧ୍ୟ କରିଥିଲେ ।ଡିସେମ୍ବର ୨୫ରେ 'ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ସଂଗୃହୀତ କୃତି'କୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ
December 24th, 07:47 pm
ମହାମନା ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ୧୬୨ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡିସେମ୍ବର ୨୫, ୨୦୨୩ ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ 'ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ସଂଗୃହୀତ କୃତି'ର ୧୧ଖଣ୍ଡର ପ୍ରଥମ ସିରିଜ୍ ଉନ୍ମୋଚନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରିବେ।ସଂସଦରେ ପଣ୍ଡିତ ମଦନ ମୋହନ ମାଲଭ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ
December 25th, 07:55 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସଦରେ ଏକ କାର୍ଯ୍ୟକ୍ରମରେ ପଣ୍ଡିତ ମଦନ ମୋହନ ମାଲଭ୍ୟଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।