
ନବକାର ମହାମନ୍ତ୍ର ଦିବସ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
April 09th, 08:15 am
ମନ ଶାନ୍ତ ଅଛି, ମନ ସ୍ଥିର ଅଛି, କେବଳ ଆତ୍ମସନ୍ତୋଷ, ଏକ ଚମତ୍କାର ଅନୁଭବ, ସବୁ ଶବ୍ଦର ଊର୍ଦ୍ଧ୍ୱରେ, ସବୁ ଚିନ୍ତା ଚେତନା ବାହାରେ, ନବକାର ମହାମନ୍ତ୍ର ଏବେ ବି ମନରେ ଗୁଞ୍ଜରିତ ହେଉଛି। ନମୋ ଅରିହନ୍ତନମ୍ । ନମୋ ସିଦ୍ଧନମ୍ । ନମୋ ଆର୍ଯ୍ୟନମ୍ । ନମୋ ଉଭଜଜାୟାନମ୍ । ନମୋ ନମୋ ଲୋୟ ସଭ୍ୱସହୁନମ। (नमो अरिहंताणं॥ नमो सिद्धाणं॥ नमो आयरियाणं॥ नमो उवज्झायाणं॥ नमो लोए सव्वसाहूणं॥) ଗୋଟିଏ ସ୍ୱର, ଗୋଟିଏ ପ୍ରବାହ, ଗୋଟିଏ ଶକ୍ତି, ନା ଊର୍ଦ୍ଧ୍ୱଗାମୀ ନା ନିମ୍ନଗାମୀ,
ନବକାର ମହାମନ୍ତ୍ର ଦିବସ ସମାରୋହକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
April 09th, 07:47 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ନବକାର ମହାମନ୍ତ୍ର ଦିବସ ସମାରୋହକୁ ଉଦଘାଟନ କରିଥିଲେ ଏବଂ ଏଥିରେ ଅଂଶଗ୍ରହଣ କରିଥିଲେ । ସଭାକୁ ସମ୍ବୋଧିତ କରି ସେ ନବକାର ମନ୍ତ୍ରର ଗଭୀର ଆଧ୍ୟାତ୍ମିକ ଅନୁଭୂତି ଉପରେ ଆଲୋକପାତ କରିବା ସହ ମନକୁ ଶାନ୍ତି ଓ ସ୍ଥିରତା ଆଣିବାର କ୍ଷମତା ଉପରେ ଗୁରୁତ୍ୱାରୋପ କରିଥିଲେ । ଶବ୍ଦ ଓ ଚିନ୍ତାଧାରାକୁ ଅତିକ୍ରମ କରି ମନ ଓ ଚେତନା ଭିତରେ ଗଭୀର ଭାବରେ ଅନୁଭୂତ ହେଉଥିବା ଶାନ୍ତିର ଅସାଧାରଣ ଅନୁଭବ ଉପରେ ସେ ମନ୍ତବ୍ୟ ଦେଇଥିଲେ । ଶ୍ରୀ ମୋଦୀ ନବକାର ମନ୍ତ୍ରର ମହତ୍ତ୍ୱ ଉପରେ ଆଲୋକପାତ କରି ଏହାର ପବିତ୍ର ଶବ୍ଦ ପାଠ କରିଥିଲେ ଏବଂ ମନ୍ତ୍ରକୁ ଶକ୍ତିର ଏକ ସମନ୍ୱିତ ପ୍ରବାହ, ସ୍ଥିରତା, ସମାନତା ଏବଂ ଚେତନା ଏବଂ ଆଭ୍ୟନ୍ତରୀଣ ଆଲୋକର ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଲୟର ପ୍ରତୀକ ରୂପରେ ବର୍ଣନା କରଥିଲେ। ନିଜ ବ୍ୟକ୍ତିଗତ ଅନୁଭୂତିକୁ ନେଇ ସେ କହିଥିଲେ ଯେ, କିପରି ସେ ନିଜ ଭିତରେ ନବକାର ମନ୍ତ୍ରର ଆଧ୍ୟାତ୍ମିକ ଶକ୍ତିକୁ ଅନୁଭବ କରୁଛନ୍ତି । କିଛି ବର୍ଷ ପୂର୍ବେ ବେଙ୍ଗାଲୁରୁରେ ଏଭଳି ଏକ ସାମୂହିକ ନୃତ୍ୟ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା, ଯାହା ତାଙ୍କ ମନରେ ଏକ ସ୍ଥାୟୀ ଛାପ ପକାଇଥିଲା ବୋଲି ସେ ମନେ ପକାଇଥିଲେ। ପ୍ରଧାନମନ୍ତ୍ରୀ ଦେଶ ବିଦେଶର ଲକ୍ଷ ଲକ୍ଷ ପୁଣ୍ୟ ଆତ୍ମା ଏକ ମିଳିତ ଚେତନାରେ ଏକାଠି ହୋଇ ଅତୁଳନୀୟ ଅନୁଭୂତି ଲାଭ କରିବା ଉପରେ ଆଲୋକପାତ କରିଥିଲେ । ସେ ସାମୂହିକ ଶକ୍ତି ଏବଂ ସମନ୍ୱିତ ଶବ୍ଦ ଉପରେ ମନ୍ତବ୍ୟ ଦେଇଥିଲେ ଏବଂ ଏହାକୁ ପ୍ରକୃତରେ ଅସାଧାରଣ ଏବଂ ଅଭୂତପୂର୍ବ ବୋଲି ବର୍ଣ୍ଣନା କରିଥିଲେ ।
PM Modi thanks Thailand PM for giving a copy of the Tipitaka in Pali
April 03rd, 05:43 pm
The Prime Minister Shri Narendra Modi thanked the Prime Minister of Thailand H.E. Ms. Paetongtarn Shinawatra for giving a copy of the Tipitaka in Pali, hailing it as a beautiful language, carrying within it the essence of Lord Buddha’s teachings.ଥାଇଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମିଳିତ ପ୍ରେସ୍ ବିବୃତି
April 03rd, 03:01 pm
ମାର୍ଚ୍ଚ ୨୮ରେ ଘଟିତ ଭୂମିକମ୍ପରେ ପ୍ରାଣ ହରାଇଥିବା ବ୍ୟକ୍ତିବିଶେଷଙ୍କ ପରିବାରବର୍ଗଙ୍କୁ ମୁଁ ଭାରତବାସୀଙ୍କ ତରଫରୁ ଗଭୀର ସମବେଦନା ଜଣାଉଛି । ଆମେ ସମସ୍ତେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛୁ।ଥାଇଲାଣ୍ଡରେ ସମ୍ୱାଦ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 14th, 08:30 am
ଥାଇଲାଣ୍ଡରେ ସମ୍ୱାଦର ଏହି ସଂସ୍କରଣରେ ଆପଣମାନଙ୍କ ସହିତ ଯୋଗଦେବା ମୋ ପାଇଁ ସମ୍ମାନର ବିଷୟ। ଭାରତ, ଜାପାନ ଏବଂ ଥାଇଲାଣ୍ଡର ଅନେକ ପ୍ରତିଷ୍ଠିତ ଅନୁଷ୍ଠାନ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମକୁ ସମ୍ଭବ କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ମୁଁ ସେମାନଙ୍କ ପ୍ରୟାସ ପାଇଁ ସମସ୍ତଙ୍କୁ ପ୍ରଶଂସା କରୁଛି ଏବଂ ସମସ୍ତ ଅଂଶଗ୍ରହଣକାରୀଙ୍କୁ ମୋର ଶୁଭେଚ୍ଛା ଜଣାଉଛି।ଥାଇଲ୍ୟାଣ୍ଡରେ ସମ୍ବାଦ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ
February 14th, 08:10 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଥାଇଲ୍ୟାଣ୍ଡରେ ଆୟୋଜିତ ସମ୍ୱାଦ କାର୍ଯ୍ୟକ୍ରମରେ ଭିଡିଓ ବାର୍ତ୍ତା ଜରିଆରେ ନିଜର ବକ୍ତବ୍ୟ ପ୍ରଦାନ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି, ଥାଇଲ୍ୟାଣ୍ଡରେ ସମ୍ୱାଦର ସଂସ୍କରଣରେ ଯୋଗଦେବା ତାଙ୍କ ପାଇଁ ସମ୍ମାନର ବିଷୟ। ଏହି କାର୍ଯ୍ୟକ୍ରମକୁ ସମ୍ଭବ କରିଥିବାରୁ ଭାରତ, ଜାପାନ ଏବଂ ଥାଇଲ୍ୟାଣ୍ଡର ବିଶିଷ୍ଟ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କୁ ସେ ପ୍ରଶଂସା କରିଥିଲେ। ସେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍ ବିବୃତ୍ତି
December 16th, 01:00 pm
ମୁଁ ରାଷ୍ଟ୍ରପତି ଦିଶାନାୟକଙ୍କୁ ଭାରତକୁ ସ୍ୱାଗତ କରୁଛି । ମୁଁ ଆନନ୍ଦିତ ଯେ ଆପଣ ରାଷ୍ଟ୍ରପତି ଭାବରେ ନିଜର ପ୍ରଥମ ବିଦେଶ ଗସ୍ତ ପାଇଁ ଭାରତକୁ ବାଛିଛନ୍ତି । ରାଷ୍ଟ୍ରପତି ଦିଶାନାୟକଙ୍କ ଗସ୍ତ ଆମ ସମ୍ପର୍କରେ ନୂତନ ଗତିଶୀଳତା ଏବଂ ଶକ୍ତି ସୃଷ୍ଟି କରିଛି । ଆମର ଭାଗିଦାରୀ ପାଇଁ ଆମେ ଏକ ଭବିଷ୍ୟତ ଦୃଷ୍ଟିକୋଣ ଗ୍ରହଣ କରିଛୁ । ଆମେ ଆମର ଅର୍ଥନୈତିକ ଭାଗିଦାରୀରେ ନିବେଶ ଭିତ୍ତିକ ଅଭିବୃଦ୍ଧି ଏବଂ ଯୋଗାଯୋଗ ଉପରେ ଗୁରୁତ୍ୱ ଦେଇଛୁ ଏବଂ ସ୍ଥିର କରିଛୁ ଯେ ଭୌତିକ, ଡିଜିଟାଲ ଏବଂ ଶକ୍ତି ସଂଯୋଗ ଆମର ଭାଗିଦାରୀର ମୁଖ୍ୟ ସ୍ତମ୍ଭ ହେବ । ଆମେ ଉଭୟ ଦେଶ ମଧ୍ୟରେ ବିଦ୍ୟୁତ-ଗ୍ରିଡ୍ ସଂଯୋଗ ଏବଂ ମଲ୍ଟି-ପ୍ରଡକ୍ଟ ପେଟ୍ରୋଲିୟମ ପାଇପଲାଇନ ସ୍ଥାପନ ଦିଗରେ କାର୍ଯ୍ୟ କରିବୁ । ସାମପୁର ସୌର ଶକ୍ତି ପ୍ରକଳ୍ପକୁ ତ୍ୱରାନ୍ୱିତ କରାଯିବ । ଏହାବ୍ୟତୀତ ଶ୍ରୀଲଙ୍କାର ପାୱାର ପ୍ଲାଣ୍ଟ ପାଇଁ ଏଲଏନଜି ଯୋଗାଇ ଦିଆଯିବ । ଦ୍ୱିପାକ୍ଷିକ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଉଭୟ ପକ୍ଷ ଖୁବଶୀଘ୍ର ଇଟିସିଏ ସମ୍ପୂର୍ଣ୍ଣ କରିବାକୁ ପ୍ରୟାସ କରିବେ ।ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ ପାଇଁ ଭାରତ ସରକାରଙ୍କ ନିଷ୍ପତ୍ତି ଭଗବାନ ବୁଦ୍ଧଙ୍କ ବାଣୀରେ ବିଶ୍ୱାସ କରୁଥିବା ଲୋକଙ୍କ ମନରେ ଖୁସିର ଭାବନା ପ୍ରଜ୍ୱଳିତ କରିଛି: ପ୍ରଧାନମନ୍ତ୍ରୀ
October 24th, 10:43 am
ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ ପାଇଁ ଭାରତ ସରକାରଙ୍କ ନିଷ୍ପତ୍ତିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଖୁସି ଜାହିର କରିଛନ୍ତି । ଭଗବାନ ବୁଦ୍ଧଙ୍କ ବାଣୀରେ ବିଶ୍ୱାସ ରଖୁଥିବା ଲୋକଙ୍କ ମନରେ ଏହା ଖୁସିର ଭାବନା ପ୍ରଜ୍ୱଳିତ କରିଛି ବୋଲି ସେ କହିଛନ୍ତି । କଲମ୍ବୋ ଠାରେ ଆଇସିସିଆର ଦ୍ୱାରା ଆୟୋଜିତ ‘ପାଲି ଏକ ଶାସ୍ତ୍ରୀୟ ଭାଷା’ ଶୀର୍ଷକ ଆଲୋଚନାଚକ୍ରରେ ଅଂଶ ଗ୍ରହଣ କରିଥିବା ବିଭିନ୍ନ ଦେଶର ବିଦ୍ୱାନ ଏବଂ ଭିକ୍ଷୁ ମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଧନ୍ୟବାଦ ଅର୍ପଣ କିଛନ୍ତି ।India has not given world 'Yuddha', but Buddha: PM Modi at International Abhidhamma Divas
October 17th, 10:05 am
PM Modi addressed the celebration of International Abhidhamma Divas and the recognition of Pali as a classical language at Vigyan Bhavan, New Delhi. He emphasized the significance of Pali in understanding Buddha's teachings and highlighted the importance of preserving linguistic heritage. The PM spoke about India's commitment to promoting Lord Buddha's teachings globally.ଆନ୍ତର୍ଜାତିକ ଅଭିଧମ୍ମ ଦିବସ ଏବଂ ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଉପଲକ୍ଷେ ଆୟୋଜିତ ଉତ୍ସବରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
October 17th, 10:00 am
ନୂଆଦିଲ୍ଲୀର ବିଜ୍ଞାନଭବନରେ ଆଜି ଆନ୍ତର୍ଜାତିକ ଅଭିଧମ୍ମ ଦିବସ ଏବଂ ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଉପଲକ୍ଷେ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଛନ୍ତି । ଭଗବାନ ବୁଦ୍ଧଙ୍କ ଦିବ୍ୟକ୍ଷେତ୍ରରୁ ଅଭିଧମ୍ମ ଶିକ୍ଷା ସ୍ମୃତିରେ ଅଭିଧମ୍ମ ଦିବସ ପାଳନ କରାଯାଇଥାଏ । ଭଗବାନ ବୁଦ୍ଧଙ୍କ ଶିକ୍ଷା ଗୁଡ଼ିକ କେବଳ ପାଲି ଭାଷାରେ ଉପଲବ୍ଧ ହୋଇଥାଏ । ନିକଟରେ ପାଲି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଥିବାରୁ ଚଳିତ ବର୍ଷର ଅଭିଧମ୍ମ ଦିବସ ଉତ୍ସବର ଗୁରୁତ୍ୱ ବୃଦ୍ଧି ପାଇଛି ।ପ୍ରଧାନମନ୍ତ୍ରୀ ଅକ୍ଟୋବର ୧୭ରେ ଆନ୍ତର୍ଜାତିକ ଅଭିଧାମ ଦିବସ ଏବଂ ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଉତ୍ସବରେ ଯୋଗ ଦେବେ
October 15th, 09:14 pm
ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅକ୍ଟୋବର ୧୭ ତାରିଖ ପୂର୍ବାହ୍ନ ୧୦ଟାରେ ଆନ୍ତର୍ଜାତିକ ଅଭିଧାମ ଦିବସ ଏବଂ ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ ପାଇଁ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ । ଉପସ୍ଥିତ ଜନସାଧାରଣଙ୍କୁ ମଧ୍ୟ ସେ ଉଦବୋଧନ ଦେବେ ।