ପ୍ରଧାନମନ୍ତ୍ରୀ ଅକ୍ଟୋବର ୭ତାରିଖରେ ପିଏମ୍ କେୟାର୍ସ ଅଧୀନରେ ପ୍ରତିଷ୍ଠିତ ପିଏସ୍ଏ ଅକ୍ସିଜେନ ପ୍ଲାଣ୍ଟକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ
October 06th, 02:54 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର ୭ତାରିଖ ପୂର୍ବାହ୍ନ ୧୧ଟାରେ ଉତ୍ତରାଖଣ୍ଡରେ ଋଷିକେଶ ସ୍ଥିତ ଏମ୍ସରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ୩୫ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ପିଏମ୍ କେୟାର୍ସ ଅଧିନରେ ପ୍ରତିଷ୍ଠା ହୋଇଥିବା ୩୫ଟି ପ୍ରେସର ସ୍ୱିଙ୍ଗ ଆଡସର୍ପସନ୍ (ପିଏସ୍ଏ) ଅକ୍ସିଜେନ ପ୍ଲାଣ୍ଟକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହା ସହିତ ଦେଶର ସମସ୍ତ ଜିଲ୍ଲା ବର୍ତ୍ତମାନ ପିଏସ୍ଏ ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ସମାବେଶକୁ ସମ୍ବୋଧିତ କରିବେ ।କୋଭିଡ଼-୧୯ ପରିସ୍ଥିତି ସମ୍ପର୍କରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
July 13th, 03:53 pm
ଆପଣ ସମସ୍ତଙ୍କୁ ନମସ୍କାର! ସର୍ବପ୍ରଥମେ କିଛି ନୂତନ ଦାୟିତ୍ୱ ନେଇଥିବା ଲୋକ ଅଛନ୍ତି ତେବେ ମୁଁ ସେମାନଙ୍କର ପରିଚୟ କରାଇ ଦେଉଛି ଫଳରେ ଆପଣମାନଙ୍କୁ ସୁବିଧା ହେବ। ଶ୍ରୀମାନ ମନସୁଖ ଭାଇ ମାଣ୍ଡଭିୟାଆ, ସେ ମଧ୍ୟ ଆମର ନୂତନ ସ୍ୱାସ୍ଥ୍ୟ ମନ୍ତ୍ରୀ ହୋଇଛନ୍ତି, ତାଙ୍କ ସହିତ ରାଷ୍ଟ୍ରମନ୍ତ୍ରୀ ଭାବେ ଡା. ଭାରତୀ ପାୱାର ମହାଶୟା ମଧ୍ୟ ବସିଛନ୍ତି। ସେ ଆମର ସ୍ୱାସ୍ଥ୍ୟ ବିଭାଗର ଏମଓଏସ ଭାବେ କାର୍ଯ୍ୟ କରୁଛନ୍ତି। ଆଉ ଦୁଇଜଣ ଲୋକ ଅଛନ୍ତି ଯାହାଙ୍କ ସହିତ ଆପଣମାନଙ୍କର ସମ୍ବନ୍ଧ କ୍ରମାଗତ ଭାବେ ରହିବ ସେ ହେଉଛନ୍ତି ଡୋନର ମନ୍ତ୍ରଣାଳୟର ନୂତନ ମନ୍ତ୍ରୀ ଶ୍ରୀମାନ ଜି. କିଷନ ରେଡ୍ଡି ମହାଶୟ ଆଉ ତାଙ୍କ ସହିତ ଅଛନ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀମାନ ବି.ଏଲ.ବର୍ମା ମହାଶୟ, ତେବେ ଏହି ପରିଚୟ ମଧ୍ୟ ଆପଣମାନଙ୍କ ପାଇଁ ହେଉଛି ଜରୁରୀ।କରୋନା ସଂକ୍ରମଣ ସ୍ଥିତି ଘେନି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ସମୂହର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ
July 13th, 01:02 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ସେଠାକାର କରୋନା ସଂକ୍ରମଣ ସ୍ଥିତି ସମ୍ପର୍କରେ ମତ ବିନିମୟ କରିଥିଲେ । ଏଥିରେ ନାଗାଲାଣ୍ଡ, ତ୍ରିପୁରା, ସିକ୍କିମ, ମେଘାଳୟ, ମିଜୋରାମ, ଅରୁଣାଚଳପ୍ରଦେଶ, ମଣିପୁର ଓ ଆସାମର ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ ।‘କୋଭିଡ଼-୧୯ ସମ୍ମୁଖ ଯୋଦ୍ଧାଙ୍କ ପାଇଁ ଅନୁକୂଳ କ୍ରାଶ କୋର୍ସ କାର୍ଯ୍ୟକ୍ରମ’ର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
June 18th, 09:45 am
କରୋନା ବିରୋଧରେ ମହାଯୁଦ୍ଧରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନର ଆଉ ଏକ ପର୍ଯ୍ୟାୟ ପ୍ରାରମ୍ଭ ହେଉଛି। କରୋନାର ପ୍ରଥମ ଲହର ସମୟରେ ଦେଶରେ ହଜାର ହଜାର ପେଶାଦାରମାନେ, କୌଶଳ ବିକାଶ ଅଭିଯାନ ସହିତ ସାମିଲ ହୋଇଥିଲେ। ଏହି ପ୍ରୟାସ ଦେଶକୁ କରୋନା ମୁକାବିଲା କରିବା ପାଇଁ ବଡ଼ ଶକ୍ତି ଦେଇଥିଲା। ଏବେ କରୋନାର ଦ୍ୱିତୀୟ ଲହର ପରେ ଯେଉଁ ଅନୁଭବ ମିଳିଛି, ସେହି ଅନୁଭବ ଆଜିର ଏହି କାର୍ଯ୍ୟକ୍ରମର ପ୍ରମୁଖ ଆଧାର ପାଲଟିଛି। କରୋନାର ଦ୍ୱିତୀୟ ଲହରରେ ଆମେମାନେ ଦେଖିଲେ ଯେ, କରୋନା ଭୁତାଣୁର ପରିବର୍ତିତ ଏବଂ ବାରମ୍ବାର ପରିବର୍ତନ ହେଉଥିବା ସ୍ୱରୂପ କେଉଁ ପ୍ରକାରର ଆହ୍ୱାନ ସବୁକୁ ଆମ ସମ୍ମୁଖକୁ ଆଣିପାରେ। ଏହି ଭୂତାଣୁ ଏବେ ମଧ୍ୟ ଆମ ମାନଙ୍କ ଗହଣରେ ଅଛି ଆଉ ଯେ ପର୍ଯ୍ୟନ୍ତ ଏହା ରହିଛି, ଏହାର ମ୍ୟୁଟେଂଟ ହେବାର ସମ୍ଭାବନା ମଧ୍ୟ ରହିଛି। ତେଣୁ, ପ୍ରତ୍ୟେକ ପ୍ରକାରର ଚିକିତ୍ସା, ସମସ୍ତ ସାବଧାନତା ଅବଲମ୍ବନ କରି ଆଗାମୀ ଆହ୍ୱାନ ଗୁଡ଼ିକର ମୁକାବିଲା କରିବା ପାଇଁ ଆମ୍ଭମାନଙ୍କୁ ଦେଶର ପ୍ରସ୍ତୁତିକୁ ଆହୁରି ଅଧିକ ବଢ଼଼ାଇବାକୁ ହେବ। ଏହି ଲକ୍ଷ୍ୟକୁ ନେଇ ଆଜି ଦେଶରେ 1 ଲକ୍ଷ ଆଗଧାଡ଼ିର କରୋନା ଯୋଦ୍ଧା ପ୍ରସ୍ତୁତ କରିବାର ମହାଅଭିଯାନ ଆରମ୍ଭ କରାଯାଉଛି।‘ସମ୍ମୁଖ କୋଭିଡ-19 କର୍ମୀଙ୍କ ପାଇଁ ଅନୁକୂଳ କ୍ରାଶ କୋର୍ସ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
June 18th, 09:43 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ‘କୋଭିଡ-19 ସମ୍ମୁଖ ଯୋଦ୍ଧାଙ୍କ ପାଇଁ ଅନୁକୂଳ କ୍ରାଶ କୋର୍ସ’ର ଶୁଭାରମ୍ଭ କରିଛନ୍ତି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ 26ଟି ରାଜ୍ୟର 111ଟି କେନ୍ଦ୍ରରେ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ ଅଧୀନରେ ପାଖାପାଖି 1 ଲକ୍ଷ ସମ୍ମୁଖ ଯୋଦ୍ଧାମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଡ. ମହେନ୍ଦ୍ର ନାଥ ପାଣ୍ଡେ, ଆହୁରି ବହୁ କେନ୍ଦ୍ର ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀ, ବିଶେଷଜ୍ଞ ଓ ଅନ୍ୟ ଅଂଶୀଦାରମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।କୋଭିଡ଼-୧୯ ପରିଚାଳନା ସମ୍ପର୍କରେ ରାଜ୍ୟ ଏବଂ ଜିଲ୍ଲାସ୍ତରର ଅଧିକାରୀମାନଙ୍କ ସହିତ ଭାବ ବିନିମୟ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
May 18th, 11:40 am
Prime Minister Modi through video conference interacted with field officials from States and Districts regarding their experience in handling the Covid-19 pandemic. During the interaction, the officials thanked the Prime Minister for leading the fight against the second wave of Covid from the front.କୋଭିଡ ପରିସ୍ଥିତି ସମ୍ପର୍କରେ ସାରା ଦେଶର ଡାକ୍ତରମାନଙ୍କ ଦଳ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ର
May 18th, 11:39 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋଭିଡ ସଂକ୍ରାନ୍ତ ପରିସ୍ଥିତି ସମ୍ପର୍କରେ ଆଜି ଦେଶର ବିଭିନ୍ନ ସ୍ଥାନରୁ ଡାକ୍ତରମାନଙ୍କ ଦଳ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି।ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କୋଭିଡ ଓ ଟିକାକରଣ ସଂକ୍ରାନ୍ତ ସ୍ଥିତି ଉପରେ ଉଚ୍ଚସ୍ତରୀୟ ବୈଠକ
May 15th, 02:42 pm
ଅକ୍ସିଜେନ କନସେଣ୍ଟ୍ରେଟର ବ୍ୟବସ୍ଥା ସମେତ, ଗ୍ରାମାଞ୍ଚଳରେ ଅକ୍ସିଜେନ ଯୋଗାଣ ସୁନିଶ୍ଚିତ କରିବା ଲାଗି ଏକ ବିତରଣ ଯୋଜନା ପ୍ରସ୍ତୁତ କରିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ ଏପରି ଉପକରଣ ପରିଚାଳନା ପାଇଁ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯିବା ଆବଶ୍ୟକ ଏବଂ ମେଡ଼ିକାଲ ଉପକରଣର ସୁଗମ ପରିଚାଳନା ନିମନ୍ତେ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରାଯିବା ଉଚିତ୍।