ମାର୍ଚ୍ଚ ୧୩ ରେ ପ୍ରଧାନମନ୍ତ୍ରୀ 'ଇଣ୍ଡିଆଜ୍ ଟେକଏଡ୍‌: ଚିପ୍ସ ଫର୍ ବିକଶିତ ଭାରତ' କାର୍ଯ୍ୟକ୍ରମରେ ଯୋଗ ଦେବେ ଏବଂ ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କାର ତିନୋଟି ସେମିକଣ୍ଡକ୍ଟର ସୁବିଧାର ଶିଳାନ୍ୟାସ କରିବେ

March 12th, 03:40 pm

ମାର୍ଚ୍ଚ ୧୩ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 'ଇଣ୍ଡିଆଜ୍ ଟେକ୍‌ଏଡ୍‌: ଚିପ୍ସ ଫର୍ ବିକଶିତ ଭାରତ' କାର୍ଯ୍ୟକ୍ରମରେ ଯୋଗ ଦେବେ ଏବଂ ପୂର୍ବାହ୍ନ ସାଢ଼େ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କାର ତିନୋଟି ସେମିକଣ୍ଡକ୍ଟର ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସାରା ଦେଶର ଯୁବକମାନଙ୍କୁ ସମ୍ବୋଧିତ କରିବେ ।