ରାମ ସମସ୍ତଙ୍କ ହୃଦୟରେ ଅଛନ୍ତି : ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

January 28th, 11:30 am

ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଦେଶର କୋଟି କୋଟି ଲୋକଙ୍କୁ ସତେ ଯେମିତି ଗୋଟିଏ ସୂତ୍ରରେ ବାନ୍ଧି ଦେଇଥିଲା । ସମସ୍ତଙ୍କ ଭାବନା ଏକ, ସମସ୍ତଙ୍କ ଭକ୍ତି ଏକ, ସମସ୍ତଙ୍କ ମୁଖରେ ରାମ, ସମସ୍ତଙ୍କ ହୃଦୟରେ ଥିଲେ ରାମ । ଦେଶର ଅନେକ ଲୋକ ଏହି ସମୟରେ ରାମଙ୍କ ଭଜନ ଗାନ କରି ତାହାକୁ ଶ୍ରୀ ରାମଙ୍କ ଚରଣରେ ସମର୍ପିତ କରିଥିଲେ । ଜାନୁଆରୀ ୨୨ ତାରିଖ ସନ୍ଧ୍ୟାରେ ସମଗ୍ର ଦେଶ ରାମଜ୍ୟୋତି ପ୍ରଜ୍ଜ୍ୱଳିତ କରି ଦୀପାବଳୀ ପାଳନ କରିଥିଲା । ଏହି ସମୟରେ ଦେଶ ଏକତାର ଶକ୍ତି ଦେଖିଲା, ଯାହା ବିକଶିତ ଭାରତର ଆମର ସଂକଳ୍ପର ମଧ୍ୟ ଏକ ବଡ଼ ଆଧାର । ମୁଁ ଦେଶବାସୀଙ୍କୁ ଅନୁରୋଧ କରିଥିଲି ଯେ, ମକର ସଂକ୍ରାନ୍ତି ଠାରୁ ଜାନୁଆରୀ ୨୨ ଯାଏଁ ଏକ ସ୍ୱଚ୍ଛତା ଅଭିଯାନ ପାଳନ କରାଯାଉ । ଲକ୍ଷ ଲକ୍ଷ ଲୋକେ ସଶ୍ରଦ୍ଧ ଭାବରେ ଯୋଡ଼ିହୋଇ ନିଜ ନିଜ ଅଞ୍ଚଳରେ ଥିବା ଧାର୍ମିକ ସ୍ଥାନଗୁଡ଼ିକରେ ସଫେଇ ଅଭିଯାନ ଚଳାଇଥିବାରୁ ମୋତେ ଭଲ ଲାଗିଲା । ଅନେକ ଲୋକ ମୋତେ ଏହାର ଛବିଗୁଡ଼ିକ ପଠାଇଛନ୍ତି, ଭିଡିଓମାନ ପଠାଇଛନ୍ତି । ଏହି ଭାବନା ବାଧାପ୍ରାପ୍ତ ନ ହେଉ, ଏହି ଅଭିଯାନ ଅଟକି ନ ଯାଉ । ଏକତାର ଏହି ଶକ୍ତି, ଆମ ଦେଶକୁ ସଫଳତାର ନୂତନ ଶିଖରକୁ ପହଞ୍ଚାଇବ ।

ଆୟୁଷ୍ମାନ ଭବ ଅଭିଯାନର ସଫଳତାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

October 16th, 09:22 pm

ଆୟୁଷ୍ମାନ ଭବ ଅଭିଯାନରେ ୮୦,୦୦୦ରୁ ଅଧିକ ଲୋକ ନିଜ ଅଙ୍ଗଦାନ ପାଇଁ ସଂକଳ୍ପ ନେଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ଅଙ୍ଗଦାନ ଅଭିଯାନର ସଫଳତାକୁ ପ୍ରଶଂସା କରିଛନ୍ତି ।

'ଏକ ଭାରତ, ଶ୍ରେଷ୍ଠ ଭାରତ'ର ଭାବନା ଆମ ଦେଶକୁ ଶକ୍ତିଶାଳୀ କରୁଛି: 'ମନ୍ କୀ ବାତ୍'ରେ ପ୍ରଧାନମନ୍ତ୍ରୀ ମୋଦୀ

March 26th, 11:00 am

ମୋର ପ୍ରିୟ ଦେଶବାସୀଗଣ, ‘ମନ କି ବାତ୍’ରେ ଆମେ ଏଭଳି ହଜାର ହଜାର ଲୋକଙ୍କ ବିଷୟରେ ଆଲୋଚନା କରିଛୁ, ଯେଉଁମାନେ ଅନ୍ୟମାନଙ୍କ ସେବା ପାଇଁ ନିଜର ଜୀବନକୁ ସମର୍ପିତ କରିଦେଇଥାଆନ୍ତି । ଏଭଳି ଅନେକ ଲୋକ ଥାଆନ୍ତି, ଯେଉଁମାନେ ଝିଅମାନଙ୍କ ଶିକ୍ଷା ପାଇଁ ନିଜର ସାରା ପେନ୍ସନ୍ ଖର୍ଚ୍ଚ କରିଦେଇଥାଆନ୍ତି । କେହି ନିଜ ଜୀବନଯାକର ଉପାର୍ଜନକୁ ପରିବେଶ ଓ ପ୍ରାଣୀ ସେବା ପାଇଁ ସମର୍ପିତ କରିଦେଇଥାଏ । ଆମ ଦେଶରେ ପରମାର୍ଥକୁ ଏତେ ଉଚ୍ଚ ସ୍ଥାନ ଦିଆଯାଇଛି ଯେ, ଅନ୍ୟମାନଙ୍କ ସୁଖ ପାଇଁ ଲୋକେ ନିଜର ସର୍ବସ୍ୱ ଦାନ କରିବାରେ ମଧ୍ୟ କୁଣ୍ଠାବୋଧ କରନ୍ତି ନାହିଁ । ସେଇଥିପାଇଁ ତ ଆମକୁ ପିଲାଦିନେ ଶିବି ଓ ଦଧିଚିଙ୍କ ଭଳି ଦେହ-ଦାନୀଙ୍କ କାହାଣୀ କୁହାଯାଇଥାଏ।