ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରପ୍ରଦେଶର ମିର୍ଜାପୁରରେ ଜନସଭାକୁ ସମ୍ବୋଧିତ କରିଛନ୍ତି

March 04th, 12:45 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ମିର୍ଜାପୁରରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ପ୍ରଥମ 6ଟି ପର୍ଯ୍ୟାୟ ନିର୍ବାଚନରେ ୟୁପିର ଲୋକମାନେ କିପରି ବିଜେପିର ସୁଶାସନକୁ ଭୋଟ୍ ଦେଇଛନ୍ତି ଏବଂ ମିର୍ଜାପୁରର ଲୋକଙ୍କୁ ୟୁପିରୁ 'ପରିବାରବାଦ' ଏବଂ 'ମାଫିଆବାଦ' ହଟାଇବା ପାଇଁ ଦାୟିତ୍ୱ ଦେଇଛନ୍ତି ତାହାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ।

କୌଣସି ଦେଶ ଏହାର ଅତୀତର ଭୟାବହତାକୁ ଅଣଦେଖା କରିବା ଠିକ୍ ନୁହେଁ: ପ୍ରଧାନମନ୍ତ୍ରୀ ମୋଦୀ

August 28th, 08:48 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବୀକରଣ ହୋଇଥିବା ଜାଲିଆନାୱାଲା ବାଗ ସ୍ମାରାକ କମ୍ପ୍ଲେକ୍ସକୁ ଦେଶକୁ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଜାଲିଆନାୱାଲା ବାଗ ହେଉଛି ସେହି ସ୍ଥାନ ଯାହା ସର୍ଦ୍ଦାର ଉଧମ ସିଂ ଏବଂ ଭଗତ ସିଂଙ୍କ ପରି ଅଗଣିତ କ୍ରାନ୍ତିବୀରଙ୍କୁ ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନ ବଳିଦାନ ଦେବାକୁ ସାହସ ଦେଇଥିଲା ।ଆଗକୁ ସେ ଆହୁରି କହିଛନ୍ତି, 13 ଏପ୍ରିଲ , 1919 ର ସେହି 10 ମିନିଟ୍ ଆମର ସ୍ୱାଧୀନତା ସଂଗ୍ରାମର ଅମର କାହାଣୀ ହୋଇଗଲା, ଯେଉଁଥିପାଇଁ ଆମେ ଆଜି ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବାକୁ ସକ୍ଷମ ହୋଇଛୁ।

ପ୍ରଧାନମନ୍ତ୍ରୀ ଜାଲିଆନାୱାଲା ବାଗ ସ୍ମାରକର ନବୀକରଣ ହୋଇଥିବା କଂପ୍ଲେକ୍ସକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି

August 28th, 08:46 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଜଲିଆନାୱାଲା ବାଗ ସ୍ମାରକର ନବୀକରଣ ହୋଇଥିବା କଂପ୍ଲେକ୍ସକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସେ ସ୍ମାରକ ଠାରେ ସଂଗ୍ରହାଳୟ ଗ୍ୟାଲେରୀର ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ କଂପ୍ଲେକ୍ସର ନବୀକରଣ ପାଇଁ ସରକାର ନେଇଥିବା ଏକାଧିକ ବିକାଶମୂଳକ ପଦକ୍ଷେପ ପ୍ରଦର୍ଶନ କରାଯାଇଥିଲା ।